ଲକ ଡାଉନ 2.0
ଲକ ଡାଉନ 2.0
【ପ୍ରଥମ ଦୃଶ୍ୟ 】
ଧୁ ଧୁ ଖରାବେଳେ । ଗମ ଗମ ଦେହ ରୁ ବହୁଛି ଝାଳ । ଲକ ଡାଉନ ପାଇଁ ରାସ୍ତା ଘାଟ ଜନ ଶୂନ୍ୟ । ମୁଣ୍ଡରେ ଖୋର୍ଦ୍ଧା ଗାମୁଛା ଖଣ୍ଡେ ଭିଡି , ମେଡିକାଲ ପାଚେରୀ କୁ ଶୂନ ଗାଡି ଟି ଆଉ ଯେଇ , ଡାକ ଛାଡ଼ୁଛି ......
ବାବୁ ପେପର ନିଅ ..... ପେପର ।
ଆଜି ଶେଷ ଆଶା ତାର , ମେଡିକାଲ ଉପରେ । ଏଠି କି ଯାହା ହେଲେ ଲୋକେ ଆସିବେ । ଆଉ ଖବର କାଗଜ କିଛି ଟା ବିକି ପେଟ ର ଭୋକ କୁ ସେ ଉପଶମ କରି ହେବ ।
ବୟସ କୁ କିଏ ବା ଭୋକ ସମ୍ନା ରେ ଦେଖେ । ତଥାପି ସତୁରି ଛୁଇଁବ ।
ସେ କି ଜାଣେ । ଆଧୁନିକ ଦୁନିଆଁ ର ଲୋକ କାଗଜ ଧରି ପଢିବା ଅପେକ୍ଷା , ମୋବାଇଲ ରେ ଇ- ନିୟୁଜ ପଢି ଜାଣନ୍ତି ।
ତଥାପି ଆଶା , କିଛି ଦି ପଇସା ତ ରୋଜଗାର ହେବ ??
ଅନ୍ୟ ପଟୁ ସିକ୍ୟୁରିଟି ହୁଇସିଲ ଫୁଙ୍କି ଫୁଙ୍କି ରଡି କରି ଆସୁ ଥାଏ , ତୁମକୁ ମଉସା କଣ ରୋଗ ବିଷୟ ରେ ଜଣା ନାହିଁ । ମୁହଁରେ ମାସ୍କ କି କପଡା ଖଣ୍ଡେ ଦେଇନ ।
ଯା "ଅ ଚାଲି ଯା" ଅ । ମହାମାରୀ ହୋଇ ପୈତୁକ ପ୍ରାଣ ଚାଲିଯିବି ।
ମୁଣ୍ଡର ଝାଳ କୁ ପୋଛୁ ପୋଛୁ , ଆଖି ବି ପେଟ ର ଭୋକ ର ଜ୍ୱାଳା କୁ ସହି ନ ପାରି , ଅଜାଣତ ରେ ଦି ଟୋପା ଲୁହ ଅଦିନିଆ କାଳବୈଶାଖୀ ର ବର୍ଷା ପରି ଘନୀଭୂତ ହୋଇ ଝରୁ ପଡୁଥାଏ । ସିକ୍ୟୁରିଟି ର ତାଗିଦ ଶୁଣି ।
ଆଉ ମନେ ମନେ କହୁଥାଏ :-
କି ରୋଗ ହେଲା , କେଜାଣି । ପେଟ ପାଇଁ ଦାନା ମୁଠେ ବି ମିଳୁନି । କେତେ ଦିନ ଢୋକେ ପାଣି ଆଉ ଚୁଡା ମୁଠେ ରେ ଦେହରେ ଜୀବନ ରହିବ !!!!!!
ସବୁ ଭଗବାନ ଙ୍କର ଇଛା ।
【 ଦ୍ୱିତୀୟ ଦୃଶ୍ୟ 】
ଦୀର୍ଘ ଦେଢ଼ ମାସ ପରେ ଟିକେ ତ କୋହଳ ହୋଇଛି ଲକ ଡାଉନ । ଘରେ ବସି ବସି ତଣ୍ଟି ଶୁଖି ଗଲାଣି । ପାଟି ଅଠା ହୋଇ ଯାଉଛି । ଦେହ ପ୍ରସାଦ ବିନା ରାତି ରେ ଝିମ ଝିମ ଲାଗୁଛି । ଯାହା ହେଉ ସରକାର ଶେଷ ରେ ଆମ ଦୁଃଖ ବୁଝିଲେ ।
---- ପ୍ରସାଦ ଦୋକାନ ସମ୍ନା ରେ ପ୍ରବଳ ଗହଳି । କେତେ ରଥୀ ,ମହାରଥୀ , ରାତି ଅଧ ରୁ ଲାଇନ ରେ ଅଛନ୍ତି ।
------ ଦ୍ୱାର ଖୋଲା ହଉ ହଉ , କିଏ କହୁଥାଏ ଭାଇ; ହାପ ଗୋଟେ , କିଏ ଫୁଲ , କିଏ ପେଟିଏ , କିଏ ତିନି ଚାରି ପେଟି ମାଗି ସବୁ ବୁହାଇ ନେଉଛନ୍ତି । ଲାଗୁଚି ଯେମିତି ଭକ୍ତ ଙ୍କର ଭିଡ଼ ରେ ପ୍ରଭୁ ଙ୍କର ହୁଣ୍ଡି ଆଜି ପୂର୍ଣ ହୋଇଯିବ ।
ପ୍ରାସଦ ଦୋକାନ ର କିଛି ମାଇଲ ଦୂର ରେ , ମନ୍ଦିର ବନ୍ଦ ହୋଇ ରହିଛି । ମନ୍ଦିର ର ସମ୍ମୁଖ ରେ ଭିକାରୀ ଭୋକ ରେ ଆଉଟ ପାଉଟ ହେଉଛି । ମନ୍ଦିର ଖୋଲା ହୋଇଥିଲେ ତ , ଭକ୍ତ ମାନେ ଟଙ୍କା କି କିଛି ଭୋଗ ଦେଇଥାନ୍ତେ । ଦିନେ ଦି ଦିନ ଯେନେ ତେନେ ଚଳିଯିବ । ମାସ ଟା ଏ କେମିତି ମଣିଷ ବଞ୍ଚିବ!
କିଛି ପ୍ରସାଦ ସେବନ କାରି ଙ୍କର ଗାଡି ବହୁତ ଗହଳି ପାଇଁ ମନ୍ଦିର ନିକଟରେ ପାର୍କିଂ ହୋଇଛି । ପେଟି ପେଟି ବୁହାଇ ନେଇ ଗାଡି ଡିକି ରେ ରଖୁଥିବା ବେଳେ ,
ବାବୁ କିଛି ଦିଅ ବାବୁ ... ଧର୍ମ ହେବ ।
ଯା" ଶଳା ଭିକାରୀ । ମଣିଷ ର ଦେହ ଝିମା ହୋଇଗଲାଣି ।
ଇଏ ଆସିଲା ଭିକ ଦିଅ ବାବୁ ..... ଚୁପ ରହ ।
ଆଗ ଢୋକେ ପ୍ରସାଦ ରୁ ମାରେ , ତା ପରେ ଯେଉଁ କଥା ।
କିଛି ଢ଼ୋକ ରେ ଧନୀ ଲୋକ ଟିର କି ବୁଦ୍ଧି ହେଲା କେଜାଣି , ଭିକାରୀ ଟିର କଂସା ରେ କିଛି ମାତ୍ରା ର ପ୍ରସାଦ କୁ ଢାଳି ଦେଇ ପିଇବା କୁ କହିଲା ।
ଭୋକରେ ଆଉଟ ପାଉଟ ହେଉଥିବା ଭିକାରୀ ଝଟ କିନି ପିଇ" ଦେଇ କହିଲା । ବାବୁ ପୁରା ଅମୃତ ଲାଗୁଚି । ଆଉ ଢୋକେ ଦିଅନ୍ତି ନି !!!!!
ଏବେ ବୁଝି ଲୁ ତ ବାବୁ । ଦୁନିଆଁ ରେ ବଂଚିବା ପାଇଁ ହେଲେ , ଭଗବାନ ଙ୍କୁ ତାଲା ପକାଅ , ପ୍ରସାଦ ଦୋକାନ ଖୋଲ , ଭକ୍ତ ଙ୍କର ମନବାଞ୍ଛା ପୂରଣ କର ।
" ସବୁ ମାୟା ରେ ବାୟା "
ବାବୁ ... ଆପଣ ଠିକ କହିଛନ୍ତି । ନିଶା ରେ ହରି ହରି ଡାକି ଭିକାରୀ ତାଣ୍ଡବ ନୃତ୍ୟ କରୁଥାଏ।