Samar Ballav Bhoi

Children Stories Action Inspirational

3  

Samar Ballav Bhoi

Children Stories Action Inspirational

ହାତୀପଲ ଓ ବିସ୍ଥାପନ

ହାତୀପଲ ଓ ବିସ୍ଥାପନ

2 mins
192



ଥରେ ଭୁଗୋଳ ସାର ପିଲା ମାନଙ୍କୁ ଜଙ୍ଗଲ ବିଷୟରେ କହିବାକୁ ଆରମ୍ଭ କଲେ। ମାଧବ କହିଲା ସାର୍ ଜଙ୍ଗଲ କଥା କହିବା ପୂର୍ବରୁ ଆମକୁ ଟିକିଏ ହାତୀ ମାନଙ୍କ ବିଷୟରେ କିଛି କୁହନ୍ତୁ। ସାର କହିଲେ ମୁଁ ସେହି ହାତୀମାନଙ୍କର କଥା କହିବାକୁ ଚାହୁଁଛି, ହାତୀ ମାନେ ତ ଜଙ୍ଗଲ ରେ ରୁହନ୍ତି, ହାତୀମାନଙ୍କର ପ୍ରକୃତ ବାସସ୍ଥାନ ହେଉଛି ଜଙ୍ଗଲ, ଆଗରୁ ରାଜାମାନେ ହାତୀମାନଙ୍କୁ ନିଜର ବାହନ କରି ଯୁଦ୍ଧ କ୍ଷେତ୍ରରେ ଲଢ଼ୁଥିଲେ। ମଣିଷ ର ସୁବିଧା ନିମନ୍ତେ ସେମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନବା ଆଣିବା କରୁଥିଲେ। ସମୟ କ୍ରମେ ମଣିଷର ଇତିହାସ ଓ ଭୁଗୋଳ ରେ ପରିବର୍ତ୍ତନ ଆସିଲା, ମଣିଷର ବାସସ୍ଥାନ ବଢ଼ିବାରେ ଲାଗିଲା, ହାତୀମାନଙ୍କୁ ମାହୁନ୍ତ ମାନେ ଧରି ପୋଷା ମନାଇ ସେମାନଙ୍କ ଦ୍ୱାରା ବହୁତ ଲାଭବାନ ହେଉଥିଲା। ଆଗରୁ ଗାଁ ମାନଙ୍କୁ ହାତୀ ନେଇ ଆସିଲେ " ପିଲା ମାନେ ହାତୀ ଆସିଛି ବୋଲି କହି ଗାଁ ଦାଣ୍ଡରେ ଭିଡ ଜମାନ୍ତି" ଗାଁ ର ଲୋକ ମାନେ ଧାନ ଦାନ କରନ୍ତି , ସେମାନେ ମାସ ମାସ ଧରି ଗାଁ ଗାଁ ବୋଲି ଧାନ ଚାଉଳ ସଂଗ୍ରହ କରନ୍ତି, ଆଜି କିନ୍ତୁ ସେ ହାତୀ ପାଇଁ ଆଉ ଗାଁ ଗହଳିରେ ଭିଡ ଜମୁ ନାହିଁ, ସମୟର ପରିବର୍ତ୍ତନ ସହିତ ମଣିଷର ସଂଖ୍ୟା ବଢ଼ି ଚାଲିଛି, ମଣିଷ ପାଇଁ ବାସସ୍ଥାନର ଆବଶ୍ୟକତା ବଢ଼ି ଚାଲିଛି, ମଣିଷ ନିଜର ସ୍ବାର୍ଥ ପାଇଁ ଜଙ୍ଗଲକୁ କାଟି ନିଜର ବାସସ୍ଥଳୀ କରିଚାଲିଛନ୍ତି, ବିଜ୍ଞାନ ଓ ବୈଷୟିକ ଜ୍ଞାନର ପ୍ରୟୋଗ କରି ଜଙ୍ଗଲ ନଷ୍ଟ କରି ନିଜ ପାଇଁ ବଡ଼ ବଡ଼ ପ୍ରାସାଦ ତିଆରି କରି ଚାଲିଛି। ହାତୀ ଏକ ସମ୍ବେଦନଶୀଳ ଜୀବ, ରୂପ ଓ ଶରୀରେ ବିରାଟ। ମଣିଷର ସ୍ବାର୍ଥ ହାସଲ ରେ ଜଙ୍ଗଲ ନଷ୍ଟ ହେଉଛି, ଜଙ୍ଗଲ ନଷ୍ଟ ହେଉଥିବାରୁ ସେମାନଙ୍କ ରହିବା ରେ ଅନେକ କ୍ଷତି ହେଉଛି, ସେମାନଙ୍କ ଜଙ୍ଗଲ କ୍ଷୟ ହେଉଥିବାରୁ , ଅନେକ ସମୟରେ ସେମାନେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ଛାଡ଼ି ଗାଁ ଗହଳିରେ ପଶିଯାଉଛନ୍ତି , ଅନେକ କ୍ଷତି ଘଟାଉଛନ୍ତି, ସତରେ ହାତୀ ମଣିଷ ଭିତରେ ଲଢେ଼ଇ ଚାଲିଛି। ହାତୀ ମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି, ଅନେକ ସମୟରେ ହାତୀମାନଙ୍କର ଜୀବନ ହାନି ହେଉଛି। ହାତୀ ଆକ୍ରମଣରେ ଅନେକ କ୍ଷୟ କ୍ଷତି ଘଟୁଛି, ବୁଝିଲ ପିଲାମାନେ , ହାତୀ ର ଜଙ୍ଗଲ ନଷ୍ଟ କରୁଥିବା ମଣିଷ ବୁଝି ବି ଅବୁଝା , ସେମାନଙ୍କ ପ୍ରତି ବିପଦ ବଢ଼ିଚାଲିଛି, ସେଥିପାଇଁ ସେମାନେ ବିସ୍ଥାପିତ ହେଉଛନ୍ତି, ହାତୀ ମଣିଷ ଯୁଦ୍ଧରେ ହାତୀମାନେ ମଣିଷର କ୍ରୃରତାର ଶୀକାର ହେଉଛନ୍ତି। ହାତୀ ମାନଙ୍କ ସଂଖ୍ୟା ବହୁତ କମିଯାଇଛି, ତେଣୁ ତମେ ମାନେ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ପ୍ରତି ନଜର ଦେଲେ ଭଲ ହେବ, କ'ଣ ହେବ କିଏ ଜାଣେ, ଆଉ କିଛି ବର୍ଷ ପରେ ଖାଲି ହାତୀ କାହିଁକି ସମସ୍ତେ ଫଟୋ ରେ ଦେଖିବାକୁ ପାଇବ। ଏବେବି ସମୟ ଅଛି ପରିବର୍ତ୍ତନ ପାଇଁ। 


Rate this content
Log in