Alhadini Panigrahi dash

Inspirational

4  

Alhadini Panigrahi dash

Inspirational

କନ୍ଥା

କନ୍ଥା

4 mins
335



ଆଜି ମିଶ୍ର ଆଜ୍ଞା ଙ୍କର୍ ମର୍'ବାର୍ ଚଉଦ ଦିନ୍ ହେଇଗଲା ।କାମ୍ କିରିଆ ସବୁ ସରି ଗଲାନ । ଝି ' ପୁଅ ସଭେ ସଖାଲ୍ ପାଏଲେ ପଲାବେ ଯେ ଯାହାର୍ ଘର୍ କେ । ମିଶ୍ରେ ଗାଁ ର୍ ମାଏନ୍'ତା ,ମୁର୍ଦ୍ଧାନୀ ଲୋକ୍ ହିସାବେ ପାଂଚ୍ ଲୁକେ ଝନେ ହେଇ କରି ଚଲୁଥିଲେ । ପୁଅ ବହ ମାନେ ସଭେ ଯେ ଯାହାର୍ ବାଟେ ଚାକ୍'ରି ଯାଗା ନେ । ମିଶ୍ର ଆଜ୍ଞା ଗାଁ ସ୍କୁଲ୍ ନ ମାଷ୍ଟର୍ ହେଇ ଥିଲେ ବୋଲି କରି ରିଟାୟାଡ୍ ଉତାରୁ ବି ସଭେ ମାନୁଥିଲେ । ସେଥିର୍ ଲାଗି ଏକଲା ରହେଲେ ଗଲେ ଗାଁ ର୍ ଲୁକେ ତାହାକୁ କେଭେ ଅସୁବିଧା କରେଇ ନାଇଁ ଦେଇ ।

     କେଭେ ଡୁଙ୍ଗି ନାଇଁ ଦେଖଲା ପୁଅ ,ବହ ମାନେ ଆଜି ଆଜ୍ଞା ଙ୍କର୍ ଧନ୍ ,ସଂପତ୍ତି ଭାଗ୍ ,ବଁଟା ଲାଗି ଘିଚାଟନା । ଯେନ୍ ଘରୁ ଆଜ୍ଞା ଙ୍କର୍ ଖୁଁ ,ଖୁଁ ଖାଁସି ଶବଦ୍ ଛଡା ଆର୍ କିଛି ନାଇଁ ଶୁଭୁ ଥାଇ , ଆଏଜ୍ କା ସେ ଘରୁ ରଡା ,କିର୍ଲା ଶବଦ୍ ମାନେ ବାହାରି ଗାଁ ଯାକିର୍ ଜାହିର୍ କରୁଛନ୍ ତାକର୍ ଉପସ୍ଥିତି ା

    ଘର୍ ,ଦୂଆର୍ ଭାଗ୍ ବଁଟା ସର୍'ଲା ା ମାଆ ମଲା ବେଲୁ ତ ସୁନା ,ରୁପା ଆଏ ଅଲଙ୍କାର୍ ବାଁଆଟି କୁଟି କରି ସଭେ ନେଇ ସାରିଥିଲେନ । ଇଛେନ୍ ଆଜ୍ଞା ଙ୍କର୍ ଜୁହ୍ନା ବାକସ୍ କେ ସମକର୍ ନିଘା । ସାନ୍ ପୋ କହୁଛେ ," ଦାଦା , ଇ ବାକସ୍ କେ ମୁଇଁ ଛୁଆ ଦିନୁ ଦେଖି ଆସୁଛେ ହେଲେ କାଣା ଅଛେ ନାଇଁ ଜାନି ।" ତାର୍ କଥା ଶୁନି କରି ବଡ୍ ପୋ କହେଲା "ମୋର୍ ଜାନ୍'ଲାଁ ଦିନୁ ତ ଇ ବାକସ୍ ଖୁଲା ହେବାର୍ ମୁଇଁ ନାଇଁ ଜାନି ଆର୍ ତୁଇ କେନ୍ତା କରି ଯାନ୍'ତୁ ବୋ । ହଁ ,ବାପା ଘାଏଁ ,ଘାଏଁ ବାକସ୍ ଖୁଲି କରି ଦେଖସନ୍ ହେଲେ କବାଟ୍ ଦେଇ କରି । ମୁଇଁ ଗୁର୍ଦୁ ଥର୍ ଚେଷ୍ଟା କରିଛେ ବାକସେ କାଣା ଅଛେ ଦେଖ୍'ବାର୍ କେ ହେଲେ ଦେଖି ନାଇଁ ପାରି । ବାପା ଇନର୍ ଚାବି କେ କେନ୍ ନେ ଲୁକାସନ୍ ଯେ କେଜାନେ । " 

   ସାନ୍ ଭୁଆସେନ୍ ବଏଲା " ଚାବି ନାଇଁ ମିଲ୍'ଲେ କାଏଁ ହେଲା, ତାଲା ଫଟେଇ ଦିଅ ।"ବଡ୍ ଟା ତାହେଁରୁ ସାନ ର୍ କଥାଥି କଥା ଜୁଡି କରି ତାର୍ ଗୁସିଆଁ କେ କହେଲା" ହଏ ଗୋ ,ଆର୍ କାଣା ଦେଖୁଛ ,ସାନ ଠିକ୍ ତ କହୁଛେ ତାଲା ଫଟେଇ ପକ ନ " । ଭିତରେ ବନେ ମୂଲ୍ୟବାନ୍ ଜିନିଷ୍ କି ପଏସା ପତର୍ ,ସୁନା ରୁପା ଲୁକେଇ କରି ରଖି ଥିବେ ,ଦେଖସ କିନି , ଛୁଆ ମାନକୁ ବି ଦିନେ ବାକସ୍ କେ ଠଁଟେଇ ,ବଜେଇ ହେଇ ନାଇଁ ଦେଉଥାଇ ଯେ ।" ମାଏଝି ର୍ ଆଦେଶ୍ ଶୁନି କରି ବଡ୍ ପୋ ,ସାନ୍ ଭାଏ କେ ରଜା ବାଗିର୍ ଆଦେଶ୍ ଦେଲା " ସଭେ କହୁଛନ୍ ବଏଲେ ଫଟେଇ ପକା ବୋ ତାଲା କେ । ଛୁଆ ଦିନୁ ମୋର୍ ବି ବଡା ମନ୍ ଇ ବାକସେ କାଣା ଅଛେ ଯେ ଦେଖ୍'ବାର୍ କେ । "

   ଭୁଆସେନ୍ ମାନେ ମନେ ମନେ ବଡା ଉଷତ୍ ହେଉଛନ୍ ବାକସୁ ,ସୁନା ,ରୁପା ,ପଏସା ପତର୍ ବାହାରବା ବଲି କରି ସବକର୍ ନୁ ଛେଦ୍'ଲି ବହେନ୍ ବାପା କେ ସୋର୍ କରି କରି ତାକର୍ ଫଟୁ ଆଘେ ବସି କରି କାନ୍ଦୁଥାଏ । ତାର୍ ସବୁନୁ ମୂଲ୍ୟବାନ ବାପ୍ ଶବଦ୍ ତ ପଲେଇ ଗଲା ,ବାକି ଥି କାଏଁ ଚାହାଁନା । ଲହ ନାଇଁ ଥେବୁ ଥାଇ ତାର୍ । 

   ବଡ୍ ଭୁଆସେନ୍ ବଲୁ ଥାଏ "ବସି ଥାଉଲୋ ସାନ , ସତେ ଯେନ୍ତା ଧନ୍ ,ଦରବ୍ ଥି ତାକର୍ ଟିଖେ ଲୋଭ୍ ନାଇଁ ନ । ସୁନା ରୁପା ବାହାର୍'ଲେ ଆଘୋ ଠିଆଡ୍ ହେବେ ନ । ଇଛେନ୍ ଦେଖେଇ ହେଉଛନ୍ ଲୁକର୍ ଆଘେ ଯେ ତାହାକେ ବାଧୁଛେ ଆର୍ ଭାଏ ମାନ୍ କୁ ନାଇଁ ବାଧବାର୍ ବଲି କରି ।

    ଏତ୍'କି ବେଲ୍ କେ ଗୁଟେ ଚୁଟେ ତାଲା ଭାଙ୍ଗି ଗଲା । ଜୁହ୍ନା ହେଇ ଥିଲାନ ତ ହେଥିର୍ ଲାଗି । ସଭେ ଯାକର୍ ଘାଏଁ କେ ଆବରି ହେଇଗଲେ । ବଡ୍ ପୋ ବାକସ୍ ଖୁଲି ଦେଲା କେ ଦେଖଲା ,ତେଲ୍ ଚିକଟା କଁଥା ଖଁଡେ ଆର୍ ଚାଏର୍ ଚଉତା କାଗଜ୍ ଖଁଡେ ଅଛେ ।" ଖୁଅରେ , ଇଟା କେ ଜୀବନ୍ ଯାକ ତାଲା ପକେଇ କରି ଛଁଚି ରଖି ଥିଲେ । ଛି ,ରେ ମାଆ, ମୁଇଁ ତ ଛିଏଁ ବି ନାଇଁ ରେ ବୁଆ । 

ଦୁଇ ଭୁଆସେନ୍ ଭଡ୍ ଭଡେଇ ହେଇ କରି ପଲାଲେ ଭିତର୍ କେ । କୁଲା ଏଡେ ଆଶ୍ ଯେ ଫସର୍ ଫାଟିଗଲା ସେମାନ୍'କର୍ ସାନ୍ ପୋ କାଗଜ୍ ଖୁଲି କରି ଦେଖ୍'ଲା ବାପା ର୍ ହାତ୍ ଲେଖା ଚିଠି ଟେ । ଲେଖିଛନ୍ ମୋର୍ ଛୁଆ ମାନେ ଇ ଚିଠି ପଢଲା କେ ସବୁ ଭାଏ ,ବହନୀ ଆମର୍ ଇ ଗାଁ ର୍ ଘରେ ଥିବ , ହେଲେ ମୁଇଁ ଆର୍ ନାଇଁ ଥାଏ ନ । ତୁମେ ମାନେ ସମସ୍ତେ କାବାଭୋତ୍ ହେଇ ଯାଉଥିବ , ବାକସ୍ ଭିତରେ ଇ କଁଥା ଟା କେ କାଏଁ ହେଲା ଯେ ଏଡେ ଯତନେ ରଖିଥିଲି ବଲି କରି । ଯଦି ମୁଇଁ ଏତେ ଯତନେ ଲୁକେଇ କରି ନାଇଁ ରଖିଥିତି ବଏଲେ ,କିଏ କେନ୍ ଆଡେ ଫିକି ଦେଇଥିତ ନ । ତୁମର୍ ଲେଖେନ୍ ଇଟା ଜୁହ୍ନା, ତେଲ୍ ଚିକଟା ,ମଏଲା କଁଥା ଟେ ହେଇପାରେ ,ହେଲେ ମୋର୍ ଲାଗି ଇ କଁଥା ଗୁଟକ ସରଗ୍ ଠାନୁ ବଡ୍ । ଯେନ୍ ତେଲ୍ ଲାଗିଛେ, ସେଟା ମୋର୍ ଲାଗି ମହମହ ବାସନା ଚନ୍ଦନ୍ ଲେଖେନ୍ ଟା । କାହିଁ ର୍ ଲାଗି ଇ କଁଥା ମୋର୍ ମାଆ ର୍ ଟା । ଇ ତେଲ୍ ର୍ ବାସ୍ନା ନୁ ମୋର୍ ମାଆ ର୍ ଦେହ ର୍ ବାସ୍ନା ବାରି ପାରୁଥିସି । ଇ କଁଥା କେ ଛିଁ ଦେଲେ ମୋର୍ ମାଆ ର୍ ହାତର୍ ଛୁଆଁ କେ ଅନୁଭବ୍ କରୁଥିସି । କେତେ ଗରିବୀ ଣ ଆମକୁ ବଢେଇ ଥିଲା ମୋର୍ ମାଆ । ଇ ଛିଣ୍ଡା କଁଥା ନେ ଶୁଇ କରି ତାର୍ ଜୀବନ୍ ସାରିଦେଲା । ସେ ଗରିବି ଦିନ୍ କେ ନାଇଁ ପାଶରି ବାର୍ ଲାଗି ମୋର୍ ଇ କଁଥା କଥା କହୁଥିସି । ଯଦି ନିଜର୍ ମୁଲ୍ କେ ପାଶ୍'ରି ଦେବ ତ ଫଲ୍ ,ଫୁଲ୍ କାହିଁରୁ ପାଏବ କେହି ହସ୍'ବେ ନାଇଁ କି ଫିକବେ ନାଇଁ ବଲି କରି ଲୁକେଇ କରି ରଖିଛେ ଆର୍ ମନ୍ ଲାଗଲେ କବାଟ୍ କିଲିକରି ମନ୍ ଭରି କରି ମୋର୍ ମାଆ ର୍ ସାଙ୍ଗେ କଥାହେସି । ଇଛେନ୍ ତୁମର୍ ମନ୍ ଯେନ୍ତା କରବ କରିପାର । ଫିକ କି ରଖ । ତୁମର୍ ବାପା ର୍ ଆଶୀର୍ବାଦ ତୁମର୍ ଉପରେ ସବୁ ଦିନ ଥିବା । 

  ଭିତରୁ ଥାଇ ଚିଠି ର୍ କଥା ଶୁନି କରି ମୁହୁଁ ମୁଡିଦେଲେ ବହ ମାନେ । ପୁଅ ମାନ୍'କର୍ ମନ୍ କେ  ବି ବାପାର୍ ମନ ର୍ କଥା ବନେ ନାଇଁ ଲାଗଲା । ଯେ ଯାର୍ ପଲାଲେ ଶୁଇ । ସଖାଲ୍ ପାଏଲେ ଯିବାର୍ ଅଛେ ନିଜର୍ ଚାକିରି ଜାଗା କେ ।

   ସଭେ ଗଲା ଉତାରୁ, ସେମାନକର୍ ସାନ୍ ବହେନ୍ ଟା କଲେ କଲେ ଆସି କରି କଁଥା କେ ଆବରି ହେଇକରି ଭୋ ଛାଡନୁ କାନ୍ଦଲା ହେକେଇ ହେକେଇ । କଁଥା ର୍ ତେଲ୍ ଆର୍ ତାର୍ ଲହ ଗୁଟେ ହେଇ ଯାଉଥିଲା । ଅନୁଭବ୍ କରୁଥିଲା ବାପା ର୍ ଦିହି ର୍ ବାସନା , ତାକର୍ ମାଆ ର୍ ଆଶୀର୍ବାଦ ର୍ ହାତ୍ ତାର୍ ମୁଡେ । 

ବାପା ର୍ ଫଟୁ କେ ଦେଖ୍'ଲା ସତେ ଯେନ୍ତା ,ବାପା ଫଟୁ ଭିତରୁ ହସୁଛନ୍ ତାହାକେ ଦେଖି କରି ।


Rate this content
Log in

Similar oriya story from Inspirational