Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Dipti lekha Mishra

Abstract


2  

Dipti lekha Mishra

Abstract


ଗର୍ବ କାହିଁକି ଏତେ ?

ଗର୍ବ କାହିଁକି ଏତେ ?

2 mins 191 2 mins 191

ରଶ୍ମୀ ବୋଲି ଝିଅଟି ଥାଏ । ସେ ଭାରୀ ସୁନ୍ଦର ଲେଖାଲେଖି ବି କରେ । କିନ୍ତୂ ଉଦାର ହୄୄୄୄଦୟ ଟି ହିଁ ତାଙ୍କ ପାଖରେ ନାହିଁ । କଥା କଥାରେ ନିଆଁ ହୋଇ ଛିଞ୍ଚାଡି ହୋଇ ପଡନ୍ତି । ଜଣେ ଲେଖକ ଆଉ ଜଣେ ଲେଖକକୁ ପ୍ରୋତ୍ସାହନ ଦେଲେ ଲେଖାର ମାଧୂର୍ଯ୍ଯ ବଢିବ କିନ୍ତୁ ସେ କହନ୍ତି ନାରୀ ହୋଇ ନାରୀ ବିରୁଦ୍ଧରେ ଲେଖା କିଏ ଲେଖିଲେ ମୁଁ ଗ୍ରହଣ କରିପାରୂନି । ଆରେ ଏ ମୁର୍ଖ ,ନାରୀ କଣ ଭୁଲ କରେନି ? ନାରୀଟି ନାରୀଠାରୁ ନିର୍ଯ୍ଯାତନା କଣ ପାଊନି ? ତା ହେଲେ ନାରୀ ଟି ନାରୀ ପାଇଁ କାହିଁକି ଲେଖିପାରିବନି ? ରଶ୍ମୀ ଏ ସବୁ ଶୁଣି ମଧ୍ଯ ନ ଜାଣିଲା ଭଳି ରହିଲେ ।

ମୂଳ କଥା ହେଲା ଆମ ବିଷୟରେ ଅନ୍ଯତ୍ର ବାରମ୍ବାର କିଏ ଯଦି କିଛି କହେ ସେ ବିଗିଡିବା ସ୍ବାଭାବିକ କଥା । ଏଣୁ ସେ ହୂଏତ ବିଗିଡିଯାଈଛି । ମୁଁ ଭାବୁଥିଲି କେବଳ ନାରୀ କବିତାଟି ପାଇଁ ରଶ୍ମୀ ର ଏତେ ରାଗ ମୋ ଉପରେ । କିନ୍ତୁ କଥାଟି ଆଜି ଜାଣିପାରିଲି ଜଣେ ଭାଇଙ୍କ ଠାରୂ କି ସେ ମୋ ଉପରେ କାହିଁକି ରାଗରେ ମୁହଁ ଫୁଲାଇ ରହିଲା ଏତେ ବଡ କାର୍ଯ୍ଯକ୍ରମ ରେ ପୁଣି ସେ ନିଜେ ବି ସେ ବିରାଟ କାର୍ଯ୍ଯକ୍ରମର ଜଣେ ଆୟୋଜକ ।

ମୁଁ କହିଲି ଆହେ ଆସ ଏକ ଫୋଟ ନେବା । ମୁଁ ଗୋଟିଏ ଏମିତି ଜୀବନ ପାଈଛି କାହା ଉପରେ ହଠାତ ରାଗିପାରେନି ଆଉ ଯେବେ ରାଗେ କି ମୋତେ ଯଦି ଅପମାନ ଦେଲା ଭଳି କିଏ କଥା ଟି କହେ ମୁଁ ତାରି ପଟକୁ ଆଉ ଚାହେଁନା । ଏଇଟା କୁ କିଏ ଭଲଗୁଣ କହେ ତ ଆଉ କିଏ ଖରାପ ଗୁଣ ବି କହେ । ସେମିତି ଏକ ଘଟଣା ଘଟିଲା ଭୂବନେଶ୍ବରର ଏକ ସାହିତ୍ଯ କାର୍ଯ୍ଯକ୍ରମରେ । ମୋର ଆଉ ରଶ୍ମୀ ଭଉଣୀର ଯେତେବେଳେ ମୁହାଁମୁହିଁ ହେଲୁ ମୁଁ କହିଲି ଦିଦି ଆସ ଗୋଟିଏ ଫୋଟ ଉଠାଈବା । ସେ କହିଲେ ଫୋଟ ନା ନା ...ମୋ ମୂହଁଟାକୁ ଯେମିତି ଚାହିଁଦେଲେ କହିଲେ ଆପଣଙ୍କ ସହ ତ ବିଲକୁଲ ନୁହେଁ । ମୁଁ ଭାବିଲି ଆରେ କି ଭୂଲଟା କରିଛି ଯେ ଇଏ ମୋ ଉପରେ ଖପ୍ପା । ହଁ ମ ରାଗିଲେ ରାଗନ୍ତୁ । ନିଜ ସମ୍ମାନ ନିଜେ ହରାଉଛନ୍ତି । କେତେ ଗର୍ବୀ ବୋଲି ପ୍ରମାଣ ଦେଉଛନ୍ତି । ମୁଁ ବି ସେଠାରେ ଆଉ ସମୟ ନଷ୍ଟ କରିନି । କିଏ ରାଗିଲେ କଣ କାହାକୁ ପୋଷିବ କି ? ଆଜି ଅଛେ କାଲି ନଥିବା ଏତେ ଗର୍ବ କଣପାଇଁ ?

ମୋ ମନକୁ କହିଲି ଆରେ ରହ ତୁ କାହିଁକି ମନ ଦୁଃଖ କରୂଛୁ । ଯାହାର ଯେମନ୍ତ ସ୍ବଭାବ ମରଣ ବେଳେ ହିଁ ତୁଟିବ । କିଏ ଧନୀ ହେଉ,ବଡ ଲୋକ ହେଉ,ପ୍ରତିଭାଶାଳୀ ବି ହେଉ ସେ କଣ ଅଧିକ କାଠ ବିଶିଷ୍ଠ ଶବାରୀରେ ମଶାଣୀକୁ ଯିବ ? ନାଇଁ ଆମେ ସମସ୍ତେ ଛଅଖଣ୍ତ କାଠରେ ତିଆରି କୋକେଈ ରେ ମଶାଣୀକୁ ଯିବା । ଆମେ ମଲାବେଳେ ସାଥିରେ ଛି ଛି ପଦ କାହିଁକି ନେବା । ଭଲ ଲୋକଟା ମରିଗଲା କହିଲେ ତାହା ହେବ ଆମ ଆତ୍ମା ପାଇଁ ସଦ୍ ଗତି କାମନା । ଛାଡ ଏକଥା ସବୁ ଜାଣିଲେ ବି ଠିକ ସମୟରେ କାମରେ ଲଗାନ୍ତିନି ସମସ୍ତେ ।

ମୋ ମନ କିନ୍ତୁ ଘାଣ୍ଟି ହେଉଥାଏ କି ସାମାନ୍ଯ କଥାରେ ରାଗ କଣପାଇଁ ? ଆଜି ଭାଇ ଜଣେ ଫୋନ କରି କହାଲେ ତା କିରଣ କଣ? ମୁଁ ଭାବିଲି ଆରେ ଏଇ କଥା ! ଠିକ ଅଛି ତା ହେଲେ ଗରମ ପାଣିରେ କାହା ଘର ପୋଡିଯାଏ କି? ନାହିଁ ତା ହେଲେ ଯିଏ ରାଗିବ ରାଗୂ କହି ମୋ ମନକୁ ବୁଝାଇଦେଲି ।

ଏ ଗପଟିରେ ଏତିକି କହିବି ସମସ୍ତେ ଶ୍ରଦ୍ଧା ସହ ରହିବା ଆଉ ମନ କଥା ମନରେ ନ ମାରି ଖୋଲାଖୋଲି କଥା ହେଲେ ସମସ୍ଯା ନିଶ୍ଚୟ କମିଯିବ ।


Rate this content
Log in

More oriya story from Dipti lekha Mishra

Similar oriya story from Abstract