kamal kumar dash

Tragedy Inspirational Thriller

3  

kamal kumar dash

Tragedy Inspirational Thriller

ଝିଅ ବାହାଘର

ଝିଅ ବାହାଘର

1 min
233



      ଅଶୋକ ବମ୍ବେରେ ଛକିରି କରେ । ତାକୁ ତା ଭାଉଜ ଫୋନ୍ ରେ ଡାକୁଥିଲେ ତାଙ୍କ ପୁଅ ବାହାଘରରେ ଆସିବାକୁ । ଅଶୋକର ତା ନିଜ ବାହାଘର କଥା ମନେ ପଡିଲା । ସେ ବରଯାତ୍ରୀ ନେଇ ବାହାରିଲା ବେଳେ ସବୁ ଠିକ ଥିଲା ହେଲେ ତା ପରଦିନ ଘରକୁ ଫେରିଲାବେଳେ ତା ଓକିଲ ଭାଇ , ବାପାଙ୍କର ଘର ତା ନିଜ ନାଁ ରେ କରିନେଇଯାଇଥିଲା । ଘର ଚାରି ପାଖରେ ୧୪୪ ଧାରା ଜାରି କରାଯାଇଥିଲା । ଅଶୋକ ଓ ତାର ସ୍ତ୍ରୀକୁ ଘରେ ପଶିବାକୁ ମନାକରି ଦେଇଥିଲେ ଭାଇ । ଅଶୋକ ଆଖିରେ ଲୁହ ଆସିଯାଇଥିଲା ସେ କଣ କରିବ ଜାଣି ପାରୁ ନଥିଲା । ମା ବାପା କେହି ଘରୁ ବାହାରୁ ନଥିଲେ । ସାନ ଭାଇ ତା ସାଥିରେ ଥିଲା ସେ ଟିକେ ଚିଲାଇଲା । ସେ ବାପା ମାଙ୍କୁ ଘର ବାହାରକୁ ଆସିବାକୁ କହିଲା ।ବାପା ମା ବାହାରକୁ ଆସିଲା ପରେ ତାଙ୍କୁ ମୁଣ୍ଡିଆ ମାରି ଅଶୋକ ଗାଡି ବୁଲାଇ ହୋଟେଲକୁ ଚାଲିଗଲା । ହୋଟେଲ୍ ରେ ଗୋଟେ ଦିନ ରହିବା ପରେ ,ବାହାଘରର ସବୁ ପ୍ରୋଗ୍ରାମ କ୍ୟାନ୍ସଲ କରି ପୁରୀ ଚାଲିଗଲା ଅଶୋକ । ଏ ସବୁ ଜାଣିବା ପରେ ତା ଶଶୁର ଝିଅ ଜ୍ୱାଇଁଙ୍କୁ ନିଜ ଘରକୁ ଡାକି ଥିଲେ । ତାଙ୍କ ଘରେ କିଛି ଦିନ ରହି ଅଶୋକ ବମ୍ବେ ଫେରିଯାଇଥିଲା । ଅଶୋକ ତା ପରେ ଆଉ କେବେ ସେ ଘରକୁ ଫେରିନି । ସେ ବମ୍ବେରେ ଘର କିଣି ସେଠି ରହିଲା । ୨ ବର୍ଷ ପରେ ସେ ଭାଇଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଥିଲା । ଅଶୋକ କିନ୍ତୁ ଫେରି ନଥିଲା ଘରକୁ । ବାପା ମାଙ୍କ ଦେହ ଭଲ ରହୁନଥିଲା । 

     ଅଶୋକର ସ୍ତ୍ରୀ ରିତା କହିଲା ଚାଲ ଥରେ ଘର ଆଡେ ବୁଲି ବାପା ମାଙ୍କୁ ଦେଖି ଆସିବା  । ଭାଇ ଯେଉଁ ଭୁଲ କରିଥିଲେ , ତାର ଫଳ କାହିଁକି ତାଙ୍କ ଝିଅକୁ ଦେବା । ଅଶୋକ ଚିନ୍ତା କରୁଥିଲା ଓ ଶେଷରେ କହିଲା ମୁଁ ବାପା ମାଙ୍କୁ ଦେଖିବାକୁ ଯିବି ମାତ୍ର ସେ ଘରେ ରହିବାର ପ୍ରଶ୍ନ ଉଠୁନି ,ହଁ ଝିଅ ବାହାଘର ବି ଦେଖି ଆସିବା ।


Rate this content
Log in

Similar oriya story from Tragedy