କରୁଣାର ବାରି
କରୁଣାର ବାରି
କଥାରେ ଅଛି " କହିଦେବା କଥା ଓ ବହିଗଲା ଶ୍ରୋତ କେବେବି ଅଟକେନି । ତେଣୁ ମଣିଷ ଯଦି କହିବା ପୂର୍ବରୁ ଟିକିଏ ଚିନ୍ତା କରି କଥା କୁହନ୍ତା ପଛରେ ସେ ପଶ୍ଚାତାପ କରନ୍ତା ନାହିଁ କି କଟୁକଥା ଶୁଭିଥିବା ଲୋକର ମନ ଦୁଃଖ ବି ହୁଅନ୍ତା ନାହିଁ । ସେହି କ୍ରମରେ ଛୋଟ କାହାଣୀଟିଏ ।
ପୂର୍ବ କାଳରେ ଫିରୋଦ ନାମରେ ଜଣେ ରାଜା ଥିଲେ । ସେ ତ ବହୁତ ଭଲ ରାଜା ଥିଲେ ମାତ୍ର ତାଙ୍କର ଗୋଟିଏ ଖରାପ ଗୁଣ ଥିଲା ସେ ଟିକକରେ କ୍ରୋଧିତ ହୋଇଯାଉଥିଲେ । ଫଳରେ ସବୁ ଭଲ ଗୁଣ ତାଙ୍କର ଅମୃତ ହାଣ୍ଡିରେ ବିଷ ବୁନ୍ଦାଏ ପଡି ଯେପରି ହାଣ୍ଡିଏ ଅମୃତ ବିଷରେ ପରିଣତ ହୁଏ ସେହିପରି ରାଜାଙ୍କର ଅବସ୍ଥା ହେଉଥିଲା ତାଙ୍କର କ୍ରୋଧିତ ସ୍ୱଭାବ ପାଇଁ । ତେଣୁ ରାଜା ସବୁବେଳେ ଚିନ୍ତା ମଗ୍ନ ରହୁଥିଲେ । ଥରକର ଘଟଣା, ଗୋଟିଏ ମରୁଭୂମିରେ ରାଜା ସୈନ୍ୟ ସାମନ୍ତଙ୍କ ସାଥିରେ ଯାଉଥିଲେ । ବିପରୀତ ଦୀଗରୁ ଜଣେ ସାଧୁ ମହାରାଜ ତାଙ୍କର ଜଣେ ଶିଶ୍ୟଙ୍କ ସହ ଆସୁଥିଲେ । ରାଜା ସାଧୁ ମହାରାଜାଙ୍କୁ ଦେଖି ଅଶ୍ୱ ଉପରୁ ଓହ୍ଲାଇ ସାଧୁଙ୍କୁ ଯଥାମାନ୍ୟ କଲେ ଓ କିଛି ପଚାରିବା ପାଇଁ ଚାହିଁ ବି ପଚାରି ପାରୁନଥିଲେ । ସାଧୁ ମହାରାଜା ରାଜାଙ୍କ ମନକଥା ଜାଣି ପାରିଲେ ଓ କହିଲେ ମହାରାଜ ଯାହା ପଚାରିବା କଥା ନିଃସଙ୍କୋଚରେ ପଚାର । ରାଜା କହିଲେ ମହାଶୟ ମୋ ମନରେ ଗୋଟିଏ ସଂଶୟଟିଏ ଅଛି, ଯାହା ଆପଣ ହିଁ ଦୂର କରି ପାରିବେ ।
ସାଧୁ ମହାରାଜା ଟିକେ ହସିଦେଲେ ଓ କହିଲେ ସଂଶୟଟି କଣ କୁହ ?
ରାଜା କହିଲେ " ମୁଁ ମୋର ପ୍ରଜା ମାନଙ୍କୁ ପାଳନ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛି, ମାତ୍ର ମୋର ଗୋଟିଏ ଖରାପ ଗୁଣ ମୁଁ କ୍ରୋଧିତ ହୋଇ ଯାଉଛି ସେଇଟା ଦୂର କରିବାର ଉପାୟ ମୋତେ କୁହନ୍ତୁ ।
ସାଧୁ ମହାରାଜା ହସିଲେ ଓ ମରୁଭୂମିରେ ବ୍ୟବହାର କରିବା ପାଇଁ ଆଣିଥିବା ପାଣିକୁ ସେଇଠାରେ ଢାଳି ଦେଲେ ।
ମରୁଭୂମିରେ ପାଣି ପାତ୍ରକୁ ଖାଲି କରିବା ମାନେ ମୃତ୍ୟୁର ଦ୍ୱାର ଦେଶରେ ଉପନୀତ ।
ରାଜା ପ୍ରଥମତଃ ଆଶ୍ଚର୍ଯ୍ୟ ହୋଇଗଲେ ।
ମାତ୍ର ସେ ଥିଲେ ବହୁତ ବୁଦ୍ଧିମାନ, କିଛି ସମୟ ପରେ ଖୁସି ହୋଇ ସାଧୁଙ୍କୁ ଧନ୍ୟବାଦ ଜଣାଇଲେ ଓ କହିଲେ ମୋର ଉତ୍ତର ପାଇଗଲି ।
ରାଜା ଚାଲି ଗଲେ ଓ ଗଲା ବେଳକୁ ପୁଣି ଫିରୋଜଙ୍କ ପାଣିପାତ୍ର ଭରିଦେଇ ଗଲେ ।
ପାଖରେ ଥିବା ସାଧୁ ମହାରାଜାଙ୍କର ଶିଷ୍ୟ କିଛି ବି ବୁଝି ପାରିଲେ ନାହିଁ ।
ସେ ସାଧୁ ମହାରାଜାଙ୍କୁ ପଚାରିଲେ ମହାଶୟ ଆପଣ କଣ ଏମିତି କହିଲେ ଯେ ରାଜା ତାଙ୍କର ପଚାରିଥିବା ଉତ୍ତର ପାଇଗଲେ ।
ସାଧୁ ମହାରାଜା କହିଲେ " କ୍ରୋଧ ମଣିଷର ସହଜାତ ଗୁଣ" ।
ତାକୁ ଦୂର କରିବାକୁ ହେଲେ ମରୁଭୂମିର ଉତ୍ତପ୍ତ ବାଲିକୁ ଶୀତଳ କରିବା ସଦୃଶ୍ୟ ।
ତେଣୁ ପାଣି ଢାଳିଲେ ଯେପରି ଉତତ୍ପ ବାଲିରେ ଶୀତଳତା ଭରେ, ଠିକ୍ ସେହିପରି ଯଦି ଆମେ ହୃଦୟରେ ଅନ୍ୟପ୍ରତି କରୁଣାର ଧାରା ଉଦ୍ରେକ କରିବା ତା' ହେଲେ ମରୁଭୂମିରେ ଉତ୍ତପ୍ତ ବାଲି ଶୀତଳତା ଭରିଲା ଭଳି ମନରେ ଉଠୁଥିବା କ୍ରୋଧକୁ ଶାନ୍ତ କରିବାର ଏକମାତ୍ର ବାଟ ।
ଯେହେତୁ କ୍ରୋଧ ରୂପି ରାକ୍ଷସ ବହୁତ ମାରାତ୍ମକ ସେଥିପାଇଁ ସମୟ ଓ ଶକ୍ତି ଅପଚୟ ନକରି ହୃଦୟରେ କରୁଣାର ଧାରା ନିରନ୍ତର ପ୍ରବାହିତ କଲେ କ୍ରୋଧର ଉତ୍ତାପ ଆପେ ଶୀତଳ ହୋଇଯିବ ।