Mamatamanjari Das

Abstract Tragedy

4  

Mamatamanjari Das

Abstract Tragedy

ଜୀବନର କେତେ ରଙ୍ଗ

ଜୀବନର କେତେ ରଙ୍ଗ

3 mins
290



ମଣିଷ ଛୁଆଟିଏ ହୋଇ ଜନ୍ମ ନିଏ ମାଆ କୋଳରେ । କେତେ ଆଦର ଯତ୍ନରେ ବଡହୁଏ ,ତାର ସମସ୍ତ ଅଳି ଅର୍ଦ୍ଦଳୀ କୁ ବାପା ମାଆ ପୁରଣ କରନ୍ତି ବିନା ଦ୍ୱିଧାରେ,କିନ୍ତୁ ସେହି ପିଲା ଯେତେବେଳେ ବଡ ହୋଇଯାଏ ସେ ସଂପୂର୍ଣ୍ଣ ବଦଳି ଯାଏ । ଆଉ ତା'ପାଖରେ ବାପା ମାଆ ମୂଲ୍ୟହୀନ ହୋଇ ଯାଆନ୍ତି ।


ଶୀତ ଦିନର ସକାଳ । ହାଡଭଙ୍ଗା ଶୀତରେ ଓଠକୁ ଓଠ ବାଜୁଥାଏ । ଘରର ଗୋଟିଏ କୋଣରେ ଖଣ୍ଡିଏ ଛିଣ୍ଡା ଚଦର ଘୋଡାଇ ହୋଇ ଥୁରୁ ଥୁରୁ ଥରୁ ଥିଲେ ଆରତୀ ଦେବୀ । ଆଉ ବୋହୁ ନୟନାକୁ ଆକୁଳ କଣ୍ଠରେ କହୁଥିଲେ "ବୋହୂମା ମୋତେ ଚା କପେ ଦିଅନ୍ତନି ,ସେତିକ ପିଇଲେ ସକାଳୁ ଟିକେ ମୋତେ ପାଇଖେନା ଲାଗେ ।


ଚିଲେଇ ଦେଲେ ବୋହୂ ନୟନା । ବଜାର ରେଟ୍ ଯାହା ହେଲାଣି, ୟାଙ୍କର ସବୁବେଳେ ପେଖନା ବାହାରୁଛି । ଚିନି ଦାମ୍ପଚାଶ କୁ ଖିର ପଚିଶି ତା'ପରେ ଚାପତି ଅଦା ନ ପଡିଲେ ପାଟିକୁ ରୁଚିବନି । ଶୁଣେଇ ଶୁଣେଇ କହୁଥିଲେ ବୋହୂ ନୟନା ।


ସବୁ ନୀରବରେ ଶୁଣୁଥିଲେ ଆରତୀ ଦେବୀ । ପୁଅବି ସବୁ ଶୁଣୁଥିଲା ହେଲେ କିଛି କହୁନଥିଲା । ଗୁମୁରି ଗୁମୁରି ପଛକଥା ମନେ ପକାଉଥିଲେ ଆରତୀ ଦେବୀ ।


ଆରତୀ ପଟ୍ଟନାୟକ ସ୍ୱାମୀ ଅମିତ୍ ଅମିତ ପଟ୍ଟନାୟକ । ଜଣେ ଉଚ୍ଚପଦସ୍ଥ ପୋଲିସ ଅଫିସର । ସକାଳୁ ସକାଳୁ ଶେଯରେ ଶୋଇ ସେମିତି ଡାକ ପକାଇ ଥିବେ "ଅରୁ ଏ ଅରୁ ଚା କପେ ଦିଅନା। ତୁମେ କଣ ଯାଣିନ ଚା ନ ପିଇଲେ ନିଦ ମୋର ଭାଙ୍ଗେନି ବୋଲି "। ଆରତୀ ଦେବୀ ବି ବହୁତ ଶ୍ରଦ୍ଧାରେ ଚା' କପେ ନେଇ ଧରେଇ ଦିଅନ୍ତି ସ୍ୱାମୀଙ୍କ ହାତରେ । ଆଉ ସ୍ୱାମୀ ଅତନୁ ଚା ପିଇବା ଯାଏ ଆରତୀଙ୍କୁ ସେମିତି ପାଖରେ ରଖି ଥାଆନ୍ତି । ଶେଷ ଦୁଇଢୋକ ଚା ଥିବା କପକୁ ଆରତୀଙ୍କ ହାତକୁ ବଢାଇ ଦେଇ କହନ୍ତି ଏତିକି ତୁମେ ପିଇଦିଅ, ସକାଳର ପେଟ ସଫା ହୋଇଯିବ । ଧୀରେ ଧୀରେ ଅଭ୍ୟାସରେ ପଡିଗଲା ଆରତୀ ଙ୍କର । କାରଣ ସେ ଖାଲି ଚା ଦିଢୋକ ନଥିଲା । ସେ ସ୍ୱାମୀଙ୍କର ଭଲପାଇବାର ସୁନ୍ଦର ପ୍ରତୀକ ଟିଏ ବି ଥିଲା ।


ସ୍ୱାମୀ , ଶାଶୁ ,ଶଶୁରଙ୍କୁ ନେଇ ଥିଲା ତାଙ୍କର ପୂର୍ଣ୍ଣ ପରିବାର । ବନ୍ଧୁବାନ୍ଧବ ଗହଳିରେ ଭରିଯାଏ ପଟ୍ଟନାୟକ ପରିବାର । ହେଲେ ବହୁ ଦିନ ପର୍ଯ୍ୟନ୍ତ ମାଆ ହେବାର ସୌଭାଗ୍ୟ ତାଙ୍କର ହୋଇନଥିଲା । ଶାଶୁ ମନଦୁଃଖ କରନ୍ତି , ହେଲେ ବିଧିର ବିଧାନକୁ କିଏ ବା କାଟି ପାରିବ ।


ବହୁତ ଦିନର ପ୍ରତୀକ୍ଷା ପରେ ତାଙ୍କର କୋଳ ମଣ୍ଡନ କରିଥିଲା ଏହି ଅମୁ । ଘରର କୋଟିନିଧି ଥିଲା ସେ । ଶାଶୁ ନା' ଦେଇଥିଲେ ଅମୂଲ୍ୟ । ହେଲେ କିଏ କଣ ଜାଣିଥିଲା ଏହି ଅମୂଲ୍ୟ ଏମିତି ମୂଲ୍ୟହୀନ ହୋଇ ସ୍ତ୍ରୀ କଥାରେ ପରିଚାଳିତ ହେବ ବୋଲି ।


ଶୈଶବ ରେ ବହୁତ ଭଲ ଥିଲା ଏହି ଅମୁ । ପାଠ ପଢି ଭଲ ଚାକିରୀ ଟିଏ ବି କଲା ହେଲେ ନିଜ ଇଛାରେ ବିବାହ କଲା ଏହି ଆରୋହୀ କୁ । ଯୋଉଦିନଠାରୁ ଆରୋହୀ ଏ ଘରେ ପାଦ ଦେଲା ସେଦିନ ଠାରୁ ବଦଳି ଗଲା ଜୀବନର ରଙ୍ଗ । ପୁଅ ତା କଥାରେ ଉଠ୍ ବସ୍ ହେଲା । ସହି ପାରିଲେନି ଅମିତ ବୋହୂର ଏପରି ଉଗ୍ର ରୂପ । ଦିନେ ଚା ମାଗିବାରୁ ଅକଥନୀୟ କଥା ଶୁଣାଇଲା । ଆଉ ସେହି କଥାରେ ହାର୍ଟ ଆଟାକ୍ ରେ ଅମିତ ଶୋଇଗଲେ ସବୁଦିନ ପାଇଁ । 


ମଥାରୁ ସିନ୍ଦୂର ପୋଛିଦେଲେ ସାହି ପଡିଶା । ଶୂନ୍ୟ ହାତ,ଶୂନ୍ୟ ମଥା ସୁଧି କାମ ସରିଲା ପରେ ପୁଅ ବୋହୂ କହିଲେ ଏତେବଡ ଘରେ ଏକୁଟିଆ ତୁମେ କାହିଁକି ରହିବ,ତଳ ଷ୍ଟୋର ରୁମ ରେ ରୁହ । ସେହି ଦିନଠାରୁ ସେ ଏଇଠି ତାଙ୍କ ହାତ ଟେକାକୁ ଅନେଇ ବସିଥାନ୍ତି ।


ମାଆ...ମାଆ କାହାର ଡାକରେ ପ୍ରକୃତିସ୍ଥ ହୋଇଗଲେ ଆରତୀ । ଚାକରାଣୀ ଶାନ୍ତି ଚା କପେ ଧରି କହୁଥିଲା ମାଆ ତୁମ ବୋହୂକୁ ଲୁଚାଇ ମୁଁ ଏହି କପେ ଚା ଆଣିଛି ନେଲ ପିଇଦେଲ…


ଆଉ ଆରତୀ ଦେବୀ ଭାବୁଥିଲେ ସତରେ ଜୀବନ କେତେ ରଙ୍ଗ ଦଖାଏ । ଯିଏ ନିଜେ ଦିନେ କାହାକୁ ଦେଉଥିଲେ ସେ ଆଜି କପେ ଚା ଲୁଚାଇକି ପିଇବେ……l



Rate this content
Log in

Similar oriya story from Abstract