ଗାରୀମା
ଗାରୀମା
ସ୍ବାମୀ ଙ୍କୁ ହରାଇଵାର ମାସେ କାଲି ହୋଇଯିବ,ସମୟଏବେ ବୋଝ ହୋଇ ଯାଇଛି, ଖାଲି ଚାରିଆଡ ଖାଁ ଖାଁ ଲାଗୁଛି, ଫଟୋ କୁ ଯାବୁଡିି ନୀରବତା ରେ ଲୁହ ଢାଳୁଛି କିନ୍ତୁ ଲୁହ ଶୁଖିଗଲା ଣି,
ଯେଉଁ ମୁଖମଣ୍ଡଳରେ ହାସ୍ୟ ର ଫଲ୍ଗୁଧାରା ସବୁବେଳେ ବୋହୁ ଥିଲା ଆଜି ଶୁଖି ଯାଇଛି ।
ସ୍ବାମୀ ସବୁବେଳେ ଚିଡ଼େଉ ଥିଲେ ତୁମ ର ଗର୍ବ ବହୁତ, ସବୁବେଳେ ସୁନ୍ଦର ତାକୁ ନେଇ ଅହମ୍ ଭାବ, ମୁଁ ଥଟ୍ଟା ରେ କହୁଥିଲି ସତରେତ, ତୁମେ ଏହି ରୂପ ପାଇଁ ତ ପାଗଳ ଥିଲ, ଆଜି
ଏପରି କାହିଁକି କହୁଛ?ସେ ହସିଦେଇ ମୋବାଇଲ ଉପରେ ଧ୍ୟାନ ଦେଲେ, ଆଜି ଏହି ଚେହେରା ଶୁଷ୍କ ହୋଇ ପଡ଼ିଛି, ନିଜ ମୁହଁ କୁ ଦର୍ପଣ ସାମନାରେ ଦେଖି ବାକୁ ସାହାସ ପାଉନି ।
ସମସ୍ତେ ମୋତେ ଦେଖିବାକୁ ଆସୁଛନ୍ତି ସତେଯେମିତି ମୁଁ ଜୀବନ୍ତ ପ୍ରତୀମା ବହୁତ ନୀତି ବାଣୀ ଦଉଛନ୍ତି,କିଏ କହୁଛି ତୁମେ ସାହସିକତା ପାଇଁ ପ୍ରେରଣା ଅଟ ତେଣୁ ଏହି ପରିସ୍ଥିତିର ମୁକାବିଲା ପାଇଁ ହସିବାକୁ ପଡ଼ିବ, ପୁଣି କିଏ କହୁଛନ୍ତି ଆଜିର ଦିନରେ ଏହି ରୁଢୀବାଦି କିଛି ନାହିଁ ତେଣୁ ତୁମେ ଟାଣ ହୋଇ ଯେମିତି ଥିଲ ସେମିତି ରହିବ ।
ମୁଁ ଭାବୁଛି ସମସ୍ତେ ଦିନେ ନା ଦିନେ ଯିବେ, ଆମେ ଆସିଛୁ କିଛି ଅଭୀନୟ କରିବାକୁ! ଆମର ସରିଗଲେ ଆମେ ଭି ଯିବା, ଦୁଃଖ ର ବିଷୟ ଯେତେ ପ୍ରେମ ଥିଲେ ଭି କେହି ଏକାଠି ଯିବେନି, ମନକୁ ଏହି ସତ୍ୟ କୁ ବୁଝାଇବାକୁ ପଡୁଛି।
ମୁଁ ଆଜି ସାଥି କୁ ହରାଇ ମରିକରି ପୁଣି ସ୍ବପ୍ନ ଦେଖିବା ଆରମ୍ଭ କରୁଛି, ଜୀବନ ଅଛି, ତେଣୁ ଅଭୀନୟ କରିବି, ସେ ମୋତେ ମୁରୁକି ହସି ,ଉପରେ ଦେଖୁଛନ୍ତି, ଆଶିର୍ବାଦ ର ଭଣ୍ଡାର ଅଜାଡ଼ି
ଦଉଅଛନ୍ତି, ବଞ୍ଚିବା ର ମନ୍ତ୍ର ଛିଞ୍ଚୁଛନ୍ତି, ମୁଁ ମୋର
ଗାରୀମା ନେଇ ବଞ୍ଚିବି,କାହାର ଉପଦେଶ ରେ ନୁହେଁ। ମୁଁ ମୁଁ ଅଟେ।