Tamalati Nag

Children Stories Drama Fantasy

3  

Tamalati Nag

Children Stories Drama Fantasy

ମାଁ

ମାଁ

2 mins
225


ଝିଅଟିଏ ମାଁ ଘରେ ଛୋଟ ବେଳୁ ଅତି ଖୁସିର ସହିତ ରହୁଥାଏ |ଝିଅର ଜନ୍ମ ପରେ ଘରେ ବହୁତ ଖୁସିର ମାହୋଲ ଖେଳିଯାଇଥାଏ |ଝିଅଟିକୁ ଘରେ ସମସ୍ତେ ବହୁତ ଭଲପାଆନ୍ତି|ଝିଅଟି ଘରେ ହୋଇଥାଏ ଏକୋଇର ବଳା ବିଶିକେସନ, ତାକୁ ଘରର ସମସ୍ତେ ଟିକିଏ ନଦେଖିଲେ ଝୁରି ହେଉଥାଆନ୍ତି|ଝିଅଟି ଛୋଟବେଳୁ ନିଜର ଦେହର ଯତ୍ନ ଅଥବା କିଛି ଜାଣିନଥାଏ,ତାର ଖାଇବା ପିଇବା, କେଶ ବିନ୍ୟାସ ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁ ମାଁ ଦ୍ୱାରା ଆରମ୍ଭ ହୋଇ ମାଁ ପାଖରେ ହିଁ ଶେଷ ହୋଇଥାଏ |ଝିଅଟି ମାଁ ର ଅତି ପ୍ରିୟର ହୋଇଥାଏ|ସେ ମାଁ ବିନା ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିପରେନା|ସବୁବେଳେ କଥା କଥାରେ ମାଁକୁ ହିଁ ଆଣିଥାଏ, ଏପରିକି ଏମିତି କୌଣସି କଥା ନାହିଁ ଯେଉଁଥିରେ କି ତାଙ୍କର ଭୂମିକା ନ ଥାଏ |ସେ ତା' ମାଁ ଙ୍କୁ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲପାଏ |ମାଁ ଝିଅଙ୍କର ସ୍ନେହ ମମତା ଏପରି ଭାବରେ ନିରନ୍ତର ଭାବରେ ଲାଗି ରହିଥାଏ |ଦିନ ପରେ ଦିନ ଆଉ ରାତି ପରେ ରାତି ଏଇମିତି ସମୟ ଗଡି ଚାଲିଥାଏ|ଦିନେ ଏପରି ଏକ ଘଡି ସନ୍ଧି ଆସିଲା ଯାହାକି କେହି ଜୀବନରେ ସୁଧା ଭାବିନଥଲେ କି କଳ୍ପନା ମଧ୍ୟ କରିନଥିଲେ|ତାହା ଥିଲା ସେହି  ମାଁ ର ପ୍ରିୟ ଝିଅଟିର ଜୀବନର ସବୁଠାରୁ ବଡ ଦୁଃଖଦ ଘଟଣା|ଝିଅଟି ସେହି ଘଟଣା ଠାରୁ ବେଶ ଅପରିଚିତ ଥିଲା|ଝିଅଟି ଯେତେବେଳେ ତାହା ଜାଣିବାକୁ ପାଇଲା ତା' ପାଦ ତଳୁ ମାଟି ଖସିଗଲା|ଏହି ଦୁଃଖ ବିଦାରକ ଘଟଣା ଶୁଣି ଝିଅଟି ଚେତାଶୂନ୍ୟ ହୋଇଗଲା|ଘରେ ସମସ୍ତେ ଭାଙ୍ଗିଯାଇଥିଲେ|ଝିଅଟିର ଚେତା ଫେରିବା ପରେ ଝିଅଟି କହିଲା -ବାପା ମାଁ କାହାନ୍ତି!ମତେ ମାଁ ପାଖକୁ ନେଇଦିଅ|ବାପାଙ୍କ ମୁହଁରୁ କୌଣସି ଗୋଟିଏ ହେଲେ ଶବ୍ଦ ବାହାରୁନ ଥାଏ |ଘରର ମେରୁଦଣ୍ଡ ହେଉଛନ୍ତି "ବାପା ମାଁ " |ଏହି ଦୁଇଜଣଙ୍କ ବିନା ଜଣଙ୍କର ମଧ୍ୟ ଶୁନ୍ୟତା ଘରକୁ ଶୋଭାପାଏନା|ଘରର ଦୁଇଟି କବାଟ ଯେମିତି ରହିଥାଏ,ଯଦି ଗୋଟିଏ ପାର୍ଶ୍ୱର କବାଟ ନଥିଲେ ସେହି ଘରେ ବିଭିନ୍ନ ପଶୁ ପକ୍ଷୀ ପଶିଥାନ୍ତି ଏବଂ ଘର ଘର ହୋଇରହିନଥାଏ|ଠିକ ସେହିପରି ଏଠାରେ ଜଣଙ୍କ ବିନା ଆଉ ଜଣଙ୍କର ଉପସ୍ଥିତି ମୂଲ୍ୟହୀନ ହୋଇଯାଏ|

     ଏଠାରେ କୁହାଯାଇପାରେ ଗୋଟିଏ ଶିିଶୁ ଜୀବନରେ ବାପା ଦୁନିଆ ହେଲେ ମାଁ ହେଉଛନ୍ତି ତାଙ୍କର ସୌନ୍ଦର୍ଯ୍ୟ|ଉଭୟ ପରସ୍ପରର ପରିପୁରକ|ଗୋଟିଏ ପରିବାର ରେ ପିତା ମାତାଙ୍କର ସ୍ଥାନ ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ|



Rate this content
Log in