ମାଆ ପ୍ରଥମ ଗୁରୁ
ମାଆ ପ୍ରଥମ ଗୁରୁ


ଛାତ ଉପରେ ବସି ମାଆ ଭାବୁଥାଆନ୍ତି ପୁଅ ରାମୁ କଥା.। ଛୋଟ ପିଲାଟା.। ଭଲ କାମ କରୁଥିଲେ ବି ଡରି ଯାଇ ମିଛ କହିଥିଲା.। ସବୁଦିନ ଭୋଗ ଥାଳିରୁ କଟା ସେଓ ଖଣ୍ଡ ଆଣି ଛୁରୀରେ କାଟି ପକ୍ଷୀମାନଙ୍କୁ ଖୁଆଉଥିଲେ ମଧ୍ୟ, ଛୁରୀ ନେଇଥିବା ଯୋଗୁଁ ବୋଧହୁଏ ମିଛ କହିଥିଲା ରାମୁ ବୋଲି ଭାବୁଥାଆନ୍ତି ମାଆ ।.ରାମୁ କିପରି ଡର ଛାଡ଼ି, ସତ୍ୟ କହି ଭବିଷ୍ୟତରେ ଭଲ ମଣିଷଟିଏ ହେବ, ସେଥିପାଇଁ ମନ ଭିତରେ ଗଣେଷ ପ୍ରଭୁଙ୍କୁ ଡାକୁଥାଆନ୍ତି, ହେ ପ୍ରଭୁ, ବିଘ୍ନବିନାଶନ, ରକ୍ଷାକର ପ୍ରଭୁ.ମୋ ପୁଅକୁ ଭଲମଣିଷଟିଏ କର.।
ଏଇ ସମୟରେ ଆଖିରେ ପଡିଲେ କିଚିରି ମିଚିରି ହୋଇ ସବୁଦିନ ଭୋଗ ଖାଉଥିବା ପକ୍ଷୀମାନେ ଖୋଜୁଛନ୍ତି ରାମୁକୁ ଯେମିତି.। ମାଆ ଡାକିଲେ ପୁଅକୁ, ଆଉ କହିଥିଲେ ପୂର୍ବ ଭଳି ଭୋଗ ଥାଳିରୁ କଟା ସେଓ ଖଣ୍ଡ ଆଣି ସେହି ଛୁରୀରେ କାଟି ପକ୍ଷୀମାନଙ୍କୁ ଦେବାକୁ. ରାମୁ ଖୁସି ହୋଇ ସେମିତି କରୁ କରୁ, ହାତଟି କାଟିଦେଲା ଛୁରୀରେ.। ଫାଷ୍ଟଏଡ଼ ବକ୍ସ ଆଣି ରାମୁ ହାତକୁ ଡେଟଲରେ ଧୋଇ ବେଟାଡିନ ଔଷଧ ଲଗେଇ ବ୍ୟାଣ୍ଡେଜ କରିବା ବେଳେ ପୁଅ ମୁଣ୍ଡ ସାଉଁଳେଇ ମାଆ କହୁଥିଲେ ଏଇଥିପାଇଁ ତତେ ଛୁରୀ ଦେବାକୁ ଡରୁ ଆମେ ବାପା ମାଆ ଦିଇଟା.। ତୁ କିନ୍ତୁ ଲୁଚି ଲୁଚି ଭୋଗ ସେଓକୁ ଛୁରୀରେ ଟିକି ଟିକି କରି କାଟି ଆଜିଯାଏଁ ନିର୍ଭୟରେ ଦେଇ ଆସୁଥିଲୁ.। ଆଜି ମୋ ଉପସ୍ଥିତିରେ ଡରି ଯିବା ଫଳରେ ତୋ ହାତ କଟିଗଲା ପୁଅ. ତେଣୁ କୌଣସି କାମ କରିବାରେ କେବେ ଡରି ଯିବୁ ନାହିଁ ଧନ. ଭଲ କାମ କରିବାକୁ ପିତା ମାତାଙ୍କୁ ଲୁଚେଇବୁ ନାହିଁ ବରଂ ଆଶୀର୍ବାଦ ନେବୁ ।. ଡର ଛାଡ଼ି ନିର୍ଭିକ ଭାବରେ, ଗଣେଷ ଭଗବାନ ଓ ଗୁରୁଙ୍କ ଆଶୀର୍ବାଦ ନେଇ ଭଲ କାମ କଲେ, କାର୍ଯ୍ୟ ସଫଳ ହେବା ସହ ପ୍ରଶଂସା, ସୁନାମ ଆଣି ନିଜ ପରିବାର ନାମ ରଖୁ ରଖୁ,, ନିଜ ଅଞ୍ଚଳ,ରାଜ୍ୟ ତଥା ଦେଶର ନାମ ରଖିପାରିବୁ.ସେହିଦିନୁ ରାମୁ ସକାଳୁ ଉଠି ପିତା ମାତାଙ୍କୁ ପ୍ରଣାମ କରୁଥିଲା. କହୁଥିଲା ପିତା ମାତା ହିଁ ତାର ପ୍ରଥମ ଗୁରୁ. ତା ପରେ ସ୍କୁଲକୁ ଗଲା ପରେ କ୍ଲାସ ହେବା ପୂର୍ବରୁ କମନ ରୁମକୁ ଯାଇ ପ୍ରତ୍ୟେକ ଗୁରୁଙ୍କୁ ମୁଣ୍ଡିଆ ମାରିବା ସହ ବଡ଼ ବଡ଼ ଗୁରୁଜନମାନଙ୍କୁ ମଧ୍ୟ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରୁଥିଲା.।