Archana Sahoo

Romance Inspirational

4.0  

Archana Sahoo

Romance Inspirational

କିଛି ଅକୁହା

କିଛି ଅକୁହା

3 mins
187


ଜୀବନରେ ଅନେକ ମୋଡ଼ । ଏହି ମୋଡ଼ ଭିତରେ କେତେ ଆସନ୍ତି ଆଉ କେତେ ଯାଆନ୍ତି ...। କେହି ମନେ ରୁହନ୍ତି ଆଉ କେତେ ମନେ ରୁହନ୍ତିନି । ଆଉ କିଛି ହୃଦୟର ଗଭୀର ତମ ସ୍ଥାନରେ ରହିଯା'ନ୍ତି ଚିର ଦିନ ପାଇଁ । ସେ କିଛି ଅକୁହା ଆଉ କିଛି କୁହା ...। ମନ ଭିତରେ ଅନେକ କଥା ଅଛି । କିଛି କହି ହୁଏ, ଆଉ କିଛି କାହା ଆଗରେ କହି ହୁଏ ନାହିଁ । ତଥାପି କହିଦେଲେ ମନ ହାଲ୍କା ହେଇଯାଏ ବୋଲି ଶୁଣିଛି, ତେଣୁ ଆଜି ମୁଁ ମୋର କିଛି ଅକୁହା ଅତୀତର କଥା କହି ଦେଉଛି । ଯାହା ମୋ ଜୀବନରେ ଘଟି ସାରିଛି । ମୋ ନାଁ ....। ହଁ ଆପଣ ଜାଣିଥିବେ ପରା...ଆଉ କ'ଣ କହିବି ...? 

  ଯେବେ ମୁଁ ଦଶମରେ ପଢୁଥାଏ ସେବେ ମୋର ଗୋଟିଏ ଅଭ୍ୟାସ ଥିଲା ଯେ, ମୋ ଉପରେ ଯିଏ ଭଲ ପାଠ ପଢୁଥିବେ ତାକୁ ମୁଁ ଦେଖେ । ସେ କେମିତି ପଢୁଛି ଆଉ କେମିତି ବ୍ୟବହାର କରୁଛି ତାକୁ ଦେଖେ ଆଉ ତା' ବିଷୟରେ କିଛି ନୋଟ କରେ । ଏମିତି କରୁ କରୁ ଏଗାର ଜଣ ଙ୍କର ବିଷୟରେ ତଥ୍ୟ ପାଇଲା ପରେ, ଆଉ ମାତ୍ର ଜଣଙ୍କର ତଥ୍ୟ ପାଇଲିନି । ମୁଁ ତେର ନମ୍ବରରେ ଥିଲା ବେଳେ ସେ ପିଲାଟି ବାଆରରେ ଥିଲା । 

  ଆରେ ତା' ନାଁ ବି ପାଇଲିନି ଆଉ ତା' ଠିକଣା କ'ଣ ପାଇବି ? ସେ କୋଉ ଶଇଳିରେ ପଢୁଛି ମୁଁ କେମିତି ଜାଣିବି ? 

 ଏମିତି ଭାବୁ ଭାବୁ ସାର୍ ଆସିଲେ ପଢେଇବାକୁ ।

ଉପସ୍ଥାପନା ପକେଇଲେ । ମୁଁ ଖାଲି ଦେଖୁଥାଏ କିଏ ସେ ବାଆର ରୋଲ ନଂ ପିଲା ...?

  କିଛି ଦିନ ବିତିଗଲା ହେଲେ ତାକୁ ମୁଁ ପାଇଲିନି...। ଜାଣିଲି ସେ ସବୁଦିନ ପଢିବାକୁ ଆସେନି । ଥରେ ହଟାତ୍ ମୁଁ ଶୁଣିଲି ଯେ, ରୋଲ ନଂ ବାଆର ...କେହି ଜଣେ ପୁଅ ଧୀର ସ୍ୱରରେ କହିଲା, ୟେ ସ୍ ସାର୍ !

   ମୁଁ ତାକୁ ଦେଖିଲି ଯେ ସେ ଜଣେ ଶ୍ୟାମଳ ରଙ୍ଗର ଗୋଟେ ସୁନ୍ଦର ଯୁବକଟେ । ବେଶ୍ ଗମ୍ଭିରିଆ ମୁହଁ ଟିଏ

। ମୁଁ ଥରେ ନୁହେଁ ତା' ବିଷୟରେ ଗବେଷଣା କରିବା ପାଇଁ ଅନେକ ଥର ଚାହିଁଲି । ଅନେକ ପୁଅ ଆଉ ଝିଅ ପିଲାଙ୍କୁ ଗବେଷଣା କରିଛି । ହେଲେ ଏ ଥିଲା ଟିକେ ଭିନ୍ନ...। ଟିକେ ଅଲଗା ...ହେଲେ ଭାରି ଭଲ ....। ମୁଁ ଏକ ପ୍ରଶ୍ନ ବାଚୀ ନଜରରେ ଟିକେ ଟିକେ ଅନେଇ ଦିଏ । 

ଆହୁରି ଅନେକ ପିଲାଙ୍କୁ ବି ଗବେଷଣାରେ ଅନେଇବାକୁ ହେବ । ପୁଣି ତାଙ୍କର ପଢ଼ା ଶଇଳିକୁ ଟିକେ ଦେଖିବାକୁ ହେବ । ଆଉ ମୁଁ ବି ପଢିବି ନା ନାଇଁ ତାଙ୍କୁ ଦେଖି ...।  ହେଲେ ମୁଁ ଥରେ ଅନୁଭବ କଲି ଯେ କେହି ମତେ ଚାହୁଁଛି...। ଆରେ ଏ ତ ସେଇ । ଯାହା ବିଷୟରେ ମୁଁ ଗବେଷଣା କରୁଛି ...। ହଁ ସେ ....

  ପଛରୁ ଜଣେ କେହି କହିଲା, ଶୁଭେନ୍ଦୁ ....! ଓଃ ତେବେ ଏ ରୋଲ ନଂ ବାଆରର ନାମ । ଦିନକର ଘଟଣା ମୁଁ ବସି ବହି ପଢୁଥାଏ । ସେ ସେପଟୁ ଆସିଲା ଆଉ ଏକ ଭାବ ପୂର୍ଣ୍ଣ ଚାହାଁଣିରେ ଚାହିଁ ଗଲା ...। ଅବେଳରେ ମନ ଭିତରେ ଗୋଟେ ଝଡ଼ ବୋହି ଚାଲିଗଲା ଅନେକ ଦୂର କୁ ....। ଅଜବ ଅନୁଭବ ହେବାକୁ ଲାଗିଲା...। କ'ଣ ହେଉଛି ମୁଁ ଜାଣି ପାରିଲିନି ?  

  ତଥାପି ସେ ଚାହିଁଲେ ମତେ ଭାରି ଭଲ ଲାଗେ...।

ମୁଁ ସେତେ ଭଲ ପଢୁ ନ ଥାଏ । ତଥାପି ଚେଷ୍ଟା ଜାରି ଥାଏ । ବହି କୁ ଭଲ ପାଇବାକୁ ଲାଗୁଥାଏ । ପାଠକୁ ଆୟତ୍ତ କରିବାକୁ ଲାଗୁ ଥାଏ । ଏ ଚେଷ୍ଟାରେ ଶୁଭେନ୍ଦୁର ପାଠ ପଢ଼ା ଶଇଳି ଗୋଟିଏ ପ୍ରେରଣା ସାଜିଲା ମୋ ପାଇଁ । ସେ ଗୁମ୍ ସୁମ ପାଠ ପଢ଼ା ମତେ ବହୁତ ଭଲ ଲାଗିଲା । ମୁଁ ଚୁପଚାପ ପଢିବାକୁ ଲାଗିଲି । ଆଉ ଭଲ ମାର୍କ ରଖି ପାଶ୍ ବି କଲି ।  

  ପ୍ରକୃତରେ ସେ ମୋ ପ୍ରେରଣା । ସେ ବି ଭଲ ରେଜଲ୍ଟ କରିଥିଲା । ଗୋଟିଏ କଲେଜରେ ପଢିଲୁ । ଆଉ ଆଜି ବି ସେ ମତେ ସେମିତି ଚାହେଁ ଏକ ଭାବ ପୂର୍ଣ୍ଣ ଚାହାଁଣିରେ । 

ନା କେବେ କଥା ହୁଏ, ନା କେବେ ମୋ ପାଖକୁ ଆସେ ....। ସେଇ ଦୂରରୁ ସବୁ । 

 ପଢ଼ା ଚାଲେ ଆଉ ସେ ଅନିଆ ଅନି ବି ଚାଲେ ...

ପଢ଼ାରେ କେବେ ଅବହେଳା ନାହିଁ ....

କେଜାଣି ଈଶ୍ୱରଙ୍କ ଆଶିଷରୁ କ'ଣ ହେବ ଆମ ଜୀବନରେ ....



Rate this content
Log in

Similar oriya story from Romance