Sunanda Mohanty

Abstract Drama Tragedy

3  

Sunanda Mohanty

Abstract Drama Tragedy

ମାମୁଁ ପୁଅ ଭାଇ ଓ ପିଉସୀ ଝିଅ ଭଉଣୀ

ମାମୁଁ ପୁଅ ଭାଇ ଓ ପିଉସୀ ଝିଅ ଭଉଣୀ

1 min
180


ସବୁତକ ବିଦ୍ରୋହ ଲିପୁ ଉପରେ। ଠିକଠାକ ଔଷଧ ଦେଉଥିଲକି ନାହିଁ, କିଏ କହୁଥିଲା ପାଞ୍ଚ ବର୍ଷର ରୋଗକୁ ଆଜିଯାଏଁ ଧରି ବସିଥିଲ କାହିଁକି? କିଏ କହୁଥିଲା ଜଣେଇ ନଥାନ୍ତୁ ଆମେ ଟିକେ ଦେଖିବାକୁ ଯାଇଥାନ୍ତୁ, ଠିକଠାକ ଖାଉଥିଲେ ନା ନାହିଁ, ଇତ୍ୟାଦି ସବୁ ପ୍ରଶ୍ନର ଉତ୍ତର କେବଳ ଲିପୁ ଦେଇଥିଲା କିଏ ଜାଣିଥିଲା ଏମିତି ହେବ ବୋଲି।

ସାନମାମୁଙ୍କୁ ମାତ୍ର ଅଠଷଠି ବର୍ଷ। କିଏ କହିପାରିବ କାହାର କେବେ ମୃତ୍ୟୁ ଆସିବ?, ତଥାପି ମନ ବିଦ୍ରୋହ କରୁଥିଲା। ମୁଁ ବିଦ୍ରୋହର ଚରମ ସୀମା କୁ ଯାଇ ନା ଦଶାହ କି ଏକାଦଶାହ କି ବାରାପତ୍ର କୁ ଯାଇନଥିଲି, ବେଭାର ପଠେଇଦେଇ ମୋ ଦେହ ଭଳନାହିଁ କହି ରହିଯାଇଥିଲି।


ସାନମାମୁଁଙ୍କ ପନ୍ଦର ପରେ, ଲିପୁ ଫୋନ କଲା ଅପା ଘରେ ଅଛ?? ମୁଁ ଏବେ ତୁମ ପାଖକୁ ଯାଉଛି। ସେ ଆସିଲା। ତାକୁ ଦେଖିଦେଇ ସବୁ ବିଦ୍ରୋହ କୁଆଡ଼େ ଉଡିଗଲା। କଣ କେମିତି କିପରି ଏସବୁ ହେଲା ର ବିବରଣୀ ପରେ ସେ ମୋ ପାଇଁ ଆଣିଥିବା ମର୍ଯ୍ୟାଦା ସହ ମୋ ତିନି ଭଉଣୀଙ୍କ ମର୍ଯ୍ୟାଦା ମତେ ଦେଇଗଲା, ସେମାନଙ୍କୁ ଦେଇଦେବାକୁ। ମୋ ବିଦ୍ରୋହୀ ମନ ମଧ୍ୟ ମାନାକରିପାରିଲା ନାହିଁ ବରଂ ମୂଷାଙ୍କ ଦାଉରୁ ସେସବୁକୁ ଉଚିତ୍ ସ୍ଥାନରେ ଥୁଆରଖା କରିବା ସହ ଲିପୁ ମୋ ଦେହ ପା ଭଲ ଅଛିକି ନାହିଁ ପଚାରି ବୁଝୁଥିଲା। ସେ ଆଣିଥିବା ସଜ ଅବଢ଼ା ମତେ ନିଶ୍ଚିନ୍ତ ଖାଇବାକୁ ରାଣ ଦେଇ ଅନ୍ୟାନ୍ୟ ବନ୍ଧୁ ମର୍ଯ୍ୟାଦା ସହ ଚାଲିଗଲା।


ସେ ତା ପୁଅ ସହ କେମିତି ଭଲରେ ଭଲରେ ଯାଇ ବନ୍ଧୁବାନ୍ଧବଙ୍କ ଘରେ କୁଶଳ ରେ ପହଞ୍ଚି ଘରେ, ପୁରୀରେ ପହଞ୍ଚୁ ବୋଲି କେତେ ଠାକୁର ଙ୍କୁ ଡ଼ାକୁଥିଲି। ମାମୁଁ ଘର ସବା ସାନ ମାମୁଁ ଚାଲିଯିବା ପରେ ଲିପୁକୁ ଦେଖି ସବୁ ବିଦ୍ରୋହ କଟିଯାଇଥିଲା, ମାଇଁଙ୍କୁ ଭଲରେ ରଖିବୁ କହି ତାକୁ ବିଦାୟ ଦେବା ପରେ ମନ ବିଦ୍ରୋହ ପରିବର୍ତ୍ତେ ବ୍ୟାକୁଳ ହେଉଥିଲା।



Rate this content
Log in

Similar oriya story from Abstract