Akshayakumar Dash

Tragedy Action Inspirational

3  

Akshayakumar Dash

Tragedy Action Inspirational

ହାରିଯିବା

ହାରିଯିବା

2 mins
188


 ସେଇ ଆଗରେ ମୁଣ୍ଡ ଟେକି ଆଦିମ କାଳରୁ ଥିବା ପାହାଡର ତଳେ ବହିଯାଉଛି ବ୍ରାହ୍ମଣୀ ନଈ । ନଈ ପାଖକୁ ଠିକ ପାହାଡ଼କଡ଼କୁ ମନ୍ଦିର । ଶିବ ବାବା ଗୋକନେଶ୍ୱର ।ଆଗରେ ଜାତୀୟ ରାଜପଥ ।ମନ୍ଦିରର ପଛକୁ କିଛି ଦୂର ପାହାଡ଼ କଡେକଡେ ଗଲେ ନଈ ଭିତରକୁ ପସିଆସିଛି ଛୋଟିଆ ନାଳଟିଏ ।ଏହି ନାଳଟି ଦେଇ ଉପରକୁ ଆସିଲେ ଦେଖିବାକୁ ମିଳେ ଟିକି ଝରଣାଟିଏ । ଅନବରତ ଦୁଇ ପଥର ଯୋଡ଼େଇ ଜାଗାରୁ ପାଣି ଝରେ ।ପାହାଡର ତଳ ଦେଶରୁ ସଂଯୋଗ କରି ଆଉଗୋଟିଏ ଛୋଟ ପାହାଡ଼ । ପାହାଡ଼ ନକହି କେହି କେହି ମୁଣ୍ଡିଆ ବୋଲି କୁହନ୍ତି ।ବଡ଼ ଚଟାଣ ଉପରେ ବସି ଜୀବନ ନିର୍ଜନ ବେଳାରେ ଦେଖୁଛନ୍ତି ପ୍ରକୃତିର ଛବି । ଝରଣାର ପାଣି ଝରିଝରି ଯାଉଛି ।ଆଗକୁ ଛୋଟ ନାଳଟିଏ ହୋଇ ଗତି କରୁଛି ନଦୀରେ ମିଶିବାକୁ ।ଜୀବନ ଅନୁଭବର ପ୍ରଥମ ସୋପାନରେ ବସି ଜୀବ ଓ ପରମର ସମ୍ପର୍କ ବିଷୟରେ ଚିନ୍ତା କଲେ ।କିଛି ଛୋଟ ଛୋଟ ବୃକ୍ଷ ସ୍ୱାଗତ କରୁଛନ୍ତି ଜଣେ ଆଗନ୍ତୁକକୁ ଦେଖି । କିଛି ଛଡେଇ ବସି ଗଛରେ ଖିଚିରି ମିଚିରି ହେଉଛନ୍ତି । ଏଣ୍ଡୁଅଟିଏ ବୁଦା ମୁଳୁ ବାହାରି ଟିକେ  ଆଗକୁ ଆସି ଜୀବନ ଆଡକୁ ଚାହିଁ ରହିଛି ।ବୋଧେ ଅଜଣା ଲୋକଟିକୁ ନୂଆ ଦେଖି ଭାବୁଛି କିଏ କାହିଁକି ଏଠାରେ ଏକୁଟିଆ ବସିଛି ।

ଏହି ସମୟରେ ପଛପଟୁ ପାରା ଦୁଇଟି ଉଡ଼ିଆସି ଝରଣାର ପାଣି ପିଇ ଉଡିଗଲେଣି ।ଏଣ୍ଡୁଅଟି ତାର ବୁଦାକୁ ପଶିଗଲାଣି । ଜୀବନ ଦେଖୁଛନ୍ତି, ଉପରେ ଆକାଶ ତଳେ ଧରିତ୍ରୀର ଛୋଟ ଛିଟା ଟିଏ ।ଯେଉଁଠି ପ୍ରକୃତି ଶାନ୍ତ ସରଳ ଶିଶୁଟି ପରି ଶୋଇରହିଛି ।ଆକାଶକୁ ଚାହିଁ ।ଝଲକେ ପବନ ଖେଳିଗଲା ।ବନ ଫୁଲର ମହକ ବାରି ହୋଇ ଉଠିଲା । ମଣିଷ ଅତ୍ୟାଚାର କରି ଚାଲିଛି ଏହି ଧରିତ୍ରୀର ଶୋଭାକୁ । ଚିରି ଦେଉଛି ମାର ବସନ । ଉଲଗ୍ନ କରିଦେଇଛି । ଦଂଶନ କରିଛି ଦେହସାରା। ଯୌନ ପିପାସୁ ବ୍ୟକ୍ତିଟି ବୁଝିପାରେ ନାହିଁ ପ୍ରେମ ଅର୍ଥ । ଉପଭୋଗ କରି ଚାଲେ । ସବୁ ନାରୀ ତାପାଇଁ ଯୌନ ସମ୍ଭୋଗର ପାତ୍ର ।ମାନସିକ ବିଷାଦ ଗ୍ରସ୍ତ ମଣିଷର ସୁଖ ଗୋଟିଏ ସ୍ୱପ୍ନ । ଜୀବନ ଭିତରେ ଆନ୍ଦୋଳିତ କରୁଛି ଆଉଗୋଟିଏ ଚେତନା । ତାକୁ ଜାଗ୍ରତ କରୁଛି ମୋକୋଡ଼କୁ ଚାଲିଆ ,ଏଠାରେ ଫଳ ମୂଳପତ୍ର ରସ ସବୁ ବଞ୍ଚିବାର ଉପାଦାନ ପୁରିରହିଛି । ଜୀବନ ଦେଖୁଛି, କେତେ ପବିତ୍ର ଏ ଜଳ। ଯାହା କାଚ କେନ୍ଦୁ ପରି ଦେଖିବାକୁ ନିର୍ମଳ । ଫେରିବାକୁ ପଡିବ ଏଠାକୁ । ବିଷର ବଳୟରୁ ଫେରିଆସି ଅମୃତକୁ ପାଇବାକୁ ସମୟ ଚାହେଁ ।



Rate this content
Log in

Similar oriya story from Tragedy