Gitanjali Pujapanda

Abstract Classics Inspirational

4  

Gitanjali Pujapanda

Abstract Classics Inspirational

ଖୁସି ର ଅପେକ୍ଷା

ଖୁସି ର ଅପେକ୍ଷା

5 mins
215


କଷ୍ଟ ପରେ କଷ୍ଟ ସହି ଆଜି ଖୁସିରେ ରହିବାକୁ ଭୁଲିଯାଇଛି ସୀମା ହଁ ଏତେ କଷ୍ଟ ଯନ୍ତ୍ରଣା ଭିତରେ ଟିକେ ଓଠରେ ତାର ପଦ୍ମପାଖୁଡା ପରି ହସ ମିଳିବ କି ତାକୁ ଦେହର କଷ୍ଟ ହେଉ କି ମନର ଜୀବନରେ ସୁଖ ଦୁଃଖ ଲାଗିରହିଛି କାହାକୁ ପୁଳାଏ ସୁଖ ମିଳୁଛି ତ କାହାକୁ ଅସରାଏ ଦୁଃଖ କିଏ ସବୁ ଥାଇ ଦୁଃଖୀ ତ କିଏ କିଛି ନ ଥାଇ ମଧ୍ୟଖୁଶି ରେରହିପାରୁଛି

ସୀମା ଦେଖିବାକୁ ଗୋଟେ ଚାଉଳ ରେ ଗଢ଼ା ନୁହେଁ ତ ସେମିତି ଅସମାନ୍ୟ ସୁନ୍ଦରୀ ନୁହେଁ ।ଶାବନି ଝିଅ ଟିଏ ଘର ଭିତରେ ସବୁଠାରୁ ବଡ଼ ।ବିଏ ପାସ ପରେ ଏକ ଘରୋଇ ସଂସ୍ଥା ରେ କାର୍ଯ୍ୟରତ ।ଘରେ ବାପା ସାବତ ବୋଉ ଆଉ ସାନ ଭଉଣୀ ରିମା ।ସୀମା ଜନ୍ମ ହେବା ମାସକ ଭିତରେ ବୋଉ ତାର ଆରପାରିକି ଚାଲିଗଲେ ତାକୁ ଛାଡି ଛୋଟ ପିଲା ଦିନୁ ମାଛେଉଣ୍ଡି ଟା କେହି ଭଲ ପାଆନ୍ତି ନାହିଁ ତାକୁ ,ପୁଣି ଝିଅ ଜନ୍ମ ଟିକେ ଭୁଲ ଭାଗ୍ୟର ହେଉକି ନିଜର ଟାହି ଟାପରା ତ ଦୁନିଆଁ ବଦନାମ ଯୁଆଡେ ଯିବ କିଏ ଯଦି ଏ ବିଷୟ ରେ ଜାଣିଥିବେ ତାହେଲେ ଟିକେ ଭୁଲ ଦେଖି କୁହା କୁହି ହୁଅନ୍ତି ,ମାଆ ଛେଉଣ୍ଡ ଝିଅ କୁ କିଏ ସଣ୍ଠଣା ଶିଖେଇବ।ସୀମା କୁ ସେସବୁ ଶୁଣି ଦୁଃଖ ଲାଗେ ।

ପାଞ୍ଚ ବର୍ଷ ବୟସରେ ବାପା ତାର ସାବତ ମାଆ କୁ ଘରକୁ ଆଣିଥିଲେ ।ସାବତ ମାଆ ତାର ଆସଲି ରୂପ ଦେଖାଇଲା ପ୍ରଥମେ ପ୍ରଥମେ ଭାରି ଗେଲ ଘର ଲୋକଙ୍କର ଆଗରେ ପଛରେ ଦୁର ଦୂର ମାଡ଼ ସହିତ ସବୁ ପ୍ରକାର କାମ ବତାଇବାକୁ ପଛଉ ନ ଥିଲା ।

ବାପା ସେସବୁକୁ ଦେଖି ଚୁପ ରହିଯାଉଥିଲେ ଘରେ କାଳେ କନ୍ଦଳ ଲାଗିବ ବୋଲି ସବୁ ବେଳେ ଦୁଃଖ ରେ ଥିବା ସୀମାକୁ କେବେ ଖୁଶି ମିଳିବ ସେ ଲାଗି ଭଗବାନ ଙ୍କୁ ପ୍ରାର୍ଥନା କରିବା ଛଡ଼ା ସେ ଉପାୟ ଶୂନ୍ୟ ଥିଲେ ଦିନ କୁ ଦିନ ସାବତ ମାଆ ର କଟୁ ବ୍ୟବହାର କଦର୍ଯ୍ୟ ଆଡ଼କୁ ଗତି କଲା ,ତୋ ବୋଉ ତତେ ଜନ୍ମ ଦେଇ ମଲା ଦେଖି ବୁ ମୋର ପୁଅ ଟିଏ ହବ ବାପା ତାକୁ କେତେ ଭଲପାଇବେ ଘରମଣି ସେ ହେବ ।ଆଉ ତୁ ଟା ଅଲେକ୍ଷଣି ଜନ୍ମ ହେଉ ହେଉ ମାଆ କୁ ଖାଇଲୁ ସବୁ ଦିନ ଏପରି ଏକ ଛୋଟ ଝିଅ କୁ କହିବା ଦୂରା ତାର ମାନସିକ ଚିନ୍ତା ବଢିବା ସହିତ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୁଏ ତେଣୁ କିଛି ଦିନ ପାଇଁ ବାପା ତାକୁ ଆଇ ଘରେ ଛାଡ଼ି ଆସନ୍ତି ।ସାବତ ମାଆ ପୁଅ ପୁଅ କହି ଏକ ଝିଅ କୁ ଜନ୍ମ ଦିଅନ୍ତି ଆଉ ସୀମା ର ବାପା କୁହନ୍ତି ଦେଖିଲ ଛୋଟ ପିଲା କୁ ଦୁଃଖିତ କରିବାର ଫଳ ଭଗବାନ ତମକୁ ସେହି ଝିଅ ଦେଇଛନ୍ତି ।ସୀମା ଆଇ ଘରେ ଥାଇ ଜାଣେ ଯେ ତାର ଗୋଟେ କୁନି ଭଉଣୀ ହେଇଛି ବୋଲି ।ତେଣୁ ତା ମନା ଆଉ ଆଇ ଘରେ ଲାଗେ ନାହିଁ ସେ ସେଠାରୁ ମାମୁଁ ଙ୍କର ସଂଗେ ଘର କୁ ଚାଲି ଆସେ ।ତାକୁ ଦେଖି ସାବତ ମାଆ ତାକୁ ଚାକର ପରି ଖଟାଏ

ସବୁ କାମ ସେ ପିଲା ଦିନରୁ ଶିଖି ନିଏ ବେଳ ପାଇଲେ ରୋଷେଇ ମଧ୍ୟ କରି ସମସ୍ତଙ୍କୁ ଖାଇବା କୁ ଦେଇଦିଏ ,ଏମିତି କିଛି ଦିନ ଯାଏ ।ଝିଅ ଦୁଇ ଟି ବଡ଼ ହୁଅନ୍ତି ସୀମା ଇତି ମଧ୍ୟ ରେ ଗ୍ରା ଜୁଏସନ ସରିଥାଏ ଆଉ ତା ଭଉଣୀ ର ଦଶମ ପରୀକ୍ଷା ଚାଲିଥାଏ ।ରିମା ସୀମା ର ସାନ ଭଉଣୀ ସବୁ ଅଳି ଅର ଦଳି ତାର ବଡ଼ ଭଉଣୀ ରିମା ପାଖ ରେ ବାପା ଆଉଦୁଇ ବର୍ଷଗଲେ ସୀମା ର ବାହାଘର କରିଦେବେ ବୋଲି କୁହନ୍ତି ।

ମାତ୍ର ତା ସାବତ ମାଆ ଏସବୁ ଶୁଣି ମୁହଁ ମୋଡି ଚାଲିଯାନ୍ତି ।

ସୀମା ଏବେ ସବୁ କାମ ରେ ନିପୁଣା ହୋଇଯାଇଥାଏ ।

ଏବେ ସେ ଏକ ଘରୋଇ କମ୍ପାନୀରେ କାମ ମଧ୍ୟ କରୁଛି ,ତାର ଭଲ ବ୍ୟବହାର ରେ ଅଫିସରେ ସମସ୍ତେ ଖୁଶି ଥାନ୍ତି ।

ଦିନେ ହଠାତ ସୀମା ଅଫିସ ର କାମ ସାରି ଆସିବା ଡେରି ହେଇଯାଇଥାଏ ବର୍ଷା ବି ହେଉଥାଏ ହଠାତ ଏକ ଗାଡି ଉପରେ ନଜର ପଡେ ତାର ଏକ ବୟସ୍କ ବ୍ୟକ୍ତି ଙ୍କର ଶ୍ୱାସରୁଦ୍ଧ ହେଇଯାଉଥାଏ ଗାଡି ଭିତରେ ତାଙ୍କ ପାଖ ରେ କେହି ବି ନଥାନ୍ତି ସୀମା ତାଙ୍କୁ ସାହାଯ୍ୟ କରିବାକୁ ଯାଏ କେମିତି ସାହାଯ୍ୟ କରିବ ଭାବି ପାରେ ନାହିଁ ସେ ,ପ୍ରଥମେ ସେ ଆଖପାଖ ଅଞ୍ଚଳ ରୁ ଲୋକ ମାନକୁ ଡାକି ଦିଏ ସାହଯ୍ୟ କରିବାକୁ ହସ୍ପିଟାଲ ସେ ଜାଗା ରୁ ପ୍ରାୟ ଅଧକିଲୋ ମିଟର ର ଦୂରତା ବୟସ୍କ ଲୋକ ପୁଣି ନିଜ ଗାଡି ଚଳେଇ ଏତେ ରାତି ରେ କୁଆଡେ ଯାଉଥିଲେ କି ଆସୁଛନ୍ତି ସେ ଜାଣିପାରେ ନାହିଁ ।ଲୋକମାନ ଙ୍କୁ ଅନୁରୋଧ କରେ ତାଙ୍କୁ ସାହାଯ୍ୟ କରିବା ପାଇଁ ,ସେ ଲୋକଟିକୁ ଏତେ କଷ୍ଟ ହେଉଥାଏ ଯେ ,ସେ ଦେଖି ତା କଷ୍ଟ ସହିପାରେ ନାହିଁ କଣ କରିବ ତାର ଏକ ସଙ୍ଗେ ଡାକ୍ତର ଅଛି ତାକୁ ଫୋନ ଲଗେଇବା ପାଇଁ ବି ସମୟ ନାହିଁ ଏକ ଅଟୋ ଠିକ କରି ପାଖ ଡାକ୍ତର ଖାନା କୁ ନେଇ ଯାଏ ସେ ଓ ଆଉ କିଛି ଲୋକ ସାଙ୍ଗ ରେ ଯିବାକୁ କୁଣ୍ଠିତ ହୁଅନ୍ତି ମାତ୍ର ଅନୁରୋଧ କ୍ରମେ ସେମାନେ ବି ସାଙ୍ଗ ରେ ଯାଅନ୍ତି କିଛି ସମୟ ଭିତରେ ସେ ଏବେ ଡାକ୍ତରଖାନା ରେ ପହଞ୍ଚିଯାଇ ତାଙ୍କୁ ଡାକ୍ତର ଙ୍କୁ ଦେଖାଇ ଶୀଘ୍ର ତାଙ୍କ ଚିକିତ୍ସା ଆରମ୍ବ କରାଏ ।ସେ ବୟସ୍କ ବ୍ୟକ୍ତି ଜଣ ନିଜ କୁ ଭଲ ଅନୁଭବ କରନ୍ତି ସକାଳୁ ସକାଳୁ ତାଙ୍କୁ ଡାକ୍ତର କୁହନ୍ତି ଆପଣ ଜଣେ ହର୍ଟ ପେସେଣ୍ଟ ଏକୁଟିଆ ଘରୁ ବାହାରିବା ଆପଣ ଙ୍କ ପାଇଁ କ୍ଷତି କାରକ ।ଏ ଝିଅଟି ଆପଣଙ୍କୁ ଦେଖିଲା ବୋଲି ସିନା ସାହଯ୍ୟ କଲା ଆଉ ତା ସାହାଯ୍ୟ ରେ ଆପଣ ଏବେ ସୁସ୍ଥ ମାତ୍ର ଘର ଲୋକଙ୍କୁ ଫୋନ କରନ୍ତୁ ସେ ଆସି ବିଲ ପଇଠ କରିବା ସହିତ ଆପଣ ଙ୍କୁ ନେଇ ଯିବେ।

ସୀମା ତାଙ୍କ ଠାରୁ ବିଦାୟ ନେଇ ଘରେ ପହଞ୍ଚେ କାଲି ରାତି ରୁ ସେ ଘର କୁ ଆସିନି ବାପା ଙ୍କୁ ସେ ସବୁ କହିଦେବ ଆଉ ବୋଉ ଯେ ତାର କଣ କହିବ ସେ ଭାବି ପାରେ ନାହିଁ ।

ଘରେ ପଦ ଦଉ ଦଉ ଆଲୋ କୁଆଡେ ଯାଇଥିଲୁ ମୁହଁ କଳା କରିବାକୁ ରାତି ରେ ସକାଳ କୁ ଆସୁଛୁ ତତେ ଲାଜ ସରମ କିଛି ଟିକେ ଅଛି ଟି !!

ସୀମା ମୁହଁ ତଳ କୁ ପୋତି ଛିଡା ହୋଇଥାଏ ଏତେ ସବୁ କଥା ଶୁଣି ଆଖି ରୁ ଲୁହ ଛଡା ଆଉ କିଛି ବାହାରୁ ନ ଥାଏ ।ପାଟିତୁଣ୍ଡ ଶୁଣି ବାପା ତାର ବାହାରକୁ ଚାଲିଆସନ୍ତି ଆଉ ପଚାରନ୍ତି ତାକୁ କୁଆଡେ ଯାଇଥିଲୁ ଗୋଟେ ତ ଫୋନ କରିପାରିଥାନ୍ତୁ ମତେ ,ସେ କହିଲା ବାପା ଫୋନ କରିବା କୁ ସମୟ ନ ଥିଲା ଆଉ ଯେତେବେଳେ ସମୟ ହେଲେ ସବୁ ବ୍ୟାଟିରୀ ସାରିଯାଇଥିଲା ଫୋନ ରୁ ।ସବୁ କଥା ମୂଳ ରୁ ଶେଷ ପର୍ଯ୍ୟନ୍ତ କହିଗଲା ବାପା ଙ୍କୁ ତାର ଆଖି ରୁ ତାର ଲୁହ ପୋଛି ବାପା ତାକୁ କହିଲେ ତୋ ଉପରେ ମୋର ବିଶ୍ୱାସ ଅଛି ଲୋ ମାଆ ,ଏତକ ଶୁଣି ସୀମା କୁ ବଞ୍ଚିବା ପାଇଁ ଏକ ନୂଆ ଆଶା ଓ ସାହାରା ମିଳିଯାଇଥିଲା ସେତେବେଳେ ତାକୁ ଲାଗିଲା ଯେମିତି ସେ ସବୁ ପ୍ରଶ୍ନବାଣ ସହିତ ଆକ୍ଷେପ ର ଆଖି ରୁ ତାକୁ ବିଶ୍ୱାସର ସୂତ୍ରଟେ ମିଳି ଯାଇଛି ।

ଘର ମଧ୍ୟ କୁ ପସୁପସୁ ସାବତ ମା ବାଲ୍ଟିଏ ପାଣି ତା ଉପରେ ଢାଳିଦିଏ ଆଉ କୁହେ ,କୋଉଠୁ ଆସିଛି ଛୁଆଁ ଛୁତି ଏକାକାର କରିବ ,ଏ ଯା ଗାଧୋଇବା ବା ସହିତ ଫୁଲତୋଳା ଓ ବାସି ପାଇଟି କରିଦେବୁ ସେ କିଛି ନ କହି ଚାଲିଯାଏ ଗାଧୋଇବା ପାଇଁ ଆଉ ସବୁ କାମ ସାରି ଟିକେ ଥକା ମାରିବା ବେଳେ ସାନ ଭଉଣୀ କୁହେ ଦିଦି ରାତି ରେ କୁଆଡେ ଯାଇଥିଲୁ ଅଫିସରୁ ଘର କୁ ଆସିନୁ । ବୋଉ ଯାହା ଗରଗର ହେଇଥିବ ତୋ ଉପରେ ।ସେ କୁହେ ସେ ବୋଉ ଭୁଲ କଲେ କହିବନି ଆଉ କିଏ କହିବ ।ରିମା କହୁଥିଲା ସତେରେ ନାନୀ ତୁ କି ଚାଉଳ ରେ ଗଢ଼ା କେଜାଣି ରିମାକୁ କୋଳକୁ ନେଇ ସୀମା ଭାବୁଥିଲା ଏଇ ତ ତାର ଖୁସି ତା ପରିବାର ଲୋକ ମାନେ ତା ପାଇଁ ଏତେ ଚିନ୍ତା କରୁଛନ୍ତି ଆଉ ବିଶ୍ୱାସ ବି ,ଏଇତ ତାର ପ୍ରକୃତ ଖୁସି ସେ ଭୂଲ କଲେ ତା ପଛରେ ଅଛନ୍ତି ତାକୁ ଆକଟ କରିବାକୁ ଏ ଭାଗ୍ୟ କେତେ ଲୋକଙ୍କୁ ମିଳେ।



Rate this content
Log in

Similar oriya story from Abstract