Nilamani Thapa

Fantasy

4.0  

Nilamani Thapa

Fantasy

କଳ୍ପନା

କଳ୍ପନା

1 min
177



 ପରିବାରଟା ବଡ, ହେଲେ ବାପାଙ୍କ ପରିଶ୍ରମ ଟିକିଏ ଅଧିକ କାରଣ, ଚିନ୍ତା ପେଟ ପାଇଁ, କିଭଳି ଭାବରେ ଛୁଆ ପିଲାଙ୍କର ପେଟ ଭରିବ । ପ୍ରକୃତି ପୃଷ୍ଠରେ ଯେହେତୁ ଜନ୍ମ ନେଇଛେ ନିତି ନିୟମକୁ ମାନିବାକୁ ତ ପଡିବ । ଏଭଳି ପରିସ୍ଥିତିରେ କେବେ ହାର ମାନିନାହାନ୍ତି । ଯେତେବେଳେ ଯାହା ହେଉନା କାହିଁକି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । କାହାରି ଜୀବନରେ କେବେ ଦୁଃଖ ଦେଇନାହିଁ । ନିଜେ ପଛକେ ସବୁକୁ ସହ୍ୟ କରି ଆଗକୁ ବଢିଛନ୍ତି ।


   କେବେ ବି ସେ କଳ୍ପନା କରିନଥିଲେ, ଯେ ପୁଅଟା ଗୋଟିଏ ଆଇପିଏସ ଅଫିସର୍ ହେବ । କାହିଁକି ନା ! ବାପାଙ୍କ ରୋଜଗାର କମ ତେଣୁ ସେ ଭରଣ ପୋଷଣ ଠିକ୍ ରେ କରି ପାରିନଥିଲେ । ସେଥିପାଇଁ କଥାରେ ଅଛି ପରା କର୍ମ କରିଚାଲ ଫଳର ଆଶା ନ ରଖ ତୁମେ ଆପେ ଆପେ ନିଜର କର୍ମର ଫଳ ପାଇବ । ପିଲାଟିର ମହାନ୍ କାର୍ଯ୍ୟ କାରିତା ଉପରେ ନିଜ ଗାଁ ଲୋକେ ମଧ୍ୟ କେବେ କଳ୍ପନା କରି ନ ଥିଲେ କାରଣ ସମସ୍ତେ ଭାବନ୍ତି, ପରିବାର ଦୁଃଖ କଷ୍ଟରେ କରୁଛନ୍ତି ।


 ଯଥାର୍ଥରେ କହିବାକୁ ଗଲେ ଜଣେ ଧନୀ ହେଉ

ଅବା ଗରିବ ସମସ୍ତେ ଆଳୁ ହିଁ ଖାଆନ୍ତି । ଏଥିରୁ ଟିକିଏ ଭାବନ୍ତୁ ଯେ ସେ ଆଳୁ କେମିତି ସମସ୍ତଙ୍କ ପାଖକୁ ଆସୁଛି ।ଏହା ମୋର ଗୋଟିଏ ଉଦାହରଣ ମଧ୍ୟ ? ସମୟ ସମୟର କଥା ଆମେ ତ କଳ୍ପନା ବି କରି ପାରିବା ନାହିଁ । ଏ ଜୀବନରେ ଆମ ଦ୍ୱାରା ସବୁ କାର୍ଯ୍ୟ ସମ୍ଭବପର ହେଇପାରିବ । ତେଣୁ ଗୁରୁଜନଙ୍କର କଥା ମାନି ଆଗକୁ ବଢିବା ଓ ସମସ୍ତଙ୍କୁ ସଦା ବୁଦ୍ଧି ଦେବା ।


       ଯେ ହେତୁ ଆମେ ଏ ଧରା ପୃଷ୍ଠାରେ ଜନମିଛେ । ଆମେ ହିଁ ଏହାର ଭରଣ ପୋଷଣ ଯେମିତି ମା ବାପା କରିଛନ୍ତି ଆମ ପାଇଁ ଚିନ୍ତା କରିଛନ୍ତି । ଦିନେ ଆମେ ମଧ୍ୟ ବଡ ହେଇ ତାଙ୍କରି ନାଆଁ କରିବା । ସମସ୍ତଙ୍କ ଠାରୁ ସମ୍ମାନ ପାଇବା ଦେଶ ସେବା କରିବା ଆମେ ହିଁ ଦେଶର ଭବିଷ୍ୟତ ।


         


Rate this content
Log in

Similar oriya story from Fantasy