ନାୟକ ଅକ୍ଷୟ ରାଜହସ୍ତୀ

Inspirational

3  

ନାୟକ ଅକ୍ଷୟ ରାଜହସ୍ତୀ

Inspirational

କାକ ସଭା

କାକ ସଭା

3 mins
154


ଖରା ଦିନିଆ ସଞ୍ଜ ବେଳ l ଅସହ୍ୟ ଗୁଳୁଗୁଳି ଓ ପରେ ପରେ ଝାଞ୍ଜି ପବନରେ ପଦାକୁ ବାହରି ହେଉ ନ ଥିଲା କିନ୍ତୁ ମୁହଁସଞ୍ଜ ହେବାରୁ ଟିକେ ଆଶ୍ୱସ୍ତିଲାଭ କରି ପଦାକୁ ବାହାରିଲେ ଚମ୍ପେଇ ଆଈ ବୟସ ପାଖାପାଖି ଅଠାଅଶୀ l ନୁଆଁଣିଆ ଅଣ୍ଟାରେ ହାତରେ ବାଙ୍କୁଲି ବାଡ଼ିଟେ ଧରି ମୁନି, ଜନି, ହନି ଡାକି ଚାଲି ଥାଆନ୍ତି ହେଲେ ଗଲେ କୁଆଡେ ନାତି ନାତୁଣୀ ମାନେ l ଆଜି କାଲି ଏମାନଙ୍କୁ କୋଉ କଥାରେ ପାରି ହେବନି l ଯେତେବେଳ ଦେଖ ଟିଭି ମୋବାଇଲ ଲାପ ଟପ୍....।

ଦିନ ଥିଲା ସଞ୍ଜ ହେଲେ ଆଈ ମା ମୁହଁରୁ ଗପ ଶୁଣିବାକୁ ପିଲାମାନେ ଧାଇଁ ଆସୁଥିଲେ ବଧ୍ୟ କରୁଥିଲେ ଆଉ ରଜାରାଣୀ , ବୁଢ଼ୀ ଅସୁରୁଣି ଗପ କହିବାକୁ l ଗୋଟେ କୁହନା ଆଈ ଭଲ ଗପଟେ କୁହ ବୋଲି... ଅଳି ଅଝଟ କରୁଥିଲେ ହେଲେ ଏବେ......

ସବୁ ମୁହଁ ପୋତି ବ୍ଲୁ ହେଲ, ସୁଡୋକୋ, ମାଇଣ୍ଡ କ୍ରାଫ୍ଟ ରୋବ୍ଲେକ୍ସ, ଫ୍ରୀ ଫାୟାର ଗେମ୍ ରେ ବ୍ୟସ୍ତ l

ତାଙ୍କ ଗେଲ ବସରିଆ ଡାକ ବି କାନ ପାଖକୁ ଶୁଣାଯାଉନି l

ଗପ ଶୁଣିବା ତ ଦୂରର କଥା 

"ହଉ ....

କଣ ଥିଲା ଯୁଗ?

ଆଉ କି ହେଲା ଆଜ"

ଢଗ କହି ଠାକୁର ଘରେ ଭାଗବତ ପାଠ କଲେ l ସବୁଦିନ ପରି ସେ ରାତି ନଅଟା ନ ହେଉଣୁ ବିଛଣା ପକେଇଲେ l ପୁଅ ଝିଅ ନାତି ନାତୁଣୀଙ୍କ କଥା ଭାବୁ ଭାବୁ କେତେବେଳେ ଗାଢ଼ ନିଦରେ ଶୋଇ ଗଲେ ଜାଣି ପାରିଲେ ନାହିଁ l ଶୋଇଥିବା ଅବସ୍ଥାରେ ଦେଖିଲେ ପାହାଡ ତଳ ବିସ୍ତୀର୍ଣ୍ଣ ପଡିଆରେ ହେଉଥାଏ କାକ ସମ୍ମିଳନୀ l 

ଭାରତ ଭୂଖଣ୍ଡର ପ୍ରତି ମୂଲକରୁ ଆସି ଥାଆନ୍ତି କାକ ଓ କୁଆ ମନେ l

ସଭିଙ୍କ ମନରେ ଅପୂର୍ବ ଆନନ୍ଦ ଓ ହର୍ଷ ଉଲ୍ଲାସ l

ସଭାରେ ଯାହା ଆଲୋଚନା ହେଉ ନା କାହିଁକି କମ୍ ସେ କମ୍ ପରସ୍ପର ମଧ୍ୟରେ ଭାଇଚାରା ,ସ୍ନେହ ସମ୍ପର୍କ, ବନ୍ଧୁତା ସ୍ଥାପନ ହେଇ ପାରିବ ଭାବି ସମସ୍ତେ ଏକଜୁଟ ହୋଇଥାନ୍ତି l

ନିର୍ଦ୍ଧାରିତ ସମୟରେ ସଭା ଆରମ୍ଭ ହେଲା l "ଭୂଷଣ୍ଡ କାକ କି ଜୟ ","ସତ୍ୟ କାକ ଧ୍ଵନି" ଜୟ ଜୟକାର ଶଦ୍ଦରେ ଚତୁର୍ଦ୍ଦିଗ କମ୍ପି ଉଠିଲା l ଏହି ସମୟରେ ଜଣେ କାକ ଠିଆ ହୋଇ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା,ବୁଦ୍ଧିଜୀବୀ ,ସମାଜ ସଚେତକ ପରିବେଶବିତ ମାନଙ୍କୁ ସ୍ଵାଗତ କଲେ l 

ତା ପରେ ସଂପ୍ରତି ସମାଜରେ କାକର ଭୂମିକା ଶୀର୍ଷକକୁ ନେଇ ଟିକିନିଖି ଆଲୋଚନା କରାଯିବାର ପ୍ରସଙ୍ଗକୁ ସୂଚନା ଦେଲେ l ସେମାନଙ୍କ ମଧ୍ୟରେ ଜଣେ ପୁରୁଖା କୁଆ ହସହସ ମୁଁହରେ କହି ଚାଲିଲା ଆଜି ହେଉଛି ଆମ ମାନଙ୍କ ପାଇଁ ଏକ ଐତିହାସିକ ଓ ସ୍ମରଣୀୟ ଦିବସ l

ବିଶ୍ଵରେ ଦିନକୁ ଦିନ ପାଣିପାଗ ପରିବର୍ତ୍ତନ ବଦଳିବାରେ ଲାଗିଛି l ତ ଏଥିପାଇଁ ଆମକୁ ଏବେଠୁ ସଜାଗ ରହିବାକୁ ପଡିବ l ଆମେ ଯଦି ସାମାଜିକ ଜୀବନରେ ପରିବର୍ତନ ଆଣି ନ ପାରିବା ତେବେ ଆମେ "ସତ୍ୟ ପକ୍ଷୀ "ବୋଲି ପ୍ରମାଣିତ ହୋଇ ପାରିବା ନାହିଁ l

ଏଇ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ଆଖି ଆଗରେ ରଖି ଆମକୁ ଆଜି ଆପଣ ମାନେ ନିଜ ନିଜର କର୍ତ୍ତବ୍ୟର ସମ୍ପୂର୍ଣ ବିବରଣୀ ପ୍ରଦନ କରନ୍ତୁ l

 ଏଇ କଥା ଶୁଣି କାକ ମାନେ ଆହୁରି ଖୁସି ହୋଇଗଲେ l


ଭାରତ ଭୂଖଣ୍ଡର କାକ ମାନଙ୍କୁ ନେଇ ପୁରାଣ ଠାରୁ ଆଧୁନିକ ଯାଏଁ ଅନେକ   କାହାଣୀ, ଚରିତ୍ର, ଲୋକ କଥା ସୃଷ୍ଠି ହୋଇଛି l ଜୟନ୍ତ କାକ କଥା କୁହନ୍ତୁ, ଅବା ଗ୍ରହରାଜ ଶନିଦେବଙ୍କ ବାହନ କଥା କୁହନ୍ତୁ ସମସ୍ତେ ନିଜ ନିଜର ଗରିମା ବଢେଇଛନ୍ତି l ଛାତ୍ରଛାତ୍ରୀ ମାନଙ୍କ ନୈତିକତା , ସମୟାନୁବର୍ତ୍ତିତା ପାଇଁ ଆମ ମାନଙ୍କ ସ୍ନାନକୁ ଯୋଡି ଦିଆଯାଇଛି l

ସବୁଠୁ ବଡ଼ କଥା....

ପ୍ରତି ଗାଆଁ ମୁଣ୍ଡରେ ଗଢି ଉଠିଥିବା ଠାକୁରାଣୀ କିମ୍ବା ଦେବସ୍ଥଳୀ କଥା ହେଉ ସବୁଠି ଦେଖିବେ ଗୋଟାଏ ବିରାଟ ବରଗଛ l ଯା ଦେହରେ ନାଲି କଳା ଶାଢ଼ୀ ସାଙ୍ଗରେ ଚୁଡ଼ି, ସିନ୍ଦୂର ,ପତାକା ଲାଗି ସଞ୍ଜ ସକାଳେ ପୂଜା ହେଉଥିବ l

 ଜାଣିଛ?ସେଇ ବରଗଛର ଜନକ ହେଉଛନ୍ତି ଆମ୍ଭ ମାନଂକ ପୁର୍ବପୁରୁଷ l ଶହେରୁ ଦଶ ଭାଗ ମଣିଷ ଗଛ ଲଗାଇ ଥାଆନ୍ତି l ବାକିତକ ମିଠା ମିଠା ବରଫଳ ଖିଆରୁ ମଳତ୍ୟାଗ ମାଧ୍ୟମରେ ସୃଷ୍ଠି ହୋଇଛି l

ଏ କଥା ଶୁଣି ସଭିଏଁ ଆଶ୍ଚର୍ୟ୍ଯ ହେଲେ ଓ ପରସ୍ପର ମୁହଁ ଚାହାଁଚାହିଁ ହେଲେ l

ଆରେ ସତେ ତ.....

କିନ୍ତୁ ....

କିନ୍ତୁ.....

କିନ୍ତୁ ଦୁଃଖର ସହ କିଛି କହିବାକୁ ପଡୁଛି ଯେ  ଆମ୍ଭ ମାନଂକ ଭିତରୁ କିଛି କାକ ଜନଜୀବନ, କୋଠାବାଡ଼ି ଉପରେ ମଳତ୍ୟାଗ କରିଥାନ୍ତି l କାଳକ୍ରମେ ମଳତ୍ୟାଗରୁ ବରଗଛ ସୃଷ୍ଠି ହୋଇ କୋଠାବାଡି , ତୀର୍ଥସ୍ଥଳୀ, ପ୍ରାଚୀନ ଦେବାଳୟ ଗୁଡ଼ିକୁ ଦୂଷିତ କରୁଛନ୍ତି l ସେଗୁଡିକ ଧିରେ ଧିରେ କ୍ଷୟ ହେବାର ଲାଗିଛି l ସେଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ ଅନୁରୋଧ l ଏହିକଥା ଶୁଣି ସମସ୍ତେ ସମ୍ମତି ଦେଲେ l

 " ଏ ସମ୍ପର୍କରେ ଯଦି ଆଉ କେହି କିଛି କହିବାକୁ ଇଛୁକ ତେବେ ମତ ରଖି ପାରିବେ "

ଆହ୍ବାନ ଶୁଣି ନୀଳପର୍ବତରୁ ଆସିଥିବା ଏକ କାକ କିଛି ସମୟ ପାଇଁ କହିବାର ସୁଯୋଗ ଭିକ୍ଷାକଲେ l

ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ l

ସମସ୍ତେ କାଳର ଅଧୀନ l

କିନ୍ତୁ ମଣିଷ ନାନା ଅନ୍ୟାୟ, ଅତ୍ୟାଚାର, ହିଂସା, ଲଣ୍ଠନ ବିପ୍ଳବ ଧର୍ଷଣ ସାଙ୍ଗକୁ ବହୁ ଅନୀତି କରି ଚାଲିଛି l ଯା' ପାଇଁ ପୃଥିବୀ ଏବେ ସଙ୍କଟରେ l ଏପରିକି କଳ କାରଖାନା ନାଁରେ ନାନା ବୃକ୍ଷ କାଟି ଚାଲିଛି l ଆମକୁ ବସାହରା ହେବାକୁ ପଡୁଛି l

 କିନ୍ତୁ ଆମେ ଆମର କର୍ତ୍ତବ୍ୟ ପଥରୁ କେବେ ଓହରିଯିବା ନାହିଁ l

ଆମ ମୁଖରୁ ନିର୍ଗତ ରାବ

 "କା _କା"ର ତାତ୍ୱିକ ଅର୍ଥ 

କିଏ କାହାର???

କିମ୍ପା ଆସିଛ???

କୁଆଡେ ଯିବ???

କଣ ମିଳିବ???

କାହାକୁ ଖୋଜ???

ବୁଝେଇ ଚାଲିଥିବା ଜୀବନର ଶେଷ ରକ୍ତବିନ୍ଦୁ ଥିବା ଯାଏଁ l

ସମସ୍ତେ ଏଇ ମହାବାକ୍ୟକୁ ପାଳନ କରିବାକୁ ଦୃଢ ପ୍ରତିଶ୍ରୁତି ନେଲେ l

ସଭା ପରିଶେଷରେ ଧନ୍ୟବାଦ୍ ଅର୍ପଣ ପୂର୍ବକ ଏକାବେଳେ କା ....କା ...ରାବ ଦେଇ ଗଗନ ପବନ ମୁଖରିତ କଲେ l ଜଗତ ଚେଇଁ ଉଠିଲା 

ତା ସହ ଚମ୍ପେଇ ଆଈଙ୍କର ନିଦ ବି ଭାଙ୍ଗିଗଲା l

ଠିକ୍ ଏତିକବେଳେ ସତ କୁ ସତ କାଉଟିଏ ଦୁଆର ମୁଁହରେ ରାବିଦେଲା କା ....କା... I


Rate this content
Log in

Similar oriya story from Inspirational