ମେଲଣ
ମେଲଣ
ବଂଧୁ ଗଣ। ଆମ ଜୀବନ ଶୈଳୀର ଗୋଟାଏ ପକ୍ଷ ଆରାଧନା। କି ହିନ୍ଦୁ ମୁସଲମାନ କ୍ରିଷ୍ଟିଅନ୍ ଯେକୌଣସି ଧର୍ମ ସମ୍ପ୍ରଦାୟ ବ୍ୟକ୍ତି ହୁଅନ୍ତୁ ସମସ୍ତେ ନିଜ ନିଜ ଶୈଳୀରେ ଆଧ୍ୟାତ୍ମିକତାକୁ ଗ୍ରହଣ କରି ଆସୁଛନ୍ତି। ହିନ୍ଦୁ ମାନଙ୍କରଅନ୍ୟାନ୍ୟ ପର୍ବ ଭିତରୁ ଗୋଟିଏ ଦୋଳ ମେଳଣ। ଏହି ମେଲଣ ଆଗରୁ ରାତିରେ ବସୁଥିଲା। ଏବେ ସକାଳୁ ବସି ସାରାଦିନ ହୁଏ। ଗୋଟେ ଗୋଟେ ମେଳନକୁ ପ୍ରାୟ ତିରିଶ ଚାଳିଶ ବିଭାନ ଆସନ୍ତି। ଆଖ ପାଖ ପଞ୍ଚାୟତ, ଗ୍ରାମ,ମଠ ବାଡ଼ି, ଲୋକେ ଠାକୁରଙ୍କ ସହ ଏଠାରେ ଯୋଗ ଦିଅନ୍ତି। ମହା ମିଲନ ହୁଏ। ଏହି ବିଭାନ ଆଗରେ ରୋଷଣୀ କରାଯାଏ। ସଂକ୍ରିତନ୍ ସହ୍ ପ୍ରାଚୀନ କଳା ସଂସ୍କୃତି କେଳା କେଳୁଣୀ ନାଚ, ଘୋଡ଼ା ନାଚ, ଷଣ୍ଢ ନାଚ ଓ ଇନ୍ଦ୍ରଜାଲ, ବାଡ଼ି ଖେଳ, ପାଇକ ଆଖଡ଼ା ଆଦି ଖେଳ ପରିବେଷଣ ହୁଏ। ଘଣ୍ଟା ତୂରୀ, ଭେରି, ସହିତ ଡାକ ବାଜି ଯନ୍ତ୍ର ର ଶବ୍ଦ ମୁଖରିତ ହୁଏ। ଦର୍ଶକ ସମାବେଶ ଦୃଷ୍ଟିରୁ ବିଭିନ୍ନ ମିଠା ଦୋକାନ, ଉଖୁଡା, ଚଣା, ତରଭୁଜ, ଓମନୋହରି ଉଠା ଦୋକାନ ମାନଙ୍କରେ କାରବାର ହୁଏ। ଏହାସହିତ ସପ, ବିଛଣା, ବିଞ୍ଚଣା, କୁଲା, ଟୋକେଇ, ଆଦି କୁଟୀର ଶିଳ୍ପ କିଣା ବିକା ହୁଏ। ଗୋଟେ ବିଭାନକୁ ପ୍ରାୟ ଏବେ କାର ତିରିଶ ହଜାରରୁ ପଚାଶ ହଜାର ଟଙ୍କା ବିଦାକି ଦିଆଯାଏ। ପ୍ରାୟ ଗୋଟାଏ ମେଲଣ କରିବାକୁ ଦସ ଲକ୍ଷରୁ କୋଡ଼ିଏ ଲକ୍ଷ୍ୟ ଅର୍ଥ ବ୍ୟୟ ହୁଏ। ଏହା ବ୍ୟକ୍ତି ବିଶେଷଙ୍କ ଠାରୁ ଚାନ୍ଦା, ପଞ୍ଚାୟତ ପାଣ୍ଠି, କି ହାଟ, ନଦୀ ବାଲି, ଖଦାନ ଆଦି ମାଧ୍ୟମରୁ ଆଦାୟ ହୁଏ।
ବଂଧୁ ଗଣ, ସମୟ ଅନୁସାରେ ଆମ ଜୀବନ ଯାପନ ପ୍ରଲାଳୀ ପରିବର୍ତ୍ତନର ଆବଶ୍ୟକତା ଅଛି। ଏହି ମେଲଣ ଦିନକୁ ଦିନ ବ୍ୟୟ ବହୁଳ। ଏହାକୁ ସୁଚିନ୍ତିତ ମାର୍ଜିତ ଓ ଶୃଙ୍ଖଳିତ କରିବା ଆମର ଦାୟିତ୍ଵ। ବ୍ୟୟବହୁଳ ସ୍ଥାନରେ ଖର୍ଚ୍ଚ କାଟ କରି ଏହି ଅର୍ଥକୁ ସାମୁହିକ ଭାବେ ପରିବେଶ ସୁରକ୍ଷା ଦିଗରେ ପ୍ରୟୋଗ କରିବା ଆଜିର ସମୟ କହୁଛି।
ବନ୍ଧୁଗଣ, ପ୍ରାୟେକ ପ୍ରତି ଗ୍ରାମରେ ପ୍ରତିବର୍ଷ ହଜାର କରି ବ୍ରୁକ୍ଷ ରୋପଣ ଓ ତାର ସୁରକ୍ଷା ନିମିତ୍ତ ସେଇ ଗ୍ରାମର ଯୁବକ, ତଥା ଗ୍ରାମବାସୀଙ୍କ ଉପରେ ଦାୟିତ୍ଵ ଦେଇ ଉତ୍ସାହିତ କରିବା ପ୍ରସ୍ତାିପ କେମିତି ଅଟେ। ବର୍ଷ ପରେ ଅଧିକ ଵୃକ୍ଷ ବଂଚି ରହିଥିବା ଗ୍ରାମକୁ ପ୍ରକୃତି ମିତ୍ର ପୁରସ୍କାର ଏହି ମେଳା ବା ମେଲଣ କମିଟି ପୁରସ୍କୃତ କରିବା ପଦକ୍ଷେପ ନେବାକୁ ଆଗେଇଆସିବା ଉଚିତ୍ ହେଉ। ଫଳରେ ଯୁବକ ଓ ଗ୍ରାମ ବାସୀ ଉପକୃତ ହେବା ସହିତ ଭବିଷ୍ୟତରେ ଆଶଙ୍କା କରୁଥିବା ପରିବେଶ ବିପଦ ଜନକ ତାହା ମାନବ ସଭ୍ୟତା ପ୍ରତି ସହାୟକ ହେବ।
ଆମେ ସବୁ ଦୂରଦୃଷ୍ଟି ରଖି ଚାଲୁଥିଲେ କିଛିଟା ନିଶ୍ଚୟ ପଥ ସୁଗମ ହେବ। ନଚେତ୍ କୁକୁର ଲାଞ୍ଜ ବଙ୍କା, ମୋତେ ଯେତେ ମାଠିବୁ ମାଠ, ପରି ବଂଚି ରହିବା ସାର ହେବ। କେତେ ଦିନ ଏହି ବୋକା ଜୀବନ ନେଇ ମୁଣ୍ଡ ନଇଁ ଚାଲୁଥିବା, ଆମେ ଆମର ପରିବେଶ ସବୁଜ ସୁନ୍ଦର୍ କରିପାରିବା, ନଚେତ୍ ବୋକାଲୋକଟା ପରି ଗୋଦରି କୋଡେ ଯେତେ ମାଡେ ସେତେ ହୋଇ ରହିଥିବା।