Sunanda Mohanty

Fantasy Thriller Children

3  

Sunanda Mohanty

Fantasy Thriller Children

କୁନୁର ପିଲାଦିନ ସ୍ମୃତି

କୁନୁର ପିଲାଦିନ ସ୍ମୃତି

2 mins
175


ରାସ୍ତାର ସମସ୍ତ ନିୟମ ମାନି ଚାଲିଲେ ବିପଦ ନଥାଏ. ତଥାପି ବେଳେ ବେଳେ ଦୁର୍ଘଟଣା ଅପ୍ରତ୍ୟାଶିତ ଭାବେ ଆସିଥାଏ, ଯେମିତି ଆଜି କୁନୁ ନୂଆ ସାଇକେଲ ଗଡା଼ଉ ଗଡା଼ଉଥିଲା. ରାସ୍ତାରେ ଷ୍ଟପ ଚି଼ହ୍ନ ରକ୍ଷାଯାଇଥିବା ଦେଖି ଓଲ୍ହେଇ ପଡୁ ପଡୁ ପଡିଯାଇଥିଲା କୁନୁ. ସାଇକେଲର ବ୍ରେକ ପଶି ଯାଇ ଛାତିରେ କ୍ଷତ ଓ କ୍ଷତରୁ ରକ୍ତ ଦେଖି ମା କାନ୍ଦୁଥିଲେ. ବାପା ହସ୍ପିଟାଲ ନେଇ ପ୍ରାଥମିକ ଉପଚାର କରି ଆଣିବା ବେଳେ ଦେଖିଲେ ତାଙ୍କ ଘରକୁ କାମ କରିବାକୁ ଆସୁଥିବା ବାସନ୍ତୀ ଘର ସାହି ଲୋକମାନେ ରାଲି କରି, ରାସ୍ତାର ଷ୍ଟପ ଚି଼ହ୍ନ ପରିହିତ ଷ୍ଟାଣ୍ଡକୁ ଭୃକ୍ଷେପ ନକରି ମାଡି ଆସୁଥିବାରୁ କୁନୁ ଭୟରେ ସାଇକେଲରୁ ଓଲ୍ହାଉ ଓଲ୍ହାଉ ପଡିଛି. ମନେ ମନେ, ଏଇସବୁ ଧର୍ମଘଟ, ରା଼ଲି, ବିକ୍ଷୋଭ ସବୁ ଉପରେ ଭୀଷଣ ବିରକ୍ତ ହୋଇ ବାପା ଅବିନାଶ, କୁନୁର ଔଷଧ ପତ୍ର ନେଇ ଘରେ ପହଁଚିଲା ବେଳକୁ ବାସନ୍ତୀକୁ ପାଖାଳ ଖୁଆଉଛନ୍ତି ମିତା. ତୋ ଯୋଗୁଁ ଆଜି ମୋ ପୁଅ ବଞ୍ଚିଗଲା ଲୋ ବାସନ୍ତୀ କହି ମିଠା କାଢ଼ି ଘରକୁ ନେଇଯିବୁ କହୁଥିବା ମିତାଙ୍କୁ ଚାହିଁଲେ ଅବିନାଶ. ନା କହିପାରୁଥିଲେ ଏଇ ବାସନ୍ତୀ ଓ ତା ପରିବାର ସଦସ୍ୟ ଓ ସାଇଭାଇଙ୍କ ଧର୍ମଘଟ ରା଼ଲି ପାଇଁ କୁନୁ ପଡିଛି ନା ସହି ପାରୁଥିଲେ ଏକମାତ୍ର ପୁଅର ଏପରି ଅବସ୍ଥା. ମିତା ତଥାପି ବାସନ୍ତୀକୁ କିଛି ଟଙ୍କା ଦେବାକୁ କହୁଥାନ୍ତି ଅବିନାଶଙ୍କୁ. ଅବିନାଶ ବାଧ୍ୟ ହୋଇ ଟଙ୍କା ଶହେ କାଢ଼ି ଦେଲା ବେଳେ ମନେପକାଉ ଥିଲେ ସେ ସ୍ଲୋଗାନ ସବୁକୁ.ଆମର ନ୍ୟାର୍ଯ୍ୟ ଦାବୀ ପୁରଣ ହେଉ. ଆମକୁ ଅସ୍ପୁଶ୍ୟ କହିବା ବନ୍ଦ ହେଉ, ଜାତିପ୍ରଥା ଲୋପ ପାଉ,ଆମେ ସମସ୍ତେ ଏକ ଜାତି, ଉଠିଯାଉ ଛୋଟ ଜାତି. କାହିଁ କେହି ସ୍ଲୋଗାନ ଦେଇ ଦେଇ ଦେଇ କହୁନଥିଲେ ତ ସରଂକ୍ଷଣ ଉଠାଇ ଦିଅ, ଯୋଗ୍ୟତାକୁ ମାପକାଠି କରିଦିଅ ବୋଲି. ଯେତେ ସବୁ ପ୍ରହସନ ଚାଲିଛି ଆଙ୍କର. ରାସ୍ତା ଘାଟ ନିୟମ ନାମାନିବାରୁ ମୋ ପୁଅ ପଡିଲା. ଶେଷ କଥା ପଦକ ବାପାଙ୍କର ଶୁଣି ପାରିଲା ଓ କହୁଥିଲା ନାହିଁ ବାପା ରାସ୍ତାରେ ସେ ଷ୍ଟପ ଚିହ୍ନ ଦେଖି ଓଲ୍ହାଉ ଓଲ୍ହାଉ ଅସାବଧାନତା ଯୋଗୁଁ ପଡ଼ିଗଲି. ଯୋଗକୁ ରା଼ଲିରେ ବାସନ୍ତୀ ମାଉସୀ ଥିଲେ ବୋଲି ମତେ ଉଠାଇ ଘରକୁ ଆଣିଲେ. ମାଆ ମଧ୍ୟ କେତେବେଳୁ ଆସି କୁନୁ କଥା ଶୁଣି ଯୋଡୁ ଥିଲେ, ବାସନ୍ତୀ ପରା କହୁଥିଲା କାଲି ରାତିରେ ସେ ସ୍ବପ୍ନ ଦେଖିଥିଲା ଯେ କାଶତଣ୍ଡି ଫୁଲ ଗଛମାନଙ୍କ ଧାରରେ ବସିଥିବା ଦେବୀ ଜଣେ ଆସି କୁନୁ ବାବାଙ୍କୁ ମତେ ବଢ଼େଇଦେଲେ ପରା ମା.ସ୍ବପ୍ନ ଦେଖି ଆବାକାବା ହେଉ ହେଉ ରାତି ପାହିଲା. ଜାଗୁଲୁ ଜାଗୁଲୁ ଅନ୍ଧାରରେ,ରାତି ନପାହୁଣୁ ସମସ୍ତେ ଧର୍ମଘଟ ରା଼ଲିରେ ବ୍ଲକ ଅଫିସ ଯାଏଁ ଯାଉ ଯାଉ ତ ଦେଖିଲି କୁନୁ ବାବୁ ଆଖିପିଛୁଳାକେ ସାଇକେଲରୁ ପଡିଲେ, ଆଉ ରାଲିରେ ଯିବି କଣ ଦଉଡିଲି ତୁମ ପାଖକୁ.ହଁ ତୁମେ ବି ପଖାଳ ବେଲା କାନ୍ଦୁଥିବ ବୋଲି ସ୍ବପ୍ନ ଦେଖୁଥିବ କହୁଥିଲେ ଅବିନାଶ ତ ଗୀତା କହୁଥିଲେ ଏ କେମିତିକା ଅଜବ ଲୋକ କେଜାଣି, ଉପକାରୀ ଲୋକକୁ ବୁଝିବା ଭଳି ସମଝଦାର ମଣିଷ ହେଲେ ସିନା ହେବ. କୁନୁ ଖାଲି କହୁଥିଲା ବାସନ୍ତୀ ମାଉସୀ ଖୁବ ଭଲ ବାପା ।


Rate this content
Log in

Similar oriya story from Fantasy