STORYMIRROR

Sunanda Mohanty

Children Stories Others Children

4  

Sunanda Mohanty

Children Stories Others Children

କାଛେଳି ଓଉ ନିଜ ଭୁଲ ବୁଝିଲେ

କାଛେଳି ଓଉ ନିଜ ଭୁଲ ବୁଝିଲେ

3 mins
265


ଛେଳିର ମାମୁଁ ଘର ବୁଲା କାହାଣୀ ଶୁଣି ସବୁ ପଶୁପକ୍ଷୀ ମାନେ ନିଜ ନିଜ ମାମୁଁଘରକୁ ବୁଲି ଯିବାକୁ ବାହାରିଲା ବେଳେ ସେମାନଙ୍କ ମାଆମାନେ ଛେଳିର ଅନୁଭୂତି ଶୁଣି ପିଲାଙ୍କୁ ମନା କରୁଥିଲେ ତ କାଉ କହିଲା ମୁଁ ଭାରି ବୁଦ୍ଧିଆ ତେଣୁ ମତେ ମନା କରନା ମାଆ. ଛେଳି ସିନା ଜଙ୍ଗଲ ଦେଇ ଯାଉଥିବାରୁ ବାଘ ହାବୁଡ଼ରେ ପଡିଗଲା. ବାଘମାମୁଁ ମଧ୍ୟ ସମସ୍ତଙ୍କର ମାମୁଁ କିନ୍ତୁ ପଶୁ ପକ୍ଷୀ ହାବୁଡ଼ରେ ପଡିଲେ ତା ପାଟିରୁ ଲାଳ ଗଡେ ତ ସେ ଛେଳିକୁ ମାରି ଖାଇବାକୁ କହିବାରୁ ଛେଳି କହିଥିଲା ମୋ ଦେହରେ ପଳେ ହେଲେ ମାଂସ ନାହିଁ. ମୁଁ ମୋ ମାମୁଁ ଘରୁ ଖାଇ ପିଇ ମୋଟା ହୋଇ ଆସେ ତୁମେ ମତେ ଖାଇବ. ବାଘ ଭାବିଲା ବଉଳା ଗାଈ ମଧ୍ୟ ଅନୁନୟ ବିନୟ କରି କହିଥିଲା କି ଘରେ ମୋ ଛୁଆ ବାଛୁରୀ ଚାନ୍ଦ ଅଛି ଆଉ ତାକୁ ଖାଇବାକୁ ଦେଇ ମୁଁ ଫେରିଆସିଲେ ତୁମେ ମତେ ଖାଇବ. ସତକୁ ସତ କଥା ରକ୍ଷା କରି ବଉଳା ଗାଈ ଛୁଆ ବାଛୁରୀକୁ କ୍ଷୀର ପିଆଇ ସାରି ବାଘ ପାଖକୁ ଫେରି ଆସିଥିଲା କିନ୍ତୁ ବାଘ ବଉଳା ଗାଈର ସତ କଥା କହିବା ଓ କଥା ଦେଇ କଥା ରଖିବା, ଏ ଦୁଇଟି ଗୁଣ ବଉଳା ଗାଈ ପାଖରେ ଦେଖି ତାକୁ ଛାଡି ଯାଇଥିଲା ହେଲେ ଛେଳି ମିଛ କହି ଏମିତି ଖସିଆସିବା କଣ ଠିକ କଥା?


   କାଉମାଆ ପୁଅ କାଉକୁ କହିଲା ଠିକ କଥା. ସତ କହିଲେ ପୁଣ୍ୟ ହୁଏ. ପୁଣ୍ୟର ଧର୍ମ ବଳରେ ତୁମକୁ ଛାଡ଼ ମିଳିଯାଏ. କାଉ କହିଲା ତୁ ବ୍ୟସ୍ତ ହୁଅନା.ମୁଁ ତ ଜହ୍ନମାମୁଁ ଘରକୁ ଯିବି. ଜଙ୍ଗଲ ରାସ୍ତାରେ ଗଲେ ସିନା ବାଘ, ଭାଲୁ ବିପଦ ଅଛି. ଆକାଶ ବକ୍ଷ ଚିରି ଉଡିଯାଇ ଜହ୍ନମାମୁଁ ପାଖେ ପହଁଞ୍ଚି ତାଙ୍କଠୁଁ କିଛି ଜୋଛନା ମାଗିଆଣିଲେ ମୋ ଦେହରେ ବୋଳି ଗୋରା ହେବି. ମତେ ତୁ ଆଉ ମନା କରନା.

  ବାଟରେ ଉଡି ଉଡି କାଉର ଡେଣା ଛିଡି ଗଲା. ପକ୍ଷ ଦୁର୍ବଳ ଓ କ୍ଷତାକ୍ତ ହେବାରୁ ସେ ତା ବନ୍ଧୁ ଗରୁଡ଼ ପକ୍ଷୀକୁ ଡାକ ଛାଡିଲା. ସେ ଆସି କାଉକୁ କେତେ ବୁଝାଇଲା. କାଉକୁ ପିଠିରେ ବୋହି ନେଇଯିବାରେ ଅସୁବିଧା ନଥିଲେ ମଧ୍ୟ କାଳେ କୋଉ ବିପଦ ପଡିବ ସେ ବାରଣ କରିବାରୁ କାଉ ଫେ

ରିଆସିବା ବାଟରେ ଦେଖିଲା ଜଣେ ଯମଦୂତ ତା ଆଡକୁ ଚାହିଁ ହସୁଛନ୍ତି ତ ସେ ଡରିଗଲା. ଗରୁଡ଼ ପକ୍ଷୀ କାଉକୁ ନେଇ କୈଳାସ ପର୍ବତ ଉପରକୁ ଉଡ଼ିଗଲା ପରେ ସେଠାରୁ ଖାଦ୍ୟ ଅନ୍ୱେଷଣ ପାଇଁ ଯିବା ପରେ ସାପଟିଏ ଆସି କାଉକୁ କାମୁଡି ବିଷ ଦ୍ୱାରା ମାରିଦେଲା. ସେହି ଦିନଠୁ କାଉ ମାଆ ସହ କାଉ ପକ୍ଷୀମାନେ ସକାଳୁ କା କା ଡାକି ମୃତ କାଉକୁ ଆଜିଯାଏଁ ଖୋଜି ଚାଲିଥିଲା ବେଳେ, ଛେଳି ସବୁକଥା ଶୁଣି ବାଘ ମାମୁଁ ପାଖକୁ ଚାଲିଲା. କହିଲା ମାମୁଁ ସେଦିନ ମୁଁ ତୁମକୁ ମିଛ କହି ଚାଲିଯାଇଥିଲି କିନ୍ତୁ ମିଛ କହିବା ମହାପାପ ଜାଣି ମୁଁ ଫେରିଆସିଛି. ତୁମେ ଏବେ ମତେ ଖାଇପାର. ବାଘମାମୁଁ କହିଲା ତୁ ମତେ ମାମୁଁ ଡାକୁଛୁ ଯେତେବେଳେ ତୁ ମୋର ଭାଣିଜୀ. ପୁଣି ପୁରୁଣା ଭୁଲକୁ ସୁଧାରି ପ୍ରାୟଶ୍ଚିତ କରି ଆସିଥିବା ଜନ୍ତୁଙ୍କୁ ମୁଁ ଖାଏନାହିଁ ତୁ ଚାଲିଯା. ଛେଳି ଯାଇ କାଉ ମାଆ ପାଖରେ ପହଁଚିଲା ଓ ସେଇଦିନଠୁ କାଉ ମାଆକୁ ପିଠିରେ ବସେଇ ଘାସ ଖାଉଥାଏ ଛେଳି ଓ କାଉକୁ ବୁଝେଇଦିଏ ଯେ ପିତା ମାତା ଓ ଗୁତୁଜନମାନଙ୍କ କଥା ନମାନିଲେ ବିପଦ ଆସେ. ତଥାପି କାଉ ଉଡି ଉଡି ଖୋଜୁଥାଏ ତା ପୁଅକୁ.

  ତେଣେ ଗରୁଡ଼ ପକ୍ଷୀ ଖାଦ୍ୟ ଧରି ଫେରିଆସି ଦେଖେ ତା ବନ୍ଧୁ କାଉକୁ ସାପ କାମୁଡି ଦେହରେ ବିଷ ଚରି କାଉ ଯାଇଛି ମରି ତ ଗରୁଡ଼ ପକ୍ଷୀ ସେହି ସାପକୁ କହିଥିଲା କାଉ ଦେହର ବିଷ କାଢିନେବାକୁ ତ ସାପ ଗରୁଡ଼ ପକ୍ଷୀଙ୍କ କଥା ମାନି କାଉ ଦେହରୁ ବିଷ କାଢ଼ିଦେଲା ପରେ ସେ ବଞ୍ଚିଗଲା ସତ ହେଲେ ତା ଦେହ ଧଳା ପଡି ଯାଇଥିଲା. ତା ମାଆ ତାକୁ ଆଉ ଚିହ୍ନି ପାରୁନଥିବା ବେଳେ ଛେଳି କାଉଠୁ ସବୁ ଶୁଣି ତା ମାଆକୁ କହିଥିଲା ତୁମ କର୍ମର ପୁଣ୍ୟ ବଳରେ ତୁମ ପୁଅ ଫେରିଆସିଛି.ମାଆ କାଉ ଧଳାକାଉକୁ ଦେଖି ଖୁସି ହେଉନଥିଲା ବେଳେ ଇନ୍ଦ୍ରଦେବ ଏମିତି ବର୍ଷା କଲେ ଯେ କାଉ ଦେହର ରଙ୍ଗ ପୁଣି କଳା ହୋଇଗଲା. ପୁଅ କାଉ ମନଦୁଃଖ କରିବାରୁ ମାଆ କାଉ ବୁଝେଇ ଦେଇଥିଲା କି ଭଗବାନ ଯାହାକୁ ଯେଉଁ ରଙ୍ଗ ଦେଇଛନ୍ତି ସେଇ ରଙ୍ଗରେ ରହି ଖୁସି ହେଲେ ବିପଦ ନାହିଁ ବୋଲି ଛେଳି ମଧ୍ୟ ପୁଅ କାଉକୁ ବୁଝେଇଦେଇଥିଲା.


Rate this content
Log in