Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ଜୋତା ଜାପାନୀ ମନ ହିନ୍ଦୁସ୍ତାନୀ

ଜୋତା ଜାପାନୀ ମନ ହିନ୍ଦୁସ୍ତାନୀ

3 mins
154


ଏ ବର୍ଷ ପଞ୍ଚସ୍ତରୀତମ ସ୍ଵାଧୀନତା ଦିବସରେ ଅମୃତ ମହୋତ୍ସବ ପାଳନ କରାଯିବାର ପ୍ରସ୍ତୁତି, ପର୍ଯ୍ୟବେକ୍ଷଣ, ବୈଠକ ଆଜି ବସିଥିବାର ଶୁଣି ଯେତିକି ଖୁସି ଓ ଉନ୍ମାଦନା ବଢୁଥିଲା, ସୃଷ୍ଟି କର୍ତ୍ତା ଓଡ଼ିଶାର ଆରାଧ୍ୟ ଦେବତାଙ୍କ ଗର୍ଭ ଗୃହରୁ ଦେଢ କି ଦୁଇ କିଲୋମିଟର ଓଜନର ପ୍ଲାଷ୍ଟର, ବଳିଆରଭୁଜ, ବଳଭଦ୍ରଙ୍କ ପାଖାପାଖି ଖସିଥିବାର ଖବର ସେତିକି ଆନ୍ଦୋଳିତ କରୁଥିଲେ ମନକୁ ବି ବୁଝାଇଦେବାକୁ ପଡିଲା, ଯିଏ ଜଗତକର୍ତ୍ତା, ସୃଷ୍ଟି ରକ୍ଷକ ଓ ପାଳକ, ତାଙ୍କ ନିଜ ରକ୍ଷଣ କଣ ସେ ଜାଣନ୍ତି ନାହିଁ ! ଏହା ନିଶ୍ଚୟ ଦେଶ ପ୍ରତି ଘୋର ବିପଦର ସୂଚନା ଭାବି ମନ ଓ ହୃଦୟକୁ ସାନ୍ତ୍ଵନା ଦେଉଛି, ଦେଖିଲି ମୋରି ଘର ଠାକୁର ଘରେ ଅଘଟଣ।

ବଳଭଦ୍ର ଙ୍କ ଡ଼ାହାଣ ହାତ ଖସିଯାଇଛି। ହେ ପ୍ରଭୂ କି ଦୋଷ କରିଛି ପ୍ରଭୁ। ଘଣ୍ଟ ଘୋଡେ଼ଇ ମୋ ପରିବାର, ଭାଇବନ୍ଧୁ ପଡ଼ୋଶୀ, ତଥା ଗାଁ, ଜିଲ୍ଲା,ରାଜ୍ୟ, ଦେଶ ଓ ପୃଥିବୀର ସମସ୍ତ ଲୋକଙ୍କୁ ରକ୍ଷାକର ମହାବାହୁ। ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ଖଟୁଲି ତଳୁ, ସିମେଣ୍ଟ ଉପରେ ଟାଇଲ ଖଞ୍ଜା ଥାକରେ ଦି ହଳ ନୂଆ ଜାପାନୀ ଜୋତା ଦେଖି ଚମକି ପଡ଼ିଲି। କାହାର, କିଏ ରଖିଲା, ଭାବୁ ଭାବୁ ଜୋତା ଦୁଇଟି ଧରି ଅନ୍ୟମନସ୍କ ହୋଇଗଲି। ଭୂଗୋଳ ଓ ଇତିହାସ ମନେ ପଡୁଥିଲା।

ଆମ ରାଜ୍ୟ ଓଡିଶା ତିରିଶ ଗୋଟି ଜିଲ୍ଲାରେ ବିଭକ୍ତ। ମୋର ବା ଆମ ଜଗନ୍ନାଥଙ୍କ ସହର ପୁରୀ ସମୁଦ୍ର କୂଳର ଶାନ୍ତ ବାତାବରଣ ସାଙ୍ଗକୁ, ବଡଦେଉଳ, ବାଲୁକା ଶିଳ୍ପ ରେ ସମୃଦ୍ଧ। ପିପିଲିର ଚାନ୍ଦୁଆ, ବାଳକାଟିର,କଂସାବାସନ, ଠାରୁ ଆରମ୍ଭକରି, ଭୁବନେଶ୍ୱର ପରି ମନ୍ଦିର ମାଳିନୀ ନଗରୀ, କଟକର ତାରକସି କାମ, ଇତ୍ୟାଦି ସବୁ ସ୍ଥାନର ଗରିମା ଅଛି। ସେହିଭଳି ଅନ୍ୟ ରାଜ୍ୟରେ ମଧ୍ୟ ବିଶେଷତ୍ଵ କମ୍ ନୁହେଁ।ଦେଶ ଦେଶ ମଧ୍ୟରେ ଭୌଗୋଳିକ ଅବସ୍ଥିତି କୁ ନେଇ କୋଉ ଦେଶ ତେଲ ପାଇଁ ତ କୋଉଦେଶ ପାଣି ଉତ୍ସ ପାଇଁ, କିଏ ଗ୍ୟାସ ପାଇଁ ତ କିଏ ସୁନା ଖଣି, କିଏ କୋଉ ପ୍ରକାର ଖଣିଜ ସମ୍ପଦ ର କଞ୍ଚାମାଲ ରେ ସମୃଦ୍ଧଶାଳୀ । ସେମିତି କିଏ କୃଷି କିଏ ଶିଳ୍ପ କିଏ ବାଣିଜ୍ୟ ରେ, ଏମିତି ର ହିସାବ ଦେଇହେଵ ନାହିଁ। କୃଷି ଜାତ ଦ୍ରବ୍ୟ ମଧ୍ୟ ଭିନ୍ନ ଭିନ୍ନ। ଉତ୍ପନ୍ନ, ଗମନାଗମନ, ଶିଳ୍ପ ମଧ୍ୟ ଭିନ୍ନ ଭିନ୍ନ। ତେଣୁ ପ୍ରତ୍ୟେକ ଗ୍ରାମ ଠୁ ଆରମ୍ଭ କରି ଜିଲ୍ଲା, ରାଜ୍ଯ, ଦେଶ ତଥା ପୃଥିବୀ ଆଜି ପରସ୍ପର ପ୍ରତି ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ସମୃଦ୍ଧଶାଳୀ ତଥା ନିର୍ଭର ଯୋଗ୍ୟ, ପ୍ରତ୍ୟେକ ପ୍ରତ୍ୟେକଙ୍କ ଉପରେ।

ଇଂରାଜୀ ବହିର ସେଇ "ପୁଲୀ" କବିତା ଅନୁଯାୟୀ, ଇଶ୍ଵର ସବୁ ଆଶୀର୍ବାଦ ମଣିଷକୁ, ଅର୍ଥାତ ଜ୍ଞାନ, ବୁଦ୍ଧି, ବଳ, ସୌନ୍ଦର୍ଯ୍ୟ, ଧର୍ଯ୍ୟ, ସାହାସ ଶକ୍ତି ଦେଇସାରି, ଅବଶିଷ୍ଟତକ ନିଜ ହାତରେ 'ପୁଲି 'ରୂପେ ରଖିଲେ, ଆଉ ଫୁଥିବୀ ଗ୍ରହ ସାରା ବିଛାଡ଼ି ଦେଲେ ବିଭବ ଓ ବୈଭବ । ସେଇସବୁ ବିଭବକୁ ମଣିଷ ନିଜ ବୁଦ୍ଧମତ୍ତା ବଳରେ କରାୟତ କରି, ବିଭିନ୍ନ ସମୟରେ ଜନ୍ମିଥିବା ବରପୁତ୍ର ବା ଦେବଦୁତ ଙ୍କ ପରିକଳ୍ପିତ ଯୋଜନାର କାର୍ଯ୍ୟକାରିତା ଅନୁଯାୟୀ କେବେ ରାଜତନ୍ତ୍ର ଓ ଏବେ ଗଣତନ୍ତ୍ର ଶାସନରେ ନିଜକୁ ସୁରକ୍ଷିତ ରଖିପାରିଛିଓ ଗଢି ପାରିଛି ଇତିହାସ ଓ ଆଣିପାରିଛି ସ୍ଵାଧୀନତା।

ଯେଉଁଦିନ ଏସବୁ ର ଅବନତି ହେବ , ମନୁଷ୍ୟ ଠାରୁ ମନୁଷ୍ୟତା ଦୂରେଇ, ପଶୁତ୍ଵ ପ୍ରବୃତ୍ତି ଜାଗ୍ରତ ହୋଇ ବଳ କଷାକଷି, ଧସ୍ତାଧସ୍ତିରେ," ମୁଁ ତ୍ଵ "ର ବଡିମାରେ ସ୍ରଷ୍ଟା ଙ୍କ ଉଦ୍ଦେଶ୍ୟ ସାଧନ କରିବାରେ ବିଫଳ ହେବ, ଶୀକାର ହେବ ପୂଲି ର। ଠାକୁର ଙ୍କ ହାତରେ ବଳି ପଡ଼ିଥିବା ପୁଲି ଦ୍ଵାରା ଉଠାଇ ନେବେ ନର୍କ କୁ ବା ସ୍ଵର୍ଗ କୁ କର୍ମଫଳ ଅନୁଯାୟୀ। ଏମିତିରେ ବିଶ୍ଵ ଦେଖିଛି ମହାମାରୀ, ସୁନାମୀ ପରି ପ୍ରଳୟ।

ଘରକୁ ନଳକୂପ ମରାମତି ହୋଇ, ଏମସିଲ ନାମକ ଏକ ଅଠା ସାହାଯ୍ୟରେ, ବଳଭଦ୍ରଙ୍କ ଖସି ଯାଇଥିବା ହାତଟିକୁ, ସେହି ଅଠା ସାହାଯ୍ୟର ଯୋଡି,ଦୁଇହାତରେ ଜାପାନୀ ଜୋତା ଦୁଇଟିକୁ ମୁଠେଇ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ଙ୍କୁ ଅନୁନୟ କରୁଥିଲି। ଯୁଦ୍ଧ ନୁହେଁ ପ୍ରଭୂ କ୍ଷମା ବା ମୋକ୍ଷ ଲୋଡ଼ା। ଅମୃତ ମହୋତ୍ସବରେ ଆମ ଦେଶ , ଭାରତ ହେଉ ସର୍ବପ୍ରଥମ ଉଦାହରଣ। ଦୂରରୁ ଶୁଭୁଥିଲା, ମେରା ଜୋତା ହେ ଜାପାନୀ . ମେରା ଦିଲ ହିନ୍ଦୁସ୍ଥାନୀ, ତା ସହିତ ବନ୍ଦେ ମାତରଂ ଓ ସାରେ ଜାଂହା ସେ ଆଛା ।



Rate this content
Log in

Similar oriya story from Classics