Snigdha Nayak

Drama Inspirational

4.7  

Snigdha Nayak

Drama Inspirational

ମେରୁ ହାଡ

ମେରୁ ହାଡ

16 mins
334


କାନ୍ଥ ଘଣ୍ଟା ଟା'ରେ ଘଣ୍ଟା କଣ୍ଟା ଟା, ପାଞ୍ଚ କୁ ଛୁଇଁବାକୁ ଉଦ୍ୟତ ହେଉ ହେଉ ତନୁଶ୍ରୀ ଙ୍କ ନିଦ ଭାଙ୍ଗିଯାଏ ।ବିଛଣା ଛାଡ଼ି ପ୍ରଥମେ କାଚ ଝରକା କୁ ଆଚ୍ଛାଦିତ କରିଥିବା ପରଦା ଟିକୁ ଗୋଟାଏ କଣ କୁ କରି ଦିଅନ୍ତି ।କାଚ ଭିତରୁ ବାହାର ର ଦୃଶ୍ୟ ସ୍ପଷ୍ଟ ଦେଖା ଯାଉଥାଏ ।ବଗିଚା ରେ ଥିବା ପାଚେରୀ ର ଅନ୍ୟ ପାର୍ଶ୍ଵରେ ମଧୁମିତା । ଏହା ମଧୁମିତା ଙ୍କ ଫୁଲତୋଳା ସମୟ ।

ତନୁଶ୍ରୀ କ୍ଷଣିକ ପାଇଁ ଝରକା ପାଖରେ ଅଟକି ଯାଇ ମଧୁମିତା କୁ ଦେଖନ୍ତି ।ପାଚେରୀ କୁ ଲାଗି ଅନେକ ଫୁଲ ଗଛ ମନ୍ଦାର,ମାଳତୀ,ଅପରାଜିତା,ଚମ୍ପା... ଏମିତି କେତେ କଣ ।

ମଧୁମିତା ଫୁଲ ତୋଳିବା ରେ ବ୍ୟସ୍ତ ରୁହନ୍ତି ।ମଧୁମିତା, ଗୋଟା ଚାଉଳ ରେ ଗଢା, ଶଙ୍ଖ ମଲମଲିଆ ପୂର୍ଣ୍ଣ ଚନ୍ଦ୍ରମା ର ମୁଖ , ତନୁପତଳୀ ଶରୀର, ଉଚ୍ଚଶିକ୍ଷିତା । ମୁଣ୍ଡ

ଉପରୁ ଓଢଣା ଖସିବା କେହି କେବେ ଦେଖି ନ ଥିବେ ।ଗୋଟାଏ ଧାଡ଼ିରେ ବର୍ଣ୍ଣନା କରିବାକୁ ଗଲେ, ଖାଣ୍ଟି ଓଡ଼ିଆ

ବୋହୂ ର ସଂଜ୍ଞା ଖଣ୍ଡିଏ" । କେବଳ ମଧୁମିତା ନୁହଁନ୍ତି,ସେ ଡାକ୍ତର ମଧୁମିତା ।କିନ୍ତୁ ଚାକିରିଆ ବହୁ ହିସାବରେ ଗ୍ରହଣ କଲାବେଳେ ପରିବାରକୁ ଗ୍ରହଣ ଲାଗୁଥିଲା ବୋଲି ସେ ହାଉସ୍ ୱାଇଫ ହେବାର ମୋହର ଲଗାଇ ଆଗକୁ ଚାଲିଛନ୍ତି । ବିଛଣା ଛାଡ଼ୁ ଛାଡ଼ୁ ତନୁଶ୍ରୀ ସବୁଦିନ ମଧୁମିତା ଙ୍କୁ ଦେଖନ୍ତି, ଆଜି କିନ୍ତୁ ସେ ଦେଖି ନାହାନ୍ତି,ଅବଶ୍ୟ ଆଜି ଟିକିଏ ସେ ବିଳମ୍ବରେ ବିଛଣା ଛାଡିଛନ୍ତି । ଭାଇରାଲ ଜ୍ଵର ଯୋଗୁଁ ଓ ଔଷଧ ନିଶାରେ ସହଳ ନିଦ ଭାଙ୍ଗିନି , କିନ୍ତୁ ଏତେ ବିଳମ୍ୱ ବି ହେଇନି ହେଲେ କାଇଁ ଘଣ୍ଟ , ଶଙ୍ଖ କି ପୂଜା ର ଧୂପ, କର୍ପୁର ମହକ ବି ଆସୁନି ଯେ,ଅତ୍ୟଧିକ ସର୍ଦ୍ଦି ଯୋଗୁଁ ବୋଧେ ତାଙ୍କୁ ଜଣା ପଡୁନି । କିନ୍ତୁ ମଧୁମିତା ଙ୍କ ପୂଜା ଘଣ୍ଟ, ଶଙ୍ଖ ଧ୍ୱନି,କର୍ପୁର,ଧୂପ ର ମହକ ତାଙ୍କୁ ଖୁବ୍ ଭଲ ଲାଗେ । ମେଡିଟେସନ କଲେ ଯେତିକି ଶାନ୍ତି

ମିଳେ, ତା' ଠୁ ଢେର୍ ଅଧିକ ଶାନ୍ତି ମିଳେ ତାଙ୍କୁ ଓ ମନ

ପ୍ରଫୁଲ୍ଲିତ ହୋଇଉଠେ ।

ଆଜି ତନୁଶ୍ରୀ ଙ୍କୁ ଘରକାମ ରୁ ମୁକ୍ତି ମିଳିଛି । ତାଙ୍କ ଅସୁସ୍ଥତା କୁ ନେଇ ଛୁଟି ମିଳିଛି ସେ କଥା ନୁହଁ, ସାଧାରଣ ସର୍ଡିଜ୍ୱର କୁ 'କରୋନ।' ବୋଲି ଧରି ନିଆଯାଇଛି ।ଯଦିଓ ରିପୋର୍ଟ ନେଗେଟିଭ ଆସିଛି ଓ କରୋନା ନୁହଁ ବୋଲି ଜଣାପଡିଛି ,ତଥାପି ତାଙ୍କୁ ରୁମ୍ ରୁ ବାହାରିବା ମନା । ଡିଉଟି ପାଇଁ ବ୍ୟାଙ୍କ୍ ଗଲାବେଳେ ରୁମ୍ ରୁ ବାହାରି ବାଡି ପଛପଟ ରାସ୍ତା ଦେଇଯିବେ ଓ ଫେରିବା ସମୟ ରେ ମଧ୍ୟ ସେଇ ରାସ୍ତାଦେଇ ସିଧା ରୁମ୍ ରେ ପଶିବେ ବୋଲି ନିୟମକରାଯାଇଛି । ନିୟମ ଉଲଙ୍ଘନ କରିବାର ସାହସ ତାଙ୍କ ପାଖରେ ନାହିଁ । ଯଦି ଭୁଲବଶତଃ ବି ନିୟମ ଭାଙ୍ଗେ,ତେବେ ଶବ୍ଦ ଜୁଆର ରେ ତାଙ୍କ ଚଉଦ ପୁରୁଷ ଙ୍କ ନାଆଁ ତାଙ୍କୁ ମନେ ପକାଇ ଦିଆଯିବ ।

ଡିଉଟି ସମୟ ହେଇନି,ଆହୁରି ଦେଢ଼ଘଣ୍ଟା ବାକି କିନ୍ତୁ କଣ

କରିବେ, ସମୟ ପୂର୍ବରୁ ହିଁ ଚାଲି ଯିବା'ଟା ଉଚିତ୍ ମଣିଲେ

କାରଣ ନା' ରୋଷେଇ ଘରେ ପଶି ଜଳଖିଆ ତିଆରି କରି

ପାରିବେ ନା' କୌଣସି ଶୁଖିଲା ଭୋଜନ ସାମଗ୍ରୀ କୁ ହାତ

ଲଗାଇ ପାରିବେ । ପରିବାର ର କେହି ସଦଶ୍ୟ ଆସି ତାଙ୍କ ରୁମ୍ ବାହାରେ ଭୋଜନ ଥୋଇଯିବେ, ସେ ଆଶା ମଧ୍ୟ କରିବା ବୃଥା । ସମୟ ପୂର୍ବରୁ ପ୍ରସ୍ତୁତ ହୋଇ କାନ୍ଧରେ ବ୍ୟାଗ୍ ଝୁଲାଇ ବାହାରିଲେ ବାଡିପଟ ରାସ୍ତାଦେଇ । ମମତା ଦେବୀ ( ତନୁଶ୍ରୀ ଙ୍କ ଶାଶୁ ) ମଧୁମିତା ଙ୍କ ଚାକରାଣୀ ସହ ସେଇଠି କଥା ହେଉଥାନ୍ତି । ଯେ ଯାଏଁ ତନୁଶ୍ରୀ ଙ୍କ ଦେହ ଭଲ ହେଇନି, ସେତେଦିନ ଯାଏଁ ତାକୁ କାମପାଇଁ କହୁଥାନ୍ତି ।ଗତକାଲି ବି କହିଥିଲେ କିନ୍ତୁ ଚାକରାଣୀ ମିଲି ସମୟ ହେବନି କହି ମନାକରି ଯାଇଥିଲା । ହେଲେ ସେ ଆଜି ନିଜେ ଆଗ୍ରହ ଦେଖାଇ କାମପାଇଁ କହୁଥାଏ ।ମିଲି ( ମଧୁମିତା ଙ୍କ ଚାକରାଣୀ) କହୁଥାଏ:- "ଏବେ ବାରଦିନ ଖଣ୍ଡିଏ ମଧୁମିତା ଙ୍କ ଘରକୁ ଯିବାକୁ ହେବନି, ତେଣୁ ସେ ସମୟ ରେ ଆସି କାମ କରିଦେଇ ଯିବ ବୋଲି"।

ତା' କଥାଶୁଣି ତନୁଶ୍ରୀ ପଚାରିଲେ- " କାଇଁ ମିଲି..? ସେମାନେ କଣ କୁଆଡେ ବାହାରକୁ ଯାଉଛନ୍ତି କି " ମିଲି, ଟିକେ ଅସହଜ ହୋଇ କ୍ଷଣିକ ପାଇଁ ଆଶ୍ଚର୍ଯ୍ୟ ର ରେଖା ଟିଏ ଟାଣି,ପାଟି ମେଲାଇ ତନୁଶ୍ରୀ ଙ୍କୁ ଅନାଇଲା । ବାମ ହାତ ରେ ପଣତ କୁ ଉଠାଇ ମୁହଁ ରେ ଚାପି କହିଲା " ସିଏ କଣ ଆଉ ଅଛନ୍ତି କି ଦିଦି...! ସିଏ ତ ରାତିରୁ ଗଲେଣି ।ପୋଷ୍ଟ ବଟମ ପାଇଁ ଗଲାଣି ଶରୀର,ଘରକୁ ଆଣୁ ଆଣୁ ବୋଧେ ସନ୍ଧ୍ୟା ହେଇଯିବ ଗୋ ।କେଜାଣି ଆଣିବେ କି ସେପଟେ ପୋଡ଼ି ଦେଇ ସାରିବେନି ।"

ତନୁଶ୍ରୀ ଙ୍କ କର୍ଣ୍ଣ ଗହ୍ଵର ଦେଇ ଖିଇଁ... ଖିଁ.. ଶବ୍ଦ ର ଧାଡି ଦି'ଟା ଗୁଂଜି ଉଠିଲେ, ସେ ମନେ ମନେ ଭାବିଲେ ସେ କି ସ୍ବପ୍ନ ଦେଖୁଛନ୍ତି ନା' ଅତ୍ୟଧିକ ସର୍ଦ୍ଦି ଯୋଗୁଁ ତାଙ୍କ ଶ୍ରବଣ ଶକ୍ତି ରେ ବିଭ୍ରାଟ ହୋଇ କିଛି ବି ଶୁଣାଯାଉଛି । ସେ ଟିକେ ଇତସ୍ତତଃ ହୋଇ ଚାକରାଣୀ କୁ ପଚାରିଲେ "ଆଲୋ ତୁ କାହା କଥା କହୁଛୁ ଯେ, ମୁଁ ମଧୁମିତା ଙ୍କ କଥା ପଚାରୁଛି ବା" ମିଲି କିଛି ଉତ୍ତର ଦେଇ ଥାଆନ୍ତା, ଟା' ଆଗରୁ କଥା କାଟି ମମତା ଦେବୀ ଚିଡିଯାଇ କହିଲେ-

"ଆଲୋ, ହଁ ସେ ମଧୁମିତା କଥା ହିଁ କହୁଛି ଆଜିକାଲି କିଆ ଝିଅ ବା, ତମେମାନେ।ଉପର ଦେଖାଣିଆ ସଂସ୍କାରିଆ ଝିଅ ବୋହୂ ।କଥା ପଦାକୁ ଆସିଥିବ, ମରିଗଲେ ପରା ସବୁ ଶେଷ । ତା' ଠୁ ସହଜ କିଛି ଅଛି ଆଉ ,ନିଜେ ବିଷ ଖାଇ ମଲା ଆଉ ଘର ପାରିବାର ଉପରେ ମିଥ୍ୟା ଦୋଷାରୋପ ବିଞ୍ଚିଗଲ।"

ତନୁଶ୍ରୀ - କିନ୍ତୁ ବୋଉ, ଏମିତି ହଠାତ୍..?ମମତା ଦେବୀ- ତୁ ଗଲୁ, ଯା' ଶୀଘ୍ର, ତୁ ଗଲାପରେ ସାନିଟାଇଜ୍ କରିବାକୁ ହେବ ଘରଦ୍ୱାର । କେତେଥର କହିବେ ତନୁଶ୍ରୀ, ରିପୋର୍ଟ ନେଗେଟିଭ ବୋଲି । କରୋନା ନୁହଁ, ସାଧାରଣ ଥଣ୍ଡା ଜ୍ବର, ଚୁପ୍ ଚାପ୍ ଚାଲିଗଲେ ସେ । ମଧୁମିତା ଙ୍କ ଗେଟ୍ ପାଖରେ ସ୍କୁଟି ର ବେଗକୁ ମନ୍ଥର କରି,ଘର ଆଡ଼କୁ ଚାହିଁଲେ । ଅଳ୍ପ ଭିଡ଼, ପାଚେରୀ ଭିତରେ କିଛି ପୋଲିସ୍ ଆଉ ଅଧେ ସମ୍ପର୍କୀୟ ।

ମଧୁମିତା କଣ ସତରେ ଏ ପଦକ୍ଷେପ ନେଇଥିବେ? ପ୍ରତିଦିନ ତ କଥାବାର୍ତ୍ତା ହେବା ସମ୍ଭବ ନ ଥିଲା କିନ୍ତୁ ପର୍ବପର୍ବାଣୀ ଓ ଛୁଟିଦିନରେ ପାଚେରୀ ପାଖକୁ ଆସି ଦିଂହେ ଅଳ୍ପ କେତେ କ୍ଷଣ ଗପସପ ହୁଅନ୍ତି । ସପ୍ତାହେ ରେ କ୍ଷଣିକ ର ଆଳାପ ହୁଏ କିନ୍ତୁ ସେ ବେଶ୍ ଭଲଭାବେ ଜାଣନ୍ତି ମଧୁମିତା ଙ୍କୁ । କାରଣ ଖୋଜୁ ଖୋଜୁ ସେ ବ୍ୟାଙ୍କ୍ ପାଖରେ ପହଞ୍ଚି ସାରିଥାନ୍ତି । ଷ୍ଟାଣ୍ଡ ରେ ସ୍କୁଟି ରଖି ପ୍ରଥମେ କ୍ୟାଣ୍ଟିନ କୁ ଯାଇ ଜଳଖିଆ ବରାଦ କଲେ । ଚାରିଦିନ ହେଲାଣି ଘରେ ତାଙ୍କ ଖାଇବା ପିଇବା ହେଉନି ।ଏତେ ଅପାଠୁଆ ଙ୍କ ଭଳି ବ୍ୟବହାର ! ରୋଷେଇ ଘରେ ପଶିବା ନିଷେଧ ଆଉ ରୋଷେଇ ଘରୁ ବି ଖାଇବା ଆସୁନି ତାଙ୍କ ପାଖକୁ ।ଏବେ କେବଳ କ୍ୟାଣ୍ଟିନ ର ସାହାରା ଆଉ ସନଡେ ..? ସେଦିନ କଣ କରିବେ ସିଏ, କେଣ୍ଟିନ ଯାଏଁ ଆସିବେ ନା ବିସ୍କୁଟ , ମିକ୍ସ୍ଚର ରେ କାମ ଚଳାଇବେ । ଜଳଖିଆ ସାରି ଚାଲିଲେ, ବ୍ୟାଙ୍କ୍ ଭିତରକୁ ଡିଉଟି ପାଇଁ । ଡିଉଟି ସାରି ଘରକୁ ଫେରିଲେ । ସନ୍ଧ୍ୟା ଗଡି ଯାଇଥାଏ ।ଉଭୟଙ୍କ ବାଡିପଟ ବଗିଚାରେ ଲାଇଟ ଜଳୁଛି । ବାଲ୍ କୋନି ରୁ ତନୁ ଅନାଇଲେ ମଧୁମିତା ଙ୍କ ଘର ଆଡ଼କୁ । ସେ ଜାଣନ୍ତି ମଧୁମିତା ଆଉ ନାହାନ୍ତି ତଥାପି ଆଖି ଥରେ ନିରେଖି ଆସେ ତାଙ୍କ ଘର ର ଉପର ମହଲା ର ଡାହାଣ

ପଟ ବାଲକୋନୀ ଆଡ଼କୁ,ଯେଉଁଠି ଏ ସମୟ ରେ ମଧୁମିତା ସ୍ଵାମୀ ସହ ବସି ଚା ' ର ମଜା ନିଅନ୍ତି ।ପୁଣି ଖୋଜନ୍ତି ସନ୍ଧ୍ୟା ଆଳତି ର ସେ ଝୁଣା , କର୍ପୁର ର ମହକ କୁ । ବେଶୀ ସମୟ ଆଉ ସେଇଠି ସେ ଛିଡ଼ା ହୋଇ ନ ପାରି ପଶି ଆସିଲେ ରୁମ୍ ଭିତାରକୁ ।

ବୈଠକ ରେ ମମତା ଦେବୀ ଓ ତାଙ୍କ କିଛି ବାନ୍ଧବୀ ଙ୍କ ଚର୍ଚ୍ଚା ଚାଲିଥାଏ , ଆଜି ର ଘଟଣା କୁ ନେଇ ।

ବିନା ଦ୍ବିଧାରେ, ବିନା ଆପତ୍ତି ରେ ମାନି ନେଉଥିବା ସର୍ତ୍ତ ଗୁଡ଼ିକୁ କର୍ତ୍ତବ୍ୟ ବୋଲି ଓ ତହିଁରେ ପୁଣି ପାଞ୍ଚମାସ ର ଗର୍ଭବତୀ ନାରୀ ସେ ଏମିତି ପଦକ୍ଷେପ ଜମାରୁ ନେଇ

ନ ଥିବେ । ନା' ଜାମା ନୁହଁ , ମୋର ମନେ ଅଛି ଯୋଉ ଦିନ ଗର୍ଭ ଧାରଣ ର ସୂଚନା ପାଇଥିଲେ,ଖୁସି ବାଣ୍ଟିବା ପାଇଁ ଅପେକ୍ଷା କରିଥିଲେ ତନୁ ଙ୍କୁ । ରବିବାର ଥାଏ, ଫୁଲତୋଳା ସାରି ମୁଣ୍ଡ ଉଠାଇ ବାରମ୍ବାର ଚାହୁଥାନ୍ତି ପାଚେରୀ ଆରପାଖକୁ ଆଉ ଯେତେବେଳେ ତନୁ ଙ୍କୁ ବାଡିପଟ କୁ ବାହାରିବା ଦେଖିଲେ, କେତେ ଉତ୍କଣ୍ଠା ଓ ଆବେଗ ନେଇ ଧିର , ଉତ୍ତେଜିତ ସ୍ୱର ରେ ଇସାରା କରି ତନୁ ଙ୍କୁ ପାଖ କୁ ଡାକି ଖବର ଟି ଦେଇଥିଲେ ।

ତାଙ୍କର ସେ ଉତ୍କଣ୍ଠା,ଉତ୍ତେଜନା ଏବେ ବି ସଜ ଦୃଶ୍ୟ ।ଜଣେ ମାଆ କେବେ ବି ଏଭଳି ପଦକ୍ଷେପ ନେବନି ।କିଛି ତ ଅଛି ଯାହା ଉପରେ ପରଦା ଟିଏ ଟାଣି ମଧୁମିତା ଙ୍କୁ ଅପବାଦ ଦେଇ ଅନ୍ୟମାନେ ସତ୍ ଚରିତ୍ର ର ମୁଖା ପିନ୍ଧିଲେଣି ।ବୋହୂ ଚାଲି ଯିବାର ପୀଡା ର ଅଭିନୟ ରେ ଜର୍ଜରିତ ର ଅଭିନୟ ଏମିତି ଯେଭଳି ମରୁଭୂମି ର ଟାଣୁଆ ପାଗରେ ଅସ୍ଥାୟୀ ଓ ଛଳନାମୟୀ ମେଘଖଣ୍ଡିଏ ।ଆଉ ସେ ମେଘ ଖଣ୍ଡିକ ଏମିତି ଭାସିଆସେ ଓ ସ୍ଥାୟୀ ବାସିନ୍ଦାଙ୍କୁ ଅବଗତ କରାଇ ଦିଏ ସତେ ଯେମିତି ତା' ମୁଷଳ ଧାରା ରେ ଭିଜାଇ ପଥୁରିଆ ପୃଷ୍ଟଭୂମି କୁ ଉର୍ବରିତ କରିଦେବ ।ହେଲେ କି, ସେ ମେଘ ଭିଜାଇବ କି ମଧୁମିତା

ଫେରି ଆସିବେ ।

ଯଦି ମଧୁମିତା ଙ୍କ ସହ କିଛି ଅନ୍ୟାୟ ହେଉଥିଲା,ସେ ମଉନ ରହିଲେ କାହିଁକି..? ମଉନ ରହିବା ଟା ହିଁ ଉଚିତ୍ ବୋଧେ । ଆମ ସଂସ୍କାର ଭିତରେ ' ମଉନ' ର ଗୋଟାଏ ମୁଖ୍ୟ ଭୂମିକା ରହିଛି । ତନୁଙ୍କୁ ବାହାଘର ସମୟ ରେ ତାଙ୍କ ଅଭିଭାବକ କହିଥିଲେ " ଏବେ ଦି କୂଳ ର ସମ୍ମାନ ର ଡୋରି ତୋରି ହାତରେ ।ଯେତେ ଯାହା ହେଲେ ବି ସବୁ ପରିସ୍ଥିତି ରେ ମଉନ ରହିବୁ ।ମଉନ ସବୁ ସମସ୍ୟା ର ସମାଧାନ । କୌଣସି କଥାରେ କାହାରିକି ଉତ୍ତର ଦେବୁନି ।ତୁ ଜିଦ୍ ରେ ଅମାନିଆ ହୋଇ ଘର ଚୌଖଟ ପାରି ହେବୁନି। ଯୋଉଦିନ ତୁ ନୁହେଁ,ତୋ ' ମୃତ ଶରୀର ସେ ଘର ଚୌଖଟ ପାରିକରି ସିଧା ଶ୍ମଶାନ କୁ ଯିବ,ସେଦିନ ଆମ

ସଂସ୍କାର ସଫଳ ବୋଲି ମଣିବୁ ।ମନରେ ତୁ ଚାଲିଯିବାର ଦୁଃଖ ଥିବ କିନ୍ତୁ ଆମ ସଂସ୍କାର ସଫଳ ହେଇ ଯାଇଥିବ ।"

ହଁ..!,ସତରେ କି..? ଆଜି ମଧୁମିତା ଙ୍କ ଅଭିଭାବକ ତାଙ୍କ ମଉନ କୁ ନେଇ ସନ୍ତୁଷ୍ଟ ଥିବେ ।ତାଙ୍କ ଘରକୁ ନୁହେଁ ବରଂ

ଝିଅ ର ଶ୍ମଶାନ ଯାତ୍ରା ଦେଖି ସେମାନଙ୍କ ଛାତି ଚଉଡା ହେଇ ଯାଉଥିବ ।ବାହାଘର ସମୟ ରେ ଯେଉଁ ସବୁ ନୀତିବାଣୀ ଦେଇ ତାଙ୍କୁ ବିଦାୟ କରାଯାଇଥିଲା, ସେ ସବୁ ମଧୁମିତା ଙ୍କୁ ମଧ୍ୟ ଦିଆଯାଇଥିବ ନିଶ୍ଚୟ ଆଉ ମଧୁମିତା ସେ ସବୁ ନୀତିବାଣୀ ଅକ୍ଷରେ ଅକ୍ଷରେ ପାଳନ କରିଗଲେ ।

ତନୁଶ୍ରୀ ନିଜକୁ ପଚାରୁଥାନ୍ତି-"ସେ ବି କଣ ମଧୁମିତା ନୁହଁନ୍ତି? ହଁ, ପୂର୍ଣ୍ଣ ରୂପରେ ହେଇ ନ ପାରନ୍ତି ମାତ୍ର ସେ ବି ତ ସେଇ ପଥ ର ଯାତ୍ରୀ । ଯୁଗ ବଦଳିଗଲାଣି । ଦେଶ ସ୍ବାଧୀନ ହେବାର ଏତେ ବର୍ଷ ବିତି ଗଲାଣି । ଦେଶବାସୀ ସ୍ବାଧୀନ ।ନାରୀ ପୁରୁଷ ସମସ୍ତଙ୍କୁ ସମାନ ଅଧିକାର ଦିଆ ଯାଇଛି ହେଲେ ଅଧିକାର ପାଇ ବି କାହିଁକି ନାରୀ ପରାଧିନତା ସ୍ବୀକାରେ ?ପରାଧିନତା..? ନା' ତା' ପାଦରେ ଲାଗିଥିବା ନାଲି ଅଳତା ରୂପକ ଶିଙ୍କୁଲି ।ଆଜି ବି ଦି କୂଳ ର ପରିଚୟ ଗଢ଼ୁଗଢ଼ୁ ନି ଅସ୍ତିତ୍ବ ଆଉ ପରିଚୟ ର ଆହୁତି ଦେଇ ଅନ୍ୟର ସମ୍ମାନ ଗଢେ । ନିଜେ ଅପବାଦ ପାଏ,ଅନ୍ୟର ପ୍ରତାରଣା କୁ ନିଜ ଭାଗ୍ୟ କରିନିଏ ।ସେ କାହିଁକି ଅନ୍ୟ ର ଅଧୀନ ହୁଏ?ରାତି ର ଦି' ପହର ଗଡି ସାରିଲାଣି । ବେଡ୍ ପାଖରେ ପଡିଥିବ ଆରାମ୍ ଚେୟାର୍ ରେ ବସି,ନିଜେ ପ୍ରଶ୍ନ ପଚାରୁଥାନ୍ତି ଓ ଉତ୍ତର ଖୋଜୁଥାନ୍ତି ।

ଦୋଷ କିନ୍ତୁ କାହାର..? ନାରୀ ର.., ସମାଜ ର...,, ନା' ନିଜ ଲୋକ ହିଁ ବାଇରି..? ନାରୀ ସହନଶୀଳତା ର ସଂଜ୍ଞା ଟିଏ ସତରେ, ହେଲେ ଏ ନିରବତା..? ନୀରବ ରହି ସବୁକିଛି ସାହି ଯିବାର ଯାତ୍ରା ଅବିରହ ଚାଲିବ ନା ତାକୁ ବି ନ୍ୟାୟ- ଅନ୍ୟାୟ ର ବିଚାର କରି ସମୟେ ସମୟେ ଅଟକି ପ୍ରହାର କରିବାକୁ ହେବ ।

ମଧୁମିତା ଙ୍କ ଘରେ ପ୍ରାୟତଃ ଭାଗବତ ପାଠ ହୁଏ ।ଗିତାଗ୍ୟାନ ଆଉ ଅନେକ ପ୍ରବଚନ ଚାଲେ, ବେଳେ ବେଳେ ତନୁ ମଧ୍ୟ ଶାଶୁ ଙ୍କ ସହ ଯାଆନ୍ତି ଛୁଟି ଦିନ ଗୁଡ଼ିକ ରେ । ଗତ ମାସରେ ହିଁ ତ ଗୀତାଜ୍ଞାନ ପାଠ ର ଶ୍ରବଣ ସମୟ ରେ ଦିଁହେ ହଜି ଯାଇଥିଲେ, ମଉନ ଉପରେ ଥିବା ପ୍ରବଚନ ଟି ଉପରେ । କେଡେ ବିଚିତ୍ର ଏ ମଉନ , ଅନେକ ଶକ୍ତି ନିହିତ ଏହା ଭିତରେ କିନ୍ତୁ ଏହାର ଦୁଇଟି ପାର୍ଶ୍ବ ପ୍ରଥମତଃ ଯଦି ମଣିଷ ମଉନ ରହିବା ଶି,ତାର ଅଧିକାଂଶ ସମସ୍ୟା ର ସମାପ୍ତି ଘଟେ ।ସତରେ ମଉନ ରେ ବାଡ ଶକ୍ତି ଅଛି । ବହୁତ୍ ବଳବାନ୍ ।କିନ୍ତୁ ଯଦି ଏହାର ଦ୍ଵିତୀୟ ପାର୍ଶ୍ବ କୁ ଦେଖାଯାଏ, ତେବେ, ସେ ମଉନ..ସେ ନିରବତା କୁ କାମର ଯାହା ସମୟ ଆସିଲେ , ତା' ରୂପ ନ ଦେଖାଏ । କଣ ସର୍ବଦା ମଉନ ରହିବା

ଉଚିତ୍..? ନା ,ଇତିହାସ ସାକ୍ଷୀ ଅଛି ଅଧିକାଂଶ ବିପତ୍ତି ଏଥିପାଇଁ ଆସିଥିଲା ଯେ ସମୟେ ସମୟେ ମଣିଷ ମଉନ ରହି ଏହାର ବିରୋଧ କରି ନ ଥିଲା ।ମଉନ ରହିବାର କାରଣ ଥାଏ ମାତ୍ର ଅକାରଣେ ମଉନ ରହିବା ଦ୍ଵାରା ଖଳବ୍ୟକ୍ତି ବା ଖଳନୀତି ଏହାକୁ ସମ୍ମତି ବୋଲି ମାନିନିଏ ।ଏବଂ ଏହି ଖଳ ନୀତି ବା ଖଳବ୍ୟକ୍ତି କୁ ସହିବା ଆମ ସ୍ବଭାବ ହୋଇଯାଏ ।ବ୍ୟକ୍ତି ପାଷାଣ ପାଲଟେ ।ମଉନ କେତେବେଳେ ରଖିବାର ଅଛି ଆଉ କେତେବେଳେ ମଉନ ର ପାଚେରୀ ଭାଙ୍ଗି ବାଡ ର ପରିସ୍ଥିତି ଆଣିବାର ଅଛି ଏହା ନ ବୁଝିବାଟା ହିଁ ଭୂଲ୍ ।

ସେଦିନ ର ସେ ଗ୍ରନ୍ଥଜ୍ଞାନ ରୁ ମଧୁମିତା କଣ ଏତିକି ବୁଝିବା ପାଇଁ ସକ୍ଷମ ନ ଥିଲେ ।କେବଳ ସେ ମଧୁମିତା ତ ନୁହଁନ୍ତି

ସେ ପରା ଡକ୍ଟର ମଧୁମିତା !

ପ୍ରଥମ ପାର୍ଶ୍ଵରେ ମଉନ କୁ ପାଦର ବେଦୀ କରି ପିନ୍ଧାଇ ଦିଆଗଲା ।ଅନ୍ୟ ପାର୍ଶ୍ବ ଟି ବିଷୟରେ ନା କେହି ଅବଗତ କରାଇଲେ ନା ମଧୁମିତା ନିଜେ ଜାଣିବାକୁ ଚେଷ୍ଟାକଲେ ।

ମଧୁମିତା... ? ମଧୁମିତା ଙ୍କ କଥା ଛାଡ ।କଣ ତନୁ ଏଇ

କଥାକୁ ବୁଝିଛନ୍ତି ..? ସେ ନିଜକୁ ଅନବରତ ପ୍ରଶ୍ନ ଘେରରେ ରଖି ଉତ୍ତର ଖୋଜୁଥାନ୍ତି ।ମସ୍ତିଷ୍କ ତରାଜୁ ରେ ଦିତି ଯାକ ପାର୍ଶ୍ବ ର ଦୃଶ୍ୟ ଗୁଡ଼ିକ ରଖି ତଉଳୁଥାନ୍ତି । ବିବାହ ପରେ ବିଦାୟ ନେଲାବେଳେ ତାଙ୍କୁ ବି ଅନେକ ମାନସମ୍ମାନ, ବାଦ ଅପବାଦ , ଦି- କୂଳ ର ପରିଚୟ,

ମଉନ ରହି ସହନଶୀଳତା କୁ ଆପଣେଇ ନେବା ଏମିତି କେତେ କଣ ଶିକ୍ଷା ଦିଆଯାଇଥିଲା । ସେ ବି ତ ମଧୁମିତାଙ୍କୁ ଅନୁସରଣ କରି ଆଗେଇ ଚାଲିଛନ୍ତି । ସେ ବି ତ, ସମ୍ପୂର୍ଣ୍ଣ ମଉନାବତୀ । କେତେବେଳେ ମଉନ ର ନୀରବତା କୁ ଭାଙ୍ଗିବାକୁ ହୁଏ, ସେ କଣ ଜାଣନ୍ତି..? ନିଜକୁ ନିଜେ ବୁଝାଉ ଥାଆନ୍ତି।ସେ ଆଜି ର ନାରୀ,ସେ ସବୁ ଭୁଲ ଠିକ୍ ବୁଝି ପାରିଛନ୍ତି କିନ୍ତୁ ତାଙ୍କ ଉପରେ ହେଉଥିବା ଅନ୍ୟାୟ ବିରୋଧ ରେ କେତେଥର ବୋଉ ଆଗରେ ଅଭିଯୋଗ କରିଥିଲେ, ହେଲେ ବୋଉ ଭାଗ୍ୟ କୁ ଆଦରି ରହିବାକୁ ହୁଏ ବୋଲି କହି ପଣତ ଝାଡ଼ିନେଲା । ତାଙ୍କ ପାଇଁ କେହି ଛିଡ଼ା ହେଲେ ସିନା,ସେ ଅନ୍ୟାୟ ବିରୋଧୀ ହୁଅନ୍ତେ ।ସ ବି ତ ସର୍ବଗୁଣସମ୍ପନ୍ନ।,ଦେଖିବାକୁ ସୁନ୍ଦରୀ,ଚାକିରିଆ ଝିଅ, ବେଶ୍ ଭଲ ରୋଜଗାର ।ଗୋଟାଏ ମାତ୍ର ଦୋଷ, ସେ ମା ଡାକରୁ ବଞ୍ଚିତ ।କିନ୍ତୁ ଏ କଣ ତାଙ୍କରି ଦୋଷ..? ଅନେକ ଥର ଡାକ୍ତରୀ ପରୀକ୍ଷା ହେଇଛି,ଅସୁବିଧା ସ୍ୱାମୀଙ୍କ ଯୋଗୁଁ, ତାଙ୍କର ଦୋଷ ନାହିଁ ହେଲେ କଥା ବାହାରକୁ ଗଲେ ପୁରୁଷ ର ପୁରୁଷତ୍ୱ ଉପରେ ଆଞ୍ଚ, ଏଣୁ ସେ ଦୋଷ ମୁଣ୍ଡାଇ ଚାଲିଛନ୍ତି ।ମମତା

ଦେବୀ ସବୁ ଜାଣି ବି ତନୁ ଙ୍କୁ ଆରୋପୀ କରି କଟୁ ମନ୍ତବ୍ୟ ଦେଇ ଚାଲିଛନ୍ତି ।ଆଇ. ଭି. ଏଫ୍. କଥା କହିଥିଲେ ବୋଲି, ମମତା ଦେବୀ ଅନ୍ୟ ପୁରୁଷ ସହ ସଂପର୍କ ରଖିବା ର କାମନା କେହି ତାଙ୍କୁ ଦି' ଦିନ ଯାଏଁ କଟୁବାକ୍ୟ ଶୁଣାଇଥିଲେ । ମମତା ରିଟାୟାର୍ଡ ସ୍କୁଲ୍ ପ୍ରିନ୍ସିପଲ୍, ସେ କଣ ଦୈହିକ ସମ୍ପର୍କ ଆଉ ଆଇ. ଭି. ଏଫ୍. ଦ୍ଵାରା ଗର୍ଭଧାରଣ କରିବା ଭିତର ପାର୍ଥକ୍ୟ ଜାଣି ନାହାନ୍ତି ।ସେଦିନ ର ସେ ଅପବାଦ ସାହି ନ ପାରି ସେ ଭାଇ, ଭାଉଜଙ୍କ ଆଗରେ ଏ କଥା ଟି ଜଣାଇଥିଲେ । ଓଲଟା

ଭାଉଜ ତନୁ ଙ୍କୁ ବୁଝାଇଥିଲେ, " ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି" । ହଁ, ସେ ସବୁ ସହି ଆଗକୁ ବଢ଼ୁଛନ୍ତି ।ମଧୁମିତା ଙ୍କ ଉଦାହରଣ ଦିଆଯାଏ, କୁହାଯାଏ

-" ମଧୁମିତା ଙ୍କୁ ଦେଖୁନୁ ସିଏ ପୁଣି ଡାକ୍ତର ମଧୁମିତା ହୋଇ ବି ହାଉସ୍ ୱାରଫ ଓ ନିର୍ଯ୍ୟାତିତ ହେଲେ ବିସବୁ ସହି ଆଗକୁ ବଢୁଛି ନା.. । ସେ ଜଣେ ଆଦର୍ଶ ବହୁ ଓ ଝିଅ, ତାକୁ ଅନୁସରଣ କରି ଚାଲେ ।"

ତନୁ ଭୟାତୁର ହୋଇ ଉଠନ୍ତି । ଭାବନ୍ତି ନା ' ସତରେ ମଧୁମିତା ଙ୍କ ଠୁ ତ ଢେର୍ ଭଲ ପରିସ୍ଥିତି ରେ ସେ । କର୍ମଜୀବୀ ମହିଳା,ବାହାରେ କାମ କରୁଛନ୍ତି,ଖୋଲା ପବନରେ ଅଧେଦିନ ମନଭରି ନିଃଶ୍ୱାସ ନେଇ ପାରୁଛନ୍ତି । ମଧୁମିତା ଙ୍କ ସହ ତୁଳନା କରି ନିଜକୁ ସେ ଖୁସି ହେଇ ଯାଆନ୍ତି,ଆଗକୁ ବଢ଼ି ଚାଲନ୍ତି ।

ଶେଷ ପ୍ରହର ଆସୁ ଆସୁ ସେ ଗଭୀର ନିଦ୍ରା ରେ ଚାଲି ଯାଇଥାନ୍ତି । ଆଉ ଶେଷ ପ୍ରହର ଶେଷ ହେଉ ହେଉ ନିଦ

ଭାଙ୍ଗି ଯାଇଥାଏ । ରାତିର ଅନିଦ୍ରା,ଭୋଜନ ଓ ଶରୀର ର ସଠିକ୍ ତାଳ ମେଳ ର ଅଭାବ ଯୋଗୁଁ ଦୁର୍ବଳିଆ ଅନୁଭବ

କରିଥାନ୍ତି ।ଅନିଦ୍ରା ଯୋଗୁଁ ମୁଣ୍ଡ ବି ପ୍ରବଳ ବିନ୍ଧୁଛି ।ଛୁଟି ଦରଖାସ୍ତ ଟେ ଲେଖି ସ୍ବାମୀଙ୍କୁ କହୁଥାନ୍ତି କାର୍ଯ୍ୟାଳୟ ରେ

ଦେଇଦେବା ପାଇଁ,କିନ୍ତୁ ଛୁଟି ଦରଖାସ୍ତ ନାଁ ଶୁଣିଶାଶୁ, ଶ୍ବଶୁର ସମସ୍ତେ ଏମିତି ଦୌଡ଼ିଲେ ସତେ ଯେମିତି ଛୁଟି ଦରଖାସ୍ତ ନୁହଁ, ସିଏ ଅଧା ସମ୍ପତ୍ତି ମାଗି ନେଇଛନ୍ତି ।

ଚିତ୍କାର କରି ଉଠିଲେ ସେମାନେ," ଆଉ କ'ଣ ସି.ଏଲ୍. ଅଛି ଟି ତୋର..? ଲିଭ୍ ଉଇଦ୍ ଆଉଟ୍ ପେ ହେବ ।ଆଉ ପନ୍ଦର ଟା ଦିନ ଗଲେ ଡ଼ିସେମ୍ବର ଶେଷ, ଛୁଟି କ'ଣ ଆବଶ୍ୟକତା ? କୋଉ ଫିଲ୍ଡ ୱାର୍କ କରିବାକୁ ଯାଉଛୁ କି, ଏୟାର୍କଣ୍ଡିସନ୍ ରୁମ୍ ରେ ବସି ଆରାମ ରେ କାମ କରୁଛୁ । ଟଙ୍କା ପଇସା ର ମୂଲ୍ୟ ଜଣାଥିଲେ ତ !" ଦରଖାସ୍ତ ଟା ଲୋଚାକୋଚା ହୋଇ ଡଷ୍ଟ ବିନ୍ ଭିତରକୁ ଚାଲିଗଲା ।ଆଜି ଡ୍ରାଇଭ୍ କରି ଯିବାକୁ ବି ବଳ ପାଉନି । ଜଣେ ମହିଳା ସହକର୍ମୀ ଙ୍କୁ ଜଣାଇଲେ । ଡିଉଟି ଯିବାବେଳେ ତାଙ୍କୁ ମଧ୍ୟ ପିକ୍ କରିବା ପାଇଁ ।ମମତା ଦେବୀ ଙ୍କୁ

ସାନିଟାଇଜର ବୋତଲ ଧରି ଏପଟ ସେପଟ ହେବାର ଦେଖି, ତନୁଶ୍ରୀ ସମୟ ପୂର୍ବରୁ ପ୍ରସ୍ତୁତ ହୋଇ ଅଗଣା ରେ ପଡ଼ିଥିବା ଚେୟାର ରେ ବସି ଅପେକ୍ଷା କରିଥାନ୍ତି ମହିଳା ସହକର୍ମୀ ଙ୍କୁ ।ପାଚେରୀ କଡ଼ କୁ ଲାଗି ବଉଳ ଗଛ ଟିଏ ।ତା'ରି ତଳେ ଚାରି ପାଞ୍ଚ ଜଣ ଦିନ ମଜୁରିଆ ଏକତ୍ର ହୋଇ ଜଳଖିଆ ଖାଉଥାନ୍ତି ।

ଆଉ ପ୍ରତିଦିନ ପାଖାପାଖି ନଅ ଟା ବେଳକୁ ଏଇଠି ବସି ଭୋଜନ କରିବା ସହ ବିଭିନ୍ନ ବିଷୟ ନେଇ ଆଲୋଚନା

କରିବାର ଦେଖନ୍ତି ତନୁଶ୍ରୀ । ଆଜି ଭୋଜନ କରିବା ସହ

ସେମାନଙ୍କ ଆଳାପ ର ମୁଖ୍ୟ ବିଷୟବସ୍ତୁ ମଧୁମିତା ଙ୍କୁ ନେଇ ।

ଆଜି ର ବିଷୟବସ୍ତୁ ର ଶୁଣାଣି କିନ୍ତୁ ଖୁବ୍ ଓଜନଦାର୍ ।

ପ୍ରାୟତଃ ତନୁଶ୍ରୀ ଡିଉଟି ଯିବା ସମୟ ରେ ସେମାନଙ୍କ ଆଲୋଚନା କୁ ନେଇ ଓକିଲାତି ଆଉ ଦୋଷୀ କୁ କାଠ ଘେରାରେ ରଖି ନିଷ୍ପତ୍ତି ନେବା ଶୁଣନ୍ତି , ସେମାନଙ୍କ ଓକିଲାତି ଆଉ ସେମାନଙ୍କ ନିଷ୍ପତ୍ତି ସବୁ ସେଇ ବଉଳ ଗଛ ତଳେ ଆରମ୍ଭ ହୋଇ ସେଇଠି ଶେଷ ହୋଇଯାଏ ଆଉ ସେମାନେ ବି ସବୁ ଭୁଲି କିଛି ସମୟ ପରେ ନିଜ କାମକୁ ବାହୁଡ଼ି ଯାଆନ୍ତି । ବିଦ୍ୟାଳୟ ଯାଇ କେବେ ଶିକ୍ଷା ପ୍ରାପ୍ତି କରିବା ସୁଯୋଗ ତ ସେମାନେ ପାଇ ନ ଥିଲେ ।ଯଦି କେବେ ଯାଇଥିବେ ତ ଏଇ ମଜୁରୀ କାମ ନେଇ ।କିନ୍ତୁ ସେମାନଙ୍କ ଜୀବନ ର କଠିନ ପରିସ୍ଥିତି ଓ ନିତିଦିନିଆ ଜୀବନ ର ଅନୁଭୂତି ର ଆଳାପ,ତନୁ ଙ୍କ ଭଳି ଉଚ୍ଚଶିକ୍ଷିତା। ମହିଳା ଙ୍କ ମସ୍ତିଷ୍କ କୁ ଦୋହଲାଇ,ଠିକ୍ ଭୁଲ୍ ର ବିଚାର ଶକ୍ତି ର ବାଟ ଫିଟାଇବାର ସାମର୍ଥ୍ୟ ଆଣିବାକୁ ସମର୍ଥ ହେଇଥିଲା ।

ମଧୁମିତା ମୃତ୍ୟୁ ରହସ୍ୟ କୁ ନେଇ ଆଲୋଚନା ଚାଲିଥାଏ । ସମସ୍ତେ କି ଭଳି ପଣତ ଝାଡ଼ିନେଇ ମଧୁମିତା କୁ ଦୋଷୀ କରି ନିଜେ ନିର୍ମଳ ହୋଇ ଦୋଷ ମୁକ୍ତ ହୋଇ ପଡୁଥିଲେ ।ସେମାନଙ୍କ ଏ ଆଳାପ ଟି ବୋଧେ ସମସ୍ତ ଙ୍କ ପାଇଁ ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଥିଲା । ସେମାନ ଙ୍କ ପାଠବହି ରେ ନ ଥିଲା,କି ବିଦାୟ ବେଳେ ଝିଅ କୁ ଶିକ୍ଷା ଦିଆଯାଇ ନ ଥିଲା କିନ୍ତୁ ' ନିରାଟ ସତ୍ୟ'।

ଆଲୋଚନା ଚାଲିଥାଏ ଜୋର୍ ଦାର୍..। କାଠାଘେରା ରେ କିନ୍ତୁ ସେମାନେ ମଧୁମିତା ଙ୍କୁ ରଖି ତାଙ୍କୁ ଦୋଷୀ ବୋଲି କହୁଥାନ୍ତି । ସେମାନଙ୍କ ଆଲୋଚନା ଶୁଣି ଚାକରାଣୀ ମିଲି ସେମାନଙ୍କ ପାଖରେ ଅଟକି ଯାଇ ମଧୁମିତା ପକ୍ଷ ନେଉଥାଏ ।ମିଲି କହୁଥାଏ_" ବୋହୂ ଟି ଖୁବ୍ ଭଲ ଗୋ , ଅତି ସରଳ ଓ ଦୟାଳୁ । ଖୁବ୍ ଅତ୍ୟାଚାର ସହେ, ମୁଁ ନିଜେ ଦେଖିଛି ପରା, ଆଉ ତାମେମାନେ ତା'ଙ୍କୁ ହିଁ ଦୋଷୀ ବୋଲି କହୁଛ କିଆଁ ଯେ..?

ମଜୁରିଆ ମାନଙ୍କ ଭିତରୁ ଜଣେ ପଚାରିଲା " ଆଛା ! ତା' ହେଲେ ତୋ ହିସାବ ଲଗାଇ କୁହ କିଏ ଦୋଷୀ..?

ମିଲି - ଦୋଷୀ, ନିର୍ଦ୍ଧୋଷୀ କଥା ନୁହଁ, ନିଜେ ମାରିବା ତ

ବୁଝି ହେଉଛି,ହେଲେ ଗୋଟେ ମା' କଣ ତା' ପିଲା କୁ ମାରି ପକାଇବାର ଶକ୍ତି ରଖିଥିବ ନା....? ତା' ଘର ଲୋକ,ସାଇ ପଡ଼ିଶା ସବୁ ଜାଣୁଥିଲେ, କିଏ ହେଲେ ଦୁଃଖ ବୁଝିଲେନି କି ହସ୍ତକ୍ଷେପ କଲେନି ।

ମଜୁରିଆ ମାନେ ଏକାଥରେ କହି ଉଠିଲେ- " ତୁ ତ ସବୁ ଜାଣିଥିଲୁ, ତୁ କାହିଁକି ହସ୍ତକ୍ଷେପ କଲୁନି କି ପଛରେ ଛିଡ଼ା ହେଲୁନି...? ମିଲି- ନା' ରେ ବାବା, କିଏ ହସ୍ତକ୍ଷେପ କରିବ, ମୁଁ ଥରେ ତାଙ୍କ ପକ୍ଷ ନେଇ ତାଙ୍କ ଶାଶୁ ଙ୍କୁ କହିଦେଲି,ସିଏ ତ ଚୁପ୍ ଓଲଟା ଶାଶୁପକ୍ଷ ନେଇ ମତେ ଚାରିପଦ ଶୁଣାଇ ଦେଲେ ।ଭୋଗିଲା ଲୋକ ତ ଭୋଗିବାକୁ ଆଦରି ନେଇଛି ଆଉ ସେ ଯଦି ରାଜି

ନ ହୁଅନ୍ତି ଲଢ଼ିବାକୁ ମୁଁ କଣ କରିପାରିଥାନ୍ତି ଯେ...?

ମଜୁରିଆ- ଶୁଣ ,ନିଜ ସୁଖ ଦୁଃଖ ର ଚାବି ନିଜ ହାତରେ ଥାଏ ।ପ୍ରଥମେ ନିଜପାଇଁ ନିଜେ ଛିଡ଼ା ହେବାକୁ ହୁଏ । ଅନ୍ୟକୁ ଦୋଷ ଦେବାର ଅଧିକାର କାହାରି ନାହିଁ ।ଥରେ ଯଦି ମେରୁହାଡ ଟା ଭାଙ୍ଗିଯାଏ ସେ ସିଧା ହୁଏନି । ସେ ମଣିଷ ଛିଡ଼ା ହେବା ଟା କଷ୍ଟକର ହୋଇପଡ଼େ । ଠିକ୍ ଏଭଳି ନିଜ ମାନ, ସମ୍ମାନ, ସ୍ୱାଭିମାନ ନିଜ ହାତରେ ।ତେଣୁ ନିଜ ଏ ମେରୂହାଡ ରୁପି ସମ୍ମାନ, ସ୍ୱାଭିମାନ କୁ ଅନ୍ୟକୁ ଦଳିବାକୁ ସମର୍ପିବା ହିଁ ନିଜର ମୂର୍ଖାମୀ ।ଅନ୍ୟ କୁ କାଇଁ ଦୋଷ ଦେବା ।

ସେମାନଙ୍କ ପ୍ରତି ଟି ବାକ୍ୟ ଆଉ ତା' ମର୍ମ ତନୁଶ୍ରୀ ଙ୍କ କର୍ଣ୍ଣ ଗହ୍ଵର ଦେଇ ସିଧା ମସ୍ତିଷ୍କ ରେ ପ୍ରହାର କରୁଥିଲେ ।

ସତରେ.... ନିରବତା କୁ ଜାବୁଡ଼ି ଧରିଥିବା ଝିଅଟି ପାଖରେ କୁଢ଼କୁଢ ଶବ୍ଦ ଥାଏ ।ପ୍ରତି ଟି ଶବ୍ଦ ରେ ଆର୍ତ୍ତ ଆହ୍ ର ଚିତ୍କାର.. ।ଆଉ ସେ ଚିତ୍କାର ରେ ଫାଟି ପଡ଼ିଲେ ବି ହୃଦୟ ରୁ କୋଳେଇ ନିଏ ସେ ଶଦ୍ଦ ଗୁଡ଼ିକୁ, ଖୋଲି ପାରେନା ସେ ପେଡ଼ି । ବେଡି ରେ ବାନ୍ଧି ହୋଇ ଅନବରତ ଧାଉଁ ଥାଏ ଅଧାବୁଝା ସତ୍ୟ ମିଥ୍ୟା ମୁଣ୍ଡ।ଇ। ଅସମର୍ଥ ହୁଏ, ତଉଲିବାକୁ ପାପ ପୁଣ୍ୟ,ଧର୍ମ ଅଧର୍ମ ର ଫରକ୍। ସହିଯାଏ ନୀରବ ରେ ସବୁ ନିର୍ଯ୍ୟାତନା ।କେବେ ଭାବେ ତା' ଧର୍ମ ତ କେବେ ଧରିନିଏ ତା ଭାଗ୍ୟ । ଗେଟ୍ ପାଖରେ ମହିଳା ସହକର୍ମୀ ଜଣକ ପହଞ୍ଚି ହର୍ନ ଦେଲେ । ତାନୁ ଗେଟ୍ ଆଡ଼କୁ ମୁହାଇଲେ । ଅନ୍ୟଦିନ ଗୁଡ଼ିକରେ ସେ ଗେଟ୍ ଖୋଲି ଡିଉଟି ଯିବା ସମୟ ରେ ସେମାନଙ୍କୁ ଦେଖି ହସି ଦିଅନ୍ତି ।କିନ୍ତୁ ଆଜି ମୁଣ୍ଡପୋତି, ଅଣଦେଖା କରି ବାହାରି ଯାଇଥିଲେ । ଗଛତଳେ ମଜୁରିଆ ମାନେ ଖାଇବାରେ ଲାଗିଥାନ୍ତି କିନ୍ତୁ ତନୁ ଙ୍କୁ ଲାଗୁଥାଏ ଖାଇବା ବନ୍ଦକରି, ଯେମିତି ତାଙ୍କୁ ଦେଖି ଫୁସୁରୁ ଫାସୁରୁ ହେଉଛନ୍ତି କାରଣ ତାଙ୍କ ମେରୁହାଡ ବି ଦଳି ହୋଇଯାଇଛି ବୋଲି ଉପହାସ କରୁଛନ୍ତି ।

ଦିବସରି ସନ୍ଧ୍ୟା ହେଲା, ସନ୍ଧ୍ୟା ଯାଇ ରାତି ଆଉ ରାତି ପାହି ପୁଣି ଏକ ସୂର୍ଯ୍ୟୋଦୟ ଆଉ ଏକ ମଜବୁତ୍ ମାନ,ସମ୍ମାନ ର ଠିକ୍ ଭୁଲ ର ବିଚାର ଶକ୍ତି ଓ ନିଜପାଇଁ ନିଜେ ଛିଡ଼ା ହୋଇ ପାରିବାର କ୍ଷମତା ରଖୁଥିବା ମେରୁହାଡ ଟେ ନେଇ ତନୁଶ୍ରୀ । ସକାଳୁ ଉଠି ନିତ୍ୟକର୍ମ ସାରି ରୁମ୍ ରୁ ବାହାରି ପ୍ରଥମେ ତାଙ୍କ ରୁମ୍ ସମ୍ମୁଖ ରେ ଲାଗିଥିବା ଦଉଡ଼ି ଟିକୁ ଛିଣ୍ଡାଇ ଫୋଡାଡ଼ିଲେ ଡ଼ଷ୍ଟବିନ ରେ, କାଳେ ତନୁ ରୁମ୍ ରୁ ବାହାରି ରୋଷେଇ ଘର କୁ

କି ଅନ୍ୟ କୋଠରୀ କୁ ଚାଲି ଆସିବେ ସେଇ ବାରାନ ପାଇଁ ତାଙ୍କ ରୁମ୍ ଆଗରେ ଦଉଡ଼ି ବନ୍ଧା ହୁଏ । ଆଜି କିନ୍ତୁ ତନୁ ସେଇ ଦଉଡ଼ି କୁ ଛିଣ୍ଡାଇ ପଶିଲେ ରୋଷେଇଘରେ ।ତାଙ୍କୁ ରୋଷେଇ ଘରେ ପଶିବା ଦେଖି ମମତା ଦେବୀ ଦଉଡ଼ି ଯାଇ ଗ୍ୟାସ ଚୁଲି ପାଖରୁ ଗୋଟାଏ ହାତରେ ଲାଇଟର କୁ ଉଠାଇ ନେଲେ ଏବଂ ଅନ୍ୟ ହାତରେ ଗ୍ୟାସ ଚୁଲି କୁ ଅଳ୍ପ ଘୁଞ୍ଚାଇ ତନୁ ଙ୍କୁ ଧମକ ଦେଲେ । ତନୁ କିନ୍ତୁ ଆଜି ଅମାନିଆ ବାଆ ଖଣ୍ଡିଏ । ମମତା ଦେବୀଙ୍କ ହାତରୁ ଲାଇଟର୍ ଟି ଟାଣି ନେଇ ମୃଦୁ ହସି କହିଲେ " ମୁଁ ରୋଷେଇ କରିସାରେ ବୋଉ, ଡିଉଟି ହୋଇଯିବ ନ ହେଲେ, ତା'ପରେ ରୋଷେଇ ଘରକୁ ସାନିଟାଇଜ୍ କରି ତମେ ରୋଷେଇ କରିନେବ ।" ତନୁ ବିନା କ୍ରୋଧରେ ସ୍ମିତ ହାସ୍ୟ ସହ କଥାକୁ ସହଜ କରି ଚାଲିଥିଲେ କାରଣ ସେ ସଂସ୍କାର ଭୁଲି ନ ଥିଲେ କିନ୍ତୁ ଠିକ୍ ଭୁଲ୍ ର ହିସାବ ଆଉ ମଉନ କଉଠି ଭାଙ୍ଗିବାର ଅଛି ସେ କଥା ବି ଶିଖି ଯାଇଥିଲେ ଏବଂ ମେରୁଦଣ୍ଡ- ମାନ, ସମ୍ମାନ, ସ୍ୱାଭିମାନ ର ସଠିକ୍ ତାଳ ମେଳ ନେଇ ଆଗକୁ ବଢ଼ୁଥିଲେ ।ସମୟ ଆସି ଯାଇଥିଲା ମଉନ ଭଙ୍ଗର ଅନ୍ୟାୟ ବିରୁଦ୍ଧ ରେ ।ଜଳଖିଆ କଲେ ଡାଇନିଂ ରେ, ଲଂଚବକ୍ସ ପ୍ରସ୍ତୁତ କରି ବ୍ୟାଗ୍ ରେ ପୁରାଇଲେ ।ବାଡିପଟ ରାସ୍ତା ନୁହଁ, ଘର ର ମୁଖ୍ୟଦ୍ୱାର ଦେଇ ବାହାରିଲେ ଡିଉଟି ପାଇଁ ।

ମିଲି ସବୁ ଦେଖୁଥାଏ, ତା' ମୁହଁ ଆନନ୍ଦରେ ପ୍ରସ୍ପୁଟିତ ଆଉ ଓଠ ହସ ଲହଡ଼ି ଭାଙ୍ଗୁଥାଏ ।ଅନ୍ୟଦିନ ମାନଙ୍କରେ ସେ ଚୁପ୍ ଚାପ୍ ଅଇଁଠା ବାସନ ଉଠାଇ ବାଡିପଟ କୁ ନେଇ ମାଜେ,ମମତା ଦେବୀ ଙ୍କ ଭୟରେ ମୁଣ୍ଡପୋତି ଚୁପ୍ ଚାପ୍ କାମ କରି ଚାଲିଯାଏ କିନ୍ତୁ ଆଜି ଗୁଣୁଗୁଣୁ ଗୀତଗାଇ ବାସନ ମାଜୁଥାଏ ଏବଂ ଅନ୍ୟଦିନ ଠୁ ବେଶୀ ମନ ଦେଇ କାମ କରୁଥାଏ । ତନୁ ଙ୍କୁ ତଥାପି ଆହୁରି ଜରୁରୀ କାମ କରିବାର ଥିଲା ।ବ୍ୟାଙ୍କ୍ ରେ ପହଞ୍ଚିଲା ବେଳକୁ ତିନିଥର ଧମକ ଭରା ଫୋନ୍ ଆସିଲାଣି ସ୍ୱାମୀଙ୍କ ର ।ତନୁ ସବୁ ବେଖାତିର୍ କରି ତାଙ୍କ ସମସ୍ତ ଡିପୋଜିଟ୍ ରୁ ଏବଂ ଅନ୍ୟାନ୍ୟ ସେଭିଂ ଏକାଉଣ୍ଟ୍ ଗୁଡିକରୁ ନୋମିନି ରେ ଥିବା ସ୍ୱାମୀ ଙ୍କ ନାମ ବଦଳାଇ ନିଜ ମା'ଙ୍କୁ ନୋମିନି କରିନେଲେ ।ସମସ୍ତ କାଗଜ ପତ୍ର ରୁ ସ୍ୱାମୀଙ୍କ ନାଁ କାଢ଼ିନେଲେ । ପରିବାର ର ସମସ୍ତେ ଚାକିରିଆ ।ଶାଶୁ,ଶ୍ବଶୁର ଙ୍କୁ ପେନସନ ମିଳୁଛି ।ସ୍ୱାମୀଙ୍କ ନିଜ ବ୍ୟବସାୟ ଅଛି ବେଶ୍

ମୋଟା ରକମ୍ ଆସେ କିନ୍ତୁ ସମସ୍ତେ ସମ୍ପୂର୍ଣ ଆୟକୁ ସଞ୍ଚିତ କରି ନିଅନ୍ତି ଆଉ ତନୁ ଘରଖର୍ଚ୍ଚ ତୁଲାଇଥାନ୍ତି ।ଏବେ କିନ୍ତୁ ତନୁ ଚାଳିଶ ପ୍ରତିଶତ ଦରମା ର ଘରଖରଚ ପାଇଁ ଦେଇ ବାକି ଅର୍ଥ ସଞ୍ଚୟ କରିବାର ନିଷ୍ପତି ନେଇଛନ୍ତି । ମ୍ୟାନେଜର ବାବୁ ତନୁ ଙ୍କୁ କହିଲେ " ନୋମିନୀ ବଦଳାଇବା ଆଗରୁ ଥରେ ଭାବିନିଅ ।" ତନୁ ଉତ୍ତର ଦେଲେ " ଆଗରୁ ଭାବିବାର ଥିଲା ସାର୍,ବହୁତ୍

ବିଳମ୍ୱ ରେ ଭାବିଲି ।" ମ୍ୟାନେଜର ବାବୁ ତାଙ୍କୁ ସା ଦେଇ ତାଙ୍କ ନିଷ୍ପତ୍ତି ରେ ସମ୍ମତି ଦେଲେ ।

ଡିଉଟି ସାରି ସନ୍ଧ୍ୟାରେ ଘରେ ପହଞ୍ଚିଲା ବେଳକୁ ଖବର

ପହଞ୍ଚି ସାରିଥାଏ ।ମମତା ଦେବୀ, ତନୁ ଙ୍କ ଅଭିଭାବକ

ଙ୍କୁ ସବୁ ଅଭିଯୋଗ କରି ସାରିଥିଲେ ।କିନ୍ତୁ ଏବେ ତନୁଙ୍କ

ଅଭିଭାବକ ତନୁ ଙ୍କ ସପକ୍ଷରେ ।ମମତା ଙ୍କ ସବୁ ପ୍ରୟାସ ନିଷ୍ଫଳ ।ଏଥର ତନୁ ପ୍ରମାଣ ପାଇଗଲେ ଯେ ପ୍ରଥମେ ନିଜ

ପାଇଁ ନିଜେ ଛିଡ଼ା ହେବାକୁ ହୁଏ, ତା' ପରେ ଅନ୍ୟମାନେ ବୋଲି ।ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ପଛରେ ସେ ଉଠାଇଥିବା ଧିର

ସ୍ୱର ଟି ପଛରେ ଏବେ ସଭିଙ୍କ ସମ୍ମତି ଥିଲା ।ସେ ତାଙ୍କ ଅଭିଭାବକ ହୁଅନ୍ତୁ କି ସମାଜ ହେଉ କି ଚାକରାଣୀ ଟିଏ ହେଇଥାଉ ।

ସନ୍ଧ୍ୟାରେ ଡିଉଟି ରୁ ଫେରି ଘରକୁ ପ୍ରବେଶ କଲାପରେ,ବଜାର ରୁ ଜଳଖିଆ ମଗାହୋଇ ଚା' ତିଆରି ଚାଲିଥାଏ ।ମମତା ଦେବୀ ଙ୍କ ବ୍ୟବହାର ବଦଳି ସାରିଥାଏ ।ସିଏ ନିଜେ ତନୁ ଙ୍କ ରୁମ୍ କୁ ଆସି ତାଙ୍କୁ ପରିବାର ର ସମସ୍ତିଙ୍କି ସହ ଚା' ଜଳଖିଆ କରିବା ପାଇଁ ଡ୍ରଇଂ କୁ ଆମନ୍ତ୍ରଣ କରୁଥାନ୍ତି । ତନୁ ଚଉଦ ଦିନିଆ ବାରଣ କଥା ଶାଶୁ ଙ୍କୁ ମନେ ପକେଇଦେଲି,ହେଲେ ତନୁ ଙ୍କ କଥା କାଟି ମମତା କହିଲେ" ନା.. ମ, ରିପୋର୍ଟ ପରା ନେଗେଟିଭ ,ଭୟ କାହା ପାଇ ଯେ ।ଗୋଡ ହାତ ଧୋଇ ଶୀଘ୍ର ଆସେ,ଆମେ ତୋ ପାଇଁ ଅପେକ୍ଷା କରିଛୁ ।

ତନୁ,ହଲ ରେ ବସି ପରିବାର ସହ ଜଳଖିଆ ଓ ଚା' ର ମଜା ନମିନେସନ୍ ଫର୍ମ ରୁ ହଟିଯାଇଥିବା ନାଁ କୁ ନେଇ ସ୍ଵାମୀ ଙ୍କ ଅଭିଯୋଗ ନ ଥିଲା କିନ୍ତୁ ଅତ୍ୟାଧିକ ମିଠାବାଣୀ ରେ ଅନୁରୋଧ ର ମହକ ଆସୁଥିଲା । ବର୍ତ୍ତମାନ ମିଲି କୁ ପନ୍ଦର ଦିନ ପାଇଁ ନୁହେଁ ବରଂ ଚିରଦିନ ପାଇଁ କାମକୁ ରଖି ସାରିଲେଣି ।

ସଂଜ ଗଢିବାକୁ ଯାଉଛି । ମଧୁମିତା ଙ୍କ ଘରପଟୁ ଏକ ସ୍ପଷ୍ଟ ଶଙ୍ଖଧ୍ୱନି , ହୁଳହୁଳି ର ଶବ୍ଦ ଶୁଣାଯାଉଥାଏ ,ବୋଧେ ମଧୁମିତା ତା'ଙ୍କ ପଦକ୍ଷେପ କୁ ସ୍ଵାଗତ କରୁଥିଲେ ।

ରାତିପାହି ସୁନ୍ଦର ସକାଳ ଟିଏ ଆସିଲା । ଡ଼ିଉଟି ସମୟ ହୋଇ ଆସୁଥାଏ, ସେଇ ବଉଳ ଗଛ ମୂଳେ ମଜୁରିଆ ମାନଙ୍କ ଜଳଖିଆ ଓ ସଭା ଚାଲିଥାଏ ସବୁଦିନ ଭଳି ।ତନୁ ସ୍କୁଟି କାଢି ଗେଟ୍ ବନ୍ଦ କଲେ ।ସ୍କୁଟି ଷ୍ଟାର୍ଟ କରି ସେମାନଙ୍କ ଆଡ଼କୁ ଚାହିଁଲେ, ଆଗଦିନ ଭଳି ଆଉ ତନୁ ନତମସ୍ତକ ନ ଥିଲେ । ସେମାନେ ତନୁ ଙ୍କୁ ଦେଖି ହସିଦେଲେ ,ତନୁ ବି ହସ ବଦଳ ରେ ହସ ଟିଏ ଫେରାଇ ଚାଲିଲେ ନିଜ ସ୍କୁଟି ରେ, ମୁକ୍ତ ଆକାଶ ର ବିହାଗ ଟିଏ ପରି...।



Rate this content
Log in

Similar oriya story from Drama