Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

କୁଇକ ଫିକ୍ସ

କୁଇକ ଫିକ୍ସ

2 mins
145


  କପ ଦୁଇଟି ଭାଙ୍ଗିଦେଇ ବାସନ୍ତୀ ମନଦୁଃଖ କରୁଥିଲା. ଅସୀମା କହିଲେ ହଉ ଭାଙ୍ଗି ତ ଗଲାଣି ଆଉ କଣ କରିବା. ସେଇଠୁ ସ୍ୱାମୀଙ୍କୁ କୁଇକ ଫିକ୍ସ ନାମକ ଏକ ଅଠା ଆଣିଦେବାକୁ କହିବାରୁ, ସେ ନେଇଆସିଲା ପରେ କପ ଦୁଇଟିର ଭାଙ୍ଗିଯାଇଥିବା ହ୍ୟାଣ୍ଡେଲ ସୁନ୍ଦର ଭାବେ ଲାଗିଗଲା ତ ସମସ୍ତେ ଖୁସି. ଏସବୁ ଲକ୍ଷ କରୁଥିଲେ କୁନା ମୁନା. ଦୁଇଦିନ ଧରି ଝଡି ପାଗ ହୋଇଥିବାରୁ ଦୁଇଭାଇ ସ୍କୁଲ ନଯାଇ ଛାତ ଉପରେ ବଲ ଖେଳିବାକୁ ଯାଇ ଦେଖିଲେ ବହୁତ ସାରା ଝଡିପୋକ ମରିସାରିଛନ୍ତି ଆଉ ତା ଭିତରେ କେତେଟା ଜୀବନ୍ତ ପ୍ରଜାପତିଙ୍କ ଡେଣା ଛିଣ୍ଡି ସେମାନେ ଉଡି ନପାରି କଷ୍ଟ ପାଉଛନ୍ତି.

  ସେପଟେ ବାସନ୍ତୀ ପୁଣି ଏକ କାଚଗ୍ଲାସ ଭାଙ୍ଗି ଦେଇ ଅନୁତାପ କରି କହୁଥିଲା ମତେ ଆଉ ଏ କାଚ ଜିନିଷ ଧୋଇବାକୁ ଦେବନି ମାଆ ତ ଅସୀମା କହିଲେ ହଉ ତୁ ବ୍ୟସ୍ତ ହୁଅନା କୁଇକ ଫିକ୍ସ ଲଗାଇ ଦେଇ ତା ଭିତରେ ଚାମଚ ସବୁକୁ ରଖିନେବା. ଅସୀମା ଖୋଜି ଖୋଜି ନୟାନ୍ତ ହେଲା ପରେ କୁଇକ ଫିକ୍ସ ଅଠାକୁ କାଳେ କୁନା ମୁନା ଦେଖିଥିବେ ଭାବି, ପଚାରିବାକୁ ଉପରକୁ ଯାଇ ଯେଉଁ ଦୃଶ୍ୟ ଦେଖିଲେ ସ୍ତବ୍ଧ ଚକିତ ହେଲେ. ଦୁଇ ଭାଇଙ୍କ ଭିତରୁ ଜଣେ ନିଜ ହାତ ପାପୁଲିରେ ପ୍ରଜାପତିକୁ ଧରି ରଖିଲା ବେଳେ ଅନ୍ୟ ଜଣେ ତା ଛିଡି ଯାଇଥିବା ଡେଣାରେ ଅତି ସୁନ୍ଦର ଭାବରେ ଆସ୍ତେ ଆସ୍ତେ କୁଇକ ଫିକ୍ସ ସାହାଯ୍ୟରେ ଅଠାରେ ଛିଣ୍ଡିଥିବା ଡେଣାକୁ ଯୋଡି ଦେଇ ତାକୁ ଫୁଲ ଉପରେ ବସାଇ ଦେଲା ପରେ, କିଛି ସମୟ ପରେ ପ୍ରଜାପତି ଉଡିଯାଉଛି ଆଗପରି. ସେ ଦୃଶ୍ୟ ଦେଖି ଅସୀମାଙ୍କ ଆଖିରେ ଲୁହ ଆସିଯାଇଥିଲା. ସେତେବେଳକୁ ବାସନ୍ତୀ ଆସି ଛାତ ଓଳେଇ ଫୁଲକୁଣ୍ଡ ଗୁଡିକ ସଫା କରି ସଜାଡି ଦେବା ଫଳରେ କୁନା ମୁନାଙ୍କ କାମରେ ସାହାଯ୍ୟ କରିବାକୁ ଯାଇ ଅସୀମା ହାରିଯିବା ଦେଖି, ବାସନ୍ତୀ ହସି ହସି ଗଡ଼ିଗଲା ବେଳେ, ଅସୀମା କହୁଥିଲେ କଅଁଳ ହାତର ନରମ ସ୍ପର୍ଶ କେବଳ ପ୍ରଜାପତି ଡେଣା ସଜାଡିପାରେ. ହସି ହସି ଗାଡିଯାଉଥିଲା ବାସନ୍ତୀ ମାଉସୀ, କୁନା ମୁନାଙ୍କ ସୁନ୍ଦର ଜୀବନ୍ତ ପ୍ରାଣସ୍ପର୍ଶୀ କାମରେ ।



Rate this content
Log in

Similar oriya story from Abstract