Lokanath Rath

Tragedy Classics Inspirational

3  

Lokanath Rath

Tragedy Classics Inspirational

କହି ପାରୁନି କି ସହି ପାରୁନି

କହି ପାରୁନି କି ସହି ପାରୁନି

6 mins
219



ମାଳତୀ ଅତି ତରବର ହୋଇ ହସ୍ପିଟାଲର କ୍ୟାବିନରୁ ବାହାରି ଆସିଲା .ସେ ତାଙ୍କ ସେବିକା ମାନଙ୍କର ରୁମ ରେ ଯାଇ ଗୋଟିଏ କଣରେ ବସି ବହୁତ କାନ୍ଦିଲା .ଆଜି ସେ ବହୁତ ବ୍ୟସ୍ତ ହେଇ ପଡୁଛି .ତା ମାତୃ ଶକ୍ତିର ବୋଧ ହୁଏ ପରୀକ୍ଷା ନେଉଛନ୍ତି ଭଗବାନ .ଯେଉଁ ପୁଅ ପାଇଁ ସେ ବହୁତ ପୂଜା କରିଥିଲା, ତାର ମଙ୍ଗଳ କାମନା କରି କେତେ ବ୍ରତ ରଖିଛି ,ଆଜି ସେ ହସ୍ପିଟାଲରେ ପଡିଛି .ସେ ତାକୁ ଦେଖୁଛି,କିଛି କହି ପାରୁ ନାହିଁ କି ସହି ପାରୁନାହିଁ ତାର କଷ୍ଟ .ଆଖିରୁ ଲୁହ ପୋଛି ଦେଲା .ପୁରୁଣା କଥା ତାର ମାନେ ପଡିଗଲା .

ମାଳତୀ ଦାସ ଏକ ମଧ୍ୟବିତ୍ତ ପରିବାରର ଝିଅ .ସେ ଭଲ ପାଠ ପଢୁଥିଲା ,ସେଥିପାଇଁ ତା ବାପା ତାଙ୍କ ସ୍ୱଳ୍ପ ଆମଦାନୀ ମଧ୍ୟରେ ତାକୁ ଡାକ୍ତରୀ ପଢ଼ି ପାରିଲେ ନାହିଁ ,କିନ୍ତୁ ନର୍ସିଙ୍ଗ ପଢାଇଲେ.ସେ ଭଲ ଭାବରେ ପାଠ ପଢି ଗୋଟିଏ ଭଲ ଡାକ୍ତରଖାନା ରେ ଚାକିରୀ କଲା .ତାପରେ ତାର ବାହାଘର ଜଣେ ସରକାରୀ କର୍ମଚାରୀ ଅଶୋକ ଦାସ ଙ୍କ ସହିତ ହୋଇଗଲା .ଉଭୟ ଭଲରେ ନିଜ ସଂସାର ଆରମ୍ଭ କରିଦେଲେ . ବାହାଘର ର ଦୁଇ ବର୍ଷ ପରେ ତାଙ୍କ ଜୀବନରେ ଏକ ନୂତନ ଅତିଥି ପୁତ୍ର ରୂପରେ ଜନ୍ମ ନେଲା .ତାର ନାମ ଅତି ଖୁସିରେ ଦୁହେଁ ମିଶି ରଖିଲେ ଆନନ୍ଦ .ପୁଅର ଦେଖା ଚାହାଁ କରିବାକୁ ଓ ଯତ୍ନ ନେବାକୁ ମାଳତୀ କୁ ଚାକିରୀ ଛାଡିବାକୁ ହେଲା .ଆନନ୍ଦ ବି ଧୀରେ ଧୀରେ ବଡ ହେଲା .ତାର ପାଠ ପଢା ପ୍ରତି ଉଭୟ ଅଶୋକ ଓ ମାଳତୀ ବହୁତ ଯତ୍ନ ନେଉଥିଲେ .ଅଶୋକ ସବୁବେଳେ ମାଳତୀଙ୍କୁ କହୁଥିଲେ କି ବଡ ହୋଇ ଆନନ୍ଦ ଗୋଟିଏଆଇ ଏ ଏସ ଅଫିସର ହେବ ।.ଆନନ୍ଦ ଯେତେବେଳେ ଅଷ୍ଟମ ଶ୍ରେଣୀର ଛାତ୍ର ସେତେବେଳେ ଅଶୋକ ହଠାତ ଏକ ଦୁର୍ଘଟଣାରେ ଦେହ ତ୍ୟାଗ କଲେ .ଶେଷ ନିଶ୍ୱାସ ନେବା ପୂର୍ବରୁ ସେ ମାଳତୀ କୁ କହିଥିଲେ ଆନନ୍ଦ କୁ ପାଠ ପଢ଼ି ଆଇ ଏ ଏସ ଅଫିସର କରିବାକୁ .ମାଳତୀ ବି କଥା ଦେଇଥିଲା .ଅଶୋକ ଚାଲିଯିବା ପରେ ତାଙ୍କ ପେନସନ ଟଙ୍କାରେ କିଛିଦିନ ସଂସାର କୁ ମାଳତୀ ଚଳାଇଲେ .ଆନନ୍ଦ ଯେତେବେଳେ ଦଶମ ଶ୍ରେଣୀର ଛାତ୍ର ତାକୁ ଭଲ ଟ୍ୟୁସନ ଦେବା ପାଇଁ ଗାଁ ର ଜମି ବି ବିକ୍ରି କରିଦେଲେ .ଆନନ୍ଦ ଭଲ ନମ୍ବର ରଖି ପାସ କଲା ଓ ସବୁଠାରୁ ବଡ କଲେଜରେ ନାମ ଲେଖାଇଲା .ଘର ଖର୍ଚ୍ଚ ଓ ଆନନ୍ଦ ର ପଢା ପାଇଁ ଅଧିକ ଟଙ୍କାର ଆବଶ୍ୟକ ପଡିଲା .ମାଳତୀ ବାଧ୍ୟ ହୋଇ ପୁଣି ଗୋଟିଏ ହସ୍ପିଟାଲ ରେ ନର୍ସ ହିସାବରେ ଚାକିରୀ କଲା .ଧୀରେ ଧୀରେ ଆନନ୍ଦ ସ୍ନାତକ ଓ ସ୍ନାତକୋତର ପାସ କଲା .ମାଳତୀ ତା ପାଇଁ ଆଇ ଏ ଏସ ପରୀକ୍ଷା ର ସବୁ ବନ୍ଦୋବସ୍ତ କରିଦେଲେ .ତାକୁ କୋଚିଂ ପାଇଁ ଭି ବ୍ୟବସ୍ତା କରିଦେଲା .ଆନନ୍ଦ ମନ ଦେଇ ପଢିବାରେ ଲାଗିଲା .ତାକୁ ଆଇ ଏ ଏସ ହେବାକୁ ଅଛି .ତା ବାପାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ହେବ .ସେ ଆଇ ଏ ଏସ ପରୀକ୍ଷା ଦେଲା .ମାଳତୀ କେତେ ପୂଜା ସେଥିପାଇଁ କଲେ .ଶେଷରେ ଆନନ୍ଦ ଆଇ ଏ ଏସ ରେ କୃତକାର୍ଯ୍ୟ ହେଲା .ସେଦିନ ମାଳତୀ ର ଖୁସି କହିଲେ ନ ସରେ .ଆନନ୍ଦ ବହୁତ ଖୁସିରେ ମାଳତୀ କୁ ଧରି କାନ୍ଦିଲା .କହିଲା ,''ଆଜି ତୁମ ପାଇଁ ମା ମୁଁ ବାପାଙ୍କର ଶେଷ ଇଚ୍ଛା ପୂରଣ କରି ପାରିଲି . ତାକୁ ଟ୍ରେନିଂ ରେ ଯିବାକୁ ହେଲା .ଆନନ୍ଦ ମାଳତୀ ର ଆଶୀର୍ବାଦ ନେଇ ବାହାରିଲା ଓ କହିଲା ,''ମୁଁ ଯେଉଁଠି ରହିବି ତୁମେ ମୋ ପାଖରେ ରହିବ .ଏ ଚାକିରୀ ଆଉ କରିବାକୁ ପଡ଼ିବନି .'' ମାଳତୀ ବି ବହୁତ ଖୁସି ହେଇଗଲା .ଆନନ୍ଦ ଟ୍ରେନିଂ ସାରି ଦିଲ୍ଲୀ ରେ ଚାକିରୀ କଲା .ଆନନ୍ଦ ପ୍ରାୟ ପ୍ରତ୍ୟେକ ଦିନ ମାଳତୀ ସହିତ କଥା ହୁଏ .ମାଳତୀ ଖାଲି ଅପେକ୍ଷା କରିଥିଲା କେବେ ସେ ତାକୁ କହିବ ଚାକିରୀ ଛାଡି ତା ପାଖକୁ ଯିବାକୁ .କିଛି ମାସ ପରେ ଧୀରେ ଧୀରେ ଆନନ୍ଦ କଥା ହେବାର ବ୍ୟବଧାନ ବଢ଼ାଇ ଦେଲା .ମାସକୁ ଠାରେ ବହୁତ କାମ ସମୟ ପାଇଁ କଥା ହୁଏ .ମାଳତୀ ଭାବୁଥାଏ ,ବୋଧେ କାମରେ ବହୁତ ବ୍ୟସ୍ତ ରହିବା ଦ୍ୱାରା ବେଶୀ କଥା ହେଇ ପାରୁ ନାହିଁ .ତାପରେ ତିନି ଚାରି ମାସ ଆଉ ଆନନ୍ଦ ର କିଛି ଖବର ନ ପାଇବାରୁ ,ମାଳତୀ ବହୁତ ବ୍ୟସ୍ତ ହେଇ ପଡିଲା .ଶେଷରେ ସେ ଏକା ଦିଲ୍ଲୀ ବାହାରିଗଲା ତା ପୁଅକୁ ଦେଖିବା ପାଇଁ .ଦିଲ୍ଲୀରେ ପହଞ୍ଚି ବହୁତ କଷ୍ଟରେ ଆନନ୍ଦ ର ଘର ଖୋଜି ସେ ପାଇଗଲା .ସାଙ୍ଗରେ ସେ ଆନନ୍ଦ ର ମନ ପସନ୍ଦ ର ଘିଅ ରେ ତିଆରି ବେସନ ଲଡୁ ନେଇ ଯାଇଥିଲା .ସେ ନିଜ ହାତରେ ତିଆରି କରି ନେଇଥିଲା .ସକାଳୁ ସକାଳୁ ସେ ଆନନ୍ଦ ର ଘର ର ବାହାରେ ଠିଆ ହୋଇ ବେଳ ବଜାଇଲା .ଦେଖିଲା ଜଣେ ଅତି ସୁନ୍ଦର ଯୁବତୀ କବାଟ ଖୋଲିଲେ .ସେ ହଟାତ ଆଶ୍ଚର୍ଯ୍ୟ ହୋଇଗଲା .ନିଜକୁ ସମ୍ଭାଳି ଆନନ୍ଦ ବିଷୟରେ ପଚାରିଲା .ଯୁବତୀ ଜଣକ ହିନ୍ଦୀ ରେ କଣ କହି ଭିତରକୁ ଚାଲିଗଲେ .ତାପରେ ଆନନ୍ଦ ନିଜେ ଆସିଲା ଓ ମାଳତୀ କୁ ଦେଖି ତଳକୁ ମୁହଁ କରି ଟିକେ ରାଗିକରି ପଚାରିଲା ,''ତୁମେ କେମିତି ଆସିଲା ?ମୋତେ ଆଗରୁ ଜଣାଇଲ ନାହିଁ କାହିଁକି ?ଚାକିରୀ ଛାଡି ଆସିଛ !'' ଏ ସବୁ ଶୁଣି ମାଳତୀ କହିଲା ,'' ତୋର କିଛି ଖବର ନ ପାଇ ବ୍ୟସ୍ତ ଲାଗିଲା ଚାଲି ଆସିଲି .ଆଛା ସେ ଝିଅଟି କିଏ ?'' ଆନନ୍ଦ କହିଲା ,''ସେ ମୋର ସ୍ତ୍ରୀ .ମୁଁ ତୁମକୁ କହି ଥାନ୍ତି . ଡର ଲାଗୁଥିଲା ,ସେଥିପାଇଁ କହି ନାହିଁ .ହଁ ତୁମେ କାହାକୁ କହିବ ନାହିଁ ଯେ ତୁମେ ନର୍ସ ଚାକିରୀ କରୁଛ ବୋଲି .ଏବେ ଆସ .'' ମାଳତୀ ଏତକ ଶୁଣି କିଛି କହି ପାରୁ ନଥିଲା .ତା ପାଦ ତଳୁ ଯେମିତି ମାଟି ଖସି ଯାଉଥିଲା .ଏତେ ସବୁ ହେଇଗଲା ,କିନ୍ତୁ ଆନନ୍ଦ ତାକୁ ଜଣାଇଲା ନାହିଁ .ଆଉ ମୁଁ ନର୍ସ ବୋଲି କହିଲେ ତା ସମ୍ମାନ ରେ ଆଞ୍ଚ ଆସିବ.ଏଇ ଚାକିରୀ କରି ତାକୁ ବଡ କରିଛି .ହଉ ଯାହା ଠାକୁରଙ୍କ ଇଚ୍ଛା .ଡରି ଡରି ସେ ଘର ଭିତରକୁ ଗଲା .କିଛି ସମୟ ପରେ ଆନନ୍ଦ ତା ସ୍ତ୍ରୀ ଓ ଶାଶୁ ଶ୍ୱଶୁର ଙ୍କ ସହ ଆସିଲା ଓ ମାଳତୀ କୁ ଚିହ୍ନାଇ ଦେଇ କହିଲା ତାର ଦୂର ସମ୍ପର୍କୀୟ .ମାଳତୀ ର ଛାତି ଯେମିତି ଫାଟି ଯିବାକୁ ଲାଗିଲା .ସେ ନେଇଥିବା ଲଡୁ ଦବ କୁ ରଖି ଉଠି ବାହାରିଲା ଯିବାକୁ .ସେମାନେ ତାକୁ ରହିବାକୁ କହିଲେ ,କିନ୍ତୁ ମାଳତୀ କେଉଁ ହିସାବରେ ରହିବ? ଯେଉଁଠି ନିଜ ପୁଅ ତାକୁ ମା ର ମାନ୍ୟତା ଦେଉନାହିଁ .ସେ ସମସ୍ତଙ୍କୁ ଧନ୍ୟବାଦ ଦେଇ ବାହାରିଗଲା .ଆନନ୍ଦ ବାହାରକୁ ଆସି କହିଲା ,''ରହିଯାଅ ,ମୁଁ କାଲି ତୁମର ଯିବାର ବ୍ୟବସ୍ଥା କରିଦେବି .''ମାଳତୀ କିଛି ନ କହି କାନ୍ଦି କାନ୍ଦି ବାହାରିଗଲା .ସେ ଷ୍ଟେସନ ଆସି ଘରକୁ ଆସିବାର ଟିକଟ କାଟି ଦେଲା .ସେଇଠି ନିଜର ନିତ୍ୟକର୍ମ ସାରି ଗାଡ଼ିରେ ବସିଗଲା .ଗାଡ଼ିରେ ବସି ଭାବି ଭାବି ଖାଲି କାନ୍ଦୁ ଥାଏ ,ଅଶୋକ ଙ୍କୁ ମାନେ ପକାଇ କହୁଥାଏ ,''ମୋର ଭୁଲ କେଉଁଠି ରହିଲା ?''କିଛି ସମୟ ପରେ ସେ କାନ୍ଦ କରି ଦେଲା ,କାଳେ ତା ପୁଅ ଆନନ୍ଦ ର କିଛି ଅନିଷ୍ଟ ହେବ .ତାକୁ ମାନେ ମାନେ ବହୁତ ଆଶୀର୍ବାଦ ଦେଇ ଚୁପ ହେଇଗଲା .ଶେଷରେ ଘରେ ପହଞ୍ଚି ତା ଡାକ୍ତରଖାନା ର କାମରେ ଲାଗିଗଲା .ସେ ଯେଉଁ ଡାକ୍ତରଖାନାରେ କାମ କରେ ,ତାର ମାଲିକ ଭାରତର ସବୁଠାରୁ ଭଲ ନୁରୋଲୋଜିଷ୍ଟ. ହଠାତ ବର୍ଷକ ପରେ ସେ ତା କାମ ସାରି ଫେରୁଥିଲା ,ଦେଖିଲା ତା ପୁଅ ଆନନ୍ଦ ତାଙ୍କ ଡାକ୍ତରଖାନା ରେ ଗୋଟିଏ ଚୌକିରେ ମୂର୍ଛିତ ଅବସ୍ଥାରେ ବସିଛି ଡାକ୍ତରଙ୍କ ଅପେକ୍ଷାରେ . ତା ମା ର ହୃଦୟ କାନ୍ଦି ଉଠିଲା .ସେ ଯାଇ କାନ୍ଦି କାନ୍ଦି ଡାକ୍ତରଙ୍କୁ ଅନୁରୋଧ କଲା ଆନନ୍ଦ କୁ ଦେଖିବାକୁ .ସବୁ କିଛି କହିଲା ଓ କହିଲା ଏ ବିଷୟରେ କାହାକୁ ନ କହିବାକୁ .ସେବେଠାରୁ ଆନନ୍ଦ ର ଚିକିତ୍ସା ଚାଲୁଛି.ଆଜିକୁ ପ୍ରାୟ ପନ୍ଦର ଦିନ ହେଇ ଗଲାଣି .ଧୀରେ ଧୀରେ ସେ ଠିକ ହେଉଛି .ଗୋଟିଏ ସଡକ ଦୁର୍ଘଟଣା ରେ ତାର ମସ୍ତିସ୍କ ରେ ବହୁତ ବଡ଼ ଆଘାତ ଲାଗିଛି .ତାର ଡାହାଣ ପାଖ ପୁରା କାମ କରୁନି .ଡାକ୍ତର କହୁଛନ୍ତି ଠିକ ହେଇଯିବ .ଧୀରେ ଧୀରେ ତାକୁ ତା ନିଜ ଲୋକଙ୍କର ସ୍ପର୍ଶ ହିଁ ଠିକ କରିବ.ସେଥିପାଇଁ ଆଜି ମାଳତୀ ତା ମୁଣ୍ଡ କୁ ନିଜ ହାତରେ ଆଉଁସି ଦେଲା ,ତା ହାତକୁ ନିଜ ହାତରେ ନେଲା .ସେତିକିରେ ଆନନ୍ଦ ଟିକେ ଟିକେ ଆଖି ଖୋଲିଲା . ମାଳତୀ ଦୌଡିକରି ଡାକ୍ତରଙ୍କୁ ଡାକିବାକୁ ଆସିଲା ଓ କାନ୍ଦି କାନ୍ଦି ସେବିକାଙ୍କ କୋଠରୀ ରେ ବସି ଭାବୁଛି କଣ କରିବ .ସେତିକିବେଳେ ଡାକ୍ତରବାବୁ ନିଜେ ଆସି କହିଲେ ,''ମାଳତୀ ଏବେ ତୁମେ ତୁମ ପୁଅ କୁ ଠିକ କରି ପାରିବ .ଏବେ ସବୁ କିଛି ତୁମେ ତା ସ୍ତ୍ରୀ ଓ ଶାଶୁ ଶ୍ୱଶୁର ଙ୍କୁ କହିଦିଅ .ନାହିଁ ତ ମୁଁ କହିଦେବି ,ଯଦି ତୁମେ ଚାହିଁବ.'' ମାଳତୀ ଭାବିଲା କଣ କରିବ .ପୁଅର ସମ୍ମାନ କୁ ସେ କହିବ ନ ତା ଜୀବନ ବଞ୍ଚାଇବ.ଶେଷର ନିଷ୍ପତି ନେଲା ସେ ଯାଇ ସବୁ କହିଦେବ ଓ ନିଜ ପୁଅକୁ ବଞ୍ଚାଇବ .ସେ କହି ପାରୁନାହିଁ କି ସହି ପାରୁନାହିଁ ଯନ୍ତ୍ରଣାରୁ ମୁକ୍ତ ହେବ .ସେ ଉଠିକରି ଡାକ୍ତରଙ୍କ ସହିତ ଗଲା .ଡାକ୍ତର ଆନନ୍ଦ ର ସ୍ତ୍ରୀ ଓ ତା ବାପା ମା କୁ ମାଳତୀ ର ପ୍ରକୁତ ପରିଚୟ କହିଲେ .ଆନନ୍ଦ ର ସ୍ତ୍ରୀ ଆସି ମାଳତୀ ର ପାଦ ଧରି ପ୍ରଣାମ କଲା ଓ ଭୁଲ ମାଗିଲା .କହିଲା ସେ ହିଁ ଆନନ୍ଦ କୁ ତାଙ୍କ ଠାରୁ ଅଲଗା କରି ଦେଇଛି .ସେ କ୍ଷମା ମାଗିଲା .ମାଳତୀ ତାକୁ ନିଜ ଗଳାରେ ଲଗାଇ କାନ୍ଦିଲେ ଓ କହିଲେ ,''କିଛି ହେବ ନାହିଁ ମୋ ପୁଅର .ସେ ଠିକ ହେଇଯିବ .''ମାଳତୀ ଦିନ ରାତି ଆନନ୍ଦ ର ସେବା କଲେ ,ପିଲାଦିନେ ଯେମିତି କରୁଥିଲେ .ଦୁଇ ତିନି ଦିନ ପରେ ଆନନ୍ଦ ର ହୋସ ଆସିଲା .ସେ ଦେଖିଲା ତା ମା କୋଳରେ ଶୋଇଛି.ତା ଆଖିରୁ ଲୁହ ବୋହି ଯାଉଥିଲା .କାନ୍ଦି କାନ୍ଦି କହିଲା ,''ମା ମୋତେ କ୍ଷମା କରିଦିଅ .'' ମାଳତୀ ତାକୁ ହାଲୁକା ଚାପୁଡ଼ା ମାରି କହିଲେ ,''ମୋ ପାଗଳ ପୁଅ ତା .ତୁ କଣ କରିଛୁ କି ?ଚୁପ ଚାପି ଠିକ ହେଇ ଯା ,ଶୀଘ୍ର ଘରକୁ ଯିବା .''ବେଶ ତା ପରେ ଆଉ ଦଶ ଦିନ ପରେ ଆନନ୍ଦ ଠିକ ହୋଇଗଲା .ସମସ୍ତେ ଘରକୁ ଆସିଲେ .ଆନନ୍ଦ ର ପାଇଁ ଫିଜିଓଥେରାପି ର ବ୍ୟବସ୍ତା ମାଳତୀ କରି ଦେଲା .ତା ଘର ଏବେ ଖୁସିରେ ଚଳିବାରେ ଲାଗିଲା ....



Rate this content
Log in

Similar oriya story from Tragedy