STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କୈକେୟୀଙ୍କ ସ୍ୱୟଂମ୍ବର

କୈକେୟୀଙ୍କ ସ୍ୱୟଂମ୍ବର

3 mins
303



 ପ୍ରାଚୀନ ଭାରତର ଉତ୍ତର ପଶ୍ଚିମ ଦିଗରେ କେକେୟ ବୋଲି ଏକ ସମୃଦ୍ଧ ଏବଂ ବିଭବ ଶାଳୀ ରାଜ୍ୟ ଥିଲା l ରାଜ୍ୟର ରାଜା ମଧ୍ଯ କେକେୟ ନାମରେ ପରିଚିତ ଥିଲେ l ତାଙ୍କର ଅନ୍ୟନାମ ଥିଲା ଅଶ୍ୱପତି l ସେହି ରାଜ୍ୟର ରାଜଧାନୀ ଥିଲା ଅତି ସୁନ୍ଦର ଗିରିବ୍ରଜ ପୁର l ରାଜା ଅଶ୍ୱପତିଙ୍କର ସାତ ପୁତ୍ରଙ୍କ ମଧ୍ୟରେ ସର୍ଵଗୁଣ ସମ୍ପନ୍ନା କୈକେୟୀ ଥିଲେ ଏକମାତ୍ର କନ୍ୟା l ସାତ ପୁତ୍ରଙ୍କ ମଧ୍ୟରେ ଏକମାତ୍ର କନ୍ୟା କୈକେଈ ବାଲ୍ୟ କାଳରୁ ଖୁବ୍ ଅୟସରେ ବଢ଼ୁଥିଲେ l ତାଙ୍କ ଯମଜ ଭାଇ ଥିଲେ ଯୁଦ୍ଧାଜିତ୍ l 

କୈକେୟୀ ଯୁବାବସ୍ଥାରେ ପହଞ୍ଚିଲାରୁ ଦିନେ ରାଜା ଅଶ୍ୱପତିଙ୍କ ପାଟରାଣୀ କହିଲେ ଝିଅ ଏବେ ଵିଵାହ ଯୋଗ୍ୟା ହେଲାଣି l ବିବାହ ଯୋଗ୍ୟା ଝିଅକୁ ଘରେ ରଖିବା ଅନୁଚିତ୍ l ଆପଣ ଝିଅ ପାଇଁ ଉପଯୁକ୍ତ ପାତ୍ର ସନ୍ଧାନ କରନ୍ତୁ l ପାଟରାଣୀଙ୍କ କଥାରେ ରାଜାଙ୍କର ଚେତା ପଶିଲା,ସଙ୍ଗେ ସଙ୍ଗେ ସେ ମନ୍ତ୍ରୀଙ୍କୁ ଡକାଇ ନିର୍ଦ୍ଧେଶଦେଲେ ତୁମେ ଶୀଘ୍ର କୈକେଈ ପାଇଁ ଏକ ଉପଯୁକ୍ତବର ସନ୍ଧାନ କର l ଚତୁର ମନ୍ତ୍ରୀ କହିଲେ, ବର ସନ୍ଧାନ କରା ଯିବାର କି ଆବଶ୍ୟକତା ଅଛି l ଆପଣ କ୍ଷତ୍ରୀୟୋଚିତ କନ୍ୟାପାଇଁ ଏକ ସ୍ଵୟମ୍ବର ସଭା ଆୟୋଜନ କରନ୍ତୁ l ଚାରମାନଙ୍କ ହାତରେ ଆମେ ଭାରତବର୍ଷର ସବୁ ଦେଶକୁ କୈକେୟୀଙ୍କ ଚିତ୍ରପଟ ପଠାଇ ରାଜ ପୁତ୍ର ଏବଂ ରାଜା ମାନଙ୍କୁ ନିମନ୍ତ୍ରଣ ଜଣାଇବା l ଚିତ୍ରପଟ ଦେଖି ସବୁ ରାଜା ନିଶ୍ଚୟ ଆସିବେ l ଉପସ୍ଥିତ ସେହି ରାଜାଙ୍କ ମଧ୍ୟରୁ ରାଜ ଜେମା କୈକେୟୀ ତା'ର ମନୋମତ ସ୍ବାମୀ ଚୟନ କରିନେବ l

ମନ୍ତ୍ରୀଙ୍କ ପ୍ରସ୍ତାବରେ କୈକେୟୀଙ୍କ ସ୍ଵୟମ୍ବର ପାଇଁ ଅୟୋଜନ ଚାଲିଲା l ଚିତ୍ରପଟ ସହ ଚାର ମାନେ ଦ୍ରୁତଗାମୀ ଅଶ୍ଵ ମାନଙ୍କରେ ଯାଇ ବିଭିନ୍ନ ଦେଶର ରାଜାମାନଙ୍କୁ ନିମନ୍ତ୍ରଣ ଦେଲେ l ସ୍ଵୟଂମ୍ବର ପାଇଁ ଗିରିବ୍ରଜରେ ଭବ୍ୟ ସାଜ ସଜ୍ଜାର ଆରମ୍ଭ ହେଲା l କ୍ରମେ ନିର୍ଦ୍ଦିଷ୍ଟ ଦିନ ଓ ତିଥି ଉପନୀତ ହେବାରୁ କେକେୟ ରାଜଧାନୀରେ ମଙ୍ଗଳବାଦ୍ୟ ବାଜିଉଠିଲା l ନାନା ଦେଶରୁ ଆସି ରାଜା ଓ ରାଜପୁତ୍ରଗଣ ପହଞ୍ଚିଲେ l ସମସ୍ତ ରାଜା ମାନଙ୍କୁ ଯଥାମାନ୍ୟ କରି ପାତ୍ରମନ୍ତ୍ରୀ ମାନେ ଉପଯୁକ୍ତ ଆସନରେ ଉପବେଶନ କରାଇଲେ l ସ୍ଵୟଂମ୍ବର ସଭା ଶେଷରେ ଯାଇ ପହଁଚିଲେ ସୂର୍ଯ୍ୟପରି ପ୍ରଭା ବନ୍ତ ଅଯୋଧ୍ୟା ରାଜନ ଦଶରଥ l ଉପସ୍ଥିତ ସମସ୍ତ ନରପତି ମାନେ ରାଜା ଦଶରଥଙ୍କୁ ଦେଖି ଭାବିଲେ ରାଜକୁମାରୀ ଏହାଙ୍କୁ ନିଶ୍ଚୟ ବରଣମାଳା ପିନ୍ଧାଇବେ l 

ସ୍ଵୟଂମ୍ବର କାର୍ଯ୍ୟ ଆରମ୍ଭ ହେଲା l ନାନା ଅଳଙ୍କ

ାର ଓ ମୂଲ୍ୟବାନ ବସ୍ତ୍ରରେ ଅଳଙ୍କୃତ କରି ସଖି ମାନେ କୈକେୟୀଙ୍କୁ ହାନ୍ଦୋଳରେ ବସାଇଆଣି ସଭାରେ ଉପସ୍ଥିତ କରାଇଲେ l ବରଣମାଳା ହାତରେ ଧରି କୈକେଈ ଯେତେ ବେଳେ ସଭା ମଧ୍ୟରେ ବୁଲିବାକୁ ଲାଗିଲେ ସେତେବେଳେ ସବୁ ରାଜା ମାନେ ତାଙ୍କୁ ଲୋଭାତୁର ହୋଇ, ଦେଖିବାକୁ ଲାଗିଲେ l କେହି କେହି ଆଃ ! ଇଏ ମୋ ଘରଣୀ ହୁଅନ୍ତା କି, କହି ଦେବାଦେବୀଙ୍କୁ ମାନସିକ କରିବାକୁ ଲାଗିଲେ l କିନ୍ତୁ ଦଶରଥ ସଭାରେ ନୀରବ ନିଶ୍ଚଳ ଭାବରେ ବସିଥାନ୍ତି l ସଖୀ ଗଣଙ୍କ ପରିବେଷ୍ଠିତା କୈକେଇ ସଲ୍ଲଜ ନୟନରେ ଉପସ୍ଥିତ ସବୁ ରାଜାମାନଙ୍କୁ ନିରୀକ୍ଷଣ କରି କରି ଯାଇ ଶେଷରେ ଦଶରଥଙ୍କ ନିକଟରେ ପହଁଚି ତାଙ୍କ ଗଳାରେ ବରଣମାଳା ଲମ୍ବାଇ ଦେଇ ପାଦତଳେ ପଡ଼ି କହିଲେ:-

 ଆଜିଠାରୁ ହେଲ ତୁମ୍ଭେ ଦେବତା ମୋହର l

 ସେବାଦାସୀ ପଣେ ବନ୍ଧାହେଲି ଶ୍ରୀପୟର ll 

ଦଶରଥ କୈକେଈଙ୍କୁ ତଳୁ ଉଠାଇ ନିଜ ଗଳାର ରତ୍ନହାର କାଢ଼ି ତାଙ୍କ ଗଳାରେ ଲମ୍ବାଇ ଦେଲେ l ସଭାରେ ଆନନ୍ଦର ଲହରୀ ଖେଳିଗଲା l ଈର୍ଷାଳୁ ରାଜାମାନେ ଦଶରଥଙ୍କ ତେଜରେ ନିଷ୍ପ୍ରଭ ହୋଇ ଯେ ଯୁଆଡ଼େ ପାରେ ପଳାଇ ଗଲେ l କନ୍ୟା କୈକେୟୀ ଉପଯୁକ୍ତ ପତି ଲାଭ କରିଛି ଜାଣି, ରାଜା ଅଶ୍ୱପତି ଆନନ୍ଦ ଅଧୀର ହୋଇ ପଡ଼ିଲେ l କେକେୟ ରାଜ ବର କନ୍ୟାଙ୍କୁ ଆନନ୍ଦରେ ନବର ମଧ୍ୟକୁ ପାଛୋଟି ନେଲେ l ବିବାହକାର୍ଯ୍ୟ ବୈଦିକ ରୀତିରେ ସମାହିତ ହେଲା l ରାଜା ଅଶ୍ୱପତି ବହୁ ଜାନିଯୌତୁକ ଓ ମୂଲ୍ୟବାନ ଅଳଙ୍କାର , ଉପଢୌକନ ଦେଇ ବର କନ୍ୟାଙ୍କୁ ଅଶ୍ରୁମୁଖ ହୋଇ ବିଦାୟ ଦେଲେ l କୈକେଈଙ୍କୁ ଘେନି ଦଶରଥ ଅଯୋଧ୍ୟାକୁ ପ୍ରସ୍ଥାନ କଲେ l କେକେୟ ରାଜ ଦୁଲାଳୀଙ୍କୁ ଧରି ଦଶରଥ ଅଯୋଧ୍ୟାରେ ପହଞ୍ଚିଲାରୁ କୋଶଳ ପୁରୀ ଉତ୍ସବମୁଖର ହୋଇ ପଡ଼ିଲା l କେକେୟ କୁମାରୀ କୈକେୟୀଙ୍କ ସହ ଆସିଥିଲେ ଅତି କୁତ୍ସିତା ଦେହ ଲଗା ଦାସୀ ମନ୍ଥରା l ପିଲାଟି ଦିନରୁ କୈକେଈଙ୍କୁ ମାଆପରି ପାଳିଥିଲେ ମନ୍ଥରା ଓ କୈକେୟୀ ତାଙ୍କୁ ମାତୃବତ ମାନ୍ୟ କରୁଥିଲେ l କୌଣସି କାରଣରୁ କୈକେୟୀଙ୍କ ମାଆ ତାଙ୍କ ପିତା ଅଶ୍ୱପତିଙ୍କ ଦ୍ଵାରା ନିର୍ବାସିତ ହୋଇଥିଲେ l ଶୈଶବ କାଳରୁ କୈକେୟୀ ମନ୍ଥରାଙ୍କ ଦ୍ଵାରା ପାଳିତା ହୋଇଥିଲେ l 

କୈକେୟୀଙ୍କ ସ୍ଵୟମ୍ବରର ଏହି ସୁନ୍ଦର କଥା ଶେଷ କରି କବି ଶ୍ରୀ କ୍ଷେତ୍ରମୋହନ ପ୍ରଧାନ ରାମାୟଣର ଆଦ୍ୟ କାଣ୍ଡରେ କହିଲେ :-

ସର୍ବେ ଆନନ୍ଦେ ଅଯୋଧ୍ୟା ପୂରରେ ରହିଲେ l

ଶ୍ରୀରାମସୁମରି କ୍ଷେତ୍ରମୋହନ ଯେ ବୋଲେ l

      


Rate this content
Log in

Similar oriya story from Inspirational