STORYMIRROR

Sunanda Mohanty

Thriller Others Children

4  

Sunanda Mohanty

Thriller Others Children

ଲୁଚା ଚେହେରାର କରାମତି

ଲୁଚା ଚେହେରାର କରାମତି

5 mins
226


    ବୁଢା ବିଲୁଆ ସବୁବେଳେ କହେ ଅଙ୍ଗୁର କୋଳି ଭାରି ଖଟା. ଏକଥାକୁ ତା ପୁଅ ଓ ପରିବାର ମାନନ୍ତି. ବୟସ୍କ ବ୍ୟକ୍ତି ଯାହା କୁହନ୍ତି ସେଥିରେ କିଛି ସତ୍ୟତା ଥାଏ ବୋଲି ସେମାନେ ବୁଝି ଯାଇଥାନ୍ତି କିନ୍ତୁ ନାତି ବିଲୁଆ ଭାରି ଚତୁର. ସେ ଜେଜେ ବିଲୁଆକଥାକୁ ବିଶ୍ୱାସ କରିପାରୁନଥାଏ. ସେ ଦେଖିଛି ମଣିଷମାନେ ତାଙ୍କ ହାଟରୁ ପରିବାପତ୍ର, ମାଛ, ଶାଗ, ପନିପରିବା ସହ ଫଳମୂଳ କିଣିଲା ବେଳେ ଅଙ୍ଗୁର କିଣି ଘରକୁ ନିଅନ୍ତି. ଅଙ୍ଗୁର ଖଟା ହୋଇଥିଲେ ମଣିଷଭାଇ ମାନେ କେବେ କିଣିକି ନିଅନ୍ତେ ନାହିଁ ତା ଛଡା ଖଟା ଲାଗୁଥିଲେ ମଧ୍ୟ କିଛିନା କିଛି ସ୍ୱାଦିଷ୍ଟ ଓ ଭିଟାମିନ ନିଶ୍ଚୟ ରହିଛି ତେଣୁ ସେ ଅଙ୍ଗୁର ଖାଇବାକୁ ଇଛା କରି, ବୁଢା ବିଲୁଆ ଶୋଇ ପଡିଲା ପରେ ଅଙ୍ଗୁର ଖାଇବାକୁ ଜଙ୍ଗଲକୁ ବାହାରିଗଲା.ଅଙ୍ଗୁର ଗଛରେ ପେନ୍ଥା ପେନ୍ଥା ଅଙ୍ଗୁର ଝୁଲି ରହିଥିଲା. ବିଲୁଆ କୁଦା ମାରି ଏକସଙ୍ଗେ ଅଙ୍ଗୁର ପେନ୍ଥା ତୋଳିବାକୁ ଚେଷ୍ଠା କରି ନିରାଶ ହୋଇ ଭାବିଲା ତା ଜେଜେ ନିଶ୍ଚୟ ଏହିପରି କୁଦାମାରି ଅଙ୍ଗୁର ନଖାଇ ପାରିବାରୁ ଅଙ୍ଗୁର ଖଟା କହି ଆମ ଭଳି ପୁତ୍ର ଓ ନାତିଙ୍କୁ ସେଥିରୁ ନିବୃତ୍ତ କରି ରଖିଛନ୍ତି କିନ୍ତୁ ସେ ଯେମିତି ହେଲେ ଅଙ୍ଗୁର ଖାଇବ ଓ ଜେଜେଙ୍କୁ ଖୁଆଇ ପ୍ରମାଣ କରିଦେବ ଅଙ୍ଗୁର ଖଟା ନୁହେଁ ମିଠା. ଦେଖିଲା ବେଳକୁ ଟିକିଏ ଦୂରରେ ଛୋଟ ଅଙ୍ଗୁର ଗଛଟିଏ ଥିଲା ଓ ପେନ୍ଥା ପେନ୍ଥା ଅଙ୍ଗୁର ଝୁଲି ରହିଥିଲା. ଖୁସିରେ ନାତି ବିଲୁଆ ନାଚି ଉଠିଲା. ଆଜି ନିଶ୍ଚିତ ଅଙ୍ଗୁର ଖାଇବ ଓ ଘରକୁ ନେବ ଭାବି ଡିଆଁ ମାରି ଗଛରୁ ଗୋଟେ ପେନ୍ଥା ଧରି ତଳକୁ ଆଦିବା ବେଳକୁ ତା ଅବସ୍ଥା ଘାଇଲା.ଅଙ୍ଗୁର ପେନ୍ଥା ତୋଳିବା ବେଳେ ପାଖରେ ଥିବା ବିରୁଡି ବସାରେ ଆଘାତ ଲାଗିବାରୁ ସେମାନେ ନାତି ବିଲୁଆର ମୁହଁ ସାରା କାମୁଡି ନୟାନ୍ତ କରିଦେଇଥିଲେ. ନାତିକୁ ଖୋଜି ଖୋଜି ଖୋଜି ବୁଢା ବିଲୁଆ ଆସି ଦେଖେତ ନାତି ମୁହଁ ଘୋଡେଇ ରଖିଛି. ପାଖରେ ଅଙ୍ଗୁର ପେନ୍ଥା ପଡିଛି. ଚତୁର ବୁଢା ବିଲୁଆ ସବୁ ଜାଣି ପାରି କହିଥିଲା, ଏଇଥି ପାଇଁ କୁହାଯାଏ କି ଅଙ୍ଗୁର ଫଳ ଖଟା. ନାତି ମୁହଁ ସାରା ଫୁଲି ପୋଡା ଆରମ୍ଭ ହୋଇଯାଇଥାଏ ତ ସେ ମୁହଁ ଲୁଚେଇ ଘରକୁ ଚାଲିଯାଇଥିଲା. ଆଉ ପ୍ରତିଜ୍ଞା କରିଥିଲା ଆଉ କେବେ ଅମାନିଆଁ ହେବନି କି ଲୋଭରେ ପଡ଼ିବନି.।

  ନାତି ବିଲୁଆ ସେଦିନ ଶୁଣିଲା ଜଙ୍ଗଲରେ ସବୁ ପଶୁ ପକ୍ଷୀ ମାନେ ମିଶି ଭୋଜି କରୁଛନ୍ତି. ଜେଜେ ବୁଢା ବିଲୁଆ ନାତିକୁ ଅନିମନ୍ତ୍ରିତ ଭୋଜିକୁ ଯିବାକୁ ବାରଣ କଲେ ମଧ୍ୟ ନାତି ବିଲୁଆ ଭୋଜିଖାଇବାର ଲୋଭ ସମ୍ଭାଳି ନପାରି ଭୋଜିକୁ ଯାଇଥିଲା. ସେଠାରେ ଦେଖିଲା ଦୁଇ ପ୍ରକାର ଭୋଜି ଗୋଟେ ଆମିଷ ଓ ଗୋଟେ ନିରାମିଷ ଲେଖାଯାଇଥାଏ.ଯେଉଁମାନେ ଆମିଷ ଭୋଜି ଖାଇବେ ତାଙ୍କୁ ନିରାମିଷ ଭୋଜି ଖାଇବା ମନା ଆଉ ଯୋଉମାନେ ନିରାମିଷ ଭୋଜି ଖାଇବେ ସେମାନଙ୍କୁ ଆମିଷ ମନା. ନାତି ବିଲୁଆ ଦେଖିଲା ନିରାମିଷ ଭୋଜିରେ ଅଙ୍ଗୁର ସହିତ ବହୁ ସ୍ୱାଦିଷ୍ଟ ଫଳ ରହିଥିଲା. ନାତି ବିଲୁଆ ଫଳ ଖାଇବାକୁ ମନ କରି ଦେଖିଲା ଆମିଷ ଭୋଜିରେ ସବୁ ପ୍ରକାର ଆମିଷ ଅଛି ତେଣୁ ସେ ନିଜ ଫଳ ଖାଇବା ଲୋଭ ସମ୍ବରଣ କରି ନିରାମିଷ ଭୋଜି ନଖାଇ ଆମିଷ ଭୋଜିରେ ମାଂସ, ଚିକେନ, କଙ୍କଡା, ଚୁଙ୍ଗୁଡ଼ି, ମାଛ ଇତ୍ୟାଦି ଖାଇ ଘରକୁ ଫେରି ବୁଢା ଜେଜେ ବିଲୁଆ ଆଗରେ ଦି ଚାରିଟା ହେଉଡି ନାଦି ଦେଇ ଶୋଇବାକୁ ଗଲା. ପରଦିନ ବଣରେ ଯୋଉମାନେ ଫିଷ୍ଟ ଖାଇବାକୁ ଆସିଥିଲେ ତୁରନ୍ତ ସଭାସ୍ଥଳରେ ପହଞ୍ଚିବାକୁ ହରିଣ ଡେଙ୍ଗୁରା ପିଟି ପିଟି ଗଲାପରେ ନାତି ବିଲୁଆ ଜେଜେ ବିଲୁଆକୁ ଆଉ ମୁହଁ ନଦେଖେଇ ଦୌଡ଼ିଲା ସଭାସ୍ଥଳୀକୁ.।

    ଯା ହେଉ ନାତି ବିଲୁଆ ମୁଣ୍ଡରେ ଅଠା କାଠି ନଲାଗି, ଯେଉଁମାନେ ଉଭୟ ଆମିଷ ଓ ନିରାମିଷ, ଦୁଇଟିଯାକ ଭୋଜି ଖାଇଥିଲେ ତାଙ୍କୁ କାରଣ ଦର୍ଶାଅ ନୋଟିସ ମିଳିଥିଲା. ବିଲୁଆ ମନେ ମନେ ଇଷ୍ଟ ସ୍ମରଣ କରି ବସିଥାଏ. ଅଙ୍ଗୁର ଓ ଅନ୍ୟାନ୍ୟ ଫଳ ଲୋଭରେ ସେ ଯଦି ଦୁଇଟି ଯାକ ଭୋଜିସ୍ଥଳକୁ ଯାଇ ଖାଇଥାଆନ୍ତା ତେବେ ସିଂହ ରାଜାଙ୍କ ଦଣ୍ଡାଦେଶ ପାଇଥାଆନ୍ତା ଏଣେ ଲାଜରେ ମୁହଁ ଦେଖାଇ ପାରିନଥାନ୍ତା. ଶେଷକୁ ହାତୀ, ଜେବ୍ରା ଓ ବିରୁଡି ଧରାପଡିଲେ. ପ୍ରମାଣରୁ ଜଣା ପଡିଲା ହାତୀ ଓ ଜେବ୍ରା ଆମିଷ ଭୋଜିସ୍ଥଳୀକୁ ଯାଇଥିଲେ ସତ କିନ୍ତୁ କିଛି ନଖାଇ ନିରାମିଷ ଭୋଜିସ୍ଥଳୀକୁ ଯାଇ ଖାଇକି ଫେରିଛନ୍ତି. ଦୁଷ୍ଟ ବିରୁଡି ଉଭୟ ପଟେ ଖାଇଛି ବୋଲି ସିସି ଟିଭିରୁ ପ୍ରମାଣ ମିଳିଲା ପରେ ତାକୁ ଏକାହଜାର ଟଙ୍କା ଜୋରିମାନା ଓ ତିନି ବର୍ଷ ଜେଲ ଦଣ୍ଡ ମିଳିଲା. ଏସବୁ ଶୁଣି ନାତି ବିଲୁଆ ଖୁବ ଖୁସି ହେଉଥାଏ. ତାର ମନେ ପଡିଯାଉଥାଏ ସେଦିନର କଥା. ଅଙ୍ଗୁର ଖାଇବା ଲୋଭରେ ଅପେକ୍ଷାକୃତ ଛୋଟ ଅଙ୍ଗୁର ଗଛକୁ କୁଦା ମାରି ଅଙ୍ଗୁର ପେନ୍ଥା ତ ପାଇଗଲା ହେଲେ ଏହି ବିରୁଡ

ି ଯୋଗୁଁ ଅଙ୍ଗୁର ଖାଇପାରିନଥିଲା. ଆଜି ସେହି କଥା ମନେ ପଡି ଖୁବ ଖୁସି ହେଲା ବେଳେ ବୁଢା ଚତୁର ଜେଜେ ବିଲୁଆ କହୁଥିଲା, ବିରୁଡି ପାଇଁ ବିଲେଇ ଓକିଲ ସାଜିଛି. ସେ ଯାହା ନିଷ୍ପତ୍ତି କରିବ ସେହି ଅନୁସାରେ ସିଂହରାଜା ବିରୁଡିକୁ ଦଣ୍ଡ ଦେବେ . ଏଥର ନାତି ବିଲୁଆ ମନ ଟିକେ ଶୁଖିଗଲା ଓ ଦ୍ୱିତୀୟ ଥର ପାଇଁ ମୁହଁ ଲୁଚେଇ ଶୋଇଗଲା.।

      ସେଦିନକୁ ସମସ୍ତେ ଅପେକ୍ଷା କରିଥାନ୍ତି. ବିଲେଇ ଓକିଲ କଣ ମତାମତ ରଖୁଛନ୍ତି ଶୁଣିବାକୁ ସବୁ ପଶୁ ପକ୍ଷୀ ଏକାଠି ହୋଇଥାନ୍ତି. ନାତି ବିଲୁଆ ମଧ୍ୟ ମୁହଁ ଲୁଚେଇ ବସିଥାଏ. ଏହି ସମୟରେ ସିଂହ ରାଜା ଉପସ୍ଥିତ ହେଲେ. ହାତୀ ଓ ବାଘ ଭଳି ପାତ୍ରମନ୍ତ୍ରୀଙ୍କୁ ନେଇ ଦରବାର ଆରମ୍ଭ ହେଲା. ବିଲେଇ କହିଲା ମଣିମା ହଜୁର ଧର୍ମାବତାର କାଲି ରାତିରେ ମୁଁ ସ୍ବପ୍ନ ଦେଖିଲି କି, ଇଶ୍ୱର କହୁଛନ୍ତି, ଏକ ଅପରାଧ ପାଇଁ କାହାକୁ ଶାସ୍ତି ଦେବା ଉଚିତ ନୁହେଁ. ରାଜା କହିଲେ ଏ କେମିତି ନ୍ୟାୟ. ବିଲେଇ କହିଲା ମହାରାଜ ବିରୁଡି ଏକ କ୍ଷୁଦ୍ର ପ୍ରାଣୀ. ସେ ଏମିତି କେତେ ପରିମାଣର ଖାଦ୍ୟ ଖାଇଥିବ?? ସହଜେ ଆମ ସମସ୍ତଙ୍କ ଜନ୍ମଦାତା,ଇଶ୍ୱରଙ୍କ କଥା ନମାନିଲେ ହୁଏତ ଜଙ୍ଗଲକୁ ବିପଦ ଆସିପାରେ. ବିରୁଡି ଖୁସିରେ ଜୟ ସିଂହ ରାଜା କି ଜୟ କହୁଥିବା ବେଳେ, ମୁହଁ ଲୁଚାଇ ବସିଥିବା ନାତି ବିଲୁଆ ଉଠିପଡି କହିଲା ଅବଜେକ୍ସନ ମି. ଲର୍ଡ଼. ମୁଁ ବି କାଲି ରାତିରେ ସ୍ବପ୍ନ ଦେଖିଛି ରାଜକୁମାରୀଙ୍କର ମୁଁ ଉପଯୁକ୍ତ ବର. ସ୍ବପ୍ନ ଅନୁସାରେ ବିଲେଇ କଥାରେ ଯଦି ବିରୁଡି ଛାଡ଼ ପାଉଛି ତେବେ ସ୍ବପ୍ନ ଅନୁଯାଇ ମତେ ଆପଣ ନିଜ ଏକମାତ୍ର କନ୍ୟାର ବର ବା ଆପଣଙ୍କ ଜାମାତା ରୂପେ ସ୍ୱୀକାର କରନ୍ତୁ. ସମସ୍ତେ ଏହି ଯୁକ୍ତିସଙ୍ଗତ କଥାରେ ମୁହଁ ଲୁଚାଇ ବସିରହିଲେ. କାହା ପାଟିରୁ ଶବ୍ଦ ଉଚ୍ଚାରିତ ହେଲା ନାହିଁ.ଶେଷକୁ ବିରୁଡି ଉପରେ ଲାଗିଥିବା ଦଣ୍ଡ ବିଧାନ ଅପରିବର୍ତ୍ତିତ ରହିଲା.।

  ବିରୁଡି ଏଥର ତାର ଶେଷ ଚାଲ ଚଳେଇ ସିଂହ,ବାଘ ଓ ହାତୀଙ୍କ ଗୋଡ଼ ତଳେ ପଡିବା ସହ ବିଲେଇ ଓ ବିଲୁଆ ଗୋଡ଼ତଳେ ମୁଣ୍ଡିଆ ମାରିବା ଦେଖି ଉପସ୍ଥିତ ପଶୁ ପକ୍ଷୀ ମାନେ ବିରୁଡିର ନମ୍ରତା ଦେଖି ଓ ନିଜ ଭକ୍ତି ଓ ସମ୍ମାନରେ ଶତ୍ରୁ ମିତ୍ରର ଫରକ ନରଖୁଥିବାରୁ ସମସ୍ତେ ତାକୁ ସାଧୁ ସାଧୁ କହି ପ୍ରଶଂଶା କରିବାର ଠିକ ପୂର୍ବରୁ ବିଲୁଆ କହିଲା ମଣିମା, ବିରୁଡି ମୋର ଗୋଟେ ଛୋଟ ଭାଇ ଭଳି ତେଣୁ ସ୍ବପ୍ନ କଥା ଛାଡ଼ନ୍ତୁ ତାକୁ କ୍ଷମା କରିଦିଅନ୍ତୁ. ଏଥର ବିରୁଡି ବଦଳରେ ସମସ୍ତେ ବିଲୁଆକୁ ପ୍ରଶଂସା କରୁଥିଲେ. ସାଧୁ ସାଧୁ କହି ବିଲୁଆକୁ କହିଥିଲେ କ୍ଷମା ଆଚରିବା ବ୍ୟକ୍ତି ହିଁ ଶ୍ରେଷ୍ଠ. ସେମାନଙ୍କ କଥା ଶୁଣି ସିଂହ ରାଜା ବିରୁଡିକୁ ଛାଡ଼ି ଦେଇଥିଲେ. ସେହିଦିନ ରାତିରେ ବିରୁଡି କେତେ ଗୁଡିଏ ଅଙ୍ଗୁର ପେନ୍ଥା ସହ ନାତି ବିଲୁଆକୁ ଦେଖା କରିବାକୁ ଆସିଲା ବେଳେ, ତାକୁ ଫେରାଇ ଦେଇ ନାତି ବିଲୁଆ କହିଥିଲା,ମୁଁ ଲାଞ୍ଚ ନିଏନି ତୁ ଯାଇପାରୁ.ଜେଜେ ବିଲୁଆ ମୁରୁକି ହସି ଯେବେ କହୁଥିଲେ ମନକୁ କଥାରେ ଅଛି ପଇଡ଼ ବଡ଼ ମଧୁର ବିଲୁଆ ବଡ଼ ଚତୁର. ବିଶେଷ କିଛି ନକରି ନିଜ ଚତୁରତା ପାଇଁ ରାତି ରାତି ପ୍ରସିଦ୍ଧି ପାଇଥିବା ନାତି ବିଲୁଆ କିନ୍ତୁ ଜେଜେ ବୁଢ଼ା ବିଲୁଆ ପାଖରେ ମୁହଁ ଲୁଚେଇ ଯିବା ଆସିବା କରୁଥିଲା.

  ସକାଳୁ ସକାଳୁ ଦେଖାଗଲା ସିଂହରାଜାଙ୍କ ଏକମାତ୍ର ଅଲିଅଳି କନ୍ୟା ବହୁ ଧନ ସମ୍ପତ୍ତି, ପାତ୍ର ମନ୍ତ୍ରୀ ସହିତ ଉପସ୍ଥିତ ହୋଇ ନାତି ବିଲୁଆର ସ୍ତ୍ରୀ ହୋଇ ରହିବାକୁ ଆସିଥିଲା. ଗୋଟିକ ପରେ ଗୋଟେ ବିପଦ ଆସୁଥିବାର ଦେଖି, ନାତି ବିଲୁଆ ମୁହଁ ଲୁଚେଇ ବସିରହିଲା. ରାଜକନ୍ୟା କହିଲେ ଯୋଉ ନ୍ୟାୟରେ ବିରୁଡି ଇଶ୍ୱରଙ୍କ ସ୍ବପ୍ନ ଯୋଗୁଁ ବିଲେଇ କଥାରେ ଛାଡ଼ ପାଇଲା ସେହି ନ୍ୟାୟରେ ଆପଣ ଦେଖିଥିବା ସ୍ବପ୍ନ ଅନୁସାରେ ମତେ ବିବାହ କରନ୍ତୁ.ବିଲୁଆ ବୁଝିପାରିଲା ଏହି ମଉକାରେ ସେ ଦୁଇଟି ଫାଇଦା ମାରିବ, ବିବାହ ନକରି ସିଂହ ରାଜାଙ୍କ ପ୍ରିୟପାତ୍ର ହେବ ଏବଂ ବିରୁଡିକୁ ମଧ୍ୟ ପାନେ ଦେବ କାରଣ ସେ ଜାଣିଥିଲା ଏ ବିବାହରେ ସିଂହ ରାଜା ରାଜି କି ଖୁସି ନୁହଁନ୍ତି ତେଣୁ ସେ ମୁହଁ ଲୁଚାଇ ବସିରହିଲା. ରାଜକୁମାରୀ ଏହାର କାରଣ ପଚାରିବାରୁ ନାତି ବିଲୁଆ କହିଲା ମୋ ମୁହଁକୁ ବିରୁଡି କାମୁଡି ଅସୁନ୍ଦର କରିଛି. ଯିଏ ବିରୁଡିକୁ ମାରି ମୋ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବ ତାକୁ ମୁଁ ବିବାହ କରିବି.ଏସବୁ ଶୁଣି ରାଜକୁମାରୀ କହିଲେ ବିରୁଡି ଛାଡ଼ ପାଇବାରେ ଆପଣ ଜଣେ ସମର୍ଥିତ ପ୍ରାର୍ଥୀ ହୋଇ ସୁଧା ସେ ଆପଣଙ୍କୁ କାମୁଡିଛି. ମୁଁ ନିଶ୍ଚୟ ତାହାକୁ ଶାସ୍ତି ଦେବି କହି ବିରୁଡି ବସା ଠାଵ କରୁ କରୁ ରାଜକୁମାରୀଙ୍କ ସମୟ ସହିତ ବୟସ ଯାଉଥିଲା ଆଉ ବିଲୁଆ ସିଂହ ରାଜାଙ୍କ ମନ ରଖିଥିବାରୁ ତାକୁ ଦରବାରରେ ଚଉକି ମିଳିଗଲା.।



Rate this content
Log in

Similar oriya story from Thriller