Lipi Sahoo

Drama

4.5  

Lipi Sahoo

Drama

ଲେସବୋ

ଲେସବୋ

6 mins
267


ସକାଳୁ ଝଞ୍ଜା ସହ ମାଁ ଙ୍କର ତିନି ରାଉଣ୍ଡ କଳି ହେଇ ସାରିଲାଣି ମାଁ ଙ୍କର ଏକା ଜିଦ୍ ସେ ନୂଆ ନାଲି ଡ୍ରେସ୍ ଟା ପିନ୍ଧି କଲେଜ ଯିବ । ଆଜି ତା'ର ଇଂଜିନିୟରିଂ କଲେଜରେ ପ୍ରଥମ ଦିନ । ହେଲେ ଝଞ୍ଜା ର ଇଚ୍ଛା ସେ ପାଉଁଶିଆ ରଙ୍ଗର ଡ୍ରେସ୍ ଟା ପିନ୍ଧି କି ଯିବ । ମାଁ ବୁଝୁ ପାରୁନି ଏମିତି ଗାଢ଼ ରଙ୍ଗର ଡ୍ରେସ୍ ପିନ୍ଧି କି ଗଲେ ସିନିୟର୍ ମାନଙ୍କ ଆଖିରେ ନିଶ୍ଚୟ ପଡ଼ିବ । ଆଉ ରାଗିଂ ହେବା ଟା ସାର ହେବ । ଯେତେ ବୁଝାଇଲେ ସେ ବୁଝୁନି ଖାଲି କହୁଚି ମୁଁ ଠାକୁରଙ୍କ ପାଖରେ ଚଢ଼େଇ କି ଆଣିଚି । ଏଇଟା ପିନ୍ଧିଲେ ତୋର ଶୁଭ ହେବ । ମାଁ ମାନେ ତ ଇମୋସନାଲ୍ ବ୍ଲାକମେଲ୍ କରିବାରେ ମାହିର । ଶେଷରେ ମାଁ ର କଥା ହିଁ ରହିଲା ଆଉ ସେ ନାଲି ଡ୍ରେସ୍ ପିନ୍ଧି କି ଗଲା ।

               ଅଜଣା ଭୟ ସବୁ ତାକୁ ମାଡି ବସୁ ଥାଆନ୍ତି। ଛାତି ଜୋର୍ ରେ ଧଡ଼ ଧଡ଼ ହେଉଥାଏ । ନିଜର ହୃତସ୍ପନ୍ଦନ ସେ ନିଜେ ଶୁଣି ପାରୁଥାଏ । ମୁହଁ ପୋତି କରିଡ଼ର ରେ ଆଗକୁ ଆଗକୁ ଚାଲିଥାଏ । ରୁମ୍ ନଂ - 16A ରେ ତା'ର କ୍ଲାସ ଅଛି । ହେଲେ ସେ ଯେଉଁ ରୁମ୍ ଆଗ ଦେଇ ଯାଉଛି ସେଇଟା 4C । ତେବେ ତା'ର ରୁମ୍ କୋଉ ଫ୍ଲୋରରେ । କାହାକୁ ପଚାରିବ ?? କ୍ଲାସ ଆରମ୍ଭ ହେବାକୁ ଦଶ ମିନିଟ୍ ଅଛି । ତରତର ହେଇ ଆଗକୁ ବଢିଲା ବେଳକୁ ହଠାତ୍ ସାମ୍ନାରେ ଜଣଙ୍କ ସହ ଧକ୍କା ହେଇଗଲା । ସେ ତା'ର ହାତ ଧରି ସମ୍ଭାଳି ନେଲା । ଝଞ୍ଜା ଧୀରେ ଆଖି ଉଠେଇ ଦେଖିଲା ଆରେ ଇୟେ ତ ଝିଅ ପିଲା ଟେ। ଏତେ ଡେଙ୍ଗା ! ପୁଣି ପୁଅଙ୍କ ପରି ଜିନ୍ସ ଆଉ ଟି-ସାର୍ଟ ସହ ବୟକଟ୍ ଚୁଟି କାଟିଛି । 

       ପୁଅ ପିଲାଙ୍କ ଭଳି ପକେଟ୍ ରେ ହାତ ପୁରେଇ ପଚାରିଲା ନିୟୁ କମର୍ ? କୋଉ ବ୍ରାଞ୍ଚ ? ଏତିକିରେ ଝଞ୍ଜାର ହୋସ୍ ଉଡ଼ିବା ଉପରେ । ଛେପ ଢ଼ୋକି ମୁଣ୍ଡ ହଲେଇଲା ଆଉ ଧୀରେ କହିଲା କଂପ୍ୟୁଟର ସାଇନ୍ସ । ଅସ୍ପଷ୍ଟ ଭାବରେ ପଚାରିଲା ରୁମ୍ ନଂ 16A ଟା କୋଉଠି ?  ହଠାତ୍ ଝଞ୍ଜା କାନ୍ଧରେ ହାତ ପକେଇ କହିଲା ଚାଲ୍ ତୋତେ ଛାଡ଼ି ଦେବି ତୋ କ୍ଲାସ୍ ରେ । ଝଞ୍ଜା ତ ବୁଝି ସାରିଥିଲା । ଏ ତ ସିନିୟର ନିଶ୍ଚୟ । ମୋତେ ନେଇ କୋଉଠି ରାଗିଂ କରିବ ଏବେ । ମାଁ କ'ଣ କହିଥିଲେ ? ଏଇ ଡ୍ରେସ୍ ଟା ଶୁଭ , ନା ଛେନା ଗୁଡ଼ ! ପଶୁ ପଶୁ ଚାଳ ବାଜିଲାଣି । ହେ ପ୍ରଭୁ ରକ୍ଷା କର ! ମୁଁ ଜୟ ! ଫୋର୍ଥ ଇୟର ସେମ୍ ବ୍ରାଞ୍ଚ । ଆଇ ମିନ୍ ମୋ ନାଁ ଜୟଦୀପା । ମୋତେ ସମସ୍ତେ ଜୟ ବୋଲି ଡାକନ୍ତି । ନୋ ଡାଉଟ୍ ତୁ ବହୁତ ସୁନ୍ଦରୀ ! କହି ମୋତେ ଆଉ ଟିକେ ପାଖକୁ ଟାଣିନେଲା । ଯନ୍ତ୍ର ଚାଳିତ ଭଳି ସେ ତା ସହ ଟାଣି ହେଇ ଚାଲିଥାଏ । ତା ପରେ ଗୋଟେ ରୁମ୍ ପାଖରେ ପହଞ୍ଚି କହିଲା ତୋ କ୍ଲାସ୍ ଆସିଗଲା । ମୁଁ ଉପରକୁ ଅନେଇଲି ସତରେ 16A ଲେଖା ହେଇଥିଲା । ସେ ମୋ କାନ୍ଧରୁ ହାତ କାଢି ତା'ର ଦୁଇ ଆଙ୍ଗୁଠି ନିଜ ଆଖି ପାଖକୁ ନେଇ ଏମିତି ଇସାରା କଲା ଯାହାର ଅର୍ଥ ହେଉଛି ଆଜିଠୁ ମୋ ନଜର ତୋ ଉପରେ ରହିଲା । ଆଉ ସେ ସେଇ ଦୁଇ ଆଙ୍ଗୁଠି କୁ ନିଜ ଓଠରେ ଲଗେଇ ଗୋଟେ ଫ୍ଲାଇଙ୍ଗ କିସ୍ ଦେଲା । ଆଉ ଚାଲିଗଲା ।

         କି ! ଅଜବ ଝିଅରେ ବାବା । ଇୟେ ଝିଅ ନା ପୁଅ ? ସେତେବେଳକୁ ଝଞ୍ଜା ର ଦେହ ସାରା ଝାଳ ବୋହି ଯାଇଥାଏ । ଗୋଡ଼ ହାତ ବି ଥରୁ ଥାଏ । ସେ ଯାଇ ପଙ୍ଖା ତଳ ଗୋଟେ ସିଟ୍ ରେ ବସିଗଲା । ବ୍ୟାଗରୁ ପାଣି ବୋତଲ କାଢି ଢକଢକ କରି ଅଧ ବୋତଲେ ପିଇଗଲା । ତା ପାଖ ସିଟ୍ ରେ ଆସି ଗୋଟେ ଝିଅ ବସିଲା । ତାକୁ ଅନେଇ ହସି କହିଲା ହାଇ ! ମୁଁ ଅନିମା ଆଉ ତମେ ? ରୁମାଲରେ ଝାଳ ପୋଛି କହିଲା ହାଇ ! ମୁଁ ଝଞ୍ଜା । ସେ ପୁଣି ହସିକି କହିଲା ଭେରୀ ଇୟୁନିକ୍ ନେମ୍ । ଆଚ୍ଛା ! ତମେ ଜୟକୁ କେମିତି ଜାଣିଲ ? ତମ ରିଲେଟିଭ୍ ? 

ଆରେ ନା ନା ! ମୁଁ ଖାଲି ରୁମ୍ ନଂ ପାଚାରିଥିଲି ତାଙ୍କୁ । ମୋ ପରିଚିତ ନୁହଁନ୍ତି । କାହିଁକି ପଚାରିଲ ? ଓଃ ଆଚ୍ଛା ! ସେ ଆମ ହଷ୍ଟେଲ ରେ ରୁହେ ଭେରି ନୋନ୍ ଫେସ୍ ଆଉ ବ୍ରିଲିଏଣ୍ଟ ଷ୍ଟୁଡେଣ୍ଟ୍ ବି । ହଁ ! ଗୋଟେ ଅଜବ ଝିଅଟେ ସବୁବେଳେ ପୁଅ ପିଲା ଭଳି ସେ ବିହେଭ୍ କରେ । ଏତିକି ଶୁଣିଛି । ଝଞ୍ଜା ପଚାରିଲା ତମେ ତା ହେଲେ ହଷ୍ଟେଲ ରେ ରୁହ ?? ସେ ହଁ ମାରିଲା ।

           କଲେଜ ସାରି ଘରକୁ ଫେରୁ ଫେରୁ ମାଁ କହିଲେ ଆଜି ଦିନ ବହତ ଭଲ ରେ ଗଲା ନା ? ମୁଁ କହୁ ନଥିଲି ନାଲି ଡ୍ରେସ୍ ତୋ ପାଇଁ ଲକି ବୋଲି । ଝଞ୍ଜା ଆଉ କିଛି ନ କହି ମୁଣ୍ଡ ହଲେଇ ଦେଇ ଚାଲିଗଲା । ଥକି ଯାଇଥିଲା ବହୁତ । ହେଲେ ବହୁତ ରାତି ପର୍ଯ୍ୟନ୍ତ ତାକୁ ନିଦ ହେଲା ନାହିଁ । ଖାଲି ଜୟର ସିନ୍ ମୁଣ୍ଡ ରେ ଘୂରି ବୁଲିଲା । ଆରେ ବାବା ! ଯାହା ହେଲେ ବି ସେ ତ ଝିଅ ପିଲା , ମୁଁ କାଇଁ ଏମିତି ହେଉଛି ଯେମିତି ସେ ଗୋଟେ ଟୋକା ଟେ । ହେତ୍ ! ମୋ ମୁଣ୍ଡ ଖରାପ ହେଇଗଲାଣି ନା କ'ଣ ? ମନେ ମନେ କହିଲା ହେଲେ ମାନିବାକୁ ପଡ଼ିବ ଜୟକୁ କୁଚ୍ଛ୍ ତୋ ହଟ୍ଟକେ ହୈ ! ଏକ ଅଲଗା ପ୍ରକାର ବ୍ୟକ୍ତିତ୍ଵ । କେହି ବି ଆଟ୍ରାକ୍ଟ ହେଇ ପାରନ୍ତି ପୁଅ ପିଲା ବି ଆଉ ଝିଅ ପିଲା ବି ( ମନେ ମନେ ହସିଲା )। ହେଲେ ସେ ଏମିତି ଛପ୍ରି ଭଳି ବିହେଭ୍ କାହିଁକି କଲା ଆଜି ତା ସାଙ୍ଗରେ ? ଧେତ୍ ! ଛାଡ ତା କଥା ।

         ତା ପର ଠାରୁ ଝଞ୍ଜା ଭାରି ସତର୍କ ହେଇ କଲେଜ ଯାଏ । ଯେମିତି ଜୟର ହାବୁଡ଼ରେ କେବେ ନ ପଡ଼ିବ ହେଲେ ଯୋଉଠି ଭୟ ସେଇଠି ରାତି ହେବା ସୁନିଶ୍ଚିତ । ସେଇ ନ୍ୟାୟ ରେ ସେ ଜୟ ର ସାମ୍ନାସାମ୍ନି ସବୁ ଦିନ ହୁଏ । ତାକୁ ଲାଗେ ଜୟ ଯେମିତି କଲେଜ ରେ ତା'ର ପିଛା କରୁଛି । ଏଇଟା ଯଦିଓ ସତ ନୁହେଁ ଗୋଟେ କୋଇନ୍ସିଡେନ୍ସ ହେଇପାରେ । ଯେବେ ବି ଦେଖା ହୁଏ କେବେ କିଛି କହେ ନି ସେ ଖାଲି ହସି ଦେଇ ପଳାଏ । ସେତିକି ରେ ଝଞ୍ଜାର ଦେହ ହାତ ଝିମ୍ ଝିମ୍ ହେଇଯାଏ । ଲାଜରେ ମୁହଁ ଲାଲ ହେଇଯାଏ । ହେଃ ପ୍ରଭୁ ! ସେ ତ ଝିଅ ପିଲା ଟା ମୁଁ କାଇଁ ଏମିତି ରିଆକ୍ଟ କରୁଛି ? ସତେ ଯେମିତି ସେ ମୋର ବୟଫ୍ରେଣ୍ଡ ! ତା'ର ଉତ୍ତର ଖୋଜି ପାଏନା ସେ । ଏମିତି ତିନି ଚାରି ମାସ କଟିଗଲା ।          

     ଦିନେ ଜୟ କଲେଜରୁ କୁଆଡେ଼ ଉଭାନ୍ ହେଇଗଲା । ଝଞ୍ଜା ସହ ତା'ର ଭେଟ ହେଲାନି ଆଉ । ସପ୍ତାହେ କଟିଗଲା । ଝଞ୍ଜା କୁ ବ୍ୟତିବ୍ୟସ୍ତ କରି ପକାଉ ଥିଲା ତା'ର ଆବସେନ୍ସ । ସେ ସାହାସ କରି ଦିନେ ଅନିମା କୁ ପଚାରିଲା , ଜୟ କାହିଁକି ଆଉ କଲେଜ ରେ ଦେଖା ଯାଉନି ? କୁଆଡେ଼ ଯାଇଛି କି ନା ତା ଦେହ ଭଲ ନାହିଁ ? ଅନିମା ଥଟ୍ଟା କରି କହିଲା କାଇଁ କ'ଣ କାମ ଥିଲା କି ତା ପାଖରେ ? ସେ ଗୋଟେ ବଡ଼ କମ୍ପାନୀ ରେ ତିନିମାସ ପାଇଁ ଇଣ୍ଟର୍ନସିପ୍ କରିବାକୁ ଫରେନ୍ ଯାଇଛି । ମେ ବି ସେଠି ତାକୁ ଜବ୍ ଅଫର୍ ବି ମିଳି ଯାଇପାରେ । ଯାହା ସିନିୟର୍ ମାନେ କଥା ହେବାର ମୁଁ ହଷ୍ଟେଲରେ ଶୁଣିଛି । ଓହୋଃ ! ଏଇଟା ତ ବହୁତ ଭଲ ଖବର ଝଞ୍ଜା ହସି କି କହିଲା।

                ତା ପର ଠାରୁ ଝଞ୍ଜା ନିଜ ପାଠପଢ଼ାରେ ମଜ୍ଜିଗଲା । ସେ ବି ସେମିଷ୍ଟର ରେ ଟପ୍ କରିବାକୁ ଚାହୁଁଥିଲା। ଆଉ ହେଲା ବି । ବ୍ୟସ୍ତତା ଭିତରେ ଜୟ କଥା ସେ ପୂରାପୁରି ଭୂଲି ଯାଇଥିଲା କହିଲେ ଚଳେ । ହଠାତ୍ ଦିନେ ଜୟ ଆସି ତା ଆଗରେ ଠିଆ ହେଇଗଲା ଆଉ ତା ହାତ ଧରି କ୍ୟାଣ୍ଟିନ୍ ପଛ ପାଖ ବରଗଛ ପାଖକୁ ଟାଣି ଟାଣି ନେଇ ଯାଇଥିଲା । ସେଠି ଝଞ୍ଜାର ମୁହଁ ରେ ଆଙ୍କି ଦେଇଥିଲା ଅନେକ ଚୁମ୍ବନ । ୟେ କଥା ଝଞ୍ଜା ସ୍ୱପ୍ନ ରେ ସୁଦ୍ଧା ଭାବି ନଥିଲା । ହେଲେ ତା'ର ଦେହ ସାରା ଖେଳି ଯାଇଥିଲା ଅପୂର୍ବ ଶିହରଣ । ଆଉ ଜୟ ଯେମିତି ଖୁସିରେ ବିଭୋର ହେଇ ଯାଇଥିଲା । ମୁଁ ଆଜି ବହୁତ ବହୁତ ଖୁସି , ଗୁଗଲ୍ ରେ ମୋ ଜବ୍ ହେଇ ଯାଇଛି । USA ରେ ପୋଷ୍ଟିଂ 40LPA । ତୋର ଆଉ କ'ଣ ଦରକାର କହ ? 

ସେଇ ସମୟରେ ଝଞ୍ଜା କ'ଣ କରିବ କିଛି ବୁଝି ପାରିଲାନି ହସିବ ନା କାନ୍ଦିବ ନା ରାଗିବ ?ଷଗଛ ମୂଳରେ ବସି ପଡ଼ି ଆସ୍ତେ କରି ପଚାରିଲା , ଆର ଇୟୁ ଲେସବୋ ? ଆଇ ମିନ୍ ନୋ ନିଡ୍ ଟୁ କରେକ୍ଟ ୟୋର ୱର୍ଡ । ଇୟେସ୍ ଆଇ ଆମ୍ ଏଣ୍ଡ ଆଇ ଲଭ୍ ଇୟୁ । ହ୍ୱଟ୍ ଏବାୟୁଟ୍ ଇୟୁ ? ଡୁ ଇୟୁ ?

ମେ ବି ! ଆଇ ଆଇ ଡୋଣ୍ଟ ନୋ । ମୋ ବାପା ମା ଜାଣିଲେ ମୋତେ ଘରୁ ତଡ଼ି ଦେବେ । ଆଉ କେବେ ବି ମୋ ମୁହଁ ଚାହିଁ ନପାରନ୍ତି । ଏଇଟା ଏଇଟା ଆଦୌ ଠିକ୍ ନୁହଁ । ୟେ ସମାଜ କ'ଣ କହିବ ?

              ଆରେ ୟାର ! ମେଁ ହୁଁ ନା କହି ବହୁତ ଜୋର୍ ରେ ସେ ତାକୁ ନିଜ ଛାତିରେ ଚାପି ଧରିଥିଲା । ସମୟ ସହ ବହୁତ କିଛି ବଦଳି ଥାଏ। ସମାଜ ବି ଆଉ ତା'ର ପ୍ରଥା ବି । ଧୀରେ ଧୀରେ ତାକୁ ଗ୍ରହଣ କରି ମଣିଷ ଆଗକୁ ବଢେ । ଭଲ ପାଇବା ଟା କିନ୍ତୁ ଚିନ୍ତନ ଥିଲା ଅଛି ଆଉ ରହିବ । ସେଥିରେ କିଛି କିଛି ନୂତନତା ଯୋଡ଼ି ହେଇ ଯାଇପାରେ । ମୁଁ କ'ଣ ତୋତେ ଆଜି ଟେକି ନେଉଛି କି ? ଆମ ହାତରେ ଆହୁରି ତିନି ଚାରି ବର୍ଷ ଅଛି । ତୋର ବି ତ କ୍ୟାରିୟର ବନେଇବା ର ଅଛି କି ନା କହି ଜୟ ଜୋର୍ ରେ ହସିଲା । ଝଞ୍ଜା ଆକାଶ କୁ ଅନେଇଲା ବହୁତ ଉଚ୍ଚରେ କେତେ ଗୁଡିଏ ଚିଲ ଉଡୁଥିଲେ । ବହୁତ ଛୋଟ ଗୋଟେ ଗୋଟେ ବିନ୍ଦୁ ଭଳି ଦେଖା ଯାଉଥିଲେ । ଆଜି ମୋ ଫ୍ରେଣ୍ଡସ୍ ଟ୍ରିଟ୍ ମାଗିଛନ୍ତି ତୁ ବି ଚାଲ , ସେମାନଙ୍କ ସହ ତୋତେ ଇଣ୍ଟ୍ରୋଡ୍ୟୁସ୍ କରେଇବି । ତା ହାତ ଧରି ଆଗକୁ ଚାଲିଲା ଝଞ୍ଜା ମୁହଁରେ ଅସ୍ତ ସୂର୍ଯ୍ୟର ସୁନେଲି ଆଲୁଅ ପଡି ଚିକ୍ ଚିକ୍ ଦିଶୁଥିଲା ।                 


Rate this content
Log in

Similar oriya story from Drama