ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଘରସଂସାର

ଘରସଂସାର

3 mins
357



     ପୁରୁଣାକାଳର କଥା l ଏକ ଗ୍ରାମରେ ଗୋପୀଚନ୍ଦ ନାମକ ଜଣେ ଗୃହସ୍ଥ ବାସ କରୁଥିଲେ l ତାଙ୍କ ପତ୍ନୀଙ୍କ ନାମ ଥିଲା ଚେତନା l ସେମାନଙ୍କର ଚାରିପୁଅ ଥିଲେ l ପୁଅ ବାହା କରି ବୋହୂ ଆଣିଲେ l

ଚେତନା ଘର ଚଳାଇବାରେ ଭାରି ଚତୁର ଥିଲେ l ସେ ସବୁବେଳେ ଚିନ୍ତିତ ହୋଇ ରହିଲେ ଯେ ତାଙ୍କ ମୃତ୍ୟୁପରେ ତାଙ୍କ ଘରର ଦାୟିତ୍ୱ ଚାରି ବୋହୁ କିପରି ତୁଲାଇବେ l ଚାରି ବୋହୂଙ୍କ ମଧ୍ୟରୁ କେଉଁ ବୋହୂକୁ ଘରର ଦାୟିତ୍ୱ ଦେବି ପତ୍ନୀଙ୍କର ଚିନ୍ତା ଦେଖି ଗୋପୀଚନ୍ଦ ଚାରି ବୋହୂଙ୍କର ପରାକ୍ଷା ନେବାପାଇଁ ନିଷ୍ପତ୍ତି କଲେ l ତେଣୁ ସେ ସବୁ ବୋହୂଙ୍କୁ ଅଲଗା ଅଲଗା ଡାକି ପାଞ୍ଚ ପାଞ୍ଚଟି ଗହମ ଦାନା ଦେଲେ ଏବଂ କହିଲେ ମୁଁ ନ ମାଗିବା ପର୍ଯ୍ୟନ୍ତ ଏହାକୁ ସାଇତି ରଖିବ l ବଡ ବୋହୂ ସୁଷମା ଭାବିଲା ଘରେ ତ ଗହମ ବହୁତ ଅଛି l ଯେତେବେଳେ ଶ୍ୱଶୂର ଗହମ ମାଗିବେ ପାଞ୍ଚଟି ଦାନା ସେଥିରୁ ନେଇ ଦେଇ ପାରିବି l ତେଣୁ ଗହମକୁ ସାଇତି ରଖିବାର କୌଣସି ଆବଶ୍ୟକତା ନାହିଁ l ଏହିପଗି ଚିନ୍ତା କରି ସୁଷମା ଶ୍ୱଶୂର ଦେଇଥିବା ଗହମର ଦାନାକୁ ଫୋପାଡି ଦେଲା l

ଦିତୀୟ ବୋହୂ ଭଗବତୀ ସୁଷମାଙ୍କ ପରି ଚିନ୍ତା କଲା l କିନ୍ତୁ ଗହମ ଫୋପାଡିବା ପରିବର୍ତ୍ତେ ତାହାକୁ ଖାଇଦେଲା l

ତୃତୀୟ ବୋହୁ ରକ୍ଷିକା ଶଶୁର ଦେଇଥିବା ଗହମକୁ ପୁଡିଆ ବାନ୍ଧି ବଡ ଯତ୍ନରେ ସିନ୍ଦୁକରେ ରଖିଦେଲା l

ଚତୁର୍ଥ ବୋହୂ ରୋହିଣୀ ମନେ ମନେ ଚିନ୍ତା କଲା ଶଶୁର କେବେ ଗହମ ଫେରସ୍ତ ମାଗିବେ କିଏ ଜାଣେ ଗହମ ଦୁଇଟି କାମ ପାଇଁ ସାଇତି ରଖାଯାଏ l ଖାଇବା ପାଇଁ ନଚେତ୍ ଜମିରେ ବୁଣିବା ପାଇଁ l ଖାଇବାପାଇଁ ପାଞ୍ଚଟି ଦାନା କୌଣସି କାମରେ ଆସିବ ନାହିଁ l ଏହାର ଅର୍ଥ ଏହାକୁ ସାଇତି ରଖିବାର ଉଦ୍ଦେଶ୍ୟ ହେଉଛି ବୁଣିବା ଋତୁରେ ଏହାକୁ ବୁଣିଦେବା l ଏହିପରି ଚିନ୍ତା କରି ରୋହିଣୀ ପାଞ୍ଚଟି ଗହମକୁ ବୁଣିବା ପାଇଁ ବାପଘରକୁ ପଠାଇ ଦେଲା l

ରୋହିଣୀର ବାପଘର ଲୋକେ ଗହମ ପାଞ୍ଚଟି ବୁଣିଦେଲେ ପାଞ୍ଚଟି ଗଛ ଉଠିଲା l ଫସଲ ଅମଳ ହେଲା ବେଳେ ତାକୁ କାଟି ରଖିଲେ l ପରବର୍ଷ ଗହମ ନେବାପାଇଁ କେହି ଖବର ଦେଲେ ନାହିଁ ତେଣୁ ସେମାନେ ସମସ୍ତ ଅମଳ ହୋଇଥିବା ଗହମ ପୁଣି ବୁଣି ଦେଲେ l ଏହିପରି ଭାବରେ ପାଞ୍ଚ ବର୍ଷ ବିତିଗଲା l “ମୁଁ କହିଲି, ମୁଁ ତ ଏବେ ବୁଢୀ ହୋଇଗଲିଣି, ଏବେ ଘର ସଂସାର ଚଳାଇବା ମୋ ଦ୍ୱାରା ସମ୍ଭବ ନୁହେଁ l ଆପଣ କହିଥିଲେ ଯେ କେଉଁ ବୋହୂକୁ ଦାୟିତ୍ୱ ଦିଆଯିବ ଆପଣ ଚିନ୍ତାକରି କହିବେ l ପାଞ୍ଚବର୍ଷ ବିତିଗଲା, ଅତି କମରେ ଏବେ ତ ଏହା ଧାର୍ଯ୍ୟ କରନ୍ତୁ l” ଚେତନା ତାଙ୍କର ପତିଙ୍କୁ କହିଲେ l

ଗୋପୀଚନ୍ଦ ବୋହୂମାନଙ୍କୁ ତାଙ୍କର ଗହମ ପାଞ୍ଚଟି ଫେରସ୍ତ ମାଗିଲେ l ସୁଷମା ଏବଂ ଭଗବତୀ ଦୁଇଜଣ ଯାକ ରୋଷେଇ ଘରୁ ଗହମ ପାଞ୍ଚ ପାଞ୍ଚଟି ଆଣି ଶ୍ୱଶୂରଙ୍କ ହାତରେ ଦେଲେ ତୃତୀୟ ବୋହୁ ସିନ୍ଦୁକରୁ ତାହାର ଗହମ ପୁଡିଆ ବାହାର କଲା l ସେତେବେଳକୁ ଗହମ ପାଞ୍ଚଟି କଳା ପଡିଯାଇଥିଲା l

ଗୋପୀଚନ୍ଦ ସେଗୁଡିକୁ ଦେଖି କହିଲେ ‘ଏହା ହେଉଛି ପ୍ରକୃତିରେ ମୁଁ ଦେଇଥିବା ଗହମ l’ ସୁଷମା ଏବଂ ଭଗବତୀ ଯେଉଁ ଗହମ ଦେଇଛନ୍ତି ତାହା ସୁନେଲି ରଙ୍ଗର ହୋଇ ଥିବାରୁ ଏ ବର୍ଷ ଅମଳ ହୋଇଥିବା ଗହମ l’

‘ଏ ଗହମ ମୁଁ ଦେଇଥିବା ଗହମ ନୁହେଁ l କଥା କଣ? ମୋତେ ସତ କଥା କୁହ l’ ‘ଗୋପୀଚନ୍ଦ ବଡ ବୋହୂକୁ ପଚାରିଲେ l ବାହାନା କରିବାର କୌଣସି ସୁଯୋଗ ନଥିଲା l ସେ ସତକଥା କହିଦେଲେ l ଗୋପୀଚନ୍ଦ ଚତୁର୍ଥ ବୋହୂକୁ ପଚାରିଲେ କ’ଣ ଝିଅ ! ତୁମକୁ ଦେଇଥିବା ଦାନା ପାଞ୍ଚଟି କୁଆଡେ ଗଲା ?’

‘ସେ ସବୁ ମୁଁ ବାପଘରକୁ ପଠାଇ ଦେଇଛି l ମୋତେ ଆଣିବାପାଇଁ କିଛି ସମୟ ଦିଅନ୍ତୁ l ଦୁଇଦିନ ଲାଗିଯିବ l’ ରୋହିଣୀ କହିଲେ ଗୋପୀଚନ୍ଦ ରାଜି ହୋଇଗଲେ l ଦୁଇଦିନ ସରିବା ବେଳକୁ ରୋହିଣୀଙ୍କ ବାପଘରୁ ପଚାଶ ଗାଡି ଗହମ ଆସିଲା l ଗାଡି ଗୁଡିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ l ପାଞ୍ଚବର୍ଷ ତଳେ ପାଞ୍ଚଟି ଗହମଦାନା ସାଇତି ରଖିବା ଦ୍ୱାରା ପଚାଶଗାଡି ଗହମ ଉତ୍ପାଦନ ହୋଇପାରିଲା ‘ଦେଖ, ଘରଚଳାଇବା ଦାୟିତ୍ୱ ଚତୁର୍ଥ ବୋହୂ ରୋହିଣୀଙ୍କୁ ଦେଇଦିଅ l କେଉଁ ଜିନିଷ କିପରି ସାଇତି ରଖିବାକୁ ହେବ ସେ କଥା ରୋହିଣୀ ଭଲଭାବେ ଜାଣେ l’ ଗୋପୀଚନ୍ଦ ତାଙ୍କ ସ୍ତ୍ରୀଙ୍କୁ କହିଲେ l

“ତେବେ ଏହି ତିନିଜଣଙ୍କ କଥା କଣ କରିବା?” ସ୍ତ୍ରୀ ପଚାରିଲେ l

‘ସୁଷମାକୁ ଅଦରକାରି ଜିନିଷ ଫିଙ୍ଗିବାର ଅଭ୍ୟାସ ଅଛି l ତାକୁ ଅଳିଆ ଆବର୍ଜନା ଫିଙ୍ଗି ଘର ସଫା ରଖିବାର ଦାୟିତ୍ୱ ଦିଅ l’

ଭଗବତୀର ଗୁଣ ହେଉଛି କିଛି ଜିନିଷ ହାତକୁ ଆସିଲେ ତା’ର ସ୍ୱାଦ ନେବା ତାକୁ ରୋଷେଇଘର ଦାୟିତ୍ୱ ଦିଅ l

ରକ୍ଷିକାକୁ ସବୁ ଜିନିଷ ସାଇତି ରଖିବା ଭଲଭାବରେ ଆସେ l ତେଣୁ ତାକୁ ଭଣ୍ଡାର ଘର ଚାବି ସମର୍ପି ଦିଅ l

‘ଏହି ପ୍ରକାର କାମ ଦାମ ବାଣ୍ଟି ଦେଲେ ଘର ଭଲରେ ଚଳିବ l’ ଗୋପୀଚନ୍ଦ କହିଲେ l

ଚେତନାକୁ ମଧ୍ୟ ଏହି ବ୍ୟବସ୍ଥା ପସନ୍ଦ ହେଲା l ଏହିପରି ଭାବରେ ସେ ବୋହୂମାନଙ୍କ ମଧ୍ୟରେ ଘରକାମ ବାଣ୍ଟି ଦେଲେ l ନିଜେ ଘରକାମରୁ ଅବ୍ୟାହତି ନେଇ ରାମ ନାମ ଜପ କଲେ l କୌଣସି ଚିନ୍ତା ନକରି ସୁଖ ଶାନ୍ତିରେ ଜୀବନର ଅବଶିଷ୍ଟ ସମୟ କଟାଇଲେ l


Rate this content
Log in

Similar oriya story from Classics