Pratap Chandra Mishra

Children

3  

Pratap Chandra Mishra

Children

ଗୁରୂପୂଜା

ଗୁରୂପୂଜା

7 mins
276



ଗୋବର୍ଦ୍ଧନ ବୈଠାରୁ ଗାଆଁ ସ୍କୁଲ୍ କୁ ବଦଳି ହୋଇ ଆସିଛି।ମୋଟା ଅଙ୍କ ଉପର ହାକିମ କୁ ହାତ ଗୁଞ୍ଜା ଦେଇ। ଅନେକ ପରିଶ୍ରମ ପରେ ସେ ଆଜି ସଫଳତା ପାଇଛି। ସେ ପଢୁଥିବା ବିଦ୍ୟାଳୟ ରେ ଶିକ୍ଷକତା କରିବ । ମନ ଟା ଭାରି ସରଶ।ଘର ଲୋକ ବି ଆହୁରି ଖୁସି।ନିତି କୋଡ଼ିଏ କିଲୋମିଟର ଯାତ୍ରା କରିବା କୁ ପଡୁଥିଲା।ଯିବା ଆସିବା ଭାରି କଷ୍ଟ। ବର୍ଷା ବା କିଛି ଅସୁବିଧା ହେଲେ ଦୂର ଗାଆଁ ରେ ରହିବା ବଡ଼ ମୁସ୍କିଲ। ସେ ଯାହା ହଉ ଉପର ବାଲା ଡାକ ଶୁଣିଲେ । ଅନ୍ତତଃ ପକ୍ଷେ ସାହା ହେଲେ।ବଦଳି ହୋଇ ଆସିଗଲେ ଗୋବର୍ଦ୍ଧନ ବା ଗାଆଁ ର ଟୋକା ଗୋବରା,ବା ଗୋବରା ଆଜ୍ଞା।

ତାକୁ ପାଠ ପଢ଼ାଉଥିବା ଶିକ୍ଷକ ମାନେ ପ୍ରାୟ ମରି ହଜି ଗଲେଣି,ବା କର୍ମ ରୁ ଅବସର ନେଇ ନିଜ ଗାଁକୁ ଫେରି ଗଲେଣି। ହେଲେ ସେହି ଗାଆଁ ରେ ପରିଣତ ବୟସ ରେ ରାଧା ମାଷ୍ଟ୍ରେ ଅନ୍ୟ ଗାଆଁ ରୁ ଆସି , ଗୋବରା ର ଗାଆଁ ରେ ଚାକିରି କରୁଥିଲେ ମାଷ୍ଟର ହୋଇ।ସେ ଆଉ ନିଜ ଗାଆଁ କୁ ଗଲେ ନାହିଁ ।ଏହି ଗ୍ରାମ ରେ ଘର ଖଣ୍ଡେ କିଣି ବସତି ସ୍ଥାପନ କରି ରହୁଛନ୍ତି। ଗୋବରା ହେଉଛି ଏକ ମାତ୍ର ଶିଷ୍ୟ ଯିଏ କି ସେ ତାଙ୍କ ପାଖେ ପ୍ରାୟ ଥାଏ। ଭଲ ମନ୍ଦ ବୁଝୁ ଥାଏ । ଅନ୍ୟ ଶିଷ୍ୟ ମାନେ ନିଜ ନିଜ କର୍ମ ଆଦରି ଭିଟା ମାଟି ଛାଡି ପର ମୂଲକ ରେ ପେଟ ପୋଷିବା ପାଇଁ କାର୍ଯ୍ୟ ରତ। କାଆଁ ଭାଆଁ କିଏ କେତେବେଳେ ରାଧା ସାର୍ ଙ୍କୁ ଭେଟି ବାକୁ ଗାଁକୁ ଆସିଥାନ୍ତି। ଗୋବରା କିନ୍ତୁ ସାର୍ ଙ୍କ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ। ସେ ପୂଜ୍ୟ ଗୁରୁ ଙ୍କୁ ଯଥାମାନ୍ୟ ସମ୍ମାନ ଦେଇ ଥାଏ। ତାଙ୍କରି ପ୍ରେରଣା ବଳ ରେ ସେ ଯୋଗ୍ୟ ହୋଇଛି। ତାଙ୍କରି ଆଦର୍ଶ ରେ ସେ ବି ଶିକ୍ଷକ ହୋଇପାରିଛି।ସେହି ସ୍କୁଲ ରେ ଯେଉଁଠି ଜ୍ଞାନ ର ସୌଧ ଗଢ଼ିବା ଆରମ୍ଭ କରିଥିଲା ଗୋବରା। ଛାତି କୁଣ୍ଢେ ମୋଟ। କିନ୍ତୁ ବର୍ତ୍ତମାନ ଶିକ୍ଷ୍ୟା ଦାନ ଶିକ୍ଷକତା ଓ ଶିଷ୍ୟ ସମାଜ ଏକ ଭିନ୍ନ ପ୍ରଣାଳୀ ଦେଇ ଗତି କରୁଛି। ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାମ, ଶିକ୍ଷାର୍ଥୀଙ୍କୁ ଉପଯୁକ୍ତ ଜ୍ଞାନ ପ୍ରଦାନ ସହ ତାଙ୍କରି ସମୂହ ଯତ୍ନ,ସୁରକ୍ଷା ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ। ସଂସ୍କାର, ସଂସ୍କୃତି,ସହନଶୀଳତା ଓ ବଳିଷ୍ଠ ନାଗରିକ ହେବାପାଇଁ ଏବଂ ସମାନ ଭାବେ ସମସ୍ତେ ପାଠ ପଢିବା ର ସୁଯୋଗ ରୁ କିଏ ବଞ୍ଚିତ ନ ହେବେ ସେଥି ପ୍ରତି ଶିକ୍ଷକ ଙ୍କ ଉପରେ ଗୁରୁ ଦାଇତ୍ୱ ସରକାର ଢାଳି ଛନ୍ତି।ଛାତ୍ର/ଛାତ୍ରୀ ଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେମାନଙ୍କ ଖାଦ୍ୟ,ପୋଷାକ, ସ୍ଵସ୍ଛତା,ବହି ବସ୍ତାନି ଯୋଗାଣ ହେତୁ ସବୁ ବନ୍ଦୋବସ୍ତ ନିଃସ୍ୱାର୍ଥ ଭାବେ ଦାଇତ୍ୱ ତୁଲାଇବା କୁ ନିଶ୍ଚିତ ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି। ସେହି ନୀତି ନିୟମ ଆଳ ରେ ଯେମିତି ଦୁର୍ନୀତି ନ ହେବ ଓ କୌଣସି ଶିଶୁ ବା ସେମାନଙ୍କ ଅଭିଭାବକ ମାନେ ହଇରାଣ ନ ହେବେ ସେଥି ପ୍ରତି ବିଶେଷ ଧ୍ୟାନ ଦେବାକୁ ସଂପୃକ୍ତ ସ୍କୁଲ ର ଶିକ୍ଷକ ମାନେ ସମ୍ପୂର୍ଣ ଦାଇତ୍ୱ ରେ ରହିବେ ବୋଲି ସରକାର ନିର୍ଦ୍ଧାରଣ କରିଛନ୍ତି। ସ୍କୁଲ କୁ ଦଣ୍ଡ ମୁକ୍ତ ଅଞ୍ଚଳ ବୋଲି ଘୋଷଣା କରାଯାଇଛି। ହେଲେ ଶିକ୍ଷ୍ୟା ଓ ଶିକ୍ଷ୍ୟା ନୀତି ଏବଂ ଶିଷ୍ୟ ମାନଙ୍କ ଚରିତ୍ର ଗଠନ ପାଇଁ ଆବଶ୍ୟକ ବାତାବରଣ ବିଗତ ଦିନ ରେ ସ୍କୁଲ ପରିବେଶ ଠାରୁ ପୁରା ଭିନ୍ନ। କାରଣ ଗୋବରା ପ୍ରଥମ ଥର ପାଇଁ ଗୁରୁ ଆସନ ରେ ନିଜ ଗାଆଁ ବିଦ୍ୟାଳୟ ରେ ପୂଜା ପାଇବ। ତେଣୁ ଛାତ୍ର ମାନେ ସ୍କୁଲ ରେ ଶିକ୍ଷକ ଙ୍କ ସମ୍ମାନ ରେ ପୂଜ୍ୟ ପୂଜା ସମାରୋହ ଆୟୋଜନ କରୁଛନ୍ତି।ନିର୍ଦ୍ଧାରଣ ସମୟ ରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ନିମନ୍ତ୍ରଣ କରାଗଲା ଶ୍ରେଣୀ କକ୍ଷ କୁ। ସମସ୍ତେ ଆସନ ଗ୍ରହଣ କଲେ। ସେ ମଧ୍ୟ ରେ ଗୋବରା ବି ଥାଏ। ନୂଆଁ କରି ସବୁ ଧିର ସ୍ଥିର ହୋଇ ନିରୀକ୍ଷଣ କରୁଥାଏ। ଶ୍ରେଣୀ କକ୍ଷ ନୂଆଁ ବୋହୂ ପରି ସଜା ହୋଇଛି। ଝିଲିମିଲି ଆଲୋକ ସାଙ୍ଗକୁ ବେଲୁନ ପେନ୍ଥା ପେନ୍ଥା ପୁଣିଁ ବିଭିନ୍ନ ରଙ୍ଗ ବେରଙ୍ଗ ବାନା ରେ ଶ୍ରେଣୀ କାନ୍ଥ ଝଲସି ଉଠୁଛି। ଇଲେକ୍ଟ୍ରୋନିକ୍ସ ଲାଇଟ୍ ମାଧ୍ୟମରେ ଶିକ୍ଷକଙ୍କ ନାମ ଶ୍ରେଣୀ କକ୍ଷ ଦୁଆର ଉପରେ ଲେଖା ମାଧ୍ୟମରେ ପ୍ରଦର୍ଶିତ ହେଉଛି।ଏ ସବୁ ସହ ଡି ଯେ ଶବ୍ଦ ରେ ଗାଆଁ ଫାଟି ଯାଉଛି। ବିଭିନ୍ନ ହିନ୍ଦୀ ଓଡ଼ିଆ ପ୍ରେମ ସଙ୍ଗୀତ ର ଶବ୍ଦ ରେ ସ୍କୁଲ ପ୍ରକଂପିତ,ଦୁର୍ବଳ ହୃଦୟ ବା ହାର୍ଟ ବେମାରୀ ବ୍ୟକ୍ତି ଯଦି ସେ ଶବ୍ଦ ର ନିକଟତର ହୁଏ ତେବେ ତାର ହାର୍ଟ ତା ହାତକୁ ଆପେ ଆସିଯିବ ନିଶ୍ଚୟ। ସେ ଯାହାହେଉ ଆଧୁନିକ ଯୁଗରେ ସବୁ ଉନ୍ନତ। ଚିନ୍ତା ଧାରା ବି ସେଭଳି ନ ହେଲେ ଯୁଗୋପ ଯୋଗୀ ହୋଇ ନାହାନ୍ତି ବୋଲି ସମାଲୋଚନା କରିବାକୁ ଲୋକେ ପଛେଇବେ ନାହିଁ। ଶିକ୍ଷକଙ୍କ ଅପମାନ ହେବ।ସେହି ସବୁ ପ୍ରତି ଧ୍ୟାନ ଦେଇ ଶିଷ୍ୟ ଗଣ ନିଜ ସାଧ୍ୟ ମତେ ସବୁ ଆୟୋଜନ କରିଛନ୍ତି।ପୂଜା ପର୍ବ ଆରମ୍ଭ ହେଲା।ଗୋବରା ସ୍କୁଲ ର ସହକର୍ମୀ ଙ୍କ ଅନୁମତି ନେଇ ,ସେହି ସ୍କୁଲ ରେ ଆଜି ବି ଜୀବିତ ଥିବା ତାର ପୂଜ୍ୟ ଗୁରୁଜୀ ରାଧା ସାର୍ ଙ୍କୁ ସମ୍ମାନିତ କରିବା ପାଇଁ ଉକ୍ତ ମଞ୍ଚ କୁ ଆଣିଥିଲା। ଗୋବରା ର ସହ କର୍ମୀ ମାନେ ପ୍ରାୟ ତା ସମାସ୍କନ୍ଦ ବା କେତେ ତା ବୟସରୁ ବି ଛୋଟ ହେବେ। ତେଣୁ ରାଧା ସାର୍ ଙ୍କୁ ସେହି ସ୍କୁଲ ର ପ୍ରାକ୍ତନ ଅଭିଜ୍ଞ ଶିକ୍ଷକ ଭାବେ ସମସ୍ତେ ସେମାନଙ୍କର ଆଦର୍ଶ ଭାବି,ରାଧା ସାର୍ ଙ୍କୁ ପ୍ରଥମେ ଶିକ୍ଷକ ମାନେ ପୂଜା ଅର୍ଚ୍ଚନା କରିବେ ଏବଂ ସେ ପୂଜା ଅଭ୍ୟର୍ଥନା ସରିଲେ ଆଧୁନିକ ଶିଷ୍ୟ ଙ୍କ ଦ୍ଵାରା ବିଦ୍ୟାଳୟ ର ଶିକ୍ଷକ ମାନେ ପୂଜିତ ହେବେ ବୋଲି ସ୍ଥିର ହେଲା।

ତେଣୁ ରାଧା ସାର୍ ଙ୍କୁ ସସମ୍ମାନେ ପ୍ରଧାନ ଶିକ୍ଷକ ଙ୍କ କକ୍ଷ କୁ ଅଣାଗଲା।ସେଇଠି ଗୋବରା,ରାଧା ସାର୍ ଙ୍କ ପାଦ ପ୍ରଖ୍ୟାଳନ କରିବା ସହ ଚନ୍ଦନ ପୁଷ୍ପ ଦେଇ ଅଭ୍ୟର୍ଥନା କରାଗଲା।ପରେ ପରେ ମଞ୍ଚ କୁ ପାଛୋଟି ନିଆଗଲା। ରାଧା ସାର୍ ଙ୍କ ଖୁସି କହିଲେ ନ ସରେ। ସେ ତାଙ୍କ ଜୀବନ ରେ ଏମିତି ମାଳି ଟିଏ ହୋଇ କେତେ ବୃକ୍ଷ ରୋପଣ କରିଛନ୍ତି ,ତନ୍ମଧ୍ୟରୁ ଗୋଟିଏ ଆଜି ସଫଳତା ର ଦ୍ଵାର ରେ ଉପନୀତ ଓ କର୍ମ ସ୍ଥଳ ରେ ସେ ପୂଜିତ ଓ ପ୍ରସ୍ପୁଟିତ। ବିଗତ ଦିନର ଦୃଷ୍ଟ ଗୋବରା କୁ ଶକ୍ତ ଚାପୁଡ଼ା ମାରି ଥିଲେ ମନେ ପକାଇ ସର୍ବ ସମ୍ମୁଖ ରେ ସେ ଅନୁତାପ କରୁଥିଲେ। କହୁଥିଲେ କ୍ରୋଧ ଜର୍ଜରିତ ହୋଇ ଗୋବରା ର ଅଝଟ ପଣ ପାଇଁ ତାକୁ ମାରିଥିଲି। ଯାହା ମତେ ପରେ ଭାରି କଷ୍ଟ ଦେଲା। ତା ପାଇଁ ଆଜି ଏହି ପବିତ୍ର ଗୁରୁ ଦିବସ ରେ ମୁଁ ଏଠି ସମ୍ମାନିତ। କ୍ଷୋଭ ପ୍ରକାଶ କଲା ବେଳକୁ ଗୋବରା କହୁଥିଲା ସାର୍ ଏସବୁ ମୋ ମର୍ମ ରେ ବହୁତ୍ ପ୍ରଭାବ ପଡ଼ିଥିଲା। ହୁଏ ତ ଆହୁରି କେତେ ଚାପୁଡ଼ା ଖାଇଥିଲେ ମୁଁ ଆହୁରି ନିଜକୁ ସୁଧାରି ପାରନ୍ତି। ଆହୁରି ବଡ ଚାକିରିଆ ହୋଇ ବହୁତ୍ ଭଲ କାମ କରିପାରନ୍ତି। ଯେମିତି ଅନ୍ୟ ସାଙ୍ଗ ମାନେ କିଏ ଆଏ ଏସ, କିଏ ସି ଇ ଓ, କିଏ ପ୍ରଶାସନିକ ଅଧିକାରୀ କିଏ ବୈଜ୍ଞାନିକ ହୋଇ ଛନ୍ତି। କିନ୍ତୁ ମୁଁ ଶିକ୍ଷକ ଟେ ହୋଇ ଏହି ଗାଆଁ ଚାରିପାଖରେ ହିଁ ଜୀବନ ଅତିବାହିତ କରିବି। ତେଣୁ ଆପଣ କ୍ଷୋଭ କରିବା ଯୁକ୍ତି ଯୁକ୍ତ ନୁହେଁ। ଭାବ ବିଭୋର ହୋଇ ରାଧା ସାର୍ ଓ ସ୍କୁଲ ର ଶିକ୍ଷକ ଏବଂ ଗୋବରା ମଞ୍ଚ ଅଭିମୁଖୀ ହେଲେ। ମଞ୍ଚ ନିକଟରେ ରାଧା ସାର୍ ଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ଦେଇ ସନ୍ନାମିତ କରାଗଲା। ସେ ବିଦ୍ୟାଳୟ ର ସମ୍ମାନିତ ଅତିଥି ହୋଇ ଆସିଥିଲେ।ଆସନ ଗ୍ରହଣ ପରେ ରାଧା ସାର୍ ଙ୍କୁ ଗୋବରା ତରଫରୁ ଦାମୀ କଲମ ଓ ଗୀତା ବହି ଉପହାର ରେ ଦିଆ ଯାଇଥିଲା। ଏଥର ପାଳି ପଡିଲା ସ୍କୁଲ ର ଶିକ୍ଷକଙ୍କ ସମ୍ମାନ ପାଇଁ ଗୁରୁପୂଜା। ଶିଷ୍ୟ ମାନେ ତାଙ୍କ ଗୁରୁଙ୍କ ସମେତ ରାଧା ସାର୍ ଙ୍କୁ ଭାସ୍କର ମାଳ ଅର୍ପଣ କଲେ।ହାତରେ ପୁଷ୍ପ ଗୁଚ୍ଛ ପ୍ରଦାନ କଲେ। ତତ୍ପଶ୍ଚାତ୍ ସାମ୍ନା ରେ ଥିବା ଟେବୁଲ୍ ରେ କେକ ଥୋଇ , ତା ଉପରେ ମହମ୍ ବତୀ ପୋତିଲେ।ଶିଷ୍ୟ ମାନେ ମହମବତୀ ଜଳାଇ ଅନୁରୋଧ କଲେ ରାଧା ସାର୍ ଙ୍କୁ ବତୀ ଲିଭାଇ ସଭା କାର୍ଯ୍ୟ ଆରମ୍ଭ କରିବା ପାଇଁ।କିନ୍ତୁ ହିନ୍ଦୁ ରୀତି ର ଏକ ପତିତ ପରମ୍ପରା ଯୋଗୁଁ ରାଧା ସାର୍ ଅଣାନିଶ୍ୱାସି ହୋଇ ବୟସ ର ପ୍ରକୋପ ରେ ସେ ବତୀ ଲଭାଇବା କାର୍ଯ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ନ୍ୟସ୍ତ କଲେ। ବତୀ ଲିଭିଲା।ପୁଣି କେକ କଟା ଗଲା। ସେଥିରୁ ସମସ୍ତେ ଟିକେ ଟିକେ ବାଣ୍ଟି ଉଦରସ୍ତ କଲେ। ଡ଼ି ଯେ ର ଉଗ୍ର ମୂର୍ଚ୍ଛନା ରେ ଶିଷ୍ୟ ଓ ଶିକ୍ଷକ ମାନେ ନୃତ୍ୟ କଲେ। କିଛି ସମୟ ବିତିଗଲା। ଗୁରୁ ଦିବସ ଉପଲକ୍ଷେ ଦୁଇ ପଦ ଅଭିଭାଷଣ ଦେବାକୁ ରାଧା ସାର୍ ଙ୍କୁ ଅନୁରୋଧ କରାଗଲା। ଅବାକ୍ ରାଧା ସାର୍ ,ସେଇଠି ନାଚାର ହୋଇ ମନେ ମନେ ଗୋବରା ର ପୂଜ୍ୟ ପୂଜା ଓ ଏ ଆଧୁନିକ ସମାରୋହ ଭିତରେ ପାର୍ଥକ୍ୟ କୁ ବେଶ୍ ଉପଲବ୍ଧ କରି ଦୁଃଖ କରୁଥିଲେ ,ତଥାପି ପିଲାଙ୍କ ଖୁସି ପାଇଁ ନିଜ ମନରୁ କିଛି ମହତ୍ ବାଣୀ ଓ ଗୁରୁଦିବସ ର ବିଶେଷତା ଉପରେ ସମ୍ୟକ୍ ସୂଚନା ଦେଇ ବିରାମ ନେଇଥିଲେ। ସଭା କାର୍ଯ୍ୟ ସମାପନ ପରେ ଭୋଜି ର ଆୟୋଜନ ହୋଇଥିଲା ।ରାଧା ସାର୍ ଙ୍କ ସମେତ ସମସ୍ତ ଶିକ୍ଷକ ଖାଇବା ସାରି ଫେରିବା ବେଳେ ରାଧା ସାର୍ ଙ୍କ ତୀକ୍ଷ୍ମ ଆଘ୍ରାଣ ମଦ ଗନ୍ଧ ଠିକ୍ ବାରି ପାରୁ ଥିଲା।

ଗୋବରା ,ରାଧା ସାର୍ ଙ୍କୁ ଘର କୁ ଛାଡି ବା ପାଇଁ ଆସିଥିଲା ବେଳେ ରାଧା ସାର୍ , ଗୋବରା କୁ କହୁଥିଲେ ହଇରେ ଗୋବରା!ଏ କି ପ୍ରକାର ଗୁରୁ ଦିବସ ପାଳନ ? ଗୁରୁ ଶିଷ୍ୟ ମିଶି ମଦ ,ମାଂସ ଭକ୍ଷଣ ସହ ଅଶ୍ଳୀଳ ଗୀତ ତାଳ ରେ ଉଭୟ ନୃତ୍ୟ ରତ।ପୂଜା ଚନ୍ଦନ ,ବନ୍ଦାପନା, କାହିଁ ? ଶିକ୍ଷକ କଣ ଜ୍ଞାନ ମନ୍ଦିର ରେ ଅଜ୍ଞାନୀ? କିଏ ଦେଲା ମୋ ପବିତ୍ର ମନ୍ଦିର ରେ ଏଭଳି ଅପବିତ୍ର କାଣ୍ଡ କରିବା କୁ ତୁମକୁ ଅନୁମତି ? ଆରେ ଆମ ପରମ୍ପରା ରେ ଯେଉଁଠି ଅଗ୍ନି ଲିଭିଲେ କାର୍ଯ୍ୟ ଅଶୁଭ ବୋଲି ଜଣାଯାଏ,ସେଇଠି ତୁମେ ଅଗ୍ନି ଲିଭାଇ କାର୍ଯ୍ୟ ଆରମ୍ଭ କରୁଛ? ପାଶ୍ଚାତ୍ୟ ରୀତି ଆର୍ଯ୍ୟ ପରମ୍ପରା କୁ ଏତେ କବଳିତ କଲାଣି ଗୁରୁଶିଷ୍ୟ ଦୁହେଁ ଏକତ୍ର ମଦ୍ୟ ପାନ କରୁଛନ୍ତି? 

ନିଶ୍ଚୟ ବିଲୟ ଆଗତ। ହଉ ତୁ ତ ଆସିଗଲୁଣି ଏଥର,ଏ ମୂର୍ଖ ପିଲା ମାନଙ୍କୁ ଦୁଇ ଚାପୁଡ଼ା ମାରି ଉଚିତ୍ ସଂସ୍କାର ବତାଇବୁ। ଆମର ପୂର୍ବ ପରମ୍ପରା ପାଳନ ବିଧାନ ବତାଇ ସ୍କୁଲ୍,ଗାଆଁ,ରାଜ୍ୟ,ଦେଶ ର ଯଶ କୀର୍ତ୍ତି ସାଉଣ୍ଟିବୁ।

ଗୋବରା ସାହାସ ଯୁଟାଇ କହିଲା ,ସାର୍, ଆଉ କଣ ଆପଣଙ୍କ ଯୁଗ ଅଛି ? ଆପଣଙ୍କ ପ୍ରତ୍ୟେକ ଟି ଶିକ୍ଷ୍ୟା, ଦଣ୍ଡ, ମାଡ଼ ବିଧାନ ଭାଗ୍ୟ ଭବିଷ୍ୟତ ଗଠନ ରେ ସହାୟକ ହେଉଥିଲା ଭଳି ଏବେ କଣ ସେ ସବୁ ହେବ? ଏବେ ଦଣ୍ଡ ଦେଲେ ପରା ଶିଷ୍ୟ କୁ ପିତା ମାତା ଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସବୁଠି କୈଫିୟତ ଦେବାକୁ ପଡ଼ିବ କାହିଁକି ପିଲା କୁ ମାଡ଼ ମାରିଲୁ? ଏ ପରା ସରକାରଙ୍କ ଦଣ୍ଡ ମୁକ୍ତ ଅଂଚଳ । ତା ପରେ ପରମ ଜ୍ଞାନୀ ଚାଣକ୍ୟ କହିଛନ୍ତି ଶିଶୁ ଚଉଦ ବା ପନ୍ଦର ବର୍ଷ ର ହୋଇଗଲେ ତାକୁ ସାଙ୍ଗ ଭଳି ବ୍ୟବହାର କରିବାକୁ । ଶାସନ କରିବା କ୍ଷମତା କୁ ଶିକ୍ଷକ ଙ୍କ ର ପାଇଁ ଅଙ୍କୁଶ। ଆମେ ଖାଲି ପିଲାଙ୍କୁ ପାଠ ପଢାଇବୁ।ସରକାର ଙ୍କ ନୀତି ଅବଲମ୍ବନ କରି ଯେତେବେଳେ ଯାହା ଦରକାର ଶିକ୍ଷକତା ସହ ସମାଜ ସେବା ବି ଯୋଗାଇ ଦେବୁ। ଜନ ଗଣନା, ଟୀକା କରଣ,ମଧ୍ୟାହ୍ନ ଭୋଜନ,ପୋଷାକ ବଣ୍ଟନ, ଭୋଟ ପରିଚାଳନ,ଗଣତି ଇତ୍ୟାଦି। 

 ତେଣୁ ସାର୍, ଆମେ ଶିକ୍ଷକ ମାନେ ଆଧୁନିକ ଢାଞ୍ଚା ରେ ଆଗୁଆ। କଥା କହିଲେ ଛୁରୀ,ଭୁଜାଲି,ବନ୍ଧୁକ ମୁନରେ ଶିଷ୍ୟ ମାନେ କଥା ହୁଅନ୍ତି । ଆଉ ବାଡେଇ କି ଶାସନ କରିବି ?


ଘରେ ପହଞ୍ଚି ସାରି ଥିଲେ ରାଧା ସାର୍।ପାଟିରୁ ଆଉ କିଛି ବାହାରୁ ନ ଥାଏ। ଗୋବର୍ଦ୍ଧନ; ରାଧା ସାର୍ ଙ୍କୁ ଘରେ ଛାଡିବା କୁ ନ ଖାଇ ଆସି ଥିଲା । ବିଦାୟ ନେଇ ପୁଣି ସ୍କୁଲ କୁ ଫେରିଲା ବେଳକୁ , ଗୋବାରା ;ରାଧା ସାର୍ ଙ୍କ ମୁଖ ମଣ୍ଡଳ ରୁ ଅନୁମାନ କରି ଠିକ୍ ବୁଝୁଥିଲା ତାଙ୍କ ଅନ୍ତର ର କୋହ। ଶିକ୍ଷ୍ୟା ଓ ଦେଶ ର ଅଧୋପତନ।ସଂସ୍କାର ର ବିଲୁପ୍ତ ପ୍ରକ୍ରିୟା। ଏବଂ ନୀରବ ଦ୍ରଷ୍ଟା ହୋଇ ସାର୍ ଛିଡା ହୋଇଥିବା ବେଳେ ଯାଉଛି କହି ଜୁହାର ମାରି, ଗୋବର୍ଦ୍ଧନ ଫେରି ଆସୁଥିଲା।

ସ୍କୁଲରେ ପହଞ୍ଚି ଦେଖୁଥିଲା ସହକର୍ମୀ ଙ୍କ ସହ କେତେ ଛାତ୍ର ମଦ ନିଶା ରେ ବେହୋସ୍ ଭଳିଆ ଅତିଥି କକ୍ଷ ରେ ଗଡିଥିଲେ। ଆଉ କେତେ ଛାତ୍ର ଗୋବରା କୁ ସାର୍ ସାର କହି ଭୋଜି ଖାଇବାକୁ ମତୁଆଲା ଢାଞ୍ଚା ରେ ପାଛୋଟୁ ଥିଲେ। ହେଲେ ଗୋବର୍ଦ୍ଧନ ଏଭଳି ବିପର୍ଯ୍ୟସ୍ତ ବ୍ୟବସ୍ଥା ଦେଖି ମନେ ମନେ ସେଇଠୁ ଖସିବା ମାର୍ଗ ଅନୁସନ୍ଧାନ କରି ଗୁରୁ ପରମ୍ପରା ର ପୂର୍ବ କୀର୍ତ୍ତି ଓ ଏବର ଚଳନ ପ୍ରକ୍ରିୟା ସମୀକ୍ଷା କରି ତା ସମାଧାନ ବାଟ ଖୋଜୁଥିଲା।


Rate this content
Log in

Similar oriya story from Children