ଜଗନ୍ନାଥ, ରୋବୋ ଗୁରୁ ଓ ଦିବ୍ୟାଙ୍ଗ
ଜଗନ୍ନାଥ, ରୋବୋ ଗୁରୁ ଓ ଦିବ୍ୟାଙ୍ଗ
ଗାଁଟିରେ ଯୁବକମାନେ କ୍ଲବ ଘରେ ତିନି ଠାକୁରଙ୍କୁ ରଖିଥାନ୍ତି। ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ତିନି ମୂର୍ତ୍ତି ଦେଖିବା ଭଳି ଗ୍ରାମର ସବୁ ଲୋକ ଭକ୍ତିରେ ଦୁଇଓଳି ଆସି ଦର୍ଶନ, ସଞ୍ଜ, ଦୀପ, ଧୂପ ଲଗେଇ ଭୋଗ ଲଗାନ୍ତି. ଭିତର ବାହାର ଓଳା ପୋଛା କରି ପରିବେଶ ଖୁବ ସୁନ୍ଦର, ମାଧୁର୍ଯ୍ୟ ପୂର୍ଣ୍ଣ ହୋଇଥାଏ। ଚତୁର୍ଦ୍ଧାଙ୍କୁ ଚାହିଁଦେଲେ ହୃଦୟରେ ସ୍ୱତଃ ଭକ୍ତି ଭାବନା ଉଦ୍ରେକ ହୁଏ। ମହମହ ଧୂପ, କସ୍ତୁରୀ, ଚନ୍ଦନ ଅଗରୁ ବାସ୍ନାରେ କ୍ଲବ ଘରେ ଶାନ୍ତି, ମୈତ୍ରୀ, ପ୍ରୀତିର ଝରଣା ବହିବା ସହ ଭାଇଚାରା ପ୍ରତୀକ ବହନ କରୁଥିବା କ୍ଲବ ଘରଟି ମଧୁରେ ମଧୁନୀ ପରି ବାସୁଥାଏ ଦିବ୍ୟ ଅନୁଭବରେ ।
କିଛି ଦିନ ପରେ ଗ୍ରାମର ଯୁବକ ମାନଙ୍କ ମନରେ ଆସିଲା ଗ୍ରାମର ପିଲା ବୁଢା ଯୁବକ ବାଳକ ତ କ୍ଲବ ଘରକୁ ଆସୁଛନ୍ତି. ମହିଳାମାନେ ମଧ୍ୟ ସନ୍ଧ୍ୟାରେ ଭକ୍ତି ନୈବେଦ୍ୟ ଧରି ଭାବର ଶିକୁଳିରେ ଭିଡି ହୋଇ ଆସୁଛନ୍ତି ସତ କିନ୍ତୁ ସବୁ ପ୍ରକାର ଲୋକଙ୍କର ଶାରୀରିକ ଓ ମାନସିକ ସଶକ୍ତିକରଣ ପାଇଁ କିଛି କରିବାକୁ ହେବ ଭାବି ସାକ୍ଷରତା ପାଇଁ ବିଭିର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଇ, ଗ୍ରାମର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ନିରକ୍ଷର ଲୋକମାନଙ୍କୁ ସାକ୍ଷର କରିବାକୁ ଚେଷ୍ଟା ଚରିତ୍ର ଜନିତ କର୍ମ ଜାରିରଖି ସବୁଆଡେ ପ୍ରଶଂସିତ ହୋଇ ଗ୍ରାମଟି ବହୁମୁଖୀ ସ୍ତରରେ ଉର୍ନ୍ନତି କରୁଥିବା ପ୍ରଚାର ପ୍ରସାର ଭିତରେ ସେଦିନ ଗ୍ରାମର ଲୋକମାନେ କ୍ଲବ ଘରେ ରୋବଟ ଗୁରୁ ବା ରୋବୋ ଗୁରୁ ଦେଖି ଆଶ୍ଚର୍ଯ୍ୟ, ଚକିତ ଓ ରୋମାଞ୍ଚିତ ହେଉଥିଲେ। ଏଥର ଧାର୍ମିକ ଭାବନା ଭିତରେ ସବୁ ଲୋକମାନଙ୍କ ମନରେ ଯୋଗ ପ୍ରତି ଦୁର୍ବଳତା ଫଳରେ ନିର୍ଦ୍ଦିଷ୍ଟ ସମୟରେ ଚତୁର୍ଦ୍ଧାଙ୍କ ସମ୍ମୁଖରେ ରୋବୋ ଗୁରୁ ଆରମ୍ଭ କରୁଥିଲେ ଯୋଗ ଓ ଅନ୍ୟ ସମସ୍ତେ ଦେଖି ଶିଖି ଆରମ୍ଭ କରିଦେଉଥିଲେ ଯୋଗ ଆଉ ମନ ମସ୍ତିଷ୍କ ସୁସ୍ଥ ରଖି ନିରୋଗ ରହିବାକୁ ମନୋବଳ ରଖି ଆସୁଥିଲେ ପ୍ରତିଦିନ ପରକୁ ପର କ୍ଲବ ଘରକୁ ବ୍ୟାଚ ପରେ ବ୍ୟାଚ ଲୋକ ।
ସେମାନଙ୍କ ଭିତରେ ଗ୍ରାମର ଦୁଇଟି ପୁଅ ଓ ଗୋଟିଏ ଝିଅ ଭିନ୍ନକ୍ଷମ ବା ଦିବ୍ୟାଙ୍ଗ ଥିଲେ । ଆଗରୁ ଗ୍ରାମବାସୀମାନେ ସେ ତିନିଜଣଙ୍କୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ବୋଲି ଡାକୁଥିଲେ। ସେମାନେ ଆଗରୁ କେବେ କେବେ କ୍ଲବ ଘରକୁ ଚତୁର୍ଦ୍ଧାଙ୍କୁ ଦର୍ଶନ କରିବାକୁ ଆସୁଥିଲେ, ଆଉ ଗ୍ରାମ ଲୋକ ତାଙ୍କୁ ଚତୁର୍ଦ୍ଧାଙ୍କ ଅବତାର କହୁଥିଲେ ମଧ୍ୟ ମନରେ ଅଭିମାନ ରଖି କେବେ ଆସୁଥିଲେ ତ କେବେ ଆସୁନଥିଲେ କିନ୍ତୁ ରୋବୋ ଗୁରୁ ଆସିବା ପରଠାରୁ ସେ ତିନିହେଁ ନିୟମିତ ଆସି ଯୋଗ କରୁଥିଲେ । କିଛି ଦିନ ପରେ ଦେଖାଗଲା ସେ ତିନି ଜଣଙ୍କର ହାତ ଗୋଡ଼ ସିଧା ହୋଇ ଚାଲିବା ଓ ହାତ ଗୋଡ଼ ଚଳପ୍ରଚଳ ସ୍ୱାଭାବିକ ହେଉଥିଲା ଆସ୍ତେ ଆସ୍ତେ ତ ଗ୍ରାମଟିର ଏ ଖବର ଚାରିଆଡେ ପ୍ରଚାର ପ୍ରସାର ହୋଇ ଟିଭି ଓ ମିଡ଼ିଆ ବାଲା ଘେରିଯାଉଥିଲେ ସେ ତିନିହେଁଙ୍କୁ ଦେଖିବାକୁ। ଗ୍ରାମ ଲୋକମାନେ କିଏ ଜଗନ୍ନାଥକୁ ଏଥିପାଇଁ ଶ୍ରେୟ ଦେଲାବେଳେ କିଏ ରୋବୋ ଗୁରୁଙ୍କ ଯୋଗକୁ ଶ୍ରେୟ ଦେଉଥିଲେ କିନ୍ତୁ ସେହି ତିନି ଦିବ୍ୟାଙ୍ଗ ସ୍ୱୟଂ ଜଗନ୍ନାଥଙ୍କୁ ଏଥିପାଇଁ ଶ୍ରେୟ ଦେଇ ତାଙ୍କ ମହିମା ଯୋଗୁଁ ରୋବୋ ଗୁରୁ କ୍ଲବ ଘରକୁ ଆସିବା ଫଳରେ, ଭଗବାନଙ୍କ ନିର୍ଦ୍ଦେଶରେ ସେମାନଙ୍କ ଦିବ୍ୟାଙ୍ଗ ଅଙ୍ଗ ହାତ ଓ ଗୋଡ଼ ଠିକ ଠାକ ହୋଇଆସୁଛି ବୋଲି କହୁଥିଲେ ତାଙ୍କ ପିତାମାତାଙ୍କ ଉପସ୍ଥିତି ସହ,ଭାବ ଭକ୍ତିରେ ଗଦଗଦ ହୋଇଯାଉଥିଲେ। ଦେଖେଣାହାରୀ, ଶ୍ରୋତା, ମିଡ଼ିଆରୁ ମିଡ଼ିଆ ଦେଇ ସମଗ୍ର ରାଜ୍ୟ ଓଡିଶାବାସୀ, ଓଡ଼ିଆ ଆରାଧ୍ୟ୍ୟ ଜଗନ୍ନାଥଙ୍କ ଲୀଳା ଓ ମହିମାରେ ଚମତ୍କୃତ ଓ ସ୍ତବ୍ଧ । ଗ୍ରାମବାସୀ ମୁଗ୍ଧ ନୟନରେ ଚାହିଁଥିଲେ ଚତୁର୍ଦ୍ଧା ଓ ରୋବୋ ଗୁରୁଙ୍କୁ। ଭାବ ଓ ଭକ୍ତିରେ ଗଦଗଦ ସମସ୍ତେ ।