Sunanda Mohanty

Classics Fantasy Thriller

4  

Sunanda Mohanty

Classics Fantasy Thriller

କାଠ କଣ୍ଢେଇ

କାଠ କଣ୍ଢେଇ

3 mins
243


ଘରଭଡା ଚାଁହୁଥିଲେ ଦୀପକ ଦ୍ବିବେଦୀ. କୋଉଠି ପ୍ରକୃତିକୁ ନିରୀକ୍ଷଣ କରିବାର ସୁଯୋଗ ନଥିଲା ତ କୋଉଠି କର୍ମସ୍ଥଳୀ ବହୁତ ଦୂର ଥିଲା. କୋଉଠି ଗାଡି ପାର୍କିଙ୍ଗର ସୁବିଧା ନଥିଲା ତ କୋଉଠି ସ୍ୱଚ୍ଛ ବାତାବରଣ ନଥିଲା. କୋଉଠି ରେଟ ପସନ୍ଦ ହେଉନଥିଲା ତ କୋଉଠି ବାସ୍ତୁ ଅନୁଯାୟୀ ଠିକ ଠାକ ନଥିଲା. ଶେଷକୁ ଯେଉଁ ଘର ପସନ୍ଦ ହେଲା ଅଦ୍ଭୁତ ସର୍ତ୍ତ ଥିଲା ଘର ମାଲିକର ଯେ ନିଜେ ଘର ସଫା କରି ରହିବାକୁ ପଡିବ. ସବୁଦୃଷ୍ଟିରୁ ଘରଟି ପସନ୍ଦ ହୋଇଥିଲା. ବାଲକୋନୀ ଆଗରେ ବସି ପ୍ରକୃତିକୁ ଉପଭୋଗ କରିବା ଭଳି ଭରପୁର ସମ୍ଭାର ଥିଲା ଏଇଥି ପାଇଁ କି ଲାଗି ଲାଗି ମସ୍ତବଡ଼ ବରଗଛ ଓ ଓସ୍ତଗଛ ଦୁଇଟି ରହିଥିଲା. ଅନେକ ପକ୍ଷୀଙ୍କର ବାସସ୍ଥଳୀ ସହ ସୂର୍ଯ୍ୟଙ୍କ ପହିଲି କିରଣ ଗଛ ଫାଙ୍କ ଦେଇ ବାଲାକୋନିରେ ପଡୁଥିଲା ଆଉ ରାତିର ଚାନ୍ଦମୁହିଁ ଚାନ୍ଦିନୀ ଜହ୍ନ ବି ଦେଖାଯାଉଥିଲା ଦୁଇ ଗଛ ମଝି ଫାଙ୍କରେ. ଦୂର ତାଳବଣରୁ ମଧ୍ୟ ସୁଲୁ ସୁଲୁ ବାଆ ବହିଆସୁଥିଲା ବଂଶୀର ସ୍ୱର ପରି ତ ମାଲିକ ସର୍ତ୍ତରେ ରାଜି ହୋଇ ଦୀପକ ହଁ ଭରିଥିଲା ଏକତାଲା ଉପରେ ଥିବା ଏକମାତ୍ର କିରାଏଦାର ହେବାକୁ.

   ଘରସଫା କାମ ଆରମ୍ଭ ହୋଇଗଲା. ଶ୍ରମିକ ମାନଙ୍କ ସହ ନିଜେ ଶ୍ରମ ଦାନ କରୁ କରୁ କାଠ କଣ୍ଢେଇଟିଏ ପାଇ ତାକୁ ଫିଙ୍ଗି ନଦେଇ କାନ୍ଥ ଆଲମିରାରେ ରଖିନେଲେ ଦୀପକ ଦ୍ବିବେଦୀ. ତା ପରେ ଘର କଲର କରି ଆବଶ୍ୟକୀୟ ସରଞ୍ଜମ ପକେଇ ତାଙ୍କ ସାହିତ୍ୟମନସ୍କ ବୈଠକଖାନାଟିଏ ମଧ୍ୟ ବାଲାକୋନିକୁ ଲାଗି କରିନେଲେ. ଅଫିସ ଯିବା ସହ କବିତା,ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ଭିତରେ ମଜ୍ଜି ରହି ସେ ଭୁଲି ଯାଇଥିଲେ କାଠ କଣ୍ଢେଇ କଥା କିନ୍ତୁ ସେଦିନ ସେହି ସୁନେଲି ସକାଳେ ନିଦରୁ ଉଠୁ ଉଠୁ ନିଜ ବେଡ଼ ଉପରେ କାଠ କଣ୍ଢେଇଟିକୁ ଦେଖି ଆଶ୍ଚର୍ଯ୍ୟ ଅଭିଭୂତ ହୋଇ ପଡିଲା ବେଳେ ତାଙ୍କୁ ଶୁଭୁଥିଲା ଏକ ନାରୀ କଣ୍ଠ. ଆଜି ଚା ପିଇବ ନାହିଁ କି? ଆଶ୍ଚର୍ଯ୍ୟ କେହି କୋଉଠି ତ ନାହାଁନ୍ତି. ଚାହିଁଲେ ଦୀପକ କାଠ କଣ୍ଢେଇଟିକୁ ନିରେଖି. ସୁନ୍ଦର ଗୋଟେ ରୁପସୀ ପରି ଜୀବନ୍ତ ଲାଗୁଥିଲା. ଡରିଗଲେ ଦୀପକ ପୁଣି ଯେବେ ସେହି ସ୍ୱର ଶୁଭୁଥିଲା ଭାବୁଛ କଣ ସମୟ କଣ କାହାକୁ ଅପେକ୍ଷା କରେ? ରୀତିମତ ଭୟ ପାଇ ଯାଇଥିଲେ ଦୀପକ. ତରତରରେ ନିତ୍ୟକର୍ମ ସାରି ଅଫିସରେ ପହଞ୍ଚି ବିଚଳିତ ଲାଗୁଥିଲେ.।

  ଅଫିସ ସାରି ଯେ ଯୁଆଡେ ଯିବା ପରେ ମଧ୍ୟ ସେ ତାଙ୍କ ଚେୟାର ଛାଡ଼ି ଉଠୁନଥିବା ଦେଖି ଚପରାଶି ଗୋବିନ୍ଦ କହୁଥିଲା ଘରକୁ ଯିବେନି କି ସାର ତ ଆତ୍ମିୟତା ଭରା କଥା କେଇପଦରେ ସବୁ କହିଥିଲେ ଦୀପକ ଗୋବିନ୍ଦ ମଉସାଙ୍କ ଆଗେ. ଗୋବିନ୍ଦ ଦୀର୍ଘାନିଶ୍ୱାସ ପକେଇ କହିଥିଲେ, ସେ ଘର ଛାଡ଼ି ଦିଅନ୍ତୁ ବାବୁ. ମୋର ଖାଲି ଘର ଅଛି ଆସି ରହିଯାଆନ୍ତୁ. ଆଜି ଚାଲନ୍ତୁ ଆପଣଙ୍କ ଜିନିଷ ପତ୍ର କିଛି ନେଇଆସିବା. ଦୁହେଁ ମିଶି ଘରେ ପହଁଚିଲା ପରେ ଦୀପକ ଡରି ଡରି ବେଡ଼ ପାଖକୁ ଯାଉନଥାନ୍ତି ହେଲେ ଗୋବିନ୍ଦ ଯାଇ ବେଡ଼ ଦେଖି କହିଥିଲେ କାହିଁ କାଠ କଣ୍ଢେଇ ତ ଏଠି ନାହିଁ ବାବୁ.ଦୀପକ ମଧ୍ୟ ଯାଇ ଦେଖିଥିଲେ ପ୍ରକୃତରେ କାଠ କଣ୍ଢେଇ ସେଠାରେ ନଥିଲା ବରଂ ଥିଲା ପୂର୍ବବତ ସେହି କାନ୍ଥ ଆଲମିରାରେ. ଗୋବିନ୍ଦ ମଉସା କାଠ କଣ୍ଢେଇଟିକୁ ଧରି ଫିଙ୍ଗି ଦେଇଥିଲେ ବାଲକୋନି ଦେଇ ଖୁବ ଦୂରକୁ ଆଉ ଶୁଭିଥିଲା ଗୋଟେ ଆର୍ତ୍ତ ଚିତ୍କାର . ସେ ଚିତ୍କାର ଗୋବିନ୍ଦ ମଉସାଙ୍କୁ ନୁହେଁ ଶୁଭିଥିଲା କେବଳ ଦୀପକଙ୍କୁ.।

  ଏଣିକି ଗୋବିନ୍ଦ ମଉସାଙ୍କ ଘରେ ରହୁଥିବା ଦୀପକ ଘରକୁ ବା ନିଜ ରୁମକୁ ନେଇ ଖୁବ ଅସନ୍ତୁଷ୍ଟ ଥିଲେ. ପୂର୍ବ ଘରେ ସ୍ୱତଃ ତାଙ୍କ କଲମ ମୁନରୁ ଝରିପଡୁଥିଲା ମନକୁ ଛୁଇଁ ଗଲା ଭଳି କବିତା, ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସ ତ ମନ ଦୁଃଖରେ ସେଦିନ ଶୋଇଯାଇଥିଲେ ଦୀପକ. ହଠାତ କାହାର ନରମ ସ୍ପର୍ଶରେ ନିଦ ଭାଙ୍ଗିଲା ଦୀପକଙ୍କର ତ ଚମକି ପଡିଲେ ସେ. କାଠ କଣ୍ଢେଇଟି ପାଖରେ ଆଉ କହୁଥାଏ ମୋର ଆତ୍ମାର ସଦଗତି ପାଇଁ ତୁମକୁ କିଛି କରିବାକୁ ପଡିବ ଦୀପକ. ତୁମେ ତିନି ଜନ୍ମ ନେଇ ସାରିଲଣି ଏ ଭିତରେ ମୁଁ କିନ୍ତୁ ତୁମରି ଅପେକ୍ଷାରେ ଏଯାଏଁ ଅତୃପ୍ତ. ମତେ ଶାନ୍ତି ଦିଅ ମୁକ୍ତି ଦିଅ ଦୀପକ. ଥରୁଥିଲେ ଦୀପକ. ସବୁକଥା ଶୁଣି ଗୋବିନ୍ଦ ମଉସା ଗୁଣିଆ, ଜ୍ୟୋତିଷ ଡାକି ସବୁକଥା କହିବା ପରେ, ସେମାନେ ଜାଣିପାରିଥିଲେ ଦୀପକଙ୍କର ତିନି ଜନ୍ମ ପୂର୍ବେ ସେହି ଘରେ, ଏଇ ସହରରେ ନିଶ୍ଚୟ କୋଉ ଝିଅ ସହ ପ୍ରେମ ସମ୍ପର୍କ ପରେ ଦୀପକ ମରିଯାଇ ପୁନ୍ନ ଜନ୍ମ ହେଲାବେଳେ ଝିଅଟି ଅତୃପ୍ତ ରହିଛି. ଘର ମାଲିକ ମଧ୍ୟ ମାନିଥିଲେ ଯେ କୌଣସି ଭଡାଟିଆ, ଏମିତି ସବୁ ଅଦ୍ଭୁତ ଅଲୌକିକ ଘଟଣା ପାଇଁ ତାଙ୍କ ଉପର ଘରେ ରହିପାରୁନଥିଲେ ବୋଲି ଯିଏ ଘର ସଫା କରି ଯିଏ ରହିପାରିବାର ସର୍ତ୍ତ ରଖିଥିଲେ. ଏଥର ସମସ୍ତେ ମିଶି ଝିଅଟିର ଶ୍ରାଦ୍ଧ ସହ କାଠ କଣ୍ଢେଇଟିକୁ ଗଙ୍ଗାରେ ବିସର୍ଜ୍ଜନ ଦେଇଥିଲେ. ସବୁ କଥା ଶୁଣି ଦୀପକଙ୍କ ବାପା ମାଆ ପହଞ୍ଚି ଯାଇଥିଲେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ କାଷ୍ଠ ନିର୍ମିତ ମୂର୍ତ୍ତି ଧରି. କହିଥିଲେ ଚତୁର୍ଦ୍ଧା ଥିଲେ ଭୂତ ପ୍ରେତର ଭୟ ରହିବ ନାହିଁ. ଏଣିକି ଗୋବିନ୍ଦ ମଉସାଙ୍କ ଝିଅ ମୋନା ସହ ବିବାହ ବନ୍ଧନରେ ଆବଦ୍ଧ ହେବାପରେ ପୂର୍ବ ଘରେ ଦୀପକ ରହୁଥିଲେ ଶସ୍ତ୍ରିକ ।


Rate this content
Log in

Similar oriya story from Classics