kamal kumar dash

Others

3  

kamal kumar dash

Others

ଲକର

ଲକର

2 mins
134



      ଲୋକନାଥ ରାୟଙ୍କ ଦେହାନ୍ତ ପରେ ତାଙ୍କ ସାଙ୍ଗ ଓକିଲ ସତୀଶ ବାବୁ ଦିନେ ସନ୍ଧ୍ୟା ରେ ତାଙ୍କ ଘରେ ପହଁଚିଲେ | ପୁଅ ଝିଅ ଓ ଲୋକନାଥଙ୍କ ସ୍ତ୍ରୀ ନିଲମ ଙ୍କୁ ପାଖକୁ ଡାକି ବସାଇଲେ ଓ କହିଲେ ମୋ ପାଖରେ ସାଙ୍ଗ ଲୋକନାଥ ର ଉଇଲ ଅଛି ତମେ ମାନେ କହିଲେ ମୁଁ ଶୁଣlଇବି | ପିଲାମାନେ ଜାଣି ନଥିଲେ କି ବାପା ତାଙ୍କ ପାଇଁ ଉଇଲ କରି ଯାଇଛନ୍ତି ବୋଲି | ସମସ୍ତେ ଟିକେ ଡରି ଗଲା ଭଳି ଲାଗିଲେ | ସତୀଶ କହିଲେ ଆରେ ସେମିତି କିଛି ଡରିବାର ନାହିଁ ବରଂ ତମମାନଙ୍କୁ ବେଶୀ କିଛି ପରିଶ୍ରମ କରିବାକୁ ପଡିବ ନାହିଁ | ତାପରେ ସେ ପଢିଲେ ସହରର ଦିଟା ଫ୍ଲାଟ ଗୋଟେ ପୁଅ ନିଲୁକୁ ଓ ଅନ୍ୟ ଟି ଶ୍ରୀମତୀଙ୍କ ନାମରେ ଓ ଅନ୍ୟ ଏକ ପ୍ଲଟ ଝିଅ ନାଁରେ କରିବାକୁ ଲେଖିଥିଲେ | ଗାଁର ଘର ଓ ଜମି ସାନ ଭାଈ କୁ ଦେଇଥିଲେ | ତା ପରେ ତାଙ୍କ ନାମରେ ଥିବା ଦୁଇଟି ଲକର କଥା କହିଲେ | ତାଙ୍କ ସ୍ତ୍ରୀ ଜାଣିଥିଲେ ଯେ ଗୋଟିଏ ଲକର ଅଛି ବୋଲି , ସେ ପଚାରିଲେ ଆର ଲକର ଟି କେଉଁ ବ୍ୟାଙ୍କ୍ ରେ ଅଛି ? ସେ କହିଲେ ଆର ଲକର ଟି କଲେଜ ପାଖ ବ୍ୟାଙ୍କ ଅଫ ଇଣ୍ଡିଆରେ ଅଛି | ହେଲେ ସେ ଲକର ଚାବିଟି ସେ ତାଙ୍କର ଜଣେ ସାଙ୍ଗ ଙ୍କୁ ଦେବାକୁ କହିଛନ୍ତି | ନିଲମ ମାଡାମ ପଚାରିଲେ ତାଙ୍କ ନାମ ଜାଣି ପାରିବୁ କି ? ତାଙ୍କ ନାଁ ହେଲା ନିଲମ ସାକ୍ସେନା | ସେ କଣ ଏଇ ସହରରେ ରୁହନ୍ତି ? ନା କହିଲେ ସତୀଶ ବାବୁ ,ତାଙ୍କ ଆଡ୍ରେସ ଓ ଫୋନ ନମ୍ବର ଅଛି ଉଇଲରେ | ସେ ଫୁଣି ପଚାରିଲେ ତାଙ୍କ ସାଙ୍ଗରେ କଣ ଆପଣ କଥା ହୋଇଥିଲେ ? ହଁ ସେ ଦି ତିନ ଦିନ ଭିତରେ ଆସିବେ ବୋଲି କହିଛନ୍ତି | ସ୍ତ୍ରୀ ନିଲମ ମ୍ୟାଡ଼ମ ଟିକେ ଚିନ୍ତିତ ହୋଇପଡିଲେ | ଓ ଓକିଲଙ୍କୁ ପଚାରିଲେ ସେ ଲକର ଖୋଲିଲା ବେଳେ ଆମେ ଦେଖିପାରିବୁ ? ସତୀଶ କହିଲେ ସେ ଚାହିଁଲେ ଆପଣ ଦେଖି ପାରିବେ | ଏତିକି କହି ସତୀଶ ତାଙ୍କ ଘରୁ ବାହାରି ଚାଲିଗଲେ | ସତୀଶ ଗଲା ପରେ ଝିଅ ପଚାରିଲା ମାମା ଏ ନିଲମ କିଏ , ତୁମେ ଜାଣିଛ ? ସେ କହିଲେ ନl ରେ ମା ମୁଁ ଜାଣିନି ? ତୋ ବାବା କେବେବି କିଛି କହି ନାହାନ୍ତି |

     ପ୍ରାୟ ୫ ଦିନ ପରେ ଦିନେ ୧୦ଟା ବେଳେ ସତୀଶ ଙ୍କର ଫୋନ ଆସିଲା ମାଡାମ ସେ ନିଲମ ସାକ୍ସେନା ମାଡାମ ଆସିଛନ୍ତି ଆପଣ ୧୧ ଟାରେ କଲେଜ ପାଖ ବ୍ୟାଙ୍କ ଅଫ ଇଣ୍ଡିଆ କୁ ଆସି ପରିବେକି ? ହଁ ଦେଖୁଛି ? ପୁଅ ଘରେ ନଥିଲା ମା ଓ ଝିଅ ବାହାରିଲେ କଲେଜ ପାଖ ବ୍ୟାଙ୍କ ଅଫ ଇଣ୍ଡିଆ କୁ | ମ୍ୟାନେଜରଙ୍କ ରୁମରେ ବସିଥିଲେ ସତୀଶ ବାବୁ ଓ ନିଲମ ସାକ୍ସେନା ମାଡାମ | ନିଲମ ମାଡାମ ପହଁଚିବା ପରେ ସେମାନେ ଉଠି ଏମାନଂକୁ ନମସ୍କାର କଲେ | ମ୍ୟାନେଜର ତାଙ୍କୁ ଲକର ରୁମ୍ କୁ ନେଇଗଲେ ଓ ତାଙ୍କ ଚାବି ଖୋଲିଦେଇ ଚାଲିଗଲେ | ସାକ୍ସେନା ମାଡାମ ଲକର ଭିତରୁ ଏକ ବ୍ୟାଗ କାଢ଼ିଲେ ,ସେଥିରେ ଏକ ଡ଼ାଇରୀ ,କିଛି ଚିଠି , ଦିଟା ଫଟୋ,ଗୋଟେ ସୁନ୍ଦର କେଶ ଭିତରେ ଏକ ହାର ଓ ସୁନା ମୁଦି ଥିଲା | ନିଲମ ସାକ୍ସେନା ମାଡାମ ସେ ଡ଼ାଇରୀ ଓ ଫଟ ଦେଖି କାନ୍ଦି ପକାଇଲେ ,ସେ ହାର ଓ ସୁନା ମୁଦି ଝିଅ ଆନା କୁ ଦେଇଦେଲେ | ଆନା କହିଲା ନା ଆଣ୍ଟି ବାବା ଆପଣଙ୍କୁ ଦେଇଛନ୍ତି ମୁଁ କାହିଁ କି ନେବି ? ସେ କହିଲେ ମାରେ ମୁଁ ଏଇଟା ତତେ ତୋ ବାହାଘର ପାଇଁ ଗିଫ୍ଟ କରୁଛି ,ତୋ ବାହା ଘର କୁ ମତେ ଡାକିବୁ , ମୁଁ ନିଶ୍ଚେ ଆସିବି ,ବଂଚି ଥିଲେ ,ତୋ ବାବା ମୋର ଭଲ ସାଙ୍ଗ ଥିଲେ ,ତୁ ମତେ ଖରାପ ଭାବନି | କହି ତାକୁ କୁଣ୍ଢାଇ ପକାଇଲେ | ଆନା କହିଲା ଆଣ୍ଟି ଏ ମୁଦି ଟା ଆପଣ ପିନ୍ଧନ୍ତୁ ପ୍ଲିଜ ,ସେ ମୁଦି ଟl ତାଙ୍କୁ ପିନ୍ଧାଇ ଦେଲା | ସେ ଆନା ଓ ତାର ମାମା ଙ୍କୁ ସରି କହି ସେ ବ୍ୟାଗ ଟି ଧରି ଚାଲିଗଲେ | ଗଲାବେଳେ କାନ୍ଦି କାନ୍ଦି କହି ଗଲେ ମାରେ ତୋ ବାହା ଘରକୁ ମତେ ଡାକିବୁ | 


Rate this content
Log in