Kalyani Sahu

Classics

4.3  

Kalyani Sahu

Classics

ଗର୍ବି ରାଜା

ଗର୍ବି ରାଜା

1 min
242


ଗୋଟିଏ ରାଜ୍ୟରେ ରାଜାଟିଏ ରହୁଥିଲେ । ରାଜାଙ୍କର ଦୁଇ ଭାଇ ଥିଲେ । ରାଜାଙ୍କ ନାମ ରାମ ଏବଂ ତାଙ୍କ ସାନ ଭାଇଙ୍କ ନାମ ସୁଦାମ। ରାଜା ରାମ ବହୁତ ଗର୍ବି ଥିଲେ। ଏବଂ ସୁଦାମ ବୈଦ୍ୟ ଥିଲେ। ରାଜା ଛୋଟ ଲୋକଙ୍କୁ ଛୋଟ ଦେଖୁଥିଲେ। ମୁଁ ରାଜା ଏବଂ ମୁଁ ବଡ଼ ବୋଲି ମନେମନେ ଭାବୁଥିଲେ। ଦିନେ ସେ ସେଓ କାଟୁ କାଟୁ ହାତ କଟିଗଲା। ତାଙ୍କ ଭାଇ ସୁଦାମ। ତାଙ୍କୁ କହିଲେ "ଯେ ତୁମେ ଦୁବ ଘାସ ଛେଚି ନିଜ ହାତରେ ଲଗାଇଲେ ତାହା ଶୀଘ୍ର ଭଲ ହୋଇଯିବ" ।ରାଜା ନିଜ ଗର୍ବରେ ଥିଲେ । ରାଜା ତାହା ଲଗାଇଲେ ନାହିଁ ଏବଂ କହିଲେ ମୁଁ ରାଜା ହୋଇ ସଧାରଣ ଦୁବ ଘାସ ମୋ ହାତରେ ଲଗାଇବି। ତାହା ଦୁଇ ଦିନ ପର୍ଯ୍ୟନ୍ତ ଭଲ ହେଲା ନାହିଁ। ରାଜାଙ୍କୁ ବହୁତ କଷ୍ଟ ଲାଗୁଥିଲା। ସେ ଭାବିଲେ ମୁଁ ଯଦି ଦୁବ ଘାସ ଲଗାଇଥାନ୍ତି ତେବେ ଆଜି ପର୍ଯ୍ୟନ୍ତ କଷ୍ଟ ହୋଉନଥାନ୍ତା । ରାଜାଙ୍କର ଗର୍ବ ଭଙ୍ଗିଗଲା ଏବଂ ଛୋଟ ଲୋକଙ୍କୁ ଛୋଟ ଦେଖିବା ମଧ୍ୟ ଛଡିଗଲା। ସେ ରାଜ୍ୟର ସମସ୍ତ ଲୋକଙ୍କୁ ସମାନ ଦେଖିଲେ ।



Rate this content
Log in

Similar oriya story from Classics