Satyabati Swain

Inspirational

4  

Satyabati Swain

Inspirational

ମାଣିକ

ମାଣିକ

3 mins
344


ଖାଲି ଝିଅ ଜନ୍ମ କରୁଛୁ ବୋଲି ମୋ ମାଆ ଶୁଣୁଥିଲା ଝିଙ୍ଘାସ । ଲାଗ ଲାଗ ତିନି ଝିଅ ଜନ୍ମ କରି ସମସ୍ତଙ୍କ ରୋଷର କାରଣ ବନିଥିଲା ସେ। ତିନି ଝିଅରେ ସବା ସାନ ମୁଁ। ଯେତେବେଳେ ପେଟରେ ଥିଲି ଏଥରକ ପୁଅଟିଏ ହେବ ବୋଲି ସମସ୍ତେ ଅନେଇଁ ବସିଥିଲେ।ପଣ୍ଡିତ ଜାତକ ଦେଖି ତୃତୀୟ ଗର୍ଭରେ ପୁତ୍ର ପ୍ରାପ୍ତି ଯୋଗ କହିଥିଲେ। ପରିବାର ସଦସ୍ୟ ତଥା ବନ୍ଧୁ ବାନ୍ଧବ ଖୁସିରେ ଅପେକ୍ଷା କରିଥିଲେ ପୁଅ ହେବ ବୋଲି। ନାମକରଣ ପେଟରୁ ଥାଇ ଦିଆ ସରିଥିଲା ' କାହ୍ନୁ' । କିନ୍ତୁ ପଣ୍ଡିତଙ୍କ କଥା ଭୁଲ୍ ପ୍ରମାଣିତ କରି କାହ୍ନୁ ନ ହୋଇ ମୁଁ ଝିଅ କାନନ ହୋଇ ଜନ୍ମ ନେଲି।

ମୋ ମାଆ ଉପରେ ପଡ଼ିଲା ସଭିଙ୍କ ରାଗ ଓ ଗାଳି ତଥା ମୋ ଉପରେ ଅଯତ୍ନ । ମୋ ଭାଗର ଏକୋଇଶିଆ ଅନ୍ନପ୍ରସନ୍ନ କି ଖଡ଼ିଛୁଆଁ ବି କାଟି ଦିଆଗଲା। ମୁଁ ଅବାଞ୍ଛିତ ପିଲାଟିଏ ହୋଇ ବଢିଲି ବିନା ହେପାଜତରେ। ମାଆର କ୍ଷୀର ହେଉ ନଥିବା ସତ୍ତ୍ୱେ ବି ମୋତେ ବିକଳ୍ପ ଖାଦ୍ୟ କିଛି ଦିଆ ଗଲାନି । ପରୋକ୍ଷ ଇଛା ମରି ଯାଉ ଏ ଗ୍ରହ। ଜେଜେ ଓ ଜେଜିମା କହିଲେ ଅଳ୍ପ ରୋଜଗାରକୁ ଆମ ପୁଅ ବେକରେ ବିଧାତା ତିନି ତିନିଟି ଝିଅଙ୍କ ବୋଝ ଦେଲା । ବଙ୍କା ହୋଇଯିବ ଆମ ପୁଅର ଅଣ୍ଟା। ମରି ଯାଆନ୍ତା କି ଏ ସାନ ଝିଅଟା। 

ମୁଁ କିନ୍ତୁ ଯେତେ ଅଯତ୍ନ ହେଲେ ବି ମରି ନ ଥିଲି।ମୋତେ ମାଆ ଛାତିର ଅଳ୍ପ ଟିକକ ଅମୃତ ଖାଇ ଭୋକିଲା ପେଟରେ ବଞ୍ଚିବାକୁ ହେଲା । କିନ୍ତୁ ସେଇ ଅମୃତ ଖାଇ ମୃତ୍ୟୁଞ୍ଜୟୀ ହୋଇ ଗଲି। ବଢିଲି ଅଣେ ବଣେ ଗଛ ବଢିଲା ପରି। ମାଆ କିନ୍ତୁ ଅନ୍ୟ ମାନଙ୍କ ପରି କାନନ ନ ଡାକି ମୋତେ ପେଟରେ ଥିବା ବେଳୁ ଦେଇଥିବା ନାଁ କାହ୍ନୁ ଡାକୁଥିଲା। "ହୁଁ ଜଗତ ଫୁଲେଇ ଝିଅ ଜନ୍ମ କରି ପୁଅ ନାଁ ରେ ଡାକିଲେ ଝିଅଟା ପୁଅ ହୋଇ ଯିବ ନା କଣ ? ଏପରି ଟାହି ଟାପରା ସହ ବହୁତ ମୁହଁ ମୋଡା ମୋ ପାଇଁ ଖାଇଛି ମାଆ।

ତିନି ଝିଅ ଭିତରେ ମୁଁ ଯେତିକି ସୁନ୍ଦର ଥିଲି ସେତିକି ବୁଦ୍ଧିଆ। ନାଚ,ଗୀତ କି ପାଠ କେଉଁଥିରେ ପଛୁଆ ନଥିଲି। ମୋ ଉପର ନାନୀ ଦୁହେଁ ବି କେଉଁଥିରେ କମ୍ ନ ଥିଲେ। ବିନା ଟିୟୁସନ ରେ ବିନା ପ୍ରଶିକ୍ଷଣରେ ଆମେ ତିନିହେଁ ଏକକୁ ଆରେକ ବଳି ଥିଲୁ। ଡ୍ରାମାରେ ପ୍ରହ୍ଲାଦ ହୋଇ ଯେଉ ଦିନ ମେଡେଲ ପାଇଥିଲି ସେଦିନ ମୋ ବୋଉ କାନ୍ଦି ପକେଇ କହିଥିଲା , "ପୁଅ ମୋର କଣ ହେବ ? ତୁମେ ତିନିହେଁ ତ ମୋ ପୁଅ।" ସେଦିନ ଖୁବ୍ କଟୁକ୍ତିର ଶିକାର ହୋଇଥିଲି ଯେଉଁଦିନ ବାପାଙ୍କ ଗାଡି ଶିଖିବା ପାଇଁ ଚେଷ୍ଟା କରିଥିଲି ମନକୁ ମନ ; ପଡ଼ିଥିଲି ଅନେକ ବାର କିନ୍ତୁ ଶିଖିଥିଲି ବି। ବାପାଙ୍କୁ ଜର ବେଳେ ଡାକ୍ତର ଖାନାକୁ ଗାଡିରେ ବସାଇ ନେଲା ବେଳେ ମାଆ କହିଥିଲା ଦେଖ ମୋ ଝିଅ କାହ୍ନୁ ପୁଅ କାମ କରୁଛି ନା ନାହିଁ ? ତିନି ତିନିଟି ଝିଅ ଜନ୍ମ କରିଛି ବୋଲି କହୁଥିଲ ପରା ! 

ସେଦିନ ସମସ୍ତେ ମୋତେ ଅଣ୍ଡିରିଟା କହିଥିଲେ ଯେଉଁ ଦିନ କବାଡି ଖେଳିଥିଲି ପୁଅ ପିଲାଙ୍କ ସହ। ଘୋଡା ମୁହିଁ ବାପା ନାଁ ପକେଇବ କହିଥିଲେ ସାହି ଭାଇ ଯେଉଁଦିନ କ୍ରିକେଟରେ ପିଟିଥିଲି ଲାଗ ଲାଗ ଦୁଇଟି ଛକା ପୁଅ ମାନଙ୍କ ଦଳରେ ପୁଣି ଅନ୍ୟ ଏକ ପୁଅ ଦଳ ବିପକ୍ଷରେ ଖେଳି। ପୁଅ ପୁଅ ପୁଅ ଉଲୁଗୁଣା ଶୁଣି ଶୁଣି ମୋ ଭିତରୁ ଝିଅ ମନ ଟି ହିଁ ସମ୍ପୂର୍ଣ୍ଣ ମରି ଯାଇଥିଲା। ମୁଁ ନିଜକୁ ପୁଅ ପରି ଗଢୁଥିଲି ଏବଂ କହିବାକୁ ଗଲେ ଶରୀର ଛାଡି ଆତ୍ମାରୁ ଏବଂ ପ୍ରତିଟି କାର୍ଯ୍ୟ କଳାପରେ ମୁଁ ପୁଅ ହିଁ ହୋଇ ଯାଇଥଲି।

ପାଠ ଶାଠ ,ଖେଳ କୁଦ ସବୁଥିଲେ କପ୍ ଆଣି ଘରେ ଗଦେଇ ଦେଲା ବେଳେ କେହି ଖୁସି ନ ହୋଇ ବରଂ କହୁଥିଲେ ଯେତେ ଯାହା ହେଲେ " ଝିଅଟିଏ ତ" । ମୋ ମାଆ ବାବା କିନ୍ତୁ ଆମ ସଫଳତାରେ ଖୁବ୍ ଆନନ୍ଦିତ ହେଉଥିଲେ ଏବଂ ପ୍ରତିଟି କାର୍ଯ୍ୟରେ ପ୍ରୋତ୍ସାହନ ଦେଉଥିଲେ। ମାଆ ତ କହୁଥିଲା ଆମର ପୁଅ କଣ ଦରକାର ? ଯେଉଁମାନେ ପୁଅ ଜନ୍ମ କରିଛନ୍ତି ଏକା ମୋ ଝିଅ କାହ୍ନୁ ସାଙ୍ଗରେ ପଡିବେ କି ? ମୁଁ ଖୁସି ଯେ ମୋର ତିନୋଟି ଝିଅ ନୁହାଁନ୍ତି ତିନିଟି" ମାଣିକ" ଜନ୍ମି ଛନ୍ତି।"

ଏଇଲେ ମୁଁ କ୍ରିକେଟ ଜାତୀୟ ସ୍ତରରେ ଖେଳିବା ଲାଗି ନିଜକୁ ପ୍ରସ୍ତୁତି କରୁଛ।



Rate this content
Log in

Similar oriya story from Inspirational