Sunanda Mohanty

Abstract Inspirational Others

4.0  

Sunanda Mohanty

Abstract Inspirational Others

ଗାନ୍ଧିବାଦୀ

ଗାନ୍ଧିବାଦୀ

3 mins
256


  

     ନିତା ସେଦିନ ରୋଷେଇରେ ବ୍ୟସ୍ତ ଥାଆନ୍ତି। ମାଉସୀ ଶାଶୁଙ୍କ ପରିବାର ଆସିବାର ଥାଏ ବୋଲି ତାଙ୍କ ରୁମ ବାସନ୍ତୀକୁ ନେଇ ସଜଡା ସଜଡ଼ି କରୁ କରୁ ପିଇସୀ ଶାଶୁ ଶଶୁର ଖବର ଦେଲେ ସେମାନେ ମଧ୍ୟ ଆସିବେ। ମାଉସୀ ଶାଶୁ ବିଧବା। ତେଣୁ ତାଙ୍କ ପାଇଁ ସାଧା ରୋଷେଇ କରୁଥିବା ବେଳେ ପିଇସା ପିଇସୀ ଆସିବା ଶୁଣି ମିତା ଅପ୍ରସ୍ତୁତ ହୋଇ ପଡିଲେ କାରଣ ପିଇସା ଗାନ୍ଧିବାଦୀ ମଣିଷ ଥିଲେ ବି ଆମିଷରେ ତାଙ୍କର ପ୍ରବଳ ଶ୍ରଦ୍ଧା। ଏମିତିକି କିଛି ନହେଲେ ମଧ୍ୟ ଶୁଖୁଆ ପାଣି ଟିକେ ହୋଇଗଲେ ଚଳିଯିବ ପଛେ ସାଧା ଚଳିବ ନାହିଁ। ଗାନ୍ଧିବାଦୀ ମଣିଷକୁ ବୁଝେଇବା କଷ୍ଟ ନୁହେଁ। ମାଉସୀ ଶାଶୁଙ୍କ ପାଇଁ ସାଧା ରୋଷେଇରେ ସେମାନେ ଚଳେଇ ନେବେ।ନିତାଙ୍କ ମନ ମାନୁନଥିଲା। ଚଳେଇ ନେବା କଥାଟାକୁ ସ୍ୱୀକାର କରୁନଥିଲା ମନ, ତ ବ୍ୟସ୍ତ ହୋଇପଡୁଥିଲେ ନିତା।ଏଣେ ଆମିଷ ବାସ୍ନା ବାଜିଲେ ମଧ୍ୟ ଉଠିଯିବେ ଖିଆରୁ ମାଉସୀ ଶାଶୁ। କିଛି ଥଳକୂଳ ପାଉନଥିବା ନିତା ଚାଁହୁଥିଲେ ଛାଇ ପରି ପାଖେ ପାଖେ ରହିଥିବା ଗୁରୁ ପରି ଶାଶୁ ନିଶ୍ଚୟ ଏଥିରେ ତାଙ୍କୁ ସାହାଯ୍ୟ କରିବେ। ବାସନ୍ତୀ ମାଉସୀ କହୁଥିଲା, ନିତା ବୋହୁମା, ତୁମେ ଜୋଇଁବାବୁଙ୍କ ଓ ଅପା ମାଆଙ୍କ ପାଇଁ ଜମା ବ୍ୟସ୍ତ ହୁଅନି। ଏଥର ସେମାନେ ଗାନ୍ଧୀ ଜୟନ୍ତୀରେ ଘରକୁ ଆସୁଛନ୍ତି। ଗାନ୍ଧିଜୀ ଅହିଂସା ମନ୍ତ୍ରରେ ଯେତିକି ବିଶ୍ୱାସୀ,ସ୍ୱଚ୍ଛତା ଉପରେ ସେତିକି ପ୍ରାଧାନ୍ୟ ଦିଅନ୍ତି। ତ ସ୍ୱଚ୍ଛ ଭାବନା ଓ ବାତାବରଣ ପାଇଁ ଆମେ ସେହି ରୁମରେ ଗାନ୍ଧୀ ଜୟନ୍ତୀ ପାଳନ କରିବା। ଜୋଇଁ ସାଆନ୍ତ ଓ ଅପା ସାଆନ୍ତାଣୀ ନିଶ୍ଚୟ ଖୁସି ହେବେ। ନିତା କହୁଥିଲେ, କେତେ କଥା ତ ଜାଣିଛୁ ତୁ। ସବୁ କହିଲୁ ଠିକ ଠିକ ହେଲେ ଆମ ଘରକୁ ଶାଶୁଙ୍କ ଆବର୍ତ୍ତମାନ ପରେ ଏଇ ପ୍ରଥମ ଥର ଆସୁଥିବା ଭିତରେ, ତାଙ୍କ ନିଜ ପସନ୍ଦର ଖାଇବା ନଖାଇ, ଏ ଘରୁ ଫେରିବା ଭାରି ଅସୁନ୍ଦର ହେବ ବାସନ୍ତୀ ମାଉସୀ। ତ ବାସନ୍ତୀ କହୁଥିଲା ହଉ ବୁଝିବା। ଗାନ୍ଧୀ ଘରଟିକୁ ଏପରି ସଜାଡି ଥିଲା ବାସନ୍ତୀ, ନଦେଖିଲା ଲୋକ ରହିଯିବ। ଗାନ୍ଧିଜୀଙ୍କ ନୀତି,ଆଦର୍ଶ, କର୍ମକୁ ମୂଳ ଆଧାର କରି ସଜାଡିଥିଲା ସେହି ରୁମଟିକୁ।

    ନିର୍ଦିଷ୍ଟ ସମୟର ବହୁ ବିଳମ୍ବରେ ପହଁଚିଲେ ପିଇସୀ ଓ ପିଇସା ଶଶୁର। ଖାଇକି ଆସିଛୁ କହୁଥିଲେ ତ ସାଙ୍ଗରେ ଥିବା ବାସନ୍ତୀ ମାଉସୀ ତାଙ୍କୁ ନେଇଯାଉଥିଲା ଶାଶୁଙ୍କ ରୁମକୁ। ଶାଶୁଙ୍କ ଆବର୍ତ୍ତମାନ ପରେ ପ୍ରଥମ ଥର ଫିଟିଥିବା ସେ ଘର ସୁନ୍ଦର ଭାବେ ସଜାଡି ରଖିଥିଲା ବାସନ୍ତୀ। ମାଉସୀ ଶାଶୁ ମଧ୍ୟ ସେହି ରୁମରେ ଆସି ଗପ ଯୋଡି ଦେଇଥିଲେ। ବାସନ୍ତୀ ମାଉସୀ କହିଲେ ନିର୍ଦିଷ୍ଟ ସମୟରେ ନିତା ବୋହୁମା ଗାନ୍ଧୀ ଜୟନ୍ତୀ ପାଳନ କରିବେ। ସମସ୍ତେ ସମସ୍ତଙ୍କ ଭାଷଣ ଉପସ୍ଥାପିତ କରିବେ। ନିତାଙ୍କ ମନ ଭଲ ନଥାଏ। ଏତେ ଦିନ ପରେ ଘରକୁ ଆସିଥିବା ପିଇସା ପିଇସୀଙ୍କୁ ବାସନ୍ତୀ ମାଉସୀ କୋଉ ହୋଟେଲରେ ଆମିଷ ଖାଦ୍ୟ ଖୁଆଇ ଆଣିଛନ୍ତି ଭାବି ସେ ବ୍ୟସ୍ତ ହେଉଥିଲେ। କିନ୍ତୁ ଗାନ୍ଧିଜୀଙ୍କୁ ଶ୍ରଦ୍ଧା ସୁମନ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପିଇସା ଶଶୁର ଯେବେ କହିଥିଲେ, ବାସନ୍ତୀ ମାଉସୀଙ୍କ ହାତରନ୍ଧାର ଜବାବ ନାହିଁ। ନିତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଗାନ୍ଧୀ ଜୟନ୍ତୀରେ, ଗାନ୍ଧୀଙ୍କ ସମସ୍ତ ନୀତି ଆଦର୍ଶ କଥା ଆଲୋଚନା ହୋଇଥିଲେ ମଧ୍ୟ ଅସ୍ପୃଶ୍ୟତା ନିବାରଣ କଥା କେହି କହିନଥିଲେ ମଧ୍ୟ ପିଇସୀ ଶାଶୁ ଓ ପିଇସା ଶଶୁର ତାହା ପ୍ରମାଣ କରିଦେଇଥିଲେ। ନିତା ଖୁସି ହେଲେ ମଧ୍ୟ ଡରରେ ମାଉସୀ ଶାଶୁଙ୍କ ଉଦେଶ୍ୟରେ ଡ଼ରିକି କିଛି କହିପାରୁନଥିଲେ। ମାଉସୀ ଶାଶୁ ଯେତେବେଳେ ବାସନ୍ତୀ ମାଉସୀଙ୍କୁ କୁଣ୍ଢେଇ ପକାଇ କହୁଥିଲେ ଅପା ପରେ ତୁମେ ହିଁ ମୋ ବୋହୁର ସବୁକିଛି। ନିତା ଆଶ୍ଚର୍ଯ୍ୟ ହୋଇ, ମାଉସୀ ଶାଶୁଙ୍କ ମୁହଁକୁ ଚାହୁଁଥିଲେ ଯୋଉ ମଣିଷ ବାସନ୍ତିର ଛାଇ ଦେଖିଲେ ନାହି ଡିଆଁନ୍ତି ସେହି ମଣିଷ ପାଟିରୁ ଆଜି ଏମିତି ଶବ୍ଦ ସବୁ ଶୁଣି ନିତା ମାଉସୀଙ୍କୁ ଅନେଇ ଦେଖୁଥିଲେ ତାଙ୍କ ଭିତରେ ଛାଇ ପରି ଶାଶୁ ରହିଥିବାର ଦେଖିପାରି ଯେତିକି ବିସ୍ମିତ ହେଲେ, ବାସନ୍ତୀ ଯେବେ ମାଆ ପରା ମତେ ନିତା ବୋହୁମାଙ୍କ ପାଖେ ପାଖେ ରହି ଏ ଘରର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବାକୁ କହିଯାଇଛନ୍ତି ବୋଲି କହୁଥିଲେ ତ ନିତା ମୁଗ୍ଧ ଓ ସ୍ତବ୍ଧ ହୋଇ ଭାବୁଥିଲେ, ସମସ୍ତେ ଏମିତି ଗାନ୍ଧିବାଦୀ ହୋଇଗଲେ କେତେ ଭଲ ହୁଅନ୍ତା ସତରେ!ହଠାତ ନିତାଙ୍କୁ ସମସ୍ତଙ୍କ ଭିତରେ ଗାନ୍ଧିଜୀଙ୍କ ଛାଇ ପ୍ରତୀୟମାନ ହେଉଥିଲା।



Rate this content
Log in