ମା ନୁହେଁ କୁମାତା
ମା ନୁହେଁ କୁମାତା
ସହର ସାରା ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ । ଦ୍ୱାରେ ଦ୍ୱାରେ ତୋରଣ, କଦଳୀ ଗଛ, ଆମ୍ବଡ଼ାଳ ପକା ପୂର୍ଣ୍ଣକୁମ୍ଭ, ସାତରଙ୍ଗର ରଙ୍ଗୋଲି । ସ୍ଥାନୀୟ ପର୍ବ । କି ହିନ୍ଦୁ,ମୁସଲମାନ, ଜୈନ, ଶିଖ ସମସ୍ତେ ଏକତ୍ର ପାଳୁଛନ୍ତି ଏ ପର୍ବ । ସମସ୍ତେ ନୂଆ ଡ୍ରେସ ପିନ୍ଧିଛନ୍ତି । ଘରେ ଘରେ ପିଠା ପଣା କ୍ଷୀରି ପୁରୀ, ଦିଆନିଆ ଚାଲିଥିଲା ବେଳେ ପାର୍ବତୀ ଦେବୀ ଙ୍କ ଦୁଆର ଖାଁ ଖାଁ ଲାଗୁଥିଲା । ବିନା ସଜ୍ଜାସଜ୍ଜିରେ ଘରଟା ଜମା ଭଲ ଲାଗୁନଥିଲା ଦେଖି ପଡାର ଅଧିବାସୀ ମାନେ ବୁଝାଇବାକୁ ଲାଗିଲେ ।
ପାର୍ବତୀ ଦେବୀ ତଳକୁ ମୁଣ୍ଡ ପୋତି ଠିଆ ହୋଇଥିଲେ । ସମସ୍ତେ ଜାଣନ୍ତି, ତାଙ୍କର ଏକମାତ୍ର ପୁତ୍ର ଆଜି ତାଙ୍କୁ ସାବତ ମାଆ ଆଖ୍ୟା ଦେଇ କଷ୍ଟ ଦେଇଛି । ନିଜ ପସନ୍ଦରେ ଭିର୍ନ୍ନ ଜାତିର ଝିଅ ବାହା ହେବାକୁ କହିବା ବେଳେ ପାର୍ବତୀ ଦେବୀ କେବଳ କହିଥିଲେ ସଂସ୍କାର ଓ ସଂସ୍କୃତି ତଥା ମାନିବୃତ୍ତି ରଖି ସାମାଜିକ ସ୍ଥିରତା ସହ ଅନୁକୂଳ ସିଦ୍ଧାନ୍ତ ନେବା ଉଚିତ । ଏତିକିରେ ବହୁଦିନର ଅସନ୍ତୋଷ ବିଷ ହୋଇ ଭାଷା ରୂପେ ବାହାରିଆସିଥିଲା ଏକମାତ୍ର ଶିକ୍ଷିତ ଡାକ୍ତର ପୁଅର ।
କେତେ କଷ୍ଟ କରି ନିଜକୁ ତିଳ ତିଳ କରି ଜାଳି ଦୁନିଆଁ ଆଖିରେ ସାବତ ମାଆ ହେଲେ ବି ନିଜ ପୁଅଠୁ ଅଧିକା କରିଛନ୍ତି ପାର୍ବତୀ ପରେଶ ପାଇଁ ହେଲେ ପରେଶ ମନରେ ଦୁଃଖ ଦେବା ପାଇଁ ନୁହେଁ ବରଂ ସାମାଜିକ ଓ ପାରିବାରିକ ଶୃଙ୍ଖଳା ପାଇଁ ସେ ଯାହା କହିଥିଲେ ପରବର୍ତ୍ତୀ ସମୟରେ ମୋ କଥା ମୁଁ ଫେରାଇ ନେଉଛି କହି ନିଜକୁ ଦୋଷୀ ସାବ୍ୟସ୍ତ କରିଥିଲେ । ନିଜେ ମାଆ ନହୋଇ, ନିଜର ମାତୃତ୍ୱକୁ ଅପରେସନ କରି ପରେଶ କୁ ନୀତି ଆଦର୍ଶ ସଂସ୍କାର ଦେଇଥିଲେ କେବଳ ମର୍ଯ୍ୟାଦା ଓ ସଂସ୍କୃତି ସମ୍ପର୍ଣ୍ଣ ହେବାକୁ ।
କଥାଟା ସେତିକିରେ ସରିନଥିଲା । ପରେଶ ନବବିବାହିତ ପତ୍ନୀ ସହ ଘରକୁ ଆସିଥିଲା ହେଲେ ମାଆ ହାତରୁ ବନ୍ଦାପନା ଥାଳି ଫିଙ୍ଗି ଦେଇ କହିଥିଲା ସେ ତୁଚ୍ଛା ସଂସ୍କାର ଦେଖେଇବା ଦରକାର ନାହିଁ । ଅଲଗା ରୋଷେଇ କରିବା ଭଳି ତାଙ୍କ ହାତରୁ ପାଣି ନଛୁଇଁ ହୋଟେଲରେ ଖାଇ ରଙ୍ଗୀନ ସହରରେ ରଙ୍ଗୀନ ପ୍ରଜାପତି ଦୁଇଟି ପରି ଘୁରି ବୁଲୁଥିଲା ନବବିବାହିତ ସ୍ତ୍ରୀ କୁ ନେଇ ।
ଅଶୋକ ଭାଇ, ରମଜାନ ଭାଇ, ଅସୀମ ବସୁ ଭାଇ ଶାସ୍ତ୍ରିକ ପାର୍ବତୀ ଦେବୀଙ୍କ ପାଖରେ ପହଞ୍ଚି ଉଚ୍ଚମନା ହୁଅନ୍ତୁ । ରଙ୍ଗୀନ ସହରର ରଙ୍ଗୀନ ଆଲୋକରେ ନିଜ ମନ ଓ ହୃଦୟକୁ ଧୋଇ ହସିଚାଲନ୍ତୁ କହିବାରେ ପାର୍ବତୀଙ୍କୁ ଲାଗିଥିଲା ସତରେ ସେ କଣ ସଂକୀର୍ଣ୍ଣମନା? ସାମାଜିକ ପାରିବାରିକ ବ୍ୟବସ୍ଥା ପାଇଁ ପ୍ରଣୀତ ନୀତି ଆଦର୍ଶ ପାଇଁ ଆଜି ସେ ପ୍ରଜାପତିରୁ ସଂବାଳୁଆ?? ନୂଆ ବୋହୁଟି ପଶି ଆସି କହୁଥିଲା ନା ମାଆ, ଆପଣ ଉଚ୍ଚମନା । ମୋ ମାଆ ବାପା ମଧ୍ୟ ଏ ବିବାହାରେ ସହମତି ନଥିଲେ ତେଣୁ ଆପଣ ଆମକୁ କ୍ଷମା କରିଦିଅନ୍ତୁ । କିଏ କହିଲା ଆପଣ ସାବତ ମାଆ । ବରଂ ମୁଁ ଜାଣିବାରେ ଆପଣ ହିଁ ପ୍ରକୃତ ଗଙ୍ଗା ଦେବୀ । ଦୁନିଆଁ ଆଖି ଖୋଲି ସମାଜର ରୀତିନୀତି ମାନି ବିବାହ କଲେ ଆଶୀର୍ବାଦ ମିଳେ । ସେଇଥି ପାଇଁ ତ ମିଛ ଦୋଷାରୋପ ରେ ପୁଅ ଆଜି ଚାକିରୀ ହରେଇଛନ୍ତି । ଆପଣଙ୍କୁ ଦୋଷ ଦେବାର ଫଳ ଆମକୁ ମିଳିସାରିଛି । ମୋ ବାପା ମାଆ ସିନା ବୁଝିବେନି ହେଲେ ଆପଣ ନବୁଝିଲେ ଆମ ନୂଆ କ୍ଲିନିକ ସହ ନୂଆ ଦାମ୍ପତ୍ୟ ଠିକ ଠାକ ଚାଲିପାରିବତ ମାଆ?
ଅବୁଝା ଆଖିରେ ବୋହୁକୁ କୁଣ୍ଢେଇ ପାର୍ବତୀ ଚାଲିଲେ ରଙ୍ଗୀନ ଆଲୋକରେ ସଜ୍ଜିତ ନୂଆ କ୍ଲିନିକ ଆଡ଼େ । ଆସିଥିବା ଅଶୋକ ଭାଇ, ରମଜାନ ଭାଇ ଇତ୍ୟାଦି ତାଳି ମାରୁଥିଲେ । ଉଦଘାଟନ କରିବାକୁ ପରେଶ ମାଆ ହାତକୁ ବଢ଼ାଉଥିବା କତୁରୀ ଧରି ପାର୍ବତୀ ଆଗେଇ ଯାଉଥିଲେ, ରଙ୍ଗୀନ ଫିତା କାଟିବାକୁ । ପୁଅ ବୋହୁ ଆଶୀର୍ବାଦ ନେଇ ମାଆ ଗୋଡତଳେ ପଡି କ୍ଷମା କରିଦେବାକୁ ଅନୁନୟ ବିନୟ କରୁଥିଲେ ତ ମାଆ ଆଖିରେ ଆନନ୍ଦାଶ୍ରୁ ।