Sunanda Mohanty

Abstract Fantasy Thriller

3  

Sunanda Mohanty

Abstract Fantasy Thriller

ହେରିଡିଟାରୀ

ହେରିଡିଟାରୀ

4 mins
138


ଜେଜେମା କହି ଚାଲିଥିଲେ, ବାପା ମାଆ ଓ ଚାରି ଭଉଣୀ ଦୁଇ ଭାଇଙ୍କୁ ନେଇ ତାଙ୍କ ପରିବାର. ବାପା ଥିଲେ ଭାରି ଖୁସି ମିଜ୍ଜାଜର ଲୋକ ସେ ସବୁ ଭାଇଭଉଣୀଙ୍କ ନାମ ଇଂରାଜୀରେ କଣ ହେବ କହି ଯଥାକ୍ରମେ ରବର୍ଟସନ ବଜାଫଜ, ଜୋକରସନ ଗିଜଗୁଜ, ଚନ୍ଦରସନ କିରଗୀଜ, ସାମସନ ଟରଟୋଜ ମାଇକେଲ ମମିଜ ଓ ପିଟରସନ ଟିନଟୋଜ ବୋଲି ଆମ ଛଅ ଭାଇ ଭଉଣୀଙ୍କ ନାମ ରଖିଥିଲେ. ସେତେବେଳେ ଆଉ ଥରେ ଶୁଣନ୍ତୁ ଓ ଅନୁରୋଧରେ ଆଉଥରେ ବୋଲି ସଂଗୀତ କାର୍ଯ୍ୟକ୍ରମ ପରିବେଶତ ହେଉଥାଏ. ସେଦିନ ମୋ ବାପାଙ୍କ ପାଖରେ ଆମେ ସବୁ ଭାଇ ଭଉଣୀ ଘେରି ବସିଥାଉ. ବୋଉ ମଧ୍ୟ ଟିକେ ଦୂରରେ ବାପାଙ୍କ ପାଇଁ ପାନ ଭାଙ୍ଗିବାରେ ବ୍ୟସ୍ତ ଥାଏ. ଏହି ସମୟରେ ରେଡ଼ିଓର ଆଉଥରେ ଶୁଣନ୍ତୁ କାର୍ଯ୍ୟକ୍ରମରେ ବାପା ଓ ବୋଉଙ୍କ ନାମ ସହିତ ଆମ ଛଅ ଭାଇଭଉଣୀଙ୍କ ଅନୁରୋଧରେ ବାଜିଥିଲା ଆମ ମାନପସନ୍ଦର ଗୀତଟିଏ. ଗୀତଟି ଥିଲା ପ୍ରଫୁଲ୍ଲ କରଙ୍କ କଣ୍ଠରେ, "କମଳ ଦେଶ ରାଜ କୁମାର ମୁଁ,ହାତରେ ପୁଷ୍ପଧନୁ". ତା ପରଠୁ ଆମେ ଖୁବ ଖୁସି ହୋଇ,ନଦିଆ ବିହାରୀ ମହାନ୍ତିଙ୍କ ପରିଚାଳନାରେ ରେଡ଼ିଓର ଶିଶୁ ସଂସାରରେ ଶିଖା ଯାଉଥିବା ପ୍ରତ୍ୟକଟି ଶିଶୁ ଗୀତ ରବିବାର ଦିନ ସକାଳ ଆଠଟା ବେଳେ ଶିଖୁଥିଲୁ. ମିକୁ ତାଳି ମାରି କହୁଥିଲା ସେଇଥିପାଇଁ ଜେଜେମା ତମେ ସୁନ୍ଦର ଭଜନ ସବୁ ସହ ସଂଗୀତ ଗାଇପାର କି?? ହଁ ରେ ନାତିଆ ସବୁ ମୋ ବାପାଙ୍କ ପ୍ରେରଣା ସହ ରେଡ଼ିଓର ସିଧାପ୍ରଶାରଣର ପ୍ରେରଣା.ଆଛା ତୁମ ନାମ କଣ ଥିଲା. ମୋ ନାମ ରବର୍ଟସନ ବଜଫଜ ଥିଲା କହି ହସି ହସି ଜେଜେମା ମୁଗ୍ଧ ହେଲାବେଳେ, ଜେଜେ ବଜାରରୁ ଗରମ ଗରମ ବରା ଓ ଆଳୁଦମ ନେଇ ଆସିଥିଲେ ସେ ମଧ୍ୟ ତାଙ୍କ ପିଲାଦିନର ରେଡ଼ିଓରେ ସିଧା ପ୍ରଶାରଣର ଗୋଟିଏ ସ୍ମୃତି ଚାରଣ କରୁଥିଲେ.

   ଜେଜେ କହି ଚାଲିଥିଲେ ଯେ ତାଙ୍କ ସମୟରେ ରେଡ଼ିଓରୁ ସିଧାପ୍ରଶାରଣ ସମସ୍ତ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ଲାଗେ. ଆଜିକାଲି ତୁମେ ଟିଭିରେ ଶୁଣିବା ସହ ଦେଖୁଥିବାରୁ ଶୁଣିବାକୁ ଏତେ ବେଶୀ ଧ୍ୟାନ ନଦେଇ ଦେଖୁଛ. ଫଳରେ ଫଟୋ କହେ କଥା ଭିତରେ ବୁଡି ରହି ଶୁଣିବାକୁ ଅଣହେଳା କରୁଛ କିନ୍ତୁ ଜାଣିଛୁ ମିକୁ ଶିକ୍ଷା ପାଇବାକୁ ହେଲେ ବା ଜ୍ଞାନ ଆହରଣ କରିବାକୁ ହେଲେ ଶୁଣିବା, କହିବା,ପଢିବା,ଓ ଲେଖିବା ଭିତରୁ ଶୁଣିବା ପ୍ରଥମ ସୋପାନ ଅଟେ. ମନଦେଇ ଶୁଣିଲେ ବହୁତ କଥା ଶିଖି ହୋଇଯାଏ. ସେମିତି ସେତେବେଳେ ରେଡ଼ିଓରୁ ପ୍ରଶାରିତ ଅନେକ କାର୍ଯ୍ୟକ୍ରମ ଭିତରୁ ଗାଁ ପରିମଳ ଧୋବା ତୁଠରୁ, ଗାଁ ପରିବେଶ, କୃଷିର ଉର୍ନ୍ନତିରେ ଗ୍ରାମର ଉର୍ନ୍ନତି ଆଦି ବହୁ କୃଷି ଭିତ୍ତିକ କାର୍ଯ୍ୟକ୍ରମ ପ୍ରଶାରିତ ହୁଏ. ଆମେ ସବୁ ଆମ ଗ୍ରାମର ଯୁବକ ଦଳ ସେହି ଗାଁ ପରିମଳ ଓ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଶୁଣି ଆମ ଗ୍ରାମକୁ ସରସ ସୁନ୍ଦର କରିବାକୁ ଚିନ୍ତା କଲୁ. ପୋଖରୀରୁ ଦଳ କାଢ଼ି, ରାସ୍ତାଘାଟ ସଫା କରି, ସବୁଘରର ଅଳିଆ ସବୁକୁ ଗୋବର ସହିତ ଏକାଠି କରି କମ୍ପୋଷ୍ଟ ସାର ପ୍ରସ୍ତୁତ କଲୁ ତା ପରେ ପରେ ଆରମ୍ଭ କଲୁ ପନିପରିବା ଚାଷ, କୁକୁଡ଼ା ଫାର୍ମ, ମାଛ ଚାଷ ଇତ୍ୟାଦି. ଗ୍ରାମର ମୁଖିଆ ମାନଙ୍କ ପରାମର୍ଶ ନେଇ, ମହିଳା,ଝିଅ, ବୋହୁମାନଙ୍କ ସହଯୋଗ ତଥା ତୁମ ପରି ଛୋଟ ଛୋଟ ପିଲାମାନଙ୍କୁ ଗ୍ରାମର ସ୍ୱଚ୍ଛତା କିପରି ରଖାଯାଇ ପାରିବ ଶିଖେଇ ଲାଗିପଡିଲୁ ଉର୍ନ୍ନତ ପରିବେଶ ସମ୍ପର୍ଣ୍ଣ ଗ୍ରାମରେ ପରିଣତ କରିବାରେ. ଆଉ ଯୋଉ ଦିନ ରେଡ଼ିଓରେ ଆମ ଗ୍ରାମ ଆମ ଗ୍ରାମର ଯୁବକ ସଙ୍ଘର ସମସ୍ତ ଯୁବକଙ୍କ ନାମ କହି ପରିବେଷଣ ହେଉଥିଲା ସିଧା ପ୍ରଶାରଣ ରେଡ଼ିଓରେ, ଆମ ଗ୍ରାମ ସରପଞ୍ଚ କହୁଥାନ୍ତି ଆମ ସମୂହ ବଳିଦାନ କଥା ତ ଆମ ମନ କୁଣ୍ଢେମୋଟ. ସେସବୁ ଶୁଣିବା ପରେ ଆମ ଦେହରେ ଶତ ସିଂହର ବଳ ଆସିଥିଲା. ପାଠ ଶାଠ ପଢିବା ପାଇଁ ସମସ୍ତେ ପଢିବା ସମସ୍ତେ ବଢିବା ଗ୍ରାମର ନାମ ରଖିବା ସ୍ଲୋଗାନ ଦେଇ ଆମେ ସମସ୍ତଙ୍କୁ କର୍ମ ସଚେତନ କରୁଥିଲୁ. ଜେଜେଙ୍କ କଥା ସରିବା ପରେ ପୁଣି ସମସ୍ତେ ତାଳି ମାରିଥିଲେ.

   ଏହା ପରେ ବୋଉର ପାଳି ପଡିଥିଲା ସେ କହୁଥିଲା ତାଙ୍କ ସମୟରେ ସଂଗୀତା ମହାପାତ୍ର ଓ ସୁଚିତ୍ରା ମହାପାତ୍ର ବୋଲି ଦୁଇ ଭଉଣୀଙ୍କ ସୁଲଳିତ କଣ୍ଠରେ ରାମାୟଣ ଗାନର ସିଧା ପ୍ରଶାରଣ ଶୁଣି ଶୁଣି ସେ ରାମାୟଣ ପଢିବାକୁ ଆଗ୍ରହ ହେବା ସହ ତା ସହିତ ଗୀତା ଭାଗବତ ମହାଭାରତ ପଢିବାକୁ ପ୍ରେରଣା ପାଇବା ସହ ଗୀତ ବୋଳିବାକୁ ଭଲପାଆନ୍ତି.ଏଥର ବାପାଙ୍କୁ ପଚରା ଯାଇଥିଲା ରେଡ଼ିଓର ସିଧା ପ୍ରଶାରଣର ଅସର ତାଙ୍କ ଉପରେ କିପରି କେମିତି କେତେବେଳେ ପଡିଥିଲା ତ ସେ ଟିକେ ଜେଜେଙ୍କ ଆଡକୁ ଅନାଇ, ହସି ହସି କହିଥିଲେ ତୁମ ଜେଜେ ଖାଲି ଗ୍ରାମ ପରିମଳ ଓ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଶୁଣୁନଥିଲେ ମ ତା ସହିତ ପରା ଯୁବବାଣୀର ପ୍ରତ୍ୟକଟି ଗୀତ କୁ କଣ୍ଠସ୍ଥ କରିବା ସହ ହିନ୍ଦୀ ଗୀତ ଶୁଣୁଥିଲେ ବିନାକା ବୋଲି ଏକ ପ୍ରୋଗ୍ରାମରୁ. ମତେ କଟକଣା ଥିଲେ ମଧ୍ୟ ମୁଁ ଲୁଚି ଲୁଚି ସୁବାସ ଦାସଙ୍କ ମୋ ସୁନା ଚଢେଇ ମୋ ରୁପା ଚଢେଇ ମୋ ମନ ନେଇ ତୁ ଉଡ଼ିଯା ଗୀତ ଶୁଣିବା ସହ ବିନାକା ଗୀତମାଳାରୁ ଚିହ୍ନୁଥିଲି କିଶୋର କୁମାର, ମାନ୍ନା ଦେ,ରଫି ସାହେବ ଇତ୍ୟାଦିଙ୍କୁଯେମିତି ଓଡ଼ିଆ ସଙ୍ଗୀତଜ୍ଞମାନଙ୍କୁ ଚିହ୍ନି ସାରିଥିଲି ଅକ୍ଷୟ ମହାନ୍ତି, ଚିତ୍ତ ଜେନା, ସିକନ୍ଦର ଆଲାମ ପ୍ରଣବ ପଟ୍ଟନାୟକ, ଗୀତା ପଟ୍ଟନାୟକ ଓ ତୃପ୍ତି ଦାସ ଇତ୍ୟାଦିଙ୍କୁ. ପୁଣି ଟିକେ ଜେଜେମା ଆଡକୁ ଅନେଇ ବାପା କହୁଥିଲେ ମୋ ବୋଉ କଣ କମ କି ଶାନ୍ତି ଲତା ବାରିକଙ୍କ କଣ୍ଠରୁ, ଭଜି ଭଜି ତୋ ନାମ ଚକାନୟନ ଗୀତ ବାଜିଲେ ରେଡ଼ିଓ ପାଖ ଛାଡେନା.ଏବେ ଶାନ୍ତି ଲତା ବାରିକଙ୍କ ମୃତ୍ୟୁ ଖବରରେ, ଲୁଚେଇ ଲୁଚେଇ କାନ୍ଦୁଥିବାର ଦେଖିଛି ମୁଁ.ପୁଣି ସମସ୍ତେ ତାଳି ମାରୁଥିଲେ ଖୁସିରେ ଆତ୍ମହରା ହୋଇ. ତା ଆରଦିନ ଜେଜେ ପୁରୁଣା ଫିଲପ୍ସ ରେଡ଼ିଓଟିକୁ ସଜାଡି ଆଣିବା ପରେ ବାପା ତାକୁ ଇଲେକ୍ଟ୍ରିରେ ଯୋଗ କରିଦେଇଥିଲେ. ଗ୍ରାମର ସବୁ ଲୋକ ମିକୁ ସାଙ୍ଗମାନଙ୍କ ସହିତ ଅବସର ସମୟରେ ରେଡ଼ିଓରୁ ଭାଷି ଆସୁଥିବା ସିଧା ପ୍ରଶାରଣ କାର୍ଯ୍ୟକ୍ରମ ସବୁ ଶୁଣି, ଦେଶ ବିଦେଶର ଖବର ଜାଣିବା ସହ ପୃଥିବୀ ସହ ସମତାଳ ରଖି ଆକାଶ ମଧ୍ୟ ଗୋଟିଏ ଗ୍ରାମ ପରି ହୋଇଗଲାଣି ସେକଥା ବୁଝୁଥିବା ବେଳେ, ସଂଗୀତ କାର୍ଯ୍ୟକ୍ରମ ଗୁଡିକ ମିକୁ ଓ ମିକୁ ପରିବାର ଉପଭୋଗ କରୁଥିଲେ ପୁଷି ସହ ବଇଁଶୀ ଓ ହାରମୋନିଅମ ତାଳେ ତାଳେ.ସମସ୍ତେ ବୁଝିସାରିଥିଲେ କି ମିକୁ ଭିତରେ ଥିବା ସଂଗୀତ ପ୍ରତିଭା ତାର ରକ୍ତଗତ ଗୁରୁମାନଙ୍କ ଦାନ.



Rate this content
Log in