ଵିଶଲ୍ୟକରଣୀ
ଵିଶଲ୍ୟକରଣୀ


କୁକୁଡ଼ାଟିଏ ସେଦିନ ଟ୍ରେନ ଲାଇନ ଭିତରେ ପଶି ଖୁଣ୍ଟି ଚାଲିଥିଲା କିଛି ଖାଦ୍ୟ କଣିକାସବୁକୁ. ବର୍ଷା ଲାଗିରହିଥିବାରୁ ଆଗ ପଛ କିଛି ଦେଖାଯାଉ ନଥିଲା କୁକୁଡାଟିକୁ ତ ଟ୍ରେନଟିଏ କେତେବେଳେ ଆସି ତାକୁ ଧକ୍କା ଦେଇଥିଲା ତ ଛିଟିକି ପଡିଥିଲା ସେଇଠି କୁକୁଡ଼ାଟି. ଦଉଡି ଆସିଲା ଠେକୁଆଟି. କୁକୁଡ଼ାର ବନ୍ଧୁ ସିଏ. ଏଇ ଗତ କାର୍ତ୍ତିକମାସ ଛାଡ଼ଖାଇ ଦିନ କୁକୁଡ଼ାର ସାଥି ଗଞ୍ଜାଟିକୁ ମାରି ମାଂସ ତରକାରୀ ବାସ୍ନାରେ କୁକୁଡ଼ାଟି କାନ୍ଦୁଥିବା ଅବସ୍ଥାରେ କୋଉଠି ଥିଲା ଠେକୁଆଟି ଡେଇଁ ଡେଇଁ ଆସି କୁକୁଡ଼ାର ସାଥି ହେଲା ବିନା ସର୍ତ୍ତ ଓ ବିନା ସ୍ୱାର୍ଥରେ.
ଆଜି ଆଖି ଆଗରେ କୁକୁଡାଟିର ଛଟପଟ ଅବସ୍ଥା ଦେଖି ଠେକୁଆ ତାକୁ ଆଗ ନେଇଗଲା ବଣ ମୁଲକର ଭିତର ଅଞ୍ଚଳକୁ. ସେଠାରେ ଵିଶଲ୍ୟକରଣୀ ପତ୍ର ସହ ଅନ୍ୟାନ୍ୟ ଗୁଳ୍ମ ଓ ଗଛର ପତ୍ର ରସକୁ କୁକୁଡ଼ାକୁ ପିଆଇ ଓ ତା କ୍ଷତ ସ୍ଥାନରେ ଲଗାଇଦେବାରୁ କୁକୁଡ଼ାଟି ଆଖି ଖୋଲି ଚାହିଁଲା. ସେତେବେଳକୁ ସେ ଠେକୁଆଠାରୁ ବୁଝିସାରିଥିଲା ଯେ ଗଛର ଚେର ଓ ପତ୍ରରୁ ଯେଉଁ ଔଷଧ ମିଳେ ତାହା ପଶୁ ପକ୍ଷୀ ଓ ମଣିଷଙ୍କୁ ବହୁତ ରୋଗରୁ ରକ୍ଷା କରେ. ରାତି ପାହି ପାହି ଆସୁଥିବାରୁ କୁକୁଡ଼ାଟି ତା ସ୍ୱାଭାବିକ ସ୍ୱରରେ କୁକୁଡୁ କୁ, କୁକୁଡୁ କୁ ବୋବେଇବାର
ୁ ସବୁ ପଶୁ ପକ୍ଷୀ ସେ ଡାକ ଶୁଣି ଭାବିଲେ କୁକୁଡ଼ାଟି କାଉ ପରି କି ଖରା, ବର୍ଷା, ଶୀତରେ,ସକାଳୁ ନିଦ ଭାଙ୍ଗି ସମସ୍ତଙ୍କୁ କହିଥାଏ ରାତି ପାହିଲାଣି ଉଠ ଉଠ.. ନକର ମଠ.
ଠେକୁଆଠାରୁ ସବୁ ଶୁଣି ପଶୁ ପକ୍ଷୀମାନେ କୁକୁଡ଼ାକୁ ସବୁଦିନ ପାଇଁ ଜଙ୍ଗଲରେ ରହି ଯିବାକୁ କହିଲେ ମଧ୍ୟ ସେ କହିଥିଲା ଆଜି ଗଛମାନଙ୍କ ପତ୍ର, ଛେଲି ଓ ଚେର ଯୋଗୁଁ ମୁଁ ମୋ ଜୀଵନ ଫେରିପାଇଛି. ଠେକୁଆ ମୋର ବନ୍ଧୁ ବୋଲି ମତେ ପୁନ୍ନର୍ଜନ୍ମ ଦେଇଛନ୍ତି. ଯାହା ହେଲେ ମଧ୍ୟ ମଣିଷମାନେ ଆମକୁ ପୋଷା ମନେଇ ଗୃହପାଳିତ ପକ୍ଷୀ ରୂପେ ରଖିଥାନ୍ତି ତେଣୁ ତାଙ୍କ ଘର ବାଡ଼ି ବଗିଚାରେ ଥିବା ଔଷଧୀୟ ବୃକ୍ଷ ସବୁକୁ ଚିହ୍ନି ଓ ଚିହ୍ନାଇ ମଣିଷଙ୍କୁ ଗଛ ଲଗାଇବାକୁ କହି ଗଛ ପରି ସଞ୍ଜିବନୀ ପାଈଁ ମୋର କେମିତି ପୁନ୍ନର୍ଜନ୍ମ ହେଲା ତାହା ମଣିଷକୁ ଜଣାଇ ଗଛ ଲଗାଇବାକୁ ସଚେତନ କରିବାକୁ ଯାଉଛି ଗଣତନ୍ତ୍ର ଦିବସରେ . ବର୍ଷାକୁ ଖାତିର ନକରି ଠେକୁଆ ମଧ୍ୟ ଡେଇଁ ଡେଇଁ ବନ୍ଧୁ ପଛେ ପଛେ ଜାତୀୟ ପତାକା ଧରି ଆସୁଥିଲା ତ କୁକୁଡ଼ା ଖୁସି ହୋଇ କହୁଥିଲା ଜୟ ଗଣତନ୍ତ୍ର ଦିବସ କି ଜୟ ତ ଠେକୁଆ କହୁଥିଲା ଜୟ ଜନରାଜ୍ୟ ଦିବସ କି ଜୟ.ପିଲାମାନେ ମଧ୍ୟ ସ୍କୁଲମାନଙ୍କରେ ଡେମୋ ଦେଖାଇ କରି ପ୍ରସ୍ତୁତ ହେଉଥିଲେ ଜାନୁଆରି ଛବିଶ ତାରିଖ ପାଈଁ.