Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଜୀବନ୍ତ କଣ୍ଢେଇ

ଜୀବନ୍ତ କଣ୍ଢେଇ

2 mins
164



   ଓଡ଼ିଶାର ପରମ୍ପରା ଓ ପ୍ରଥା ଅନୁଯାୟୀ ପିତୃ ମାତୃ ଙ୍କ ବିୟୋଗ ପରେ ପୁତ୍ର ଶ୍ରାଦ୍ଧ କର୍ମ କରିଥାଏ। ମୁଁ ଛୋଟ ଥିଲାବେଳେ ଆମ ଘରେ ତିନିଗୋଟି ଶ୍ରାଦ୍ଧବାର୍ଷିକୀ ପାଳନ ହୁଏ। ଗୋଟିଏ ଜେଜେମାଙ୍କର, ଅନ୍ୟ ଦୁଇଟି ଗୋଟେ ଜେଜେ ଓ ଗୋଟେ ମହାଳୟା ଶ୍ରାଦ୍ଧ ହୁଏ, ଯାହା ପ୍ରତି ପରିବାରରେ ଶ୍ରଦ୍ଧା ରୁ ଉତ୍ପନ୍ନ ଏ ପ୍ରଥା ଶ୍ରାଦ୍ଧ। ଜେଜେଙ୍କ ମୃତ୍ୟୁର ବହୁପୁର୍ବରୁ ଜେଜେମାଙ୍କ ଶ୍ରାଦ୍ଧ ଦିନ ମୁଁ ଉଠିଲା ବେଳକୁ ଦେଖେ ମୋ ବାପା ଭୋ ଭୋ ହୋଇ କାନ୍ଦୁଛନ୍ତି। ମୁଁ ବି କିଛି ନବୁଝି କାନ୍ଦେ ବାପାଙ୍କ ସହ। ଟିକେ ବଡ଼ ହେବା ପରେ ବାପାଙ୍କ ସହ ନକାନ୍ଦି କାହିଁକି କାନ୍ଦୁଛ ବାପା, ମାଆ ମନେପଡୁଛନ୍ତି କି ବୋଲି ପଚାରିଥିଲି। ବାପା ମତେ କୁଂଢ଼େଇ ପକାଇ କହନ୍ତି, ହଁ ରେ ମାଆ, ସେ ଜୀବନ୍ତ କଣ୍ଢେଇକୁ ହରାଇ ମୁଁ କାନ୍ଦୁଛି। ହଜିଗଲେ ଭାଙ୍ଗିଗଲେ କଣ୍ଢେଇ ମିଳିଯିବ କିନ୍ତୁ ଜୀବନ୍ତ କଣ୍ଢେଇ, ଏଇ ମଣିଷ, ପଶୁ ପକ୍ଷୀ, ତଥା ପ୍ରତ୍ୟେକ ସଜୀବ ଥରେ ହଜିଗଲେ, ଆଉ ମିଳିବନି, ସ୍ମୃତି ହେଇଯିବ।

ସତରେ ସେଦିନ ବାପାଙ୍କ କଥା ଆଧଅଧି ବୁଝିବା ନବୁଝିବା ଭିତରେ ସମୟ ଶିଖେଇଦେଇଛି କେଡେ ବାସ୍ତବ କଥାଟିଏ ବାପା କହିଥିଲେ।ନିଜ ଚାରିପଟେ ଥିବା ଜୀବନ୍ତ କଣ୍ଢେଇମାନେ , ମୃତ୍ୟୁ କବଳିତ ହୋଇ ଛାଡି ଚାଲିଗଲା ପରେ କେତେ ଯେ ଦୁଃଖ ହୁଏ, ତାହା ଅବର୍ଣ୍ଣନୀୟ। ଜନ୍ମ ହେଲେ ଦିନେ ନିଶ୍ଚିନ୍ତ ମୃତ୍ୟୁ ଜାଣି ମଧ୍ୟ ମଣିଷ ପାଦ ଖସାଏ, ବାଟ ହୁଡେ, ଭାବିଲା ବେଳକୁ ନେଡ଼ିଗୁଡ଼ କହୁଣି କୁ ଗଡି ସାରିଥାଏ।

କାହିଁକି ମଣିଷ ଅନ୍ୟର ସୁଖ ଦୁଃଖ ଯନ୍ତ୍ରଣା ବୁଝିପାରେନା, ତା ବି ବୁଝିହୁଏନା। ନିଜ ସ୍ୱାର୍ଥ, ଅହଙ୍କାର, ରାଗ, ଦ୍ୱେଷ ଯୋଗୁଁ ଅନ୍ୟକୁ ହାଣିବାକୁ ବା ମାରିଦେବାକୁ ବି ପଛାଉନି ମଣିଷ। ଗାନ୍ଧୀଙ୍କ ନୀତି ଆଜି ଧୂଳିସାତ। ନିଜେ ବଞ୍ଚିବା ସହ ଅନ୍ୟମାନଙ୍କୁ ବଞ୍ଚିବାକୁ ଦେବାକୁ କାହିଁକି ଭାବୁନି ମଣିଷ। ନିଜ ଘରେ ବୟୋଜ୍ୟେଷ୍ଠ ବା କନିଷ୍ଠର ବିୟୋଗ ଓ ମୃତ୍ୟୁ ଆମକୁ କେତେ ଦୁଃଖ ଦିଏ ସତରେ। ଆଉଥରେ ସେହି ଜୀବନ୍ତ କଣ୍ଢେଇ ମାନଙ୍କର କଥା ତ ଦୂରର କଥା ଅବୟବ ଦେଖିବାକୁ ମିଳେନାହିଁ।

ସେହିଭଳି ପଶୁ ହତ୍ୟା, ପକ୍ଷୀ ହତ୍ୟା କରି ଆମେ ସନ୍ତୁଳନ ରକ୍ଷାକରୁଛେ, କହୁଥିଲେ ବି ମୋ ମନ ବେଳେ ବେଳେ ବିଦ୍ରୋହ କରିଉଠେ। ମୁଁ ନିଜେ ସେଥିପାଇଁ, ମଟନ୍, ଚିକେନ, ମାଛ ଖାଇବିନାହିଁ ଭାବିଲେ, ବୁଝେ଼ଇଥାନ୍ତି ଅନ୍ୟମାନେ, ପୃଥିବୀରେ ସମୟଚକ୍ର ସହ ତାଳ ଦେଇ ଖାଦ୍ୟ ସବୁଜ ହେଉ ବା ପ୍ରାଣୀ, ସେସବୁର ସନ୍ତୁଳନ ପାଇଁ ଆଉ ଶରୀରର ସୁସ୍ଥତା ପାଇଁ ତ ନିରାମିଷ ଓ ଆମିଷ ଉଭୟର ଆବଶ୍ୟକତା ଅଛି।

ଏତେ କଥା ମୋ ମୁଣ୍ଡରେ ପଶେ ନାହିଁ, ତା ଛଡା ଅନ୍ୟମାନଙ୍କ ଇଚ୍ଛା ଓ ଭାବନାର ମଧ୍ୟ ହତ୍ୟା କରିବା ଉଚିତ ନୁହେଁ। ତେଣୁ ନାତିର ଯେତେ ଜୀବନ୍ତ ଭଳି ଲାଗୁଥିବା ବାର୍ବି ଇତ୍ୟାଦି କଣ୍ଢେଇ ଥିଲେ ମଧ୍ୟ ମୁଁ ତା ପାଇଁ ଜୀବନ୍ତ କଣ୍ଢେଇ ହିସାବରେ, ଗାଈ ପାଳି ସେବା କରୁଛି, ଛେଳି ରଖିଛି, ମରିଗଲେ, ପୋତିଦେବି ଭାବିଛି। କୁକୁଡ଼ା ଓ ଗଞ୍ଜା ରଖିଛି ନାତି ଅଣ୍ଡା ପାଉଛି। କୁକୁଡ଼ା ଓ ଗଞ୍ଜଙ୍କୁ ଔଷଧ ଦେଉଛି, ଯଦି ମରିଯିବେ, ପୋଡି ବା ପୋତିବି ଭାବିଛି, ଖାଲି ସେତିକି ନୁହେଁ, କୁକୁର ବିଲେଇ ସହିତ, ଆକ୍ୱାରିଅମ୍ ରେ ମାଛ ବି ରଖିଛି ନାତି , ଦେଖି ଖେଳି ବୁଝି ଜ୍ଞାନୀ ହେବ ବୋଲି। ଆଉ ଯେଉଁ ସବୁ ବଡ ମାନେ ସଂସାର ଛାଡିଗଲେଣି, ତାଙ୍କ ବନ୍ଧେଇ ଫୋଟୋ ରଖି ପୂଜା କରିବା ସହ ନାତିକୁ ଚିହ୍ନେଇଲା ବେଳେ, ମୋ ବାପାଙ୍କ ଫୋଟୋ ଦେଖାଇ ଯେବେ କୁହେ, ସେ ପରା ମୋ ନାତି ,ତୁ। ତ ଛୋଟ ପିଲାଟା କଣ ବୁଝେ ଆବେଗ ଭରା ଆଖିରେ ଚାହିଁ ରହିଲା ବେଳେ, ମୁଁ ତାକୁ ସ୍ନେହରେ କୁଣ୍ଢେଇ ପକାଇ କୁହେ ତୁ ପରା ମୋ ଜୀବନ୍ତ କଣ୍ଢେଇ ଡୁଗୁ। ସେ ହସୁଥାଏ । ମୁଁ ଆବେଗରେ ବାପାଙ୍କୁ ଝୁରୁଥାଏ, ତାଙ୍କ ସହିତ ସମସ୍ତଙ୍କୁ, ଯେଉଁମାନେ ଦିନେ ଜୀବନ୍ତ କଣ୍ଢେଇ ଥିଲେ। ଆଜି ଅଛନ୍ତି ସ୍ମୃତି ହୋଇ।



Rate this content
Log in

Similar oriya story from Abstract