Sunanda Mohanty

Inspirational Thriller Children

3  

Sunanda Mohanty

Inspirational Thriller Children

ଏକତା ମନ୍ତ୍ର, ଜୀବନ ସୂତ୍ର

ଏକତା ମନ୍ତ୍ର, ଜୀବନ ସୂତ୍ର

1 min
202


ଝିଅଟି ଦିବ୍ୟାଙ୍ଗ ଥିଲେ ବି ଜୀବନ ଯୁଦ୍ଧରେ ହାରି ଯାଇନଥିଲା। ଜନ୍ମରୁ ଦିବ୍ୟାଙ୍ଗ ନଥିଲା ସେ। ଯୁଦ୍ଧର ଭୟବହତା ଭିତରେ ଉଭୟ ମାଆ ଓ ଚକ୍ଷୁ ହରାଇ ଜୀବନର ଦୁର୍ବିସହ ସମୟରେ ସାବତ ମାଆ ର ନିଯ୍ୟାତନା ତାକୁ ଅଧିକ କଷ୍ଟ ଦେଇଥିଲା। ପ୍ରଭୁଙ୍କୁ ଡାକୁଥିଲା ତାକୁ ଯେମିତି ଦୁଃଖ ଦେଇଛ ଅନ୍ୟକୁ ନଦିଅ ପ୍ରଭୁ। ଛୋଟ ଶିଶୁ ବେଳୁ ଏତେ ସବୁ ଦୁର୍ଦ୍ଦଶା ଭିତରେ ନିଜ ଜୀବନ ବଞ୍ଚାଇବା ପାଇଁ , ପାଖ ପଡ଼ୋଶୀଙ୍କ ତାରି ଭଳି ପୁଅ ଓ ଝିଅ ପିଲାଙ୍କୁ ଯୋଗାଡ କରି କିଛି କରିବାକୁ ଚେଷ୍ଟା କଲେ ଓ ଭାଇ ଭଉଣୀ ରୂପେ ଅଗ୍ରଗତି ଆଡ଼କୁ ଅଗ୍ରସର ହେଲେ ।

ଶେଷକୁ ନିଷ୍ପତ୍ତି ନିଆଗଲା ଫୁଲବଜାର କରିବେ। ଆସ୍ତେ ଆସ୍ତେ ବିକ୍ରୀ ହେଉ ହେଉ ଚାହିଦା ବଢିଲା। ଫୁଲ ଖାଲି ଯେ ଦେବତାଙ୍କ ପାଇଁ ଦରକାର, ସେ ଭାବନା ବଦଳି ଗଲା। ଫୁଲ ପ୍ରିୟ ଗ୍ରାହକ ଙ୍କ ସଂଖ୍ୟା ଅନୁପାତରେ ବହୁତ ଫୁଲ ଆଣି, ବିଭିନ୍ନ ପ୍ରକାର ତୋଡାର ଚାହିଦା ବଢ଼ିବାକୁ ଲାଗିଲା। ଭଲ ପଇସା ହାତକୁ ଆସିବାରୁ , ପରିବାର ଲୋକମାନେ, ଯେଉଁମାନେ ଆଗରୁ ଅବହେଳିତ କରୁଥିଲେ, ଏବେ ସହାୟତାର ହାତ ବଢ଼େଇ ସାହାଯ୍ୟ ସହଯୋଗର ହାତ ବଢେ଼ଇବା ଦ୍ଵାରା ଅଧିକ ଉପାର୍ଜନ ହେଲା। ସବୁ ପିଲାମାନେ ଦିବ୍ୟାଙ୍ଗ ହେଲେବି, ପାଠ ପଢ଼ିବାର ସୁଯୋଗ ପାଇ ଉନ୍ନତ କିସମର ଫୁଲ ବଗିଚାରୁ, ଜାତି ଜାତି ଫୁଲ, ଫୁଲ ଦୋକାନ ପାଇଁ ସଂଗୃହୀତ କରି ଖୁସିରେ ରହିଲେ। ଏକତା ଓ ଦୃଢ ମନୋବଳ ଯୋଗୁଁ ପରିସ୍ଥିତି ବଦଳି ସାରିଥିଲା, ତ ଝିଅ ଅନୁଷ୍କା କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯିବା ସହ ଅନ୍ୟ ସହଯୋଗୀ ଭାଇ ଭଉଣୀ ମାନଙ୍କୁ ମଧ୍ୟ ପ୍ରେରଣାର ଉତ୍ସ ଓ ଅନୁଗାମୀ ହିସାବରେ ସାବାସୀ ସହ ତାଙ୍କୁ ସମସ୍ତଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଗଲା।



Rate this content
Log in

Similar oriya story from Inspirational