ଖୁସି ର ପାର୍ବଣ
ଖୁସି ର ପାର୍ବଣ
ଯୁଆଡେ ଯାଏ ଫୁଲଗଛ ଦେଖିଲେ ତା ଡାଳ ଭାଙ୍ଗି ଆଣେ ଆଉ ଲଗେଇ ଦିଏ,କୋଉ ଡାଳ ବଞ୍ଚିଯାଏ ତ କୋଉ ଡାଳ ମରିଯାଏ। ଏଥର ମନ୍ଦାର ଡାଳ ଟା ବଞ୍ଚିଯାଇ ଫୁଲ ଫୁଟିଛି। ଠାକୁର ଠାକୁରାଣୀ ଙ୍କୁ ଦେଇସାରିଲିଣି ଏ ଭିତରେ ଅନେକ ଥର, ଭାରି ଖୁସି ମନ। ତଳେ ଥିବା ବେଳେ ମାଆ ମାଟିରେ ଯେ କୌଣସି ମଞ୍ଜି ପକେଇଦେଲେ ଗଛ ଉଠିଯାଏ। ଅମୃତଭଣ୍ଡା, ଲେମ୍ବୁ, ପଣସ, ପିଜୁଳି ଓ ଆମ୍ବ ଗଛ ଉଠି ଫଳିବାରେ ଯେଉଁ ଖୁସି କହିଲେ ନସରେ। କିଏ କହେ ତୁମ ଘର ମାଟିଭଲ ତ କିଏ କହେ ଜଣ ଜଣଙ୍କ ହାତରେ ଗଛ ଭଲ ଉଠେ। ଏସବୁ କଥା ତା ବାଟରେ ଖୁସି କିନ୍ତୁ ଆତ୍ମା ଓ ପ୍ରାଣ କୁ ଛୁଇଁ ଯାଏ। ଫୁଲ ଗଛ ମଧ୍ୟ ଯୋଉଠି ଡାଳ ଖଣ୍ଡେ ପୋତିଦେଲେ ହୋଇଯାଏ, ତା ଭିତରୁ ଟଗର, ମନ୍ଦାର, କାଠ ଚମ୍ପା, ମଧୁ ମାଳତୀ ପରି ଫୁଲ ଅନେକ। ଠାକୁର ପିନ୍ଧନ୍ତି, ମନ ଖୁସିରେ ଭରିଯାଏ, ଯେବେ ଖୁଦୁରୁକୁଣୀ ଓ ଦୋଳ ପୂର୍ଣ୍ଣମୀରେ, ମାଳ ଗୁନ୍ଥି ଝୁଲଣ ବେଦରେ ରାଧା କୃଷ୍ଣ ଙ୍କୁ ଦୋଳରେ ପିନ୍ଧେଇବା ସହ, ଖୁଦୁରୁକୁଣୀ ଆଦି ଓଷା ଓ ପୁନିଅଁ ପର୍ବ ଓ ଶ୍ରାଦ୍ଧ ରେ ଖୋଜିବାକୁ ପଡେନି ଫୁଲଦିଟା।
ଘର ତୋଳା ରେ ଫଳ ଫୁଲ ଗଛ ହଣା ହେବା ସହ ବାତ୍ୟାରେ ବି ଧୂଳିସାତ ହେଲା ସବୁପ୍ରକାର ଗଛ ସହ ନଡ଼ିଆ ଓ ଗୁଆ ଗଛ ସବୁ। ଘର ତୋଳା ପରେ ଆମେ ରହିଲୁ ଉପରେ, ତଳ ଭଡ଼ା ଲାଗିଲା, ତେଣୁ ଛାତ ଉପରକୁ ଅବଢ଼ା କୁଡିଆ ରେ ମାଟି ଭରି ଫୁଲ ଗଛ ଦିଟା ଉତ୍ତାରିବାକୁ ଚେଷ୍ଟା ଚାଲିଥାଏ। ମନ୍ଦାର ଡାଳ ବଞ୍ଚି ପୁଣି ଖୁଦୁରୁକୁଣି ରେ ମାଆ ମଙ୍ଗଳା ଙ୍କ ପାଇଁ ଲାଗିବ ଭାବି ଖୁସିରେ ଫାଟି ପଡୁଥିଲି, ଯା ହେଉ ପାର୍ବଣ ଋତୁରେ ଗଛରେ ଫୁଲ ଫୁଟିବାର ଖୁସି ଅବର୍ଣ୍ଣନୀୟ ଥିଲା ମୋ ପାଇଁ।