ହଜିଲା ସମୟ
ହଜିଲା ସମୟ
ସମୟ ସ୍ରୋତ।ମଣିଷ କୁଟା ଖିଅ। ଆଜକୁ ୬୬ ବର୍ଷର ଘଟଣା। କେତେକ ବିସ୍ମୃତି ତ କେତେକ ଜୁଳୁଜୁଳିଆ । ଆଉକେତେକ ଘଟଣା ଝଟକୁଛି ଲାର୍ଭା ପରି। କେତେ ଝଡ଼ ଝାଂଜି ଖରା ବର୍ଷା ରେ ଭିଜା ଦେହରେ ପୁଲେ ପୁଲେ ଶିଉଳି ବସଲାଣି। କେତେ ଝୁଣ୍ଟି, ଡେଇଁ, ଗୋଡ଼ ଖସି ଯକ୍ଷ୍ମ ହୋଇ ଘୋଷାରି ଚାଲିଛି ପାଦ। ହାତରେ କେତେ ଯେ ଆଘାତ ମନେ ପଡୁନି। କେବଳ ଯନ୍ତ୍ରଣା ହେଲେ ମୁଣ୍ଡ ଘୁରୁଛି। ମନ ଖୋଜୁଛି କାରଣ, କେବେ କେଉଁଠି ମୋଡି ହୋଇ ଯାଇଥିବ ,ମନେ ନାହିଁ। ସୁର ଔଷଧ ଦୋକାନରୁ ଦୁଇଟା ଯନ୍ତ୍ରଣା ନିବାରକ ବଟିକା ଖାଇ ଠିକ କରିବା କାମ। ଆଖିର ଦୃଷ୍ଟି ଶକ୍ତି କମିଗଲାଣି। କର ଚଖୁ ଡାକ୍ତର କହିଲାନି ମୋତିଆ ବିନ୍ଦୁ କାଟି ବାହାର କରିଦେବି। ନା ଏହି ଡାକ୍ତର ମାନେ ସବୁ କରିଦେବେ। ଗ୍ୟାରେଣ୍ଟି ଦେବେକି? ମୁଁ ଜାଣିଛି ବୁଢା ହେଲେ ମଣିଷର ଇନ୍ଦ୍ରିୟ ଗୁଡିକର କାମ ବାଦ ପଡ଼ିଯାଏ।ଦାନ୍ତ ଝଡ଼ିଗଲାଣି। କଳରେ ଦୁଇଟି ଉପରକୁ ଅଛି ,ତଳ ଦୁଇଟି ଘୋରିହୋଇ କେବଳ ଅଗ । ସେଇଥିରେ ଧୀରେ ଧୀରେ ଚୋବାଉଛି। ହାଡ଼ ପଡିଲେ ଅଟକି ଯାଉଛି । କଣ ପାଇଁ ଆଉ ଆଶା ବାନ୍ଧିବି। ନାଟକର ଶେଷ ଦୃଶ୍ୟରେ ମୁହଁରୁ ରଙ୍ଗ ଲିଭିଲାଣି। ବେଳେ ବେଳେ ପେଟ ତାର ନାଟ ଦେଖେଇ ଚାଲିଛି। ପତ୍ନୀ ଦିନି ଗ୍ୟାସ ବଟିକା ସନ୍ଧ୍ୟାରେ ଦେଇ ଚାଲିଛନ୍ତି। ଔଷଧ ଖାଇବାକୁ ମନେ ପଡୁନି। ମୁଣ୍ଡ କଥା ଶୁଣିଲେରେ ପାଗଳ କହିବ । ବଜାରରୁ ସଉଦା ଆଣିବାକୁ ଗଲେ କେତେ ଟଙ୍କା କାହାକୁ ଦେଲି ମନେ ପଡୁନି। ଥରେ ଜଣକୁ କୋଡିଏ ଟଙ୍କା ଦେବା ଜାଗାରେ ଦୁଇସ ଟଙ୍କା ନୋଟଟି ଦେଇ ଆସିଲି। ତାକୁ ଯାଇ ପଚାରିବାରୁ ଫାଙ୍କି ଦେଲା, କହିଲା ମତେ କୋଡିଏ ଦେଇଛନ୍ତି। ଗଲା କେତେ ରହିଲା କେତେ ହିସାବ ନାହିଁ। ଛୋଟିଆ କାମକୁ ଦିନ ତମାନ ଲଗେଇ ଦେଲେବି କାମ ସରୁନି। ସବୁ ଦିନ ଭୋରୁ ଉଠିବାକୁ ମନ ଚାହୁଁନି। ଆଡେ ପତ୍ନୀ କହୁଛନ୍ତି ଦିନି ସକାଳୁ ଉଠି ଚାଲିବାକୁ ଜା।
କ୍ରମଶଃ.......