pawan mohakul

Inspirational

4.0  

pawan mohakul

Inspirational

ଝିଅ ଜୀବନ

ଝିଅ ଜୀବନ

1 min
437


ଝିଅ ଜୀବନ କେତେ କଷ୍ଟ ଥରେ ନିରଳା ରେ ବସି ଭାବିଲେ ଜଣେ ପୁଅ ବି ବୁଝି ପାରିବ । ବଡ଼ ହେବା ପର୍ଯ୍ୟନ୍ତ ବାପା ଭାଇଙ୍କ ଆକଟ, ଓ ବାହା ହେବା ପରେ କର୍ମ ଜଞ୍ଜାଳ । କେବେ ସେ ମୁକ୍ତି ପାଇ ପାରେନା ମଲା ପର୍ଯ୍ୟନ୍ତ, ରାତିରୁ ଉଠି ପୁଣି ଶୋଇବା ପର୍ଯ୍ୟନ୍ତ କାମରେ ବ୍ୟସ୍ତ । ଥରେ ଚିନ୍ତା କଲ ସକାଳୁ ଉଠି ତିନି ଥର ରୋଷେଇ କରିବାକୁ ସେ ବାଧ୍ୟ, ଦେହ ଯେତେ ଖରାପ ହେଉ ପଛେ ବାଟ ନାହିଁ, ଏ କାମ ମଲା ଯାଏ ରହିବ । ପ୍ରଥମେ ଶାଶୁ ଶଶୁରଙ୍କ ପାଇଁ, ପରେ ଛୁଆଙ୍କ ପାଇଁ, ଶେଷରେ ବୃଦ୍ଧା ବୟସରେ ସ୍ୱାମୀଙ୍କ ପାଇଁ, ସବୁଠି କେବଳ ତ୍ୟାଗ । କିଛି ପାଇବାର ଆଶା ନାହିଁ, ତଥାପି ସେମାନେ ଖୁସି ।

#ଆପଣଙ୍କର ଦୁଃଖ କାହାର ହସର କାରଣ ହେଉ ପଛେ, ଆପଣଙ୍କର ହସ କାହାର ଦୁଃଖର କାରଣ ନ ହେଉ ।



Rate this content
Log in

Similar oriya story from Inspirational