Lalita Mohan Dash

Fantasy

4.0  

Lalita Mohan Dash

Fantasy

ମାତୃ ମୂଲ୍ଯବୋଧ

ମାତୃ ମୂଲ୍ଯବୋଧ

1 min
136


ଦେଶ ମାତୃକା ପାଇଁ ଜନମ ତୋହର

ନିତ୍ୟ ସ୍ମରଣ କର ଭାଇ ।

ଭୁବନ ବି ମୋହିନୀ ପରିମା ଯାହାର

ସ୍ଵର୍ଗ ଠୁଁ ମହତ ଅଟକ ।


ମନେ ପକାଅ ଆଜି ବୀରଗାଥା ତା'ର

ମନ୍ଦାକିନୀ ଯହୁଁ ଝରଇ ।

ମହାନଦୀ ଖେଳଇ କୋଳରେ ତାହାର

ବିହଙ୍ଗମ କ୍ରୀଡ଼ା କରଇ ।


ହିମାଳୟ ମୁକୁଟ ଧବଳ ବର୍ଣ୍ଣର

ହରିତ ଶାଢୀ ମା' ପିନ୍ଧଇ ।

ପ୍ରୀତିର ପୁଷ୍ପ ଢ଼ାଳି ବାରିଧି ତାହା

ପାଦ ପଦ୍ମେ ମଥା ନୁଆଇ ।


ସାତ ପୁରା ଶୃଙ୍ଖଳା ବିନ୍ଧ ଗିରିବର

କଟିରେ ତାହାର ଶୋଭଇ

ପୁଲିକାଟ ଉଲର ଚିଲିକା ସମ୍ବର

ମାଣିକ୍ୟ ମୋତି ଝଟକଇ ।


ସ୍ଵାଧୀନତା ସଂଗ୍ରୀମୀ ଶୌର୍ଯ୍ୟ ଗାଥା ଯାତ

ଵର୍ଣ୍ଣ ଲେ ଶବ୍ଦ ନ ମିଳଇ

ଅପୂର୍ବ ତ୍ୟାଗ ଭରା ଗୌରବ ଦୀପ୍ତିର

ପ୍ରଦୀପ ସର୍ବଦା ଜଳଇ ।


ସ୍କୃତି ପଟଳେ ଭାସେ ଶ୍ରୀରାମ ନଗର

ଶିଶୁ ମନ୍ଦିର ଶୁଭ ବାଣୀ ।

ଯହୁଁ ଜାଗୃତ ଦିବ୍ୟ ଦେଶ ପ୍ରେମ ସ୍ଵର

ଜୀବନର ସାର ଅଟଇ ।



Rate this content
Log in

Similar oriya story from Fantasy