Sunanda Mohanty

Abstract Drama Tragedy

3  

Sunanda Mohanty

Abstract Drama Tragedy

ଗୋଟେ ବାହାଘରର ଚିତ୍ର

ଗୋଟେ ବାହାଘରର ଚିତ୍ର

2 mins
196


ଉଭୟ ବର କନ୍ୟା ବାହାଘର ସ୍ଵପ୍ନ ଦେଖୁଥିବା ବେଳେ ବର ବା ପୁଅର ବାପାମାଆ ଓ ଝିଅ ବା କନ୍ୟାର ପିତାମାତା ଦେଖନ୍ତି ଅନେକ ସ୍ଵପ୍ନ। କେତେବେଳେ କୋଉ ସ୍ଵପ୍ନ ଭିତରେ ସମ୍ମାନ ଓ ଭଲରେ ଭଲରେ ହୋଇଯିବାକୁ ସବୁ ଚାହାଁନ୍ତି ଦୁଇପଟର ପିତା ମାତା। ଏବର୍ଷ ଆଗକୁ ଆସୁଥିବା ପାର୍ବଣ ରୁତୁ ବା ଦଶହରା ପୂଜାରେ ମାଆ ଦୁର୍ଗାଙ୍କୁ ଦର୍ଶନ କରି ବାହାଘର କିପରି ମାଆଙ୍କ ଆଶୀର୍ବାଦ ରୁ ହେଇଯାଉ ବୋଲି ଘିଅ ଦୀପ ଜାଳନ୍ତି ଆଉ ବନ୍ଧୁ ବାନ୍ଧବ ମାନେ ଭୋଜି ଖାଇବା ସହ ସମସ୍ତଙ୍କ ସଙ୍ଗେ ଦେଖାଚାଂହା ହେବା, ନିଜର ଭଲ ଭଲ ପୋଷାକ, ଗହଣା କୁ ବ୍ରାଣ୍ଡେଡ କରି ପ୍ରଦର୍ଶିତ କରିବାର ସ୍ଵପ୍ନ ତ ନିଶ୍ଚୟ ଉଁଣା ଅଧିକେ ଦେଖନ୍ତି। ବର ଓ କନ୍ୟା ଦୁହେଁ ପରିଚିତ ବା ଅପରିଚିତ ଯିଏ ହୁଅନ୍ତୁ କେମିତି ପରସ୍ପରକୁ ଫୋନ୍ କରିବେ ସ୍ଵପ୍ନ ଦେଖିବା ସହ ଉଭୟ ନିଜ ବିପକ୍ଷ ପରିବାରର ସଦସ୍ୟଙ୍କ ସହ କିପରି ଠିକ ଠାକ୍ ମିଶିପାରିବେ, ଆପଣେଇ ପାରିବେ ସ୍ଵପ୍ନ ସହ ପୋଷାକ, ଗହଣା ପରିପାଟୀର ସ୍ୱପ୍ନରେ ମସଗୁଲ ଥାନ୍ତି। ସେହି ସ୍ୱପ୍ନର ବାସ୍ତବ ରୂପ ସେଦିନ କଲ୍ୟାଣୀ ମଣ୍ଡପରେ ଧୁମଧାମ, ସାଜସଜ୍ଜା ରେ ଆଗେଇ ଚାଲିଥାଏ। ଭିକାରୀ ଓ ବିଲେଇ କୁକୁର ଇତ୍ୟାଦି ପଶୁମାନେ ମଧ୍ୟ ଗଣ୍ଡେ ଖାଇବାର ସ୍ଵପ୍ନ ନେଇ ଆଶା ନିରାଶା ଦୋଛକିରେ ଏପଟ ସେପଟ ହେଉଥାନ୍ତି। ମହୁରିଆ, ତେଲେଙ୍ଗା ବାଜା ସହ ଅନ୍ୟାନ ପାଖ ଲୋକମାନେ ଯଥା ଲାଇଟ ବାଲା, ଫୋଟୋ ବାଲା, ରେକଡିଂ ବାଲା, ସଜାସଜ୍ଜି ବାଲା ପଇସା ନେଲେବି ଭୋଜି ଗଣ୍ଡେ ର ଲାଳସା ଥାଏ ନିଶ୍ଚୟ। ସେଥିରେ ଭିକାରୀ, କୁକୁର ଙ୍କୁ ପଚାରେ କିଏ ? ତଥାପି ସେମାନେ ପଡ଼ିରହନ୍ତି ଶେଷ ଯାଏଁ। ଏତେସବୁ ଭିତରେ କଲ୍ୟାଣୀ ତାଙ୍କ ଛାତରେ ଠିଆ ହୋଇ ତିନି ଛାତ ଟପି ଯାହା ଦେଖୁଥିଲେ, କୁକୁର ଟିଏ ଡହ ଡହ ତାତିରେ ନିଶବ୍ଦ ରେ ଶୋ ଇଯାଇଛି । କାଇଁ ହାତ ଗୋଡ ଲାଞ୍ଜ କିଛିତ ହଲୁନି।ଏମିତି ଖରାରେ କଣ ପଶୁଟା ଶୋଇପାରେ ? ବାସ୍ନା ବାରି କେତେ କେତେ କୁକୁର ଏପଟ ସେପଟ, ମୁଠାଏ ଦାନା ପାଇଁ, ତ ଏ କୁକୁର ନାକରେ ବାଜୁନି କି ଭୋଜି ଭାତ ସହ ଆମିଷର ବାସ୍ନା! ବଡ ଅଜବ ଲାଗୁଛି। ନିଶ୍ଚୟ ମରିଯାଇଛି। ବିଚରା ? ସନ୍ଧ୍ୟା ଧୂପ ନେଇ ଉପରକୁ ଆସିଲେ ପୁଣି କଲ୍ୟାଣୀ। ଦେଖିଲେ କୁକୁର ଟି ଉଠୁଛି। ଖୁସି ହେଲେ ମାରିନାହିଁ। ସନ୍ଧ୍ୟା ଦେଇସାରି ଚାହିଁଲେ ମଣ୍ଡପ ଆଡ଼େ, ହାବଭାବରୁ ଜାଣିଲେ କନ୍ୟା ବିଦା ସରିଲାଣି। ବଳି ପଡ଼ିଥିବା ଭୋଜି ଭାତ ବି ଟ୍ରଲିରେ ନଦା ହେଲାଣି। ଭିକାରୀ କେଇଜଣ ପାଇ ଆଉ କେଇଜଣ ହାତ ପତେଇ ନୟାନ୍ତ। ଦୁଇ ଚକିଆ ଗାଡିରେ ବନ୍ଧାଯାଇଛି ଅଧିକାଂଶଙ୍କର ଖାଦ୍ୟ ପଲିଥିନ ସବୁ। କୁକୁର ଟିଏ କୁଦା ମାରି ଆସି ଗୋଟିଏ ଗାଡିରୁ ସିଂହ ପରି ଖାଦ୍ୟ ପୁଡିଆ ନେଇ ଛାତକୁ ଚଂପଟ। ମାର ମାର ବୋଲି ବିଚରା କୁକୁର ଗୁଡ଼ିକ ଉକ୍ତ ଛାତ ତଳେ ଲାଞ୍ଜ ହଲାଉଥିଲେ। ଉପରେ ଆରାମ ରେ ଖାଉଥିଲା ସେହି କୁକୁର। ସନ୍ଧ୍ୟା ଗଡିଯାଇଥିଲା। ଆ ଆ ଚୁ ଚୁ କହି ବିସ୍କୁଟ ତଳକୁ ପକାଇ ସେହି ଖାଇପାରିନଥିବା କୁକୁର ଙ୍କୁ ଦେବା ସହ ହାତ ପତେଇଥିବା କିଛି ଭିକାରୀ ଙ୍କୁ ବିସ୍କୁଟ ଦେଲାବେଳେ, ବାଜା ବାଲା ମାନଙ୍କର ବଚସା କାନରେ ପଡୁଥିଲା। ଦିନସାରା ଆମେ ବାଜା ମହୁରୀ ପେଁକାଳୀ ଇତ୍ୟାଦି ବାଜାଉଛୁ, ମୁଠେ ଖାଇବାକୁ ଦେବାର ନାହିଁ, ସେଥିରେ ପାଉଣା କାଟୁଛ ? ଆଉ ଦେଖି ଶୁଣିବାର ଧର୍ଯ୍ୟ ନଥିଲା କଲ୍ୟାଣୀଙ୍କର। ସେ ନିଶବ୍ଦରେ ଓହ୍ଲାଉ ଥିଲେ ତଳକୁ ମାଆ ଦୁର୍ଗାଙ୍କୁ ଡାକି ଡାକି ।


Rate this content
Log in

Similar oriya story from Abstract