Gitanjali Pujapanda

Action Classics Others

3  

Gitanjali Pujapanda

Action Classics Others

ଜୟ ମାଆ

ଜୟ ମାଆ

1 min
208


ହେ ମାଆ ଶକ୍ତିସ୍ୱରୂପିଣୀ ମନ୍ଦାର ମାଳିନୀ

ଦୁଃଖ ଶୋକନାସିନୀ ମହିଷାସୁର ଘାତିନି

ଶୁମ୍ଭ ନିଶୁମ୍ଭ ସଂହାରିଣୀ।

ମୁକ୍ତକେଶି ଅଭୟବର ଦାଇନି।

ଅବତରିତ ହୋଇଛ ମାଆ ତୁମେ

ଏ ଧରାରେ ଦିଅ ଆଶିଷ

ହେଉ କରୋନାର ଅନ୍ତ

ମିଳୁ ସଭିଙ୍କୁ ସୁଖ ଅନନ୍ତ।

ତୁମେ ବିଶ୍ୱର ଜନନୀ ମାଆ

ତୁମ ପାଦେ କରେ ମୁଁ ପ୍ରଣିପାତ।

ଅସତ୍ୟରୁ ସତ୍ୟକୁ,ଅଧର୍ମ ରୁ ଧର୍ମ ର ଜୟ

ଯେ ଦଶହରା ଆଜି ବିଖ୍ୟାତ

ତୁମ କୁ ପୂଜି ଶ୍ରୀ ରାମ

ଅସୁର ରୂପୀ ରାବଣକୁ କଲେ ନିହତ,

ମାଆ ଦଶଭୁଜା ପାର୍ବଣର

ଦେବୀ ତୁମେ ଘେନ ମୋର ପ୍ରଣିପାତ।

ଘଣ୍ଟଘଣ୍ଟା ତାଳ ସହିତ ଝୁଣାର ବାସ୍ନାର

ମହକେରେ ଆଜି ତୁ ପୂଜିତ ,

ହେଲେ, ଆଜି ପ୍ରତିଟି ନାରୀ ନିଷ୍ପେସିତ

ଦୁସ୍କୃତ ଦେ ସେହି ଶକ୍ତି ,ସେହି ବଳେ

ହେଉ  ଏ ଦୁନିଆଁରେ ନାରୀ ସୁରକ୍ଷିତ ।

ମାନବ ଭିତରେ ଥିବା ମହିଷା ରୂପୀ ଅସୁରର

ହେଉ ଅନ୍ତ ଏତିକି ମାଗୁଣି ମାଆ ଲୋ ,

ଦିଅ ଶୁଭ ଆଶିଷ ,ପ୍ରତିଟି ନିରୀହ ଅବଳା

ହେଉ ତୋ ଶକ୍ତି ବଳରେ ବଳବିତ।

ଜୟ ମାଆ ଭବାନୀ ।



Rate this content
Log in

Similar oriya story from Action