ଗୁରୁଦକ୍ଷିଣା
ଗୁରୁଦକ୍ଷିଣା


ମହାକାଶର ଗଭୀରତା ମାପୁ ମାପୁ ପୁଅ ଜୟନ୍ତ ଆଉ ଫେରିନଥିଲା. ବାପା ବେସା୍ହାରା ହୋଇଗଲେ. ଆଗରୁ ଜୟନ୍ତର ମାଆ ଚାଲିଯାଇଥିଲେ.ଏତେବଡ ଘର, ଗାଡି, ଟଙ୍କା ପଇସାର କିଛି ମୂଲ୍ୟ ନଥିଲା. କାହାକୁ ବିଶ୍ୱାସ କରିବାକୁ ମନ ଚାହୁଁ ନଥିବା ବେଳେ ସେଦିନ ଗୋଟେ ଚିଠି ପାଇଲେ ବାପା ଦୀନବନ୍ଧୁ ସାର. ଲେଖାଥିଲା ବାପା ଆପଣଙ୍କ କଥା ନମାନି ଆକାଶର ଗଭୀରତା ମାପିବା ମୋ ପାଇଁ ଆସାଧ୍ୟ୍ୟ ଓ ଦୁର୍ବୋଧ ଥିଲା.ଏବେ ଖୁବ ଚଞ୍ଚଳ ମୁଁ ତୁମ ପାଖକୁ ଫେରିଯାଉଛି. ଦୀନବନ୍ଧୁ ଜାଣନ୍ତି ପ୍ରଶାନ୍ତ ମହାସାଗର ବକ୍ଷରେ ପୁଅ ତାଙ୍କର ଲୀନ ହୋଇଗଲାନି ଯେ ଛାତି ଫଟେଇ ରକ୍ତ ନିଗାଡି ଦେଲା. ଦେଖିଥିବା କେତେ ଜୀବନ୍ତ ସ୍ବପ୍ନ ସବୁ ମୃତ୍ୟୁ ବରଣ କଲେ. ତେବେ ଏ ଚିଠିର ପ୍ରେରକ କିଏ?କିଏ ତାଙ୍କୁ ବାପା ବୋଲି ସମ୍ବୋଧନ କରି ପୁଣି ବଞ୍ଚିବାର ମୋହ ମାୟା ଜାଗ୍ରତ କରାଇ ମୃତସଞ୍ଜିବନୀ ତୁଲ୍ୟ ଏ ଚଠି ଲେଖିଛି.
ମନେପଡ଼ିଲା ଦୀନବନ୍ଧୁଙ୍କର ସେଇ ପେପର ଦେଉଥିବା ହକର କଥା, ଯାହାକୁ ଗୋଟେ ମିନିଟ ମଧ୍ୟ ଫୁରୁସତ ନଥାଏ ଠିଆ ହୋଇ ଦୁଇପଦ କଥା ହେବାକୁ କାହା ସହ. ସେଦିନ ଖୁବ ବର୍ଷା ହେଉଥିଲା କିନ୍ତୁ ହରି ଚାଲିଆସିଥିଲା କଲିଂ ବେଲ ପର୍ଯ୍ୟନ୍ତ ଆଉ କବାଟ ଖୋଲିବାରୁ ପଚାରିଥିଲା ସମାଜ ଗୁଡିକ ବାଲକୋନିରେ ସେମିତି ପଡି ରହିଥିବାର ଦେଖି ଏଯାଏଁ ଆସିଲି.ପଢୁ ନାହାଁନ୍ତି ଯଦି କାହିଁକି ଏତେ ପଇସା ଦେଇ ପେପର ମଗାଉଛନ୍ତି ସାର!ଦୀନବନ୍ଧୁ କହିଥିଲେ ମୁଁ ଯଦି ପପେର ସବୁକୁ ସେମିତି ଖେଳେଇ କରିଡର ସାରା ପକେଇ ନଥାନ୍ତି ତୁମେ କଣ ମୋ କବାଟ ଯାଏଁ ଆସିଥାନ୍ତ ପୁଅ!ପୁଅ ଡାକ ସାଙ୍ଗକୁ ଏ ଉତ୍ତର ଶୁଣି ହରି ବ୍ୟସ୍ତ ବିବ୍ରତ ଅନୁଭବ କରିଥିଲା. ଦୀନବନ୍ଧୁ ଯେବେ ତାକୁ ଚମକେଇ ଦେଇ ପୁଣି କହିଥିଲେ ମୋ ପୁଅ ହୋଇ ସବୁଦିନ ମୋ ପାଖେ ରହିପାରିବ ହରି ତ ହରି କହିଥିଲା ଦୁଆର ଦୁଆର ବୁଲି ପପେର ଦେଇ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳେଇବାକୁ ପ
ଡୁଛି ଆଜ୍ଞା. ଲୋକେ ଦେଶ ବିଦେଶର ଖବର ଜାଣିବାକୁ ମତେ ଚାହିଁ ବସିଥିବେ. ପାଞ୍ଚହଜାର ଟଙ୍କା ଦେବି ସବୁଦିନ ଅନ୍ତତଃ ମତେ ଟିକେ ଦେଖାକର ହରି କହିବାରୁ ହରି ଆଚମ୍ବିତ ହେଲା ଓ ଦୀନବନ୍ଧୁଙ୍କ କାହାଣୀ ଶୁଣି କାନ୍ଦି କାନ୍ଦି ଚାଲିଗଲା. ତେବେ ତା ପରେ ସେ କଣ ଦୀନବନ୍ଧୁଙ୍କ ପ୍ରସ୍ତାବରେ ରାଜି ହୋଇ ଏ ଚିଠି ଲେଖିଛି!
ସେଦିନ ଖୁବ ଜୋର ବର୍ଷା ହେଉଥିବା ବେଳେ ପୁଣି କଲିଂ ବେଲ ବାଜିଥିଲା. ଦୁଆର ଫିଟେଇ ଦୀନବନ୍ଧୁ ସାର ଯାହାକୁ ଦେଖିଥିଲେ ସେ ଥିଲା ସୁଦର୍ଶନ ଯୁବକ ସମ୍ବିତ. କହୁଥିଲା ହରି ଠାରୁ ଆପଣଙ୍କ ବିଷୟରେ ସବୁ ଶୁଣି ଚିଠି ଲେଖିଥିଲି. ଜାଣିପାରିଲେନି ଚିଠି ପଢି ସାର!ସେଇ ବଙ୍କାଟଙ୍କା ଅକ୍ଷର ସାଙ୍ଗକୁ ବନାନ ଅଶୁଦ୍ଧି ଶବ୍ଦ ଲେଖି, ଆପଣଙ୍କଠୁ କେତେ ମାଡ଼ ଗାଳି ଖାଇଲେ ମଧ୍ୟ ତାହା ଏକ ତ୍ରୁଟି ହୋଇ ରହିଗଲା ସାର. ସେହି ତ୍ରୁଟି ସୁଧାରିବାକୁ ଆକାଶର ଗଭୀରତା ପରି ମାପିବାକୁ ଜ୍ଞାନଦାତା ଗୁରୁଙ୍କ ଗୁରୁଦକ୍ଷିଣା ଦେବାକୁ ଥରେ ସୁଯୋଗ ଦିଅନ୍ତୁ ସାର ଏ ଅଧମକୁ. ସେତିକିବେଳେ ହରି ପହଁଞ୍ଚି କହୁଥିଲା ସମ୍ବିତ ହାତରେ ପାଠ ହେଲାନି ବୋଲି ସେ ଅଟୋ ଚଳାଏ. ଦିନେ ଆପଣଙ୍କ ବିଷୟରେ ସବୁ ଶୁଣି କହିଲା ସାର ଯେବେ କ୍ଲାସରେ ସବୁ ପିଲାଙ୍କୁ ଭବିଷ୍ୟତର ଲକ୍ଷ କଣ ପଚାରିଥିଲେ କିଏ ଡାକ୍ତର, ଓକିଲ, ଇଞ୍ଜିନିଅର କହିଲା ବେଳେ ସମ୍ବିତ କାଳେ ଆକାଶର ଗଭୀରତା ମାପିବାକୁ ଯିବ ବଡହେଲେ କହି ଗାଳି ଶୁଣିଥିଲା ଆପଣଙ୍କଠୁଁ. ଦୀନବନ୍ଧୁ ଏଥର କୁଣ୍ଢେଇ ପକେଇ ସମ୍ବିତକୁ କହୁଥିଲେ ତତେ ସ୍କୃ ଡ୍ରାଇଭର ହୋଇ ଆକାଶର ଗଭୀରତା ମାପିବା ଦରକାର ନାହିଁ. ତୁ କେବଳ ମୋ ପୁଅ. ମୁଁ ମଲାପରେ ମୋ ମୁହଁରେ ହରି ସହ ମିଶି ନିଆଁ ଟିକେ ଦେବୁ ସମ୍ବିତ. ହରି ଓ ସମ୍ବିତ କାନ୍ଦି କାନ୍ଦି ଦୀନବନ୍ଧୁଙ୍କ ପାଦ ଛୁଇଁ ସତ୍ୟ କରିଥିଲେ.ଦୀନବନ୍ଧୁ ଏଣିକି ଆଶ୍ବସ୍ତିର ନିଶ୍ଵାସମାରି ଦୈନିକ ଖବରକାଗଜ ପଢୁଥିଲେ ଶତୃଷ୍ଣ ନୟନରେ.