Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

କରୁଣା

କରୁଣା

7 mins
185


ହାଇଦ୍ରାବାଦ ର ଗୋଏନ ପଲ୍ଲୀ। ମାନୋସରୋବର ଆପାଟମେଂଟର ଚତୃଥ ମହଲାର ଘଟଣା ।ଏକ କୋଠରୀ ଭିତରେ ଜଣେ ଛଅ ବର୍ଷର ଶିଶୁ । ଏକୁଟିଆ ବସି ଚିତ୍ର ଆଁକୁଛି ।ଚିତ୍ର ଥିଲା ଅକ୍ସିଜେନ ସିଲିଣ୍ଡର,କିଛି ରୋଗୀଙ୍କ ରେଖାଚିତ୍ର ,ଆମ୍ବୁଲାନ୍ସ, ମଶାଣିରେ ଶବ ପୋଡାହେବାର ଚିତ୍ର ଓ କରୋନା ଭୂତାଣୁ । ଆଙ୍କିସାରିଲା ପରେ ରଙ୍ଗ ମଡ଼େଇ କହୁଛି କର କରୁଣା ,କର କରୁଣା ।ପିଲାଟିର ପିତାମାତା କିମସ ହସ୍ପିଟାଲରେ । କିଛିଦିନହେବ ତା'ର ମାମା କୁଂ ଜର ହେଲା, କିଛି ଔଷଧ ଡାକ୍ତରଙ୍କ ପରାମର୍ଶ ରେ ଖାଇଲେ। ଜର ଛାଡିଲା ନାହିଁ । ପୁଣି ଡାକ୍ତରଙ୍କ ପରାମର୍ଶରେ କରୋନା ଟେଷ୍ଟ କରାଗଲା। ସେଥିରେ ନେଗେଟିଭି ରିପୋଟ ଆସିଲା । ତେଣୁ ଆଉକିଛି ଦିନ ଔଷଧ ଖାଇବାକୁ ଡାକ୍ତର ପରାମର୍ଶ ଦେଲେ ।ତାହାମଧ୍ୟ କରାଗଲା। ହେଲେ ଔଷଧ ଖାଇ ଜର ଛାଡ଼ିଗଲେବି ଔଷଧ ବନ୍ଦ କଲେ ପୁଣି ଜର ଆସିଲା । ଦେହ ଦୃବଳ ହେବାସହ ଭୋକ କମିଗଲା, ମୁଣ୍ଡ ଘୁରାଇଲା, ଓ ଗଳା ଯନ୍ତ୍ରଣା ହୋଇ କାଶ ହେଲା ।ଏହିପରି ଦଶ ଦିନ ଅତିକ୍ରମ କଲା ,ହେଲେ ଜର କମିଲା ନାହିଁ । ସ୍ୱାମୀ ବ୍ୟସ୍ତ ହୋଇ କିମସ ହସ୍ପିଟାଲ ନେଲେ ।ସେଠାରେ ସମସ୍ତ ପରୀକ୍ଷା କରି ଜାଣିଲେ ,ଫୁସଫୁସରେ କଫ ଜମି ମାଡ଼ରେଟ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ତେଣୁ ତୁରନ୍ତ ଆଇସିୟୁରେ ରଖି ଚିକିତ୍ସା ଚାଲିଲା । ଅକ୍ସିଜେନ ଦିଆଗଲା ।ଅକ୍ସିଜେନ ଲେବୁଲ ତଳକୁ ଖସିଆସିବା ଓ ରିକୋଭରି ନହେବା ଦେଖି ଡାକ୍ତର ତାଙ୍କରସ୍ୱାମୀ ଭୟ କଲେ ।କିଛିସମୟ ପରେ ଅକ୍ସିଜେନ ଚାଲିଲା ।ଡାକ୍ତରଙ୍କ ପରାମର୍ଶରେ ମୂଲ୍ୟବାନ ଔଷଧ ଓ ଇଂଜେକସନ ପ୍ରୟୋଗ କରାଗଲା। ରୋଗୀକୁ ବେଣ୍ଟିଲେଟର ଦେଇ ଆଇସିୟୁରେ ରଖିବାକୁ ପଡିଲା ।ପିଲାଟି ଏଣେ ଏକୁଟିଆ ଫ୍ଲାଟରେ ବସି ଚିତ୍ର ଆଂକୁଥାଏ। ବେଳେ ବେଳେ ଆମ୍ବୁଲାନ୍ସର ହର୍ଣ୍ଣ ଶୁଣି କବାଟ ଖୋଲି ବାହାରକୁ ଆସେ । ବାଲକୋନିକୁ ଯାଇ ଆଗକୁ ଚାହେଁ । ଏହି ଫ୍ଲାଟରେ ପୂର୍ବ ଦିଗରେ ସ୍ୱର୍ଗଦ୍ୱାର।ଆମ୍ବୁଲାନ୍ସ ଆସିଲେ ମଶାଣୀକୁ ଯାଉଛି ବୋଲି ପିଲାଟି ଜାଣେ । ତାର ବଡ଼ ସାଙ୍ଗ ମାନେ ମଶାଣିରେ ଶବ ପୋଡାହେବାକଥା ତାକୁ କୁହନ୍ତି । ଆମ୍ବୁଲାନ୍ସ ମଶାଣୀକୁ ଦିନ ବହୁବାର ଆସିବାର ସେ ଯାଇଁ ଦେଖେ । କରୋନା ମହାମାରୀ ରେ ତାଙ୍କ ଅପଟମେଂଟ ରୁ ତିନି ଚାରିଲୋକ ମଶାଣିକୁ ଯାଇ ପୋଡାହେବାର ଦୃଶ୍ୟ ବାଲକୋନିରେ ଠିଆ ହୋଇ ଦେଖିଛି । ତାର ମାମା କୁଂ ପଚାରିଛି, ମାମା କହିଛନ୍ତି କାରୋଣାରେ ଲୋକ ମରୁଛନ୍ତି, ସେମାନଙ୍କୁ ମଶାଣୀକୁ ଆଣି ପୋଡାଯାଏ ।ଏବେ ସେଇ କଥା ତାର ଚିନ୍ତାର ବିଷୟ ।ଆମ୍ବୁଲାନ୍ସ ରେ ମାମା ଆସି ନାହାନ୍ତିତ?ତେଣୁ ଆମ୍ବୁଲାନ୍ସ ର ହର୍ଣ୍ଣ ଶୁଣି ଧାଇଁଯାଏ ବାଲକୋନିକୁ, ସେଠାରେ ଆମ୍ବୁଲାନ୍ସରୁ ଶବ ବାହାରିବା ପଯ୍ୟନ୍ତ ଠିଆ ହୋଇ ଦେଖେ । ସବ ସହିତ ଡାଡି କୁଂ ଦେଖିବାକୁ ପାଏ ନାହିଁ । ମନକୁ ବୁଝେଇ ଫେରିଆସେ । ପୁଣି ବସି ଚିତ୍ର ରେ ରଙ୍ଗ ମଡ଼ାଏ। ସେଇ କଥା କରୋନା ,କର କରୁଣା । ଦିନଟା କଟିଗଲା, ସନ୍ଧ୍ୟା ହେଲା ।କବାଟ ରନ୍ଦ୍ର ରେ ଆଖି ଲଗେଇ ଚାହେଁ । କାହିଁ କେହିନାହାନ୍ତି । ମାମା କି ଡାଡି କେହି ଏଯାଏ ଆସିଲେ ନାହିଁ । ଫେରି ଗୋଡ଼ ହାତ ଧୋଇ ଠାକୁର ଘର କୁ ଗଲା । ଲାଇଟ ଲଗାଇଲା। ବସି ପ୍ରାଥନା କଲା , ହେ ସାଇ ନାଥ ମୋ ମାମାକୁଂ ଭଲ କରିଦିଅନ୍ତୁ। ପ୍ଲିଇଜ, କହି ଦଣ୍ଡବତ ପକାଉଛି , କେଉଁଠୁ ଫୋନ ଆସିଲା । ଦୌଡ଼ି ଧରିବାକୁ ଗଲା । ହାଲୋ, ହଁ।ଆ ଆଈ। ଆଈ କଂ ଫୋନ ପାଇ ତାକୁ ସାହସ ପଶିଲା । କହିଲା ଚିନ୍ତା କରି ମମା , ଡାଡି ଆସିନାହାନ୍ତି । ମୁଁ ଏକୁଟିଆ ଅଛି । ହଁ ମୁଁ ପରଟା ବିସ୍କୁଟ ଖାଇଛି ।କବାଟ ଦେଇଛି । ଡାଡି ରାତିରେ ଆସିବେ? ହଁ ମୁଁ ଯାଉଛି କାଇଦେବି କେକ । ଫୋନ ରଖି ଦେଲା । ଟିକେ ଦମ୍ଭ ଆସିଲା । ଆଈ କଂ ଫୋନ2 ପାଇଁ । କେକ ଫ୍ରିଜ ରୁ ଆଣି ଖାଇଲା, ହେଲେ ତାକୁ ଭଲ ଲାଗୁନଥାଏ । ଅଧା ଖାଇ ଥୋଇଦେଲା ଡାଇନିଂ ଟେବୁଲ ଉପରେ ।ଏହା ପରେ ପୁଣି ଫୋନ ଆସିଲା,ଯାଇ ଧରିଲା । ଅଜା କଉଛନ୍ତି,ଓଡିଶାରୁ, ହାଁ ଅଜା, ମାମା ,ଡାଡି ଆଜି ଆସିବେନା, ପଚାରିଲା । ହଁ ଆସିବେ, ରାତି ହେବ , ତୁମେ କବାଟ ଦେଇ ଶୋଇବା ଘର ରୁମ କାଟୁନ ଖେଳ ଦେଖ । ଅଜା ଫୋନରେ କହିଲେ । ଅଜାକୁଂ ଡାକିଲା, ତୁମେ ହାଇଦ୍ରାବାଦ ଆସ, ଅଜା କହିଲେ, ହଁ ଯିବି । ମନ ଖୁସି ଲାଗିଲା । ଦୌଡ଼ିଆସି ଶୋଇବା ଘର ଲାଇଟ ଲଗେଇ କାଟୁନ ଦେଖି ଚାଲିଲା ।ଅଜା ଆସିଲେ ବଲ ଖେଳିବ, ଚେସ ଖେଳି ଘୁଗୁଳେଇ ହରେଇଦେଵ ।ଲୁଡୁ ଖେଳିବ । କେତେ କଥା ତାର ମୁଣ୍ଡରେ ପଶିଗଲା । ପୁଣି ଫୋନ ଆସିବାରୁ ଧରିବାକୁ ଗଲା । ହାଁ ଡାଡି , ହଁ ଅଜା ଆଇ ଫୋନ କରିଥିଲେ । ଡାଡି କହିଲେ , ମୋର ଘରକୁ ଫେରିବା ଡେରୀ ହେବ, ରାତି ଦଶଟା ହେବ । ଗଲେ ବିରିୟାନି ତୁମ ପାଇଁ ନେଇଯିବି । ପଚାରିଲା ।ମାମା କେମିତି ?ହଁ ବେଟା, ଠିକ ଅଛି । ଏତିକି ତାର ଡାଡି ପାଖରୁ ଶୁଣି ମନଟା ହାଲ୍କା ଲାଗିଲା।ନା ଏ କାଟୁନ ଦେଖିବି ନାହିଁ କହି ନିଜ ଡ୍ରଇଁ ଖାତା ଓ ରଙ୍ଗ ବାକ୍ସ ଆଣି ବେଡ଼ ଉପରେ ଥୋଇଲା । ବସି ନଇଁ ପଡି ଚିତ୍ରରେ ରଙ୍ଗ ଦେଲା ।ସେଇକଥା, କରୋନା, କର କରୁଣା ।ମାମା କୁହନ୍ତି ଭଗବାନ ନିଜ ଭିତରେ । ତାଙ୍କୁ ଡାକିଲେ ସେ ଶୁଣନ୍ତି ।କରୋନା ବି ଶୁଣିବେ । ତାର ବିଶ୍ୱାସ ଠାକୁରଙ୍କୁ ଡାକିଲେ ଠାକୁର ଡାକ ଶୁଣିବେ ।ମାମା କୁହନ୍ତି, ଛୋଟ ପିଲାଙ୍କ ଦେହରେ ବି ଠାକୁର ଥାଆନ୍ତି । ମୋ ଭିତରେ ଠାକୁର କୁହନ୍ତି, ତୁମ ମାମା ଜଲଦି ଭଲ ହୋଇ ଆସିବେ । ପୁଣି ଦୌଡ଼ିଲା ଠାକୁର ଘର, ପୁଣି ହାତ ଯୋଡି ପ୍ରଣାମ କରି କହିଲା, ଡାଡି ଫୋନରେ କହିଲେ, ମାମା ଭଲ ଅଛନ୍ତି ।ତୁମକୁ କହିବାକୁ ଆସିଲି, ତୁମେ ଜାଣିଥା, ମାମା କୁଂ ଶୀଘ୍ର ଭଲକରି ଆଣ ପ୍ରଭୁ ।ଏତିକି କହି ଠାକୁର ଘର କବାଟ ଦେଇ ଫେରିଲା । ଚିତ୍ର ଆଙ୍କୁ ଆଙ୍କୁ ନିଦ ଆସିଗଲା ବେଡ଼ ରେ ଶୋଇ ପଡ଼ିଲା ।ରାତି ପ୍ରାୟ ଦଶଟା ହେବ । ହସ୍ପିଟାଲ ଫେରିଲେ ଅଶୋକ ବାବୁ ।ଦିନସାରା କ୍ଲାନ୍ତ ଓ ମାନସିକ ଭାରାକ୍ରାନ୍ତ ହୋଇ ଆସି ପହଁଚିଲେ ନିଜ ଫ୍ଲାଟରେ । ପରିସ୍ଥିତି ତାକୁ ଅସହାୟ କରିଦେଇଛି ।ଗୋଟିଏ ପଟରେ ପତ୍ନୀ କଂ ଜୀବନ ବଞ୍ଚେଇବାକୁ ସଂଗ୍ରାମ ତ ଆର ପକ୍ଷରେ ଶିଶୁ ପୁଅକୁ ଏକଲା ଫ୍ଲାଟରେ ଛାଡି ଆସିଛନ୍ତି, ସେଥିପାଇଁ ମନସ୍ଥ।ପ । ଆଶଙ୍କା ଓ ଭୟ କୁ ସାହସର ସହିତ ସାମନା କରି ଘଟୁଥିବା ସମସ୍ୟା ଉପରେ ଉପରକୁ ହାତଟେକି ଦେଇଛନ୍ତି ।ନିରାଶ୍ରୟ।ଣାମ ଜଗଦୀଶ ରକ୍ଷା ।କବାଟ ଖୋଲି ଭିତରକୁ ପଶିଲେ । ସବୁଆଡେ ବାହାର କୋଠରୀ ରେ ଖୋଜିଲେ ପୁଅକୁ । ନପାଇ ତା ନାମ ଧରି ଡାକିଲେ । ଶୋଇବା ଘର ବେଡ଼ ଉପରେ ସୋଇଛି ପୁଅ । ମନରେ ପାପ ଛୁଇଁଲା । ପୁଅକୁ ଏକା ଛାଡି ତା ପ୍ରତି ଭୂଲ କରିନାହାନ୍ତିତ?ଯାଇଁ ଡାକିଲେ। ଟିଙ୍କୁ ଟିଙ୍କୁ । ପୁଅ ବେଡ଼ ରୁ ଆଖି ଖୋଲି ଚାହିଁଲା । ତାର ପାପା କୁଂ ଦେଖି ମୁରୁକି ହସିଦେଲା । ଉଠି ବସିଲା । ଆଖି ମଳି ମଳି କହିଲା ଡାଡି, ମାମା କାହିଁ ? ଅଶୋକ ବାବୁ କଂ ଆଖିରୁ ଝରିଗଲା ଲୁହ । ମୁହଁ କୁ ପଛକୁ ବୁଲେଇ ଲୁହ ପୋଛି କହିଲେ । ହ ହଁ ବେଟା, ତୁମ ମାମା ଭଲ ହେଲେ ଆସିବେ । କହି ପଚାରିଲେ ତୁମେ ଠିକଅଛ ତ? କଣ ଖାଇଥିଲ । କିଏ ଆସି ଖୋଜୁଥିଲା କି ? ସବୁପ୍ରଶ୍ନ ର ଉତ୍ତର ହେବାକୁ କେବଳ ମୁଣ୍ଡ ହଲେଇ ଦେଉଥିଲା ଟିଙ୍କୁ । କହିଲା ଆଇ ଅଜା ଆସିବେ ।ଅଶୋକ ବୁଝି ଗଲା କରୋନାର ତାଡନାର ଯେମିତି ତାକୁ ସମସ୍ତେ ମୁହଁ ମୋଡିଛନ୍ତି । କିନ୍ତୁ ନିଜକୁ ପ୍ରଶ୍ନ କଲେ, କେତେ କେତେ ବିପଦରେ ପଡି ସାଙ୍ଗ ମାନଙ୍କ ପାଖରେ ତ ମୁଁ ପହଂଚି ଯାଏ । ହସ୍ପିଟାଲ ରେ ସାଙ୍ଗ କୁଂ ବ୍ଲଡ଼ ଡୋନେଟ କରେ ।ସବ ସତ୍କାର ରେ ପହଁଚେ । କଥାରେ ଅଛି ବିପଦ ବେଳେ ସାଙ୍ଗ କୁଂ ଜାଣିବ । କାହିଁ ଏତେ ସାଙ୍ଗ ଥାଇ ଜଣେ ବି ଦେଖାନାହିଁ । ପୁଣି ମନକୁ ବୁଝାନ୍ତି, ନା ଏମିତି କହିବା ଭୂଲ । କିଏ ଜନେତ ତ ଦେଖୁଛି, ବୁଝୁଛି ବି ସବୁ । ବିପଦ ପଡିଛି, ତାର କୃପାରୁ ବିପଦ ହଟିବ। ଗୋଡ଼ ହାତ ଧୋଇ ଠାକୁରଙ୍କୁ ପ୍ରଣାମ କରି ଫେରିଲେ ଠାକୁର ଘରୁ । ପୁଅକୁ ଡାକି ବସିଲେ ଡାଇନିଂ ଟେବୁଲ ପାଖରେ । ଟିକେ ଫୋନ କରି ସିଷ୍ଟର ଠାରୁ ବୁଝିନେଲେ, ପେସେଣ୍ଟ ର ଅବସ୍ଥା ।ସିଷ୍ଟର କହିଲେ ସେ ସୋଇଛନ୍ତି । ବେଣ୍ଟିଲେଟର ଲାଗିଛି । ଟିଙ୍କୁ କଥାକୁ2 ଶୁଣୁଥିଲେ । ତାର ଡାଡି କୁଂ ପଚାରିଲା, ଡାଡି ଭେଣ୍ଟିଲେଟର କଣ? ଅଶୋକ କହିଲେ, ଅମ୍ଳଜାନ ଯାହା ଲାଗିଲେ ନିଶ୍ୱାସ ପ୍ରଶ୍ୱାସ ଚାଲେ । ପିଙ୍କୁ ଚୁପ ରହିଲା ।ଦୁଇଜଣ ମିଶି ଖାଇଲେ । ଟିଙ୍କୁ କହଲା, ଡାଡି ତୁମେ ମାମା କୁଂ ଏକା ଛାଡି କାହିଁକି ଆସିଲ? ଅଶୋକ କହିଲେ ଏଇଥି ପାଇଁ ଯେ ତୁମେ ଛୋଟ ପିଲା, ଏକା ରହିଛଦିନସାରା ।ରାତିରେ ତୁମକୁ ଏକା ଏଠି ଛାଡିବାକୁ ଉଚିତ ନୁହେଁ ।ଟିକୁ ହଁ କହିଲା, ପୁଣି କହିଲା, ନା ମୁଁ ଯେମିତି ଶୋଇଥିଲି ସେମିତି ସୋଇପଡ଼ିଥାନ୍ତି । ଅଶୋକ କହିଲେ, ସାବାସ ,ତୁମେ ଜଣେ ସାହସୀ । ଦୁଇ ଜଣ ହାତ ଧୋଇ ଶୋଇବାକୁ ଗଲେ । ରାତ୍ରୀ ପ୍ରାୟ ଏଗାରଟା । ଟିଙ୍କୁ ତାର ଡାଡି ଉପରେ ହାତ ପକେଇ ସୋଇପଡ଼ିଲା ନିଦରେ ।ଅଶୋକ ମଧ୍ୟ ଦିନ ସାରା କ୍ଲାନ୍ତ ହୋଇ ଶୋଇଗଲେ । ସକାଳର ସୁଯ୍ୟ କିରଣ ପଡିବା ପୂର୍ବରୁ ଅଶୋକ ଉଠିପଡିଲେ । ଘର ଖରିକିଖାରିକି ନିତ୍ୟ କର୍ମ ଶେଷ କଲେ ।ଠାକୁର ପୂଜା କରି ବାହାରିଲେ ରୋଷେଇ ଘରକୁ । ନିଜ ପାଇଁ ଓ ପୁଅ ପାଇଁ କିଛି ଖାଦ୍ୟ ପ୍ରସ୍ତୁତ କଲେ । ପୁଅକୁ ଉଠାଇଲେ, ତାର ବ୍ରସ୍ରରେ ଦାନ୍ତ ଘଷି ଗାଧୁଆ କାମ ଶେଷ କଲେ ।ଦୁହେଁ କିଛି ଖାଇ ନେଲେ । ଏବେ ନିଜ ପୋଷାକ ପିନ୍ଧି ବାହାରିଲେ ହସ୍ପିଟାଲ ।ପୁଅକୁ ହୁସିଆର ହୋଇ ରହିବାକୁ କହିଗଲେ । ଟିଙ୍କୁ କହିଲା, ମୁଁ ମାମା କୁଁ ଦେ ଖିବାକୁ ଯିବି । ବୁଝାଇ ଦେଲେ ନାହିଁ ବେଟା, କରୋନା ବେଳେ ଯିବା ତୋପାଇଁ ସୁରକ୍ଷିତ ନୁହେଁ । ଟିଙ୍କୁ ବୁଝିଗଲା , ଠିକ କଥା, ମୋର ସାଙ୍ଗ ବିରାଟ ବି ତାଙ୍କ ଘରୁ ବାହାରକୁ ବାହାରୁ ନାହିଁ ।କବାଟ ଦେଇ ତାର ଚିତ୍ରମାନ ଦେଖିବାକୁ ବସିଲା । ଖାତାରେ ଆଉକିଛି ଚିତ୍ର ଅଂକୁଥାଏ । ଟୀକା ସହିତ କୋଭାକସିନ ଇଂଜେକସନ , ମାସ, ସାନିଟାରୀ ସରଞ୍ଜାମ ବୋତଲ ଓ କିଛି ଔଷଧ । ହସ୍ପିଟାଲ ବେଡ଼ ଆଦି । ତାର ମନରେ କରୋନା ଓ ତାର ପ୍ରତିକାର ପାଇଁ ଯେତିକି ଭାବନା ଆଉଥାଏ ତାହାକୁ ରୂପଦିଏ ତୁଳୀରେ ।ଅବଶ୍ୟ ଚିତ୍ର ଗୁଡିକ ମାର୍ଜିତ ରୂପନିଏନି ହେଲେବି ଆକିଂବାର ପାଇଁ ଚେଷ୍ଟା ଜାରୀରଖେ । ଏହିସମୟରେ ତାର ଟାଵଲେଟ ରୁ ଭିଡିଓ କଲ ଆସିଲା । ଖୋଲି ଦେଖେତ ଅଜାଙ୍କ ମୁହଁ । କହିଲା ଅଜା ମୁଁ ଚିତ୍ର ଆଙ୍କୁଛି, ଦେଖତ, କହି ଗୋଟିଏ ପରେ ଗୋଟିଏ ଚିତ୍ର ଦେଖଉଥାଏ । ଅଜା କହିଲେ, ସାବାସ ।, ପଚାରିଲା,କେମିତି ଲାଗୁଛି । ଅଜା କହିଲେ, ସୁନ୍ଦର । ବହୁତ ସୁନ୍ଦର । କହିଲୁ ଏ ସବୁ କାହିଁକି ଆଙ୍କୁ ? କହିଲା , ତୁମେ କଣ ଜାଣିନ ?କରୋନା ନହେବା ପାଇଁ ହେଇଦେଖ ମାସ ପିନ୍ଧିବି। ହାତ ଧୋଇବି, ଟୀକା ନେବି । ଠିକ କଥା ଅଜା କହିଲେ, ମାମା ସହିତ କଥା ଫୋନରେ ହୋଇଥିଲି, ସେ ଦିନେ ଦୁଇ ଦିନ ଭିତରେ ହସ୍ପିଟାଲ ରୁ ଆସିବ । ତୁମେ ସେଥିପାଇଁ ଜଗିରଖି ଘରେ ଥିବ । ହଁ କହିଲା ଟିଙ୍କୁ ।ଅଜା କହିଲେ ,କିଛି ଅସୁବିଧା ହେଲେ ମତେ ଫୋନରେ ଜଣେଇବ । ହଁ କହି କାଟିଦେଲା ଫୋନ ।ମଧ୍ୟ।ନ୍ନ ବେଳେ ଘରକୁ ଫେରିଲେ ଅଶୋକ । ସମସ୍ତ ଖବର ଟିଙ୍କୁ ଠାରୁ ନେଇ ପୁଣି ବାହାରିଲେ ହସ୍ପିଟାଲ । ଟିଙ୍କୁ କବାଟ ବନ୍ଦ କରି ଘରେ ରହିବାକୁ କହିଗଲେ । ଏହି ସମୟରେ ଭିଡିଓ କଲ ଆସିଲା ଟିଙ୍କୁ ର ।ଦେଖେତ ମାମାଙ୍କ ମୁଖ । ବହୁତ ଖୁସି ହୋଇ ସମସ୍ତ କାମ ଛାଡି କହିଲା, ମାମା! କ୍ଷୀଣ ସ୍ୱରରେ ଶୁଭିଲା ଟିଙ୍କୁ । ତୁମେ ଭଲ ହୋଇ ଆସ, ମୁଁ ଭଲ ଅଛି ।ତାର ମାମାଙ୍କ ଆଖିରେ ସେ ପ୍ରଥମ ଲୁହ ଗଡ଼ିବାର ଦେଖିଲା । ନିଜେ ବି କାନ୍ଦି ମୁହଁ ଲୁଚେଇ ନେଲା ।ମାଆର ଆବେଗ ଭରା ଡାକ ପିଙ୍କୁ, ତୁ କାନ୍ଦୁଛୁ? କହିଲା ନା ମାମା ,ଆଖିରୁ ଲୁହ ପୋଛି ନେଲା । ପିଙ୍କୁ କହିଲା , ଦେଖ ମୁଁ ବସି ଚିତ୍ର ଆଙ୍କିଛି। ଗୋଟାଏ ପରେ ଗୋଟିଏ ଦେଖେଇ ପଚାରିଲା, କେମିତି ହୋଇଛି ମାମା କହିଲେ , ଭଲ ହୋଇଛି । ମାମା ପଚାରିଲେ ,ତୁ ଭଲରେ ଅଛୁତ, କଣ ଖାଉଛୁ ? ଟିଙ୍କୁ କହିଲା, ତୁମେ ଭଲ ହୋଇ ଆସ, ମୁଁ ଭଲ ଅଛି । କହି କଟିଗଲା ଫୋନ ।


Rate this content
Log in

Similar oriya story from Action