Prabhati Mahapatra

Inspirational Others

3  

Prabhati Mahapatra

Inspirational Others

ଜୀବନ ପଥ

ଜୀବନ ପଥ

2 mins
234


ଜୀବନ ଟା ଯେମିତି ଅଣ ନିଶ୍ଵାସୀ ହୋଇଯନ୍ତ୍ରଣାରେ ଛଟପଟ ହେଉ ଥାଏ । କାହାକୁ କହିବ ଅନ୍ତରର କଥା, କିଏ ତା'ର ଅଛି । ସମସ୍ତେ ଯେମିତି ଦୁଇ ପାଦ ଚାଲିବାର ସାଥି, ବାଟ ସରି ଗଲେ ହାଟ ସରି ଯାଏ । ଯିଏ ଯାହାର

କର୍ମ ସାରି ଘର ମୁହାଁ ହୁଅନ୍ତି । ହେଲେ ଶ୍ୟାମଳୀ କୁଆଡେ ଯିବ ? ଚାଲୁ ଚାଲୁ ତା ସମ୍ମୁଖରେ ଚୌରାହା କେଉଁ ଆଡକୁ ଯିବ ? ବୟସ ପଚାଶ ଛୁଇଁଲାଣିି । ବାପ ଘରୁ ମା' ବାପା କେବେ ଠାରୁ ଚାଲି ଗଲେଣି । ଆଉ ଗୋଟିଏ ରାସ୍ତା ପିଲାଙ୍କ ଆଡ଼କୁ, ଯିଏ ଜନ୍ମଦେଲେ ସେ ପର ହାତରେ ଦେଇ ଦାୟିତ୍ବରୁ ମୁୁକ୍ତ ମୁଁ ବା କାହିଁକି ପର ଝିଅ ଉପରେ ଲଳିତା ବିଡାହେବି । ପୁଣି ତୃତୀୟ ବାଟ ଆଖିରେ ନାଚିଲ

ହେଲେ' ଏ କ'ଣ ଏତେ କଷ୍ଟ କାହିଁକି ? ଯାହାଙ୍କୁ' ମୁଁ , ବିିିନା ଦ୍ବିଧାରେ ପଣତ ତଳର ସମସ୍ତ ସଂପତ୍ତିକୁ ସମର୍ପଣ କରିଦେଲି ସେ ମୋତେ ପର କରିଦେଲେ ? ମୋ ଠାରେ କ'ଣ ଅଭାବ ଥିଲା? ମୁଁ ତ ଅଶିିକ୍ଷିତ ନୁହେଁ ? ମୁଁ ତ ଅସୁନ୍ଦରୀ ନୁହେଁ ? ତେବେ ଅସୁବିଧା କେଉଁଠି ? ମନଟା ଅଡୁଆ ସୂତାରେ ଛନ୍ଦି ହୋଇ ଚତୁର୍ଥ ବାଟରେ ପାଦ ଦେଲା । ତଥାପି ଜୀବନଟା ଅଟକି ଯାଏ । ପାଦରେ ଏତେ ଶିଥିଳତା କାହିଁକି ? ପ୍ରଭୁଙ୍କର ନିର୍ଦ୍ଦେଶ କ'ଣ ? କିଛି ବୁଝି ହେଉ ନଥାଏ । ମନଟା ଗୋଳେଇ ଘାଣ୍ଟିହେଉ ଥାଏ । ସଠିି୍କ ରାସ୍ତାର ଅନ୍ୱେଷଣ ଝାପସା ଭାବରେ ପୂର୍ବଭାଷ ହେଲା । ପ୍ରତ୍ୟେକ ବାଟ କଣ୍ଟକ ଭରା, ଥରେ ପରିଚିତ ହୋଇଗଲେ ଅଭ୍ୟାସରେ ପରିଣତ ହୋଇ ଯାଏ । ମରିବା ପାଇଁ ମନୁଷ୍ୟର ଜନ୍ମ ନୁହେଁ । ହାରିଲେ ଚେତିବାର ଦ୍ଵାର ଖୋଲିବ ଜିତି ଗଲେ ବୁୁଦ୍ଧି ଦୁୁର୍ବଳ ହେବ । ତେଣୁ ଆଖି ଝରକା ଖୋଲିବା ପୂର୍ବରୁ ଭାବନା ଦ୍ଵାର ଖୋଲି ଅନୁଭବ କର ଯଦି ଶୀତଳ ବାୟୁ ସନ୍ତରଣ କରେ ଜାଣିବ ରାସ୍ତାର ନିର୍ଣ୍ଣୟ ସଠିକ୍ ....... ।



Rate this content
Log in

Similar oriya story from Inspirational