Siddhartha Tripathy

Abstract Tragedy Inspirational

4  

Siddhartha Tripathy

Abstract Tragedy Inspirational

ମାଆ

ମାଆ

3 mins
297



ଉପକ୍ରମ :: ପ୍ରେମଗଳ୍ପ ଲେଖୁ ଲେଖୁ ମନେ ପଡିଗଲା ବହୁତ ଲେଖକ, ବହୁତ ଲେଖା ପ୍ରେମ ଉପରେ। ସବୁବେଳେ କିଛି ଅଲଗା କରିବା ମୋ ଲକ୍ଷ୍ୟ। କିଛିଟା ସଫଳ କିଛିଟା ଅସଫଳ। ଆଁ , ବୁଝିପାରିଲେ ନାହିଁ ବୋଧେ। ଆରେ ବାବା ! ଜୀବନ ଯମୁନାରେ କିଛି ଅଲଗା କରିବାକୁ ଚେଷ୍ଟା କଲେ ତମ ତରୀ ଡୁବିଯିବ ଓ ତମେ ବନିଯିବ ବିଫଳ ନାୟକ ଅଥବା ଖଳନାୟକ। ଜାଣିଛି, କିଛି ବୁଝିପାରିବେନାହିଁ କାରଣ ଏହା ଗହୀର ଚାଷ। ଅଙ୍ଗେ ନିଭାଇଥିବା ବ୍ୟକ୍ତି ବୁଝିପାରିବ।


ଆମେ ପ୍ରତ୍ୟେକ ଅନନ୍ୟ। କୌଣସି ପ୍ରତିଯୋଗିତାରେ ଅସଫଳ ହେବାର ଅର୍ଥ ଏହା ନୁହେଁ ଯେ ସଫଳତା ଠାରୁ ଆମେ ନ୍ୟୁନ। ଅର୍ଥ ହେଲା ସଫଳତା ଠାରୁ ଆମେ ଭିନ୍ନ। ଆମେ ଆମ ପ୍ରୟାସ ଜାରୀ ରଖିବା। ମାନେ ଲେଖି ଚାଲିବା।


ନରସିଂହପୁର ଶେଷରେ ଗୋଟିଏ ନାମୀ ବେସରକାରୀ ବିଦ୍ୟାଳୟ। ପ୍ରିୟଦର୍ଶିନୀ ନୂତନ ଭାବରେ ସେହି ବିଦ୍ୟାଳୟରେ କାର୍ଯ୍ୟରତ। ନାମୀ ବିଦ୍ୟାଳୟ ହୋଇଥିବାରୁ ସେଠାରେ ବିଭିନ୍ନ ସ୍ଥାନରୁ ଅଭିଭାବକ ନିଜ ଛୁଆଙ୍କୁ ପଢେଇବାରେ ଆଗ୍ରହୀ।


ସପ୍ତମ ଶ୍ରେଣୀର ଶ୍ରେଣୀ ଶିକ୍ଷୟିତ୍ରୀ ସେ। ପଛ ବେଞ୍ଚରେ ବସିଥାଏ ଛୁଆଟି। ନାଆଁ ସୁବ୍ରତ। ସର୍ବଦା ଅନ୍ୟମନସ୍କ। ଅସଜଡ଼ା କେଶ। ଚିଣ୍ଡା ଜାମା। ସବୁବେଳେ କ୍ଲାସ ଭିତରେ ପ୍ରବେଶ କରି କୁହନ୍ତି ପ୍ରିୟଦର୍ଶିନୀ , ହେ ମୋର ଭବିଷ୍ୟତ ରକ୍ଷକ। ସମସ୍ତେ ଖୁସିରେ ତାଳି ମାରନ୍ତି, ଚୁପ୍ ଓ ନିର୍ବିକାର ଥାଏ ସୁବ୍ରତ।


ସୁବ୍ରତର ହାବଭାବ ଓ ଚାଲିଚଳନରେ ଅସନ୍ତୁଷ୍ଟ ଥିଲେ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ। ପ୍ରଧାନଶିକ୍ଷକଙ୍କୁ ରେପୋର୍ଟକାର୍ଡ ବଢେଇ ଦେଲେ ପ୍ରିୟଦର୍ଶିନୀ। ଆଶ୍ଚର୍ଯ୍ୟ ହୋଇଗଲେ ପ୍ରଧାନଶିକ୍ଷକ। ସବୁଠୁ ଖରାପ ପ୍ରଦର୍ଶନ ସୁବ୍ରତର । ପୁନଃ ଅନୁଧ୍ୟାନ ପାଇଁ କହିଲେ ବି। ପ୍ରିୟଦର୍ଶିନୀ ଯୁବ ଶିକ୍ଷୟିତ୍ରୀ । ରୋକଠୋକ ମନା କରିବା ସହ ପଚାରିଲେ ସୁବ୍ରତ ପରି ଅସାମାଜିକ ଛାତ୍ର ପାଇଁ ଏତେ ଦୟା କାହିଁକି। ସେପରି ଛାତ୍ର ଏ ବିଦ୍ୟାଳୟର କଳଙ୍କ।


ସ୍ମିତହସି ପ୍ରଧାନଶିକ୍ଷକ ସୁବ୍ରତର ବିଗତ ଦୁଇବର୍ଷର ରିପୋର୍ଟ କାର୍ଡ ବଢେଇ ଦେଇ କହିଲେ, ଏସବୁ ଅନୁଧ୍ୟାନ କରନ୍ତୁ ଓ ଛାତ୍ରର ଅଧୋଗତିର କାରଣ ଖୋଜି ବାହାର କରନ୍ତୁ। ତାର ଉନ୍ନତି ଚିନ୍ତା କରନ୍ତୁ।


ଚୁପ୍ ଚାପ୍ ଫେରିଗଲେ ପ୍ରିୟଦର୍ଶିନୀ।

ଶିକ୍ଷକ ବିଶ୍ରାମଗୃହରେ ବସି ସୁବ୍ରତର ପୁରୁଣା ରେପୋର୍ଟକାର୍ଡ ଦେଖିବାରେ ଲାଗିଲେ। ଶ୍ରେଣୀ ଚତୁର୍ଥ। ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ସୁବ୍ରତ। ପଞ୍ଚମ ଶ୍ରେଣୀ : ଫଳାଫଳ ସାଧାରଣ

କାରଣ : ମାଆଙ୍କ ଅସୁସ୍ଥତା 

ଷଷ୍ଠ ଶ୍ରେଣୀ। : ଫଳାଫଳ ଖରାପ।

କାରଣ : ମାଆଙ୍କ ଦେହାନ୍ତ। ଛୁଆ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଚମକି ଉଠିଲେ ପ୍ରିୟଦର୍ଶିନୀ।

ଦଉଡ଼ିଗଲେ ଶ୍ରେଣୀଗୃହକୁ। ସେଦିନ ଥିଲା ଗୁରୁଦିବସ।


ସବୁ ଛାତ୍ରଛାତ୍ରୀ ଟେବୁଲ୍ ଉପରେ ଦାମୀ ଉପହାର ପ୍ୟାକେଟ ରଖିଥିଲେ। ଗୋଟିଏ କୋଣରେ ଅସନା ପ୍ୟାକେଟଟିଏ ପଡ଼ିଥିଲା।

ପ୍ରିୟଦର୍ଶିନୀ ସେହି ପ୍ୟାକେଟ ଉଠେଇଲେ ଓ ଖୋଲିଲେ। ହାସ୍ୟ ରୋଳରେ କମ୍ପି ଉଠିଲା ଶ୍ରେଣୀଗୃହ।

ସବୁକୁ ବେଖାତିର କରି ପ୍ୟାକେଟ ଖୋଲିଲେ ପ୍ରିୟଦର୍ଶିନୀ।


ଭିତରେ ରୂପାମୁଦିଟିଏ ଓ ଅର୍ଦ୍ଧ ବ୍ୟବହୃତଅତର ଶିଶିଟିଏ। ଲକ୍ଷ୍ୟ କଲେ ପ୍ରିୟଦର୍ଶିନୀ। ସୁବ୍ରତ ପ୍ୟାକେଟ ଖୋଲିବା ସମୟରେ ଅଲଗା ରାଜ୍ୟରେ ଥିଲା।

ଭିତରୁ ଚିଠିଟି ଖୋଲି ଦେଖିଲେ, ଲେଖାଥିଲା, ମୋ ମାଆର ଶେଷ ସନ୍ତକ ଆଉ ଗୋଟିଏ ମାଆ ପାଇଁ।


ଦେହରେ ଅତର ଢାଳି ହାତରେ ମୁଦି ପିନ୍ଧି ପ୍ରିୟଦର୍ଶିନୀ ସୁବ୍ରତ ପାଖକୁ ଯାଇ ତାକୁ ଜାବୁଡି ଧରିଲେ। ଧିରେ ଧିରେ ତା ପଢା ପ୍ରତି ଧ୍ୟାନ ଦେଲେ। ସୁବ୍ରତ ଶ୍ରେଣୀରେ ପ୍ରଥମ ହେଲା।


କିଛି ବର୍ଷ ପରେ .............


ଓଃ , ଏତେ ବର୍ଷା। ଅନ୍ଧାର ରାତି। କେମିତି ଘରକୁ ଯିବେ ଭାବୁଥିଲେ ପ୍ରିୟଦର୍ଶିନୀ। ଏତେ ବଡ ସହର, ବର୍ଷା ଯୋଗୁଁ ଖାଁ ଖାଁ। ଛତା ଧରି ବାହାରିଲେ ସେ। ଘଡ଼ଘଡି ସହ ବିଜୁଳି ଚମକୁଛି। ପବନରେ ପିନ୍ଧା ଶାଢ଼ୀ ବି ବୋଲ ମାନୁନି। ଯିବାକୁ ତ ହେବ। ରାସ୍ତା ଉପରେ ପାଣି। ଧନ୍ୟରେ ସହର। ଟିକେ ବର୍ଷାରେ କୃତ୍ରିମ ବନ୍ୟା। ଓଃ ! ଖାତରେ ଗୋଡ଼ ପଡି ଚପଲ ଛିଣ୍ଡିଗଲା। ମୁଣ୍ଡରୁ ସେପ୍ଟିପିନ ବାହାର କରି ଜୋତା ଠିକ୍ କରି ଧିରେ ଧିରେ ଚାଲିବାକୁ ଲାଗିଲେ ପ୍ରିୟଦର୍ଶିନୀ।


କିଛି ରାସ୍ତା ପରେ ଶ୍ମଶାନ। ଭୟ ଲାଗେ ସବୁବେଳେ। ହଠାତ୍ ଭୟଙ୍କର ପବନରେ ଛତା ଉଡିଗଲା। ବର୍ଷାର ପ୍ରାବଲ୍ୟରେ ଶରୀରସହ ଶାଢ଼ୀ ମିଶି ଯାଇଥିଲା। ଶ୍ମଶାନ ନିକଟତର ହେଲା। ସାମନାରେ ଚାରିଜଣ ମଦ୍ୟପ। ପ୍ରିୟଦର୍ଶିନୀ କିଛି ଭାବିବା ପୂର୍ବରୁ ଟେକି ନେଇଗଲେ ତାକୁ। ଜଣେ ଶରୀରରୁ ଶାଢ଼ୀ ଅଲଗା କରିଦେଲା। ଆଉଜଣେ ବ୍ଲାଉଜ ଟାଣୁ ଟାଣୁ କହିଲା, ଶାଳୀ ବଢିଆ ସଜ ମାଲ। ପ୍ରିୟଦର୍ଶିନୀ କହିଲେ, ବାବୁ ! ତମର ମାଆ ଭଉଣୀ ନାହାଁନ୍ତି କି, ହାତ ଯୋଡୁଛି ମୋତେ ଛାଡ଼ିଦିଅ। 


କିଛି ଶୁଣୁ ନଥିଲେ ମଦ୍ୟପ ଗୁଡାକ। ଵିବସ୍ତ୍ର ହୋଇସାରିଥିଲା ପ୍ରିୟଦର୍ଶିନୀ। ଦୁଇଜଣ ହାତ ଓ ଗୋଡ଼କୁ ଧରିଥିଲେ। ଅନ୍ୟଜଣେ ଧର୍ଷଣ କରିବାକୁ ଆଗେଇ ଆସୁଥିଲା। ପ୍ରିୟଦର୍ଶିନୀର ଚିତ୍କାର ପବନରେ ମିଳେଇ ଯାଉଥିଲା। ଆଖି ବନ୍ଦ ହୋଇଆସୁଥିଲା। ହଠାତ ବଳାତ୍କାରୀ ଚିତ୍କାର କରି ଛିଟିକି ପଡ଼ିଲା।


ବାକି ଦୁଇଜଣ ବି ପ୍ରିୟଦର୍ଶିନୀକୁ ଛାଡ଼ି ଦେଇଥିଲେ। ବୋଧେ କେଉଁ ଦେବତା୍ର ଆବିର୍ଭାବ। ଯୁବକଜଣକ ନିଜ ବର୍ଷାତି ପ୍ରିୟଦର୍ଶିନୀ ଉପରେ ଘୋଡେ଼ଇ ହାତ ଧରି ଉଠେଇଦେଲେ। ପ୍ରିୟଦର୍ଶିନୀ ହାତରେ ରୂପା ମୁଦି ଚମକୁ ଥିଲା। ଏତେ ବର୍ଷାପରେ ବି ଶରୀରରେ ସେଇ ଅତର ବାସ୍ନା।


ଅନ୍ଧାରରେ ଯୁବକର ପାଦ ଛୁଇଁବାକୁ ଉଦ୍ୟତ ହେଲେ ପ୍ରିୟଦର୍ଶିନୀ । ହାତଟାକୁ ଧରି ପ୍ରିୟଦର୍ଶିନୀକୁ କୋଳେଇ ନେଇ ଯୁବକ କହି ଉଠିଲେ , ମାଆ !

ହଠାତ ବିଜୁଳି ଚମକି ଉଠିଲା। ଚମକିଗଲେ ପ୍ରିୟଦର୍ଶିନୀ ।   


   ସୁ .. ବ୍ର .. ତ !


ସୁବ୍ରତ କହିଲା, ହଁ ମାଆ! ମୁଁ ତମ ସୁବ୍ରତ। ଏ ବ୍ରହ୍ମପୁର ସହରର   ଏସ . ପି।

ତମକୁ ବହୁତ୍ ଖୋଜିଛି। କିନ୍ତୁ ତମେ ନରସିଂହପୁର ଛାଡ଼ି ସାରିଥିଲ । ଆଜି ଦେଖାହେଲ, ଏମିତି ଅବସ୍ଥାରେ।

ପୁଅରେ, ପ୍ରକୃତ ପୁତ୍ର ଧର୍ମ ପାଳନ କଲୁ ଓ ମୋତେ ରୁଣି କରିଦେଲୁ।

ସୁବ୍ରତ କହିଲା, ପୁଅ କେବେ ମାଆକୁ ରୁଣି କରିପାରେ କି ? ଚାଲ ମାଆ କହି ପ୍ରିୟଦର୍ଶିନୀ ହାତକୁ ଧରି ଆଗକୁ ବଢୁଥିଲା ସୁବ୍ରତ।



Rate this content
Log in

Similar oriya story from Abstract