Lalita Mohan Mishra

Tragedy Classics Others

4  

Lalita Mohan Mishra

Tragedy Classics Others

କ୍ଷମା କରେ ମହାନ୍

କ୍ଷମା କରେ ମହାନ୍

2 mins
242



ଜଣେ ବ୍ୟକ୍ତି ତାଙ୍କର ଜ୍ବାଇଁଙ୍କୁ ବ୍ୟବସାୟ ପାଇଁ ତିନି ଲକ୍ଷ ଟଙ୍କା ଦେଇଥିଲେ। ତାଙ୍କର ବ୍ୟବସାୟ ବହୁତ ଭଲ ଚାଲିଲା କିନ୍ତୁ ସେ ଟଙ୍କା ଆଉ ଶ୍ୱଶୁରଙ୍କୁ ଫେରସ୍ତ କଲେ ନାହିଁ । ଉଭୟଙ୍କ ମଧ୍ୟରେ ଟଙ୍କାକୁ ନେଇ ଅସନ୍ତୋଷ । ଏମିତି ହେଲା ଯେ ଦୁହେଁ ପରସ୍ପର ଘରକୁ ଯିବା ଆସିବା ବନ୍ଦ କରିଦେଲେ । ଘୃଣା ନିନ୍ଦା ଅପନିନ୍ଦା ଦୁହିଁଙ୍କ ମଧ୍ୟରେ ଲାଗି ରହିଲା । ଶ୍ବଶୁର ଜ୍ବାଇଁଙ୍କୁ ନିନ୍ଦା କରିବା, ଅସମ୍ମାନ କରିବା ସମାଲୋଚନା କରିବା ଆରମ୍ଭ କରିଦେଲେ । ଝିଅ ଜ୍ବାଇଁ ନାତି କିଏ ହେଲେ ଏହାଙ୍କ ଘରକୁ ଆସିଲେ ନାହିଁ । କଥାରେ ଅଛି "ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି । ମାନସିକ ଦୁଶ୍ଚିନ୍ତା ବଢିଲା । ଚିନ୍ତା ଦୁଃଖ ଅସନ୍ତୋଷ ବଢିଲା କିନ୍ତୁ ସମାଧାନ ମିଳିଲା ନାହିଁ । ଶେଷରେ, ସେ ଜଣେ ସାଧୁଙ୍କ ନିକଟରେ ନିଜର ଦୁଃଖ ଜଣାଇଲେ । ସାଧୁ କହିଲେ - ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ସବୁକିଛି ଠିକ୍ ହୋଇଯିବ । ଆପଣ ଗୋଟିଏ କାମ କରନ୍ତୁ, କିଛି ଫଳ ମିଠା ନେଇ ଜ୍ୱାଇଁଙ୍କ ଘରକୁ ଯାଆନ୍ତୁ । ଜ୍ବାଇଁଙ୍କୁ ଭେଟିବା ମାତ୍ରେ କହିବେ, ପୁଅ ! ମୁଁ ସମସ୍ତ ଭୁଲ କରିଛି, ମୋର ଭୁଲ୍ କୁ ଧର ନାହିଁ । ବ୍ୟକ୍ତି ଜଣକ କହିଲେ - ମହାଶୟ ! ମୁଁ ତାଙ୍କୁ ସାହାଯ୍ୟ କରିଛି, ପୁଣି କ୍ଷମା ମାଗିବି ? ସାଧୁ କହିଲେ - ଉଭୟ ପକ୍ଷର ଦୋଷ ଅଛି। ଜଣେ ଭୁଲ ଏକ ପ୍ରତିଶତ କଲେ, ଆଉ ଜଣେ ନବେ ପ୍ରତିଶତ । କିନ୍ତୁ ଭୁଲଟି ଉଭୟ ପକ୍ଷରୁ ହୋଇଛି । ବ୍ୟକ୍ତି ଜଣକ କହିଲେ - ମହାରାଜ ! ମୁଁ କ’ଣ ଭୁଲ୍ କଲି ? ମୁଁ ଟଙ୍କା ଦେଲି, ସେଥିରେ ସେ ବଡ଼ମଣିଷ ହେଲା। ମୋର ଟଙ୍କା ଫେରାଇଲା ନାହିଁ, ମୁଁ କହିବାରୁ ମୋର ଭୁଲ୍ ? ସାଧୁ କହିଲେ - ତୁମେ ଭାବୁଛ ତୁମ ଜ୍ବାଇଁ ଖରାପ... ଏହା ତୁମର ଭୁଲ । ଆପଣ ତାଙ୍କୁ ନିନ୍ଦା କରିଛନ୍ତି, ସମାଲୋଚନା କରିଛନ୍ତି ଏବଂ ଅସମ୍ମାନ କରିଛନ୍ତି, ଏହା ହେଉଛି ଆପଣଙ୍କର ଦ୍ୱିତୀୟ ଭୁଲ । କ୍ରୋଧିତ ଆଖିରେ ତା’ର ଦୋଷ ଦେଖିବା ତୁମର ତୃତୀୟ ଭୁଲ । ତୁମ ହୃଦୟରେ ଜ୍ବାଇଁଙ୍କ ପ୍ରତି କ୍ରୋଧ ଏବଂ ଘୃଣା ଭାବ ଆସିଲା । ଏହା ତୁମର ଶେଷ ଭୁଲ । ତୁମର ଏହି ଭୁଲଗୁଡ଼ିକ ଜ୍ବାଇଁକୁ ଆଘାତ ଦେଇଛି । ତୁମର ଭୁଲ ପାଇଁ ତୁମେ କ୍ଷମା ମାଗ । ନ'ହେଲେ ତୁମେ ଶାନ୍ତିରେ ରହି ପାରିବ ନାହିଁ କି, ଶାନ୍ତିରେ ମରିବ ନାହିଁ । କ୍ଷମା ମାଗିବା ଏକ ଭଲ ଅଭ୍ୟାସ । ବ୍ୟକ୍ତିଙ୍କ ଆଖି ଖୋଲିଗଲା । ସେ ସାଧୁଙ୍କୁ ପ୍ରଣାମ କରି ଜ୍ବାଇଁ ଘରକୁ ଯାଇ ସେପରି କଲେ । ଝିଅ ଜ୍ବାଇଁ ବାପାଙ୍କୁ ଦେଖି ବିସ୍ମିତ ହୋଇଗଲେ । ଦୀର୍ଘ ପନ୍ଦର ବର୍ଷ ପରେ ବାପା ଆସିଛନ୍ତି ? ସ୍ନେହ ପ୍ରେମରେ ଗଳା ଅବରୋଧ କରିଗଲା, କିଛି କହିପାରିଲେ ନାହିଁ । ଏତିକି କହିଲେ ପୁଅ ! ମୁଁ ଭୁଲ କରି ଦେଇଛି, ମୋତେ ପାରିବୁ ଯଦି କ୍ଷମା କରିଦେବୁ। ଝିଅ ଜ୍ବାଇଁଙ୍କ ହୃଦୟର ପ୍ରେମ, ଲୁହ ପରି ପ୍ରବାହିତ ହେବାକୁ ଲାଗିଲା । ଜ୍ବାଇଁ ପାଦତଳେ ପଡ଼ି ଭୁଲ୍ ପାଇଁ କ୍ଷମା ମାଗି, କାନ୍ଦିବାକୁ ଲାଗିଲେ। କ୍ଷମା ଏବଂ ପ୍ରେମର ସମୁଦ୍ର ଫାଟିଗଲା | ପନ୍ଦର ବର୍ଷ ପରେ ଲାଗିଲା ଯେପରି ପ୍ରକୃତ ପ୍ରେମ ସେଠାରେ ପହଞ୍ଚିଛି । ପ୍ରେମର ଅସୀମ ସମୁଦ୍ର ପୁରା ପରିବାର ଉପଭୋଗ କରୁଥିଲେ । କ୍ଷମା ମାଗିବା ପରେ, ଦୁଃଖ, ଚିନ୍ତା, ଉତ୍ତେଜନା, ଭୟ, ନିରାଶା ମାନସିକ ରୋଗ ମୂଳରୁ ଦୂର ହୋଇଗଲା ଏବଂ ସେଠାରେ ଧ୍ୟାନ ଜୀବନ୍ତ ଥିଲା । କ୍ଷମା ମାଗିବା ଦ୍ୱାରା କେହି ଛୋଟ ହୁଏ ନାହିଁ ବରଂ ହୁଏ ମହାନ୍.....



Rate this content
Log in

Similar oriya story from Tragedy